Tag Archives: ନବ କଳେବର

ଧର୍ମ

ନୂତନ ବିଗ୍ରହରେ ସଂସ୍ଥାପିତ ହେଲେ ବ୍ରହ୍ମ

ବ୍ରହ୍ମ ପରିବର୍ତ୍ତନ ଭଳି ଏକ ଅତ୍ୟନ୍ତ ସମ୍ବେଦନଶୀଳ ନୀତିକୁ ଯେପରି କେହି ଦେଖିନପାରିବେ ସେଥିଲାଗି ସମସ୍ତ ପ୍ରକାର ସର୍ତକତା ମୂଳକ ପଦକ୍ଷେପ ପ୍ରଶାସନ ଗ୍ରହଣ କରିଥିଲା ।

ବିସ୍ତୃତ
ଧର୍ମ

ପୁରାତନ ବିଗ୍ରହଙ୍କ ତ୍ରୟୋଦଶାହରେ ଭକ୍ତଙ୍କ ପାଇଁ ମହାପ୍ରସାଦ

ଦାନ ଦେବା ପାଇଁ ଆଗ୍ରହୀ ବ୍ୟକ୍ତି ବା ଅନୁଷ୍ଠାନ ଇଣ୍ଡିଆନ ବ୍ୟାଙ୍କ ଗ୍ରାଣ୍ଟ ରୋଡ ପୁରୀ ଆକାଉଣ୍ଟ ନମ୍ବର : ୪୯୧୭୧୧୩୦ , ଆଇଏଫଏସସି କୋଡ : ଆଇଡିଆଇବି୦୦୦ପି୦୫୭ ରେ ଆଡମିନିସଟ୍ରେଟର ଶ୍ରୀ ଜଗନ୍ନାଥ ଟେମ୍ପଲ, ପୁରୀ ( Administrator Sri jagannath temple, account number : 49171130, Indian Bank , Grand Road Puri, IFSC code IDIB 000Po57 ) ନାଁରେ ଜମା କରିପାରିବେ ।

ବିସ୍ତୃତ
ସୂଚନା ପ୍ରଯୁକ୍ତି

ନବ କଳେବର ଟ୍ରାଫିକ ସୁପରିଚାଳନା ପାଇଁ ପୋଲିସର ମୋବାଇଲ ଆପ୍

ତାଜା ତଥ୍ୟ ଅପଲୋଡ କରିବା ପାଇଁ ଟ୍ରାଫିକ ବ୍ୟବସ୍ଥାରେ ନିୟୋଜିତ ଥିବା ପୋଲିସ ଅଧିକାରୀ ମାନଙ୍କୁ ଟ୍ୟାବ ପ୍ରଦାନ କରାଯିବାପାଇଁ ବିଚାର କରାଯାଉଛି । ପୋଲିସ ଆଇଜି ସଂଜୀବ ପଣ୍ଡା ଦିନିକିଆ ପୁରୀ ଗସ୍ତ ରେ ଯାଇ ସେଠାରେ ପୋଲିସ କାର୍ଯ୍ୟଳୟରେ ଟ୍ରାଫିକ ନିୟନ୍ତ୍ରଣ ଉପରେ ସମୀକ୍ଷା କରି ଏହା କହିଛନ୍ତି ।

ବିସ୍ତୃତ
ରାଜନୀତି

ନବକଳେବର କାର୍ଯ୍ୟରେ ଅବେହେଳା ଯୋଗୁଁ ନିର୍ବାହୀଯନ୍ତ୍ରୀ ନିଲମ୍ବିତ

ନବକଳେବର ଉପଲକ୍ଷେ ଚଳିତ ବର୍ଷ ଜୁଲାଇରେ ତାଙ୍କୁ ପୁରୀର ଜଳ ପରିମଳ ଓ ସ୍ଵେରେଜର ପ୍ରକଳ୍ପ କାର୍ଯ୍ୟ ନିର୍ବାହି ଅଧିକାରୀ ଭାବେ ରାଜ୍ୟ ସରକାର ନିଯୁକ୍ତି କରିଥିଲେ।

ବିସ୍ତୃତ
ଧର୍ମ

ନବକଳେବର ଉପଲକ୍ଷେ ଦୁଇଶହ ସ୍ଵତନ୍ତ୍ର ଟ୍ରେନ

ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିବାକୁ ନବକଳେବର କୁହାଯାଇଥାଏ । ବିଧି ଅନୁସାରେ ଯେଉଁ ବର୍ଷ ଓଡିଆ ପାଞ୍ଜିରେ ବର୍ଷକୁ ଦୁଇଟି ଆଷାଢ଼ ମାସ ବା ଯୋଡା ଆଷାଢ଼ ପଡେ, ସେଇ ବର୍ଷ ମହାପ୍ରଭୁଙ୍କ ନବକଳେବର ହୋଇଥାଏ ।

ବିସ୍ତୃତ
ଧର୍ମ

ଶ୍ରଦ୍ଧାଳୁଙ୍କ ହରିବୋଲ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଦାରୁ ଛେଦନ କାର୍ଯ୍ୟ ସଂପନ୍ନ

ଚାରିଘଣ୍ଟାରେ ରାତି ପ୍ରାୟ ଆଠଟା ପନ୍ଦର ସମୟରେ ମହାଦାରୁ ଭୂମିସ୍ପର୍ଶ କରିଥିଲା । ଦାରୁ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଖରିପଡିଆରେ ଏକତ୍ରିତ ହୋଇ ଥିଲେ । ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଥିଲା ।

ବିସ୍ତୃତ