• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଢିଙ୍କିଆ

ପୋସ୍କୋ ବିରୋଧୀଙ୍କ ଉପରେ ଆକ୍ରମଣକୁ ନିନ୍ଦା

February 6, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟକମ

ଭୁବନେଶ୍ୱର,ଫେବୃଆରି ୬(ଓଡିଶା ଡଟକମ )- ଗୋବିନ୍ଦପୁର ଓ ଢିଙ୍କିଆଠାରେ ପସ୍କୋ ପାଇଁ ପୁଲିସ ଜରିଆରେ ବଳପୂର୍ବକ ଜମି ଅଧିଗ୍ରହଣକୁ ବିରୋଧ କରି ଆନ୍ଦୋଳନକରୁଥିବା ଛାତ୍ରଛାତ୍ରୀ ଓ ମହିଳାଙ୍କ ଉପରେ ପୋଲିସର ବର୍ବର ଆକ୍ରମଣକୁ ଛାତ୍ର ସଂଗଠନ ଅଲ୍ ଇଣ୍ଡିଆ ଡି.ଏସ୍.ଓର ପ୍ରତିନିଧି ଦଳ ତୀବ୍ର ନିନ୍ଦା କରିଛନ୍ତି ।

ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଅଲ୍ ଇଣ୍ଡିଆ ଡି.ଏସ୍.ଓ)ର ରାଜ୍ୟ ସଭାପତି ଅକ୍ଷୟ ଦାସ, ସଭାପତି ସୁବାସ ନାୟକ, ସମ୍ପାଦକ ଶିବାଶିଷ ପ୍ରହରାଜ, ସମ୍ପାଦକମଣ୍ଡଳୀ ସଦସ୍ୟ କେଦାରନାଥ ସାହୁ ଓ ସିଦ୍ଧାର୍ଥ ରଥ ପ୍ରମୁଖ ଏକ ପ୍ରତିନିଧି ଦଳରେ ଗୋବିନ୍ଦ ପୁର ଓ ଡିଙ୍କିଆ ସୀମାରେ ଚାଲିଥିବା ଆନ୍ଦୋଳନ ସ୍ଥଳକୁ ଯାଇ ବଳ ପୂର୍ବକ ଜମି ଅଧିଗ୍ରହଣ ବିରୋଧୀ ଆନ୍ଦୋଳନକୁ ସଂଗଠନ ପକ୍ଷରୁ ସମର୍ଥନ ଜଣାଇଥିଲେ ।

ପୋସ୍କୋ ବିରୋଧୀ ଆନ୍ଦୋଳନକୁ ଦମନ କରିବା ପାଇଁ ଶହ ଶହ ସଶସ୍ତ୍ର ପୁଲିସ ଫ୍ଲାଗ ମାର୍ଚ୍ଚ କରି ସନ୍ତ୍ରାସ ସୃଷ୍ଟି କରିବା ସହ ଘର ଘର ବୁଲି ଲୋକମାନଙ୍କୁ ଧମକ ଦେଉଛି ଓ ମହିଳାମାନଙ୍କୁ ଦୁର୍ବ୍ୟବହାର କରୁଛି ।

ଲୋକମାନେ ସ୍ୱେଚ୍ଛାରେ ଜମି ଦେଉଛନ୍ତି ବୋଲି ସରକାର ପ୍ରତାରଣାମୂଳକ ପ୍ରଚାର କରି ଚାଲିଥିବା ବେଳେ ଅତ୍ୟନ୍ତ ଅମାନବିକ ଓ ଅନ୍ୟାୟଭାବେ ପୋଲିସ ରାତି ଅଧିଆ ବା ବଡି ଭୋରରୁ ଆନ୍ଦୋଳନକାରୀମାନଙ୍କ ପାନ ବରଜ ଭାଙ୍ଗି ଚାଲିଛି ବୋଲି ଡି.ଏସ୍.ଓ କହିଛନ୍ତି ।

ଗଣମାଧ୍ୟମ ସମ୍ମୁଖରେ ଛାତ୍ରଛାତ୍ରୀ ଓ ମହିଳାମାନଙ୍କୁ ପୋଲିସ ଏବଂ ପଦାଧିକାରୀମାନେ ଯେଭଳି ଅତ୍ୟାଚାର କରିଛନ୍ତି, ଜନଗଣଙ୍କ ଉପରେ କିଭଳି ଆକ୍ରମଣ ହେଉଥିବ ତାହା ସେଥିରୁ ସହଜରେ ଅନୁମାନ କରାଯାଇପାରେ ।

ଏଣୁ ଏହି ଘଟଣାକୁ ଅଲ୍ ଇଣ୍ଡିଆ ଡି.ଏସ୍.ଓ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ପ୍ରସ୍ତାବିତ ପୋସ୍କୋ ଅଞ୍ଚଳରୁ ତୁରନ୍ତ ପୋଲିସ ହଟାଇବା ଓ ବଳ ପ୍ରୟୋଗ କରି ଜବରଦସ୍ତି ଜମି ଅଧିଗ୍ରହଣ ବନ୍ଦ କରିବାକୁ ସରକାରଙ୍କ ନିକଟରେ ଦାବି କରାଯାଇଛି ଏବଂ ଏହା ବ୍ୟତିରେକ ଦୁର୍ବାର ଆନ୍ଦୋଳନ ସଂଗଠିତ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଓଡିଶା ଡଟ୍ କମ୍

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର Tagged With: ଡି.ଏସ୍.ଓ, ଢିଙ୍କିଆ, ପାନ ବରଜ, ପୋସ୍କୋ

କଟକଣା ସତ୍ୱେ ଗାଡ଼ିରେ ନାଲିବତୀ ଲଗାଉଛନ୍ତି ଅଧିକାରୀ

March 29, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମାର୍ଚ୍ଚ ୨୯(ଓଡ଼ିଶା ଡ଼ଟ୍ କମ୍) ଗାଡ଼ିରେ ନାଲିବତୀ ଲଗାଇବା ନେଇ ହାଇକୋର୍ଟ ତଥା ରାଜ୍ୟ ସରକାରଙ୍କ କଟକଣା ସତ୍ୱେ ଆଇନ ଉଲଂଘନ କରି ଜଗତସିଂହପୁର ଜିଲ୍ଲାରେ କେତେକ ଅଧିକାରୀ ନିଜ ଗାଡ଼ିରେ ନାଲିବତୀ ଲଗାଉଥିବା ଅଭିଯୋଗ ହୋଇଛି ।

ପାରାଦ୍ଵୀପ ବନ୍ଦର ଅଧ୍ୟକ୍ଷ ଜି.ଜଗନ୍ନାଥ ରାଓଙ୍କ ସମେତ ତିର୍ତୋଲ, କୁଜଙ୍ଗ, ବାଲିକୁ ଆଦିର ତହସିଲଦାର ମଧ୍ୟ ଏହାର ଉଲଂଘନ କରୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ଏହି ଅଧିକାରୀମାନେ କେବଳ ପେଟ୍ରୋଲିଂ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ସମୟରେ ଏହା ଲଗାଇବା ପାଇଁ ନିୟମ ଥିବା ବେଳେ ସେମାନେ ବିଭିନ୍ନ ସଭା ସମିତି ତଥା ଅନ୍ୟ ଅଫିସକୁ ଯିବା ସମୟରେ ଗାଡ଼ିରେ ନାଲି ବତୀ ବ୍ୟବହାର କରୁଛନ୍ତି ।

ପୂର୍ବରୁ ବନ୍ଦର ଅଧ୍ୟକ୍ଷମାନେ ନାଲିବତୀ ଲଗାଉନଥିବା ବେଳେ ରାଓ ଆଇନ ଉଲଂଘନ କରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଉଥିବା ଜଣେ ଶ୍ରମିକ ସଂଗଠନର ନେତା ଅଭିଯୋଗ କରିଛନ୍ତି । ପୋଲିସ ଓ ଜିଲ୍ଲା ପ୍ରଶାସନର ଜାଣତରେ ଅନ୍ୟମାନେ ମଧ୍ୟ ଗାଡ଼ିରେ ନାଲିବତୀ ବ୍ୟବହାର କରୁଥିବା ସେ କହିଛନ୍ତି ।

କେତେକ ସମୟରେ ସଂପୃକ୍ତ ଅଧିକାରୀଙ୍କ ପତ୍ନୀ, ସହ ଅଧିକାରୀ ତଥା କାର୍ଯ୍ୟାଳୟର ଅନ୍ୟମାନେ ଉକ୍ତ ଗାଡ଼ିରେ ଯିବା ଆସିବା କରୁଛନ୍ତି ଯାହାଦ୍ୱାରା ସ୍ଥାନୀୟ ଲୋକମାନେ ଦ୍ଵନ୍ଦରେ ରହୁଛନ୍ତି । ତେଣୁ ଏହାକୁ ତୁରନ୍ତ ବନ୍ଦ କରିବା ଉଚିତ୍ ବୋଲି ଲୋକମାନେ କହିଛନ୍ତି ।

ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି, ବିଚାରପତି, ଅଡ଼ିଟର ଜେନେରାଲ, ଆଡ଼ଭୋକେଟ ଜେନେରାଲ, ବିରୋଧୀ ଦଳ ନେତା, ସରକାରୀ ମୁଖ୍ୟ ସଚେତକ, ନିର୍ବାଚନ କମିଶନର, ମାନବାଧିକାର କମିଶନ, ମୁଖ୍ୟ ଶାସନ ସଚିବ ଏବଂ ଆର୍ଡ଼ିସିମାନ ନିଜ ଗାଡ଼ିରେ ନାଲିବତୀ ବ୍ୟବହାର କରିପାରିବେ ।

ଏହାବ୍ୟତୀତ ଜିଲ୍ଲା ମାଜିଷ୍ଟ୍ରେଟ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ସମସ୍ତ ଜିଲ୍ଲା ଜଜ୍, ପୋଲିସ ପେଟ୍ରୋଲିଂ ଭ୍ୟାନ, ଅଗ୍ନିଶମ ଗାଡ଼ିରେ ନାଲିବତୀ ଲଗାଇବା ପାଇଁ ଅନୁମତି ଦିଆଯାଇଥିବା ବେଳେ ରାଜ୍ୟ ପ୍ରଶାସନିକ ପ୍ରାଧିକରଣ ଅଧ୍ୟକ୍ଷଙ୍କୁ ଏଥିପାଇଁ ଅନୁମତି ିଆଯାଇ ନାହିଁ ।

କେବଳ ଅନୁମତି ପାଇଥିବା ବ୍ୟକ୍ତି ନାଲିବତୀ ଲଗାଇବା ଉପରେ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଏସ୍ପି ସ୍ପଷ୍ଟ କରିବାକୁ ଗତ ଦୁଇ ବର୍ଷ ତଳେ ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଆଇଏମ୍ କୁଦ୍ଧୁସି ଏବଂ ବିଚାରପତି ସଞ୍ଜୁ ପଣ୍ଡା ସରକାରଙ୍କୁ ନିଦେ୍ର୍ଧଶ ଦେଇଥିଲେ ।

ତେବେ ବନ୍ଦର ଅଧ୍ୟକ୍ଷ ଗାଡ଼ିରେ ନାଲିବତୀ ଲଗାଇବା ପାଇଁ ଅନୁମତି ପାଇନାହାନ୍ତି, ସେ ସରକାରଙ୍କ ନିଦେ୍ର୍ଧଶକୁ ବେଖାତିର କରି ଏହା ବ୍ୟବହାର କରୁଛନ୍ତି ବୋଲି ପାରାଦ୍ଵୀପ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ସୁରଜିତ୍ ଦାସ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ଢିଙ୍କିଆ, ପାରାଦ୍ଵୀପ, ବନ୍ଦର

ବୋମାମାଡ଼ରେ ଦୁଇ ଆହତ, ଉତ୍ତେଜନା

March 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଜଗତସିଂହପୁର, ମାର୍ଚ୍ଚ ୩(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରେ କେତେକ ଦୁର୍ବୃତଙ୍କ ବୋମାମାଡ଼ରେ ଦୁଇ ଜଣ ଆହତ ହୋଇଥିବା ବେଳେ ଏନେଇ ଉତ୍ତେଜନା ପ୍ରକାଶ ପାଇଛି ।

ବିଭିନ୍ନ ଅପରାଧରେ ଜଡ଼ିତ ଜଣେ ପୋସ୍କୋ ବିରୋଧୀ ବ୍ୟକ୍ତିଙ୍କ ଗତକାଲି ରାତିରେ ଗିରଫ ପରେ ତାଙ୍କର ସମର୍ଥକମାନେ ପୋସ୍କୋ ସମର୍ଥକଙ୍କ ଘର ଉପରେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି । ଏଥିରେ ଜଣେ ବାଳିକାଙ୍କ ସମେତ ଦୁଇ ଜଣ ଗଗୁରୁତର ଆହତ ହୋଇଛନ୍ତି ।

ଢିଙ୍କିଆ ଗ୍ରାମର ସଂପୃକ୍ତ ବ୍ୟକ୍ତି ଜୁଲୁ ବିଶ୍ୱାଳ ପୋସ୍କୋ ଆନ୍ଦୋଳନ ସମୟରେ ହିଂସାକାଣ୍ଡ, ଡ଼କାୟତି, ବୋମାମାଡ଼ ଭଳି ଘଟଣା ସଂପୃକ୍ତ ଥିବାରୁ ପୋଲିସ ତାକୁ ରାତିରେ ବୋସ୍କାଲିସ ପଏଣ୍ଟ ନିକଟରେ ଥିବା ଚିଙ୍ଗୁଡ଼ି ଘେରିରୁ ଗିରଫ କରିଥିଲା ।

ପୋସ୍କୋ ସପକ୍ଷବାଦୀ ମାଗୁ ସାମଲଙ୍କ ସୂଚନା ଅନୁଯାୟୀ ପୋଲିସ ବିଶ୍ୱାଳକୁ ଗିରଫ କରିଥିବା ଅନୁମାନ କରି ତାଙ୍କ ସମର୍ଥକମାନେ ସାମଲଙ୍କ ଘର ଉପରେ ବୋମାମାଡ଼ କରିଥିଲେ ।

ବୋମାମାଡ଼ରେ ଆହତ ସାମଲ ଏବଂ ତାଙ୍କ ଭଉଣୀଙ୍କୁ କୁଜଙ୍ଗ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ଏହି ଘଟଣା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇପାରି ନାହିଁ ।

ପୋସ୍କୋ ବିରୋଧୀଙ୍କ ପାଇଁ ଢିଙ୍କିଆରେ ପୋଲିସ ପ୍ରବେଶ କରୁନଥିବାରୁ ବର୍ତମାନ ଏହି ଅଞ୍ଚଳରେ ଅପରାଧୀମାନେ ନିର୍ଭୟରେ ବୁଲୁଛନ୍ତି ବୋଲି ଲୋକମାନେ କହିଛନ୍ତି ।

ନିକଟରେ ହୋଇଥିବା ପଞ୍ଚାୟତୀ ନିର୍ବାଚନ ସମୟରେ ବାଲାଟ ବାକ୍ସ ଫିଙ୍ଗିବା ଘଟଣାରେ ସଂପୃକ୍ତ ଦଶ ଜଣ ଅପରାଧୀ ମଧ୍ୟ ଏହି ଗ୍ରାମରେ ଲୁଚି ରହିଥିବା ସେମାନେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କୁଜଙ୍ଗ ଡ଼ାକ୍ତରଖାନା, ଜଗତସିଂହପୁର, ଢିଙ୍କିଆ, ପୋଲିସ

ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ସମାବେଶ

December 15, 2011 by ଓଡିଶା ଡଟ କମ

ଜଗତସିଂହପୁର, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଚଳାଇଥିବା ଲୋକଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ପକ୍ଷରୁ ଗୁରୁବାର ମହାସମାବେଶର ଆୟୋଜନ କରାଯାଇଛି ।

ଢିଙ୍କିଆ ପଞ୍ଚାୟତର ପାଟଣା ଗ୍ରାମରେ ଅନୁଷ୍ଠିତ ଏହି ସମାବେଶରେ ବିଜେପି, ସିପିଆଇ, କଂଗ୍ରେସ ଦଳର ନେତାମାନେ ଯୋଗେଇ ପୋସ୍କୋ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ ଜାରି ରଖିବାକୁ କହିଛନ୍ତି ।

ଗତକାଲି ହୋଇଥିବା ସଂଘର୍ଷ ଏବଂ ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ସେମାନେ ଇଡ଼୍କୋ କର୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।

ସଂପୃକ୍ତ ଅଞ୍ଚଳରୁ ଏହି ପ୍ରକଳ୍ପ ସ୍ଥାନାନ୍ତର ନହେବା ପର୍ଯ୍ୟନ୍ତ ହିଂସା ଥମିବ ନାହିଁ । ସରକାର ଇଡ଼୍କୋ ମାଧ୍ୟମରେ ଢିଙ୍କିଆ ଏବଂ ଗୋବିନ୍ଦପୁର ସମେତ ଚାରୋଟି ପଞ୍ଚାୟତର ଗରିବ ଲୋକଙ୍କ ଜମି ଅଧିଗ୍ରହଣ କରିବାକୁ ଚାହୁଁଛନ୍ତି, ସମାବେଶରେ ଯୋଗଦେଇ ବିଜେପି ବିଧାୟକ କରେନ୍ଦ୍ର ମାଝୀ କହିଛନ୍ତି ।

ରାସ୍ତା ନିର୍ମାଣ କରିବା ପାଇଁ ସେମାନଙ୍କୁ ଏହି ଅଂଚଳକୁ ଆସିବାକୁ ଦିଆଯିବ ନାହିଁ ବୋଲି ସଂଗ୍ରାମ ସମିତି ସଂପାଦକ ଶିଶିର ମହାପାତ୍ର କହିଛନ୍ତି ।

ବିଜେପି ନେତା ନୟନ ମହାନ୍ତି, ଶ୍ରୀକାନ୍ତ ବ୍ରହ୍ମା, ଉପନ୍ଦ୍ରେ ବେହେରା, କଂଗ୍ରେସ ବିଧାୟକ ଦେବରାଜ
ଚାନ୍ଦ, ରାମକୃଷ୍ଣ କାଡ଼ାମ, ଦୁଷ୍ମନ୍ତ ନାୟକ, ସିପିଆଇ ନେତା ନାରାୟଣ ରେଡ୍ଡି ପ୍ରମୁଖ ସମାବେଶରେ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ଢିଙ୍କିଆ

ରାସ୍ତା କାମ ପାଇଁ ପୋସ୍କୋ ଅଂଚଳରେ ପୋଲିସର ଫ୍ଲାଗମାର୍ଚ୍ଚ

December 2, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍:ଅମରନାଥ ପରିଡ଼ା

ଜଗତସିଂହପୁର,ଡ଼ିସେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ ବିରୋଧୀ ନେତା ଅଭୟ ସାହୁଙ୍କୁ ଗିରଫ କଲାପରେ ଜଗତସିଂହପୁର ଜିଲ୍ଲାରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସଂପୃକ୍ତ ଅଂଚଳରେ ପ୍ରଶାସନ ଶୁକ୍ରବାର ପ୍ରାୟ ଚାରି ପ୍ଲାଟୁନ ଫୋର୍ସ ମୁତୟନ କରିଛନ୍ତି ।

ପୋଲିସ ବାହିନୀ ଢିଙ୍କିଆ ଅଂଚଳରେ ଫ୍ଲାଗମାର୍ଚ୍ଚ କରିଥିବା ବେଳେ ପ୍ରକଳ୍ପ ବିରୋଧୀମାନେ ପୋଲିସ, ପ୍ରଶାସନ ତଥା କଂପାନୀ ର କାହାକୁ ପ୍ରକଳ୍ପ ଅଂଚଳକୁ ପ୍ରବେଶ କରାଇ ନଦେବା ପାଇଁ ବିଭିନ୍ନ ସ୍ଥାନରେ କାଠ ବ୍ୟାରିକେଟ୍ ମାନ ନିର୍ମାଣ କରି ରାତିିଦିନ ପହରା ଦେବା ଆରମ୍ଭ କରିଛନ୍ତି ।

ଯଦି ପ୍ରକଳ୍ପ କାର୍ଯ୍ୟରେ ବାଧା ସୃଷ୍ଟି କରାଯାଏ ତେବେ ପୋଲିସ ବଳ ପ୍ରୟୋଗ କରିବାକୁ ବାଧ୍ୟ ହେବ
ବୋଲି ପ୍ରଶାସନ ଚେତାବନୀ ଦେଇଥିବା ବେଳେ ବିରୋଧୀ ଗ୍ରାମବାସୀ କୌଣସି ପରିସ୍ଥିତିରେ
ପୋସ୍କୋ କାର୍ଯ୍ୟ କରିବାକୁ ଦେବେ ନାହିଁ ବୋଲି କହିଛନ୍ତି ।

ସାହୁଙ୍କ ଗିରଫଦାରୀ ପରେ ସଂପୃକ୍ତ ଅଂଚଳରେ ଚାପା ଉତ୍ତେଜନା ଲାଗି ରହିଛି । ପ୍ରଶାସନ,ପୋଲିସ ଓ
ବିରୋଧୀ ଅଲଗା ଅଲଗା ସ୍ଥାନରେ ଘନଘନ ବୈଠକ କରୁଥିବା ପରିଲକ୍ଷିତ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ଢିଙ୍କିଆ, ପୋସ୍କୋ, ଫ୍ଲାଗମାର୍ଚ୍ଚ

ତିନି ବର୍ଷ ଧରି ଡ଼ାକ ସେବାରୁ ଗ୍ରାମବାସୀ ବଞ୍ଚିତ

November 17, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଅକ୍ଟୋବର ୮(ଓଡ଼ିଶା ଡ଼ଟ୍ କମ୍) ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଯୋଗୁଁ ବର୍ତ୍ତମାନ ପୋସ୍କୋ ପ୍ରସ୍ତାବିତ ଅଞ୍ଚଳରେ ପରିସ୍ଥିତି ସ୍ୱାଭାବିକ ଥିବା ବେଳେ ଉକ୍ତ ଅଞ୍ଚଳର ଲୋକମାନେ ଗତ ତିନି ବର୍ଷ ହେଲା ଡ଼ାକ ସେବାରୁ ବଞ୍ଚିତ ହୋଇଛନ୍ତି ।

ଡ଼ାକ ବିଭାଗର ଅବହେଳା ଓ ଅନିଚ୍ଛା ଯୋଗୁଁ ଢିଙ୍କିଆରେ ଏହି ସେବା ପାଇବାରୁ ଗ୍ରାମବାସୀ ବଞ୍ଚିତ ହୋଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଏକମାତ୍ର ଡ଼ାକଘର ଢିଙ୍କିଆ, ତ୍ରିଲୋଚନପୁର ଏବଂ ଗୋବିନ୍ଦପୁର ଗ୍ରାମବାସୀଙ୍କ ଆବଶ୍ୟକତା ପୂରଣ କରୁଥିବା ବେଳେ ପୋସ୍କୋ ହିଂସା ଯୋଗୁଁ ଗତ ତିନି ବର୍ଷ ହେଲା ଏହା ବନ୍ଦ ହୋଇ ରହିଛି ।

ପୋସ୍କୋ ବିରୋଧୀଙ୍କ ବିରୋଧ ଯୋଗୁଁ ଗତ ଡ଼ିସେମ୍ବର ୨୦୦୭ ରୁ ଡ଼ାକ ସେବା ବନ୍ଦ ଥିବା ବିଭାଗ ପକ୍ଷରୁ କୁହାଯାଇଛି । ଉକ୍ତ ଡ଼ାକ ଘରର ପୋଷ୍ଟମାଷ୍ଟର ପୋସ୍କୋ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ବିରୁଦ୍ଧରେ ୧୫ରୁ ଅଧିକ ମାମଲା ରହିଛି ।

ତାଙ୍କ ବିରୁଦ୍ଧରେ ଜାମିନ ବୀହିନ ଗିରଫ ପରୱାନା ମଧ୍ୟ ଜାରି କରାଯାଇପୋଲିସ ପକ୍ଷରୁ ପଳାତକ ଘୋଷଣା କରାଯାଇଛି । ତାଙ୍କ ବିରୋଧରେ ବିଭିନ୍ନ ମାମଲା ଥିବାରୁ ଚାକିରିରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଡ଼ାକ ବିଭାଗ ତାଙ୍କ ସ୍ଥାନରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଏହି ଡ଼ାକଘରେ ନିଯୁକ୍ତ କରିଥିଲା ।

କିନ୍ତୁ ପୋସ୍କୋ ବିରୋଧୀମାନେ ନିଲମ୍ବିତ ଅଧିକାରୀଙ୍କୁ ପୁନଃ ନିଯୁକ୍ତ କରିବାକୁ ଜିଦ୍ ଧରିବାରୁ ନବନିଯୁକ୍ତ ପୋଷ୍ଟ ମାଷ୍ଟର ଏଠାରେ ଯୋଗ ଦେଇପାରିଲେ ନାହିଁ । ବିରୋଧୀଙ୍କ ଦାବୀ ପୂରଣ କରିବାକୁ ସଂପୃକ୍ତ ବିଭାଗ ମନା କରିବୋରୁ ସେହି ଦିନ ଠାରୁ ଉକ୍ତ ଡ଼ାକଘର ବନ୍ଦ ହୋଇ ରହିଛି ।

ସଂପୃକ୍ତ ଅଞ୍ଚଳରେ ଡ଼ାକ ସେବା ବ୍ୟତୀତ ଅନ୍ୟ ସବୁ ଠିକ୍ ଠାକ୍ ଚାଲିଛି । ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଡ଼ାକଘର ବନ୍ଦ ରହିଛି ବୋଲି ଢିଙ୍କିଆ ସରପଞ୍ଚ ଶିଶିର ମହାପାତ୍ର କହିଛନ୍ତି ।

କୁଜଙ୍ଗ ଡ଼ାକଘର ଢିଙ୍କିଆ ଠାରୁ ଦଶ କିମି ଦୂରରେ ଥିବାରୁ ରକାରୀ ଚିଠିପତ୍ର, ମନିଅର୍ଡ଼ର, ପାର୍ସଲ ଇତ୍ୟାଦି ପାଇବା ପାଇଁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହେବା ସହ ବଞ୍ଚିତ ମଧ୍ୟ ହେଉଛନ୍ତି ।

ଏହି ଘଟଣା ବିଷୟରେ ଦିଲ୍ଲୀ ସ୍ଥିତ ବିଭାଗୀୟ ମହାନିଦେ୍ର୍ଧଶକଙ୍କୁ ଅବଗତ କରାଯାଇଛି । ଯଦି ପୋସ୍କୋ ବିରୋଧୀ ପ୍ରତିବାଦ ନକରିବେ ତେବେ ଜଣେ ନୂଆ ପୋଷ୍ଟ ମାଷ୍ଟରଙ୍କୁ ନିଯୁକ୍ତ କରି ଡ଼ାକଘର ପୁନଃ ଖୋଲାଯିବ ବୋଲି କଟକ ଡ଼ାକ ଅଧିକ୍ଷକ ସୁବାଷ ଚନ୍ଦ୍ର ବାରିକ କହିଛନ୍ତି ।

ଓଡିଶା ଡଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ଢିଙ୍କିଆ, ପୋସ୍କୋ, ବିଶେଷ, ମୁଖ୍ୟ ଖବର

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା