• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ପିପିଲି ଗଣବଳାତ୍କାର

ଗଣବଳାତ୍କାର: ସିବିଆଇ ତଦନ୍ତ ଦାବିରେ ଧାରଣା

February 18, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ଏବଂ ଚନ୍ଦନପୁର ନାବାଳିକା ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ଶନିବାର ଓଡ଼ିଶା ଗଣ ସମାଜ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି ।

ଏହି ଧାରଣାରେ ବିଭିନ୍ନ ଅଣ ବିଜେଡ଼ି ରାଜନୈତିକ ଦଳର ନେତା, ମହିଳା ସଂଗଠନ, ସିଭିଲ
ସୋସାଇଟି, ଯୁବକ ତଥା ଛାତ୍ର ସଂଗଠନର କର୍ମକର୍ତାମାନେ ଯୋଗ ଦେଇଥିଲେ ।

ଉଭୟ ଘଟଣାର ସିବିଆଇ ତଦନ୍ତ ସହ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବହିସ୍କାର ଏବଂ କେନ୍ଦ୍ରାଂଚଳ
ଡ଼ିଆଇଜିଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି ।

ଗଣ ସମାଜର ପ୍ରଶାନ୍ତ ପଟ୍ଟନାୟକ, ରବି ଦାସ, କଂଗ୍ରେସର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଜେପିର
ଅଶୋକ ସାହୁ, ସିପିଆଇର ଦିବାକର ନାୟକ, ସିପିଆଇଏମ୍ର ସୁରେଶ ପାଣିଗ୍ରାହୀ ଓ ଅନ୍ୟମାନେ ରାଜଭବନରେ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପିପିଲି ଗଣବଳାତ୍କାର, ରାଜଭବନ

ବଳାତ୍କାର : ପୋଲିସକୁ ଦାୟୀ କଲେ ଜାତୀୟ ମହିଳା କମିଶନ

February 17, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ଅଭିଯୋଗ ଉପରେ ଜାତୀୟ ମହିଳା କମିଶନ ତାଙ୍କର ରିପୋର୍ଟ ପ୍ରଦାନ କରିଥିବା ବେଳେ ଏଥିରେ ପୋଲିସକୁ ଦାୟୀ କରିଛନ୍ତି ।

ଏଫ୍ଆଇଆର୍ ନଥିବାରୁ ପୀଡ଼ିତାଙ୍କ ଡ଼ାକ୍ତରୀ ଚିକିତ୍ସା ଠିକ୍ ଭାବେ ହୋଇ ନାହିଁ ବୋଲି କମିଶନ ଅଧ୍ୟକ୍ଷା ମମତା ଶର୍ମା ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।

ଡ଼ାକ୍ତରୀ ଅନୁଷ୍ଠାନ ଗୁଡ଼ିକ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ପୀଡ଼ିତାଙ୍କୁ ବାରମ୍ବାର ସ୍ଥାନାନ୍ତର କରାଯାଇଛି, ସେ କହିଛନ୍ତି ।

ମହିଳା ମାନଙ୍କ ପ୍ରତି ହେଉଥିବା ହିଂସା ଘଟଣାରେ ତୁରନ୍ତ ଏଫ୍ଆଇଆର୍ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ଓ ମହିଳାଙ୍କୁ ନେଇ ଗୋଷ୍ଠୀ ଗଠନ କରିବାକୁ ସେ ରିପୋର୍ଟରେ ଦର୍ଶାଇଛନ୍ତି ।

ସେହିପରି ଥାନା ଗୁଡ଼ିକରେ ଥିବା ମହିଳା ଓ ଶିଶୁ ଡ଼େସ୍କକୁ କଡ଼ାକଡ଼ି କରିବାକୁ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଏହି ଘଟଣାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ତରବରିଆ ଭାବେ ରିପୋର୍ଟ ଦେବା ଠିକ୍ ହୋଇ ନାହିଁ ବୋଲି ସେ କହିଛନ୍ତି ।

ଗତ ୨/୩ ତାରିଖରେ କମିଶନ ସଦସ୍ୟ ସଚିବ ଅନୀତା ଅଗ୍ନିହୋତ୍ରୀ ଓଡ଼ିଆ ଆସି ଗଣବଳାକାର ଘଟଣାର ଅନୁଧ୍ୟାନ କରିଥିଲେ ଏବଂ ପରେ ସେ ତାଙ୍କର ରିପୋର୍ଟ ଜାତୀୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ପ୍ରଦାନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଜାତୀୟ ମହିଳା, ପିପିଲି ଗଣବଳାତ୍କାର

ଗଣବଳାତ୍କାର: କମିଶନଙ୍କ ରିପୋର୍ଟ ବିରୋଧରେ ଆନ୍ଦୋଳନ

February 7, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ଘଟଣାରେ ରାଜ୍ୟ ମହିଳା କମିଶନ ଦେଇଥିବା ରିପୋର୍ଟକୁ ବିରୋଧ କରି ମଙ୍ଗଳବାର ଭୁବନେଶ୍ୱରରେ ଆନ୍ଦୋଳନ କରାଯାଇଛି ।

କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀଙ୍କ ଇସ୍ତଫା ଦ।ବିରେ ରାଜ୍ୟ ମହିଳା କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ମହିଳା ଶାଖା ପକ୍ଷରୁ ଭିନ୍ନଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କମିଶନ ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ରିପୋର୍ଟର ନକଲକୁ ସେମାନେ ପୋଡ଼ି ଦେଇଛନ୍ତି ।

ଅନ୍ୟପକ୍ଷରେ ଏହି ଘଟଣା ନେଇ ସିପିଆଇ, ସିପିଏମ୍, ଆର୍ଜେଡ଼ି ଫରୱାର୍ଡ଼ବ୍ଲକ, ସମାଜବାୀ ପାର୍ଟୀ ପ୍ରମୁଖ ଦଳର ନେତାମାନେ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କୁ ସାକ୍ଷାତ କରି ପାଣିଗ୍ରାହୀଙ୍କ ଇସ୍ତଫା ଦ।ବି କରିଛନ୍ତି ।

ପୀଡ଼ିତାଙ୍କୁ ଗଣବଳାତ୍କାର କରାଯାଇନଥିବା ଦର୍ଶାଇ କମିଶନ ଅଧ୍ୟକ୍ଷା ଗତ ଗୁରୁବାର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ।

ଡ଼ାକ୍ତରମାନେ ଠିକ୍ ଭାବେ ଚିକିତ୍ସା କରିଥିଲେ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହୋଇନଥାନ୍ତା ଉଲ୍ଲେଖ କରି ଚିକିତ୍ସାରେ ଅବହେଳା କରିଥିବା ଡ଼ାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ସୁପାରିଶ କରିଥିଲେ ।

ତେବେ କମିଶନଙ୍କ ଏଭଳି ରିପୋର୍ଟକୁ ନେଇ ବିଭିନ୍ନ ରାଜନୈତିକ ଦଳ ଏବଂ ଅନୁଷ୍ଠାନ ପକ୍ଷରୁ ଏହାର ତୀବ୍ର ବିରୋଧ କରାଯାଇଛି ।

ଭୁବନେଶ୍ୱର ଠାରୁ ଦଶ କିମି ଦୂର ଅର୍ଜୁନଗଡ଼ା ଗ୍ରାମ ନିକଟରେ କେତେକ ଲୋକ ଗତ ନଭେମ୍ବର ୨୮ରେ ସଂପୃକ୍ତ ଯୁବତୀଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଯୁବତୀ ଜଣକ ବର୍ତମାନ କଟକ ବଡ଼ ଡ଼ାକ୍ତରଖାନାରେ କୋମା ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଆନ୍ଦୋଳନ, ପିପିଲି ଗଣବଳାତ୍କାର

ପୀଡ଼ିତାଙ୍କ ପରିବାରକୁ ଭେଟିଲେ ମହିଳା କମିଶନ ପ୍ରତିନିଧି

February 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ଘଟଣାର ଅନୁଧ୍ୟାନ କରିବା ପାଇଁ ଆସିଥିବା ଜାତୀୟ ମହିଳା କମିଶନ ସଦସ୍ୟ ସଚିବ ଅନୀତା ଅଗ୍ନିହୋତ୍ରୀ ଶୁକ୍ରବାର ଅର୍ଜୁନଗେ।।ଗସ୍ତ କରି ପୀଡତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ।

ସେ ପରିବାର ଲୋକଙ୍କ ସହିତ ଏବିଷୟରେ ଆଲୋଚନା କରି ଘଟଣା ବିଷୟରେ ପଚାରି ବୁଝିବା ସହ ଘଟଣାସ୍ଥଳ ବୁଲି ଖେିଛନ୍ତି ।

ପରିବାର ବର୍ଗଙ୍କ ସହିତ ଆଲୋଚନା କରିବା ପରେ ପୀଡ଼ିତା ଅଚେତ ଅବସ୍ଥାରେ ପଡିଥିବା ସ୍ଥାନକୁ ସେ ଯାଇଥିଲେ ଏବଂ ପରେ ପିପିଲି ଥାନାକୁ ଆସି ପୋଲିସ ଅଧିକାରୀଙ୍କ ସହ ଅଲୋଚନା କରିଥିଲେ ।

ଦୋଷୀଙ୍କୁ ଦଣ୍ଡ ମିଳିବା ସହ ପୀଡ଼ିତା ନ୍ୟାୟ ପାଇବେ ବୋଲି ସେ ପ୍ରତିଶ୍ରୁତି ଦେଇଥିବା ପୀଡିତାଙ୍କ ମା’ ଗଣମାଧ୍ୟମକୁ କହିଛନ୍ତି । ସଂପୃକ୍ତ ଘଟଣାର ସବିଶେଷ ତଥ୍ୟ ସେ କମିଶନଙ୍କ ନିକଟରେ ଦଶଦିନ ମଧ୍ୟରେ ଉପସ୍ଥାପନ କରିବେ ବୋଲି ଅଗ୍ନିହୋତ୍ରୀ ସାମ୍ବାଦିକଙ୍କୁ କହିଥିଲେ ।

ସେ ଗୁରୁବାର ଭୁବନେଶ୍ୱରରେ ପହଂଚିବା ପରେ କଟକ ଡ଼ାକ୍ତରଖାନା ଯାଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ଏବଂ ହସ୍ପିଟାଲ କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ପିପିଲି ଗଣବଳାତ୍କାର, ମହିଳା କମିଶନ

ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବିଶେଷଜ୍ଞ ଦଳ ଓଡ଼ିଶାରେ

January 28, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୮(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ପୀଡ଼ିତା ଯୁବତୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଶନିବାର ନୂଆଦିଲ୍ଲୀ ସ୍ଥିତ ଏମ୍ସର ଏକ ବିଶେଷଜ୍ଞ ଦଳ ଓଡ଼ିଶାରେ ପହଂଚିଛନ୍ତି ।

ଫରେନ୍ସିକ ମେଡ଼ିସିନ୍, ମହିଳା ଓ ପ୍ରସୂତି, ଡ଼ିଏନ୍ଏ ଏବଂ ଟକ୍ସିକୋଲୋଜି ବିଭାଗର ଚାରି ଜଣିଆ ବିଶେଷଜ୍ଞ ଦଳ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ରାଜ୍ୟର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ପିପିଲି ଅର୍ଜୁନଗୋଡ଼ା ଗ୍ରାମର ୧୯ ବର୍ଷ ବୟସ୍କା ଯୁବତୀଙ୍କୁ ଗତ ନଭେମ୍ବରରେ କେତେକ ଲୋକ
ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା ।

ଏହି ଅଭିଯୁକ୍ତମାନେ ତାଙ୍କୁ ପୂର୍ବରୁ ୨୦୦୮ରେ ମଧ୍ୟ ଦୁର୍ବ୍ୟବହାର କରିଥିବା ଯୁବତୀଙ୍କ ଘରଲୋକେ
ଅଭିଯୋଗ କରିଛନ୍ତି ।

ସଂପୃକ୍ତ ଯୁବତୀଙ୍କୁ ଏକ ଡ଼ାକ୍ତରଖାନରେ ଚିକିତ୍ସା କରିବାକୁ ମନା କରିିଦିଆଯାଇଥିବା ଅଭିଯୋଗ ହୋଇଥିଲା । ପରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ଏସଂପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା ।

ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା । ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ପରେ ଗତ ୧୯ ତାରିଖରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଇସ୍ତଫା ଦେଇଥିଲେ ।

ବର୍ତମାନ କ୍ରାଇମବ୍ରାଂଚ ପୋଲିସ ଏବଂ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହି ଘଟଣାର ତଦନ୍ତ କରୁଛନ୍ତି । ଏହି ଘଟଣାରେ କ୍ରାଇମବ୍ରାଂଚ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କର ପଲିଗ୍ରାଫ କରୀକ୍ଷା କରିଛି ।

“”କ୍ରାଇମବ୍ରାଂଚ ଏହି ବିଶେଷଜ୍ଞ ଦଳଙ୍କୁ ଆସିବା ପାଇଁ ଅନୁରୋଧ କରିଥିଲେ । ସେମାନେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ଏବଂ ସେମାନେ ଏସଂପର୍କରେ ରିପୋର୍ଟ ପ୍ରଦାନ କରିବେ” ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ପିପିଲି ଗଣବଳାତ୍କାର, ପୀଡ଼ିତା

ପୁରୀ ଏସ୍ପିଙ୍କ ବଳି, ନିଲମ୍ବିତ ଆଇଆଇସି ବହିଷ୍କୃତ

January 24, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୪(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ଘଟଣାରେ ଚର୍ଚ୍ଚାର ପରିସରକୁ ଆସିଥିବା ପୁରୀ ଏସ୍ପି ଅମିତେନ୍ଦ୍ରନାଥ ସିହ୍ନାଙ୍କୁ ମଙ୍ଗଳବାର ସରକାର ବଳି କରିଥିବା ବେଳେ ନିଲମ୍ବିତ ପିପିଲି ଥାନା ଆଇଆଇସିଙ୍କୁ ବହିଷ୍କାର କରାଯାଇଛି ।

ପଂଚାୟତ ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହୋଇଥିବାରୁ ରାଜ୍ୟ ନିର୍ବାଚନ କମିଶନଙ୍କ ଅନୁମତି ପରେ ସିହ୍ନାଙ୍କୁ ଏସ୍ଓଜି କମାଣ୍ଡେଂଟ ଭାବେ କୋରାପୁଟ ବଳି କରାଯାଇଛି ।

ସେହିପରି କୋରାପୁଟ ଏସ୍ପି ଅନୂପ କୁମାର ସାହୁଙ୍କୁ ପୁରୀ ଏସ୍ପି ଏବଂ ଏସ୍ଓଜି କମାଣ୍ଡେଂଟ ଅବିନାଶ କୁମାରଙ୍କୁ କୋରାପୁଟ ଏସ୍ପି ଭାବେ ବଳି କରାଯାଇଛି ।

ପିପିଲି ଗଣବଳାତ୍କାର ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେବା ଯୋଗୁଁ ଏସ୍ପିଙ୍କ କାର୍ଯ୍ୟକଳାପ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

କର୍ତବ୍ୟରେ ଅବହେଳା କରିଥିବାରୁ ତତ୍କାଳୀନ ପିପିଲି ଥାନା ଅଧିକାରୀ ଅମୂଲ୍ୟ ଚମ୍ପତିରାୟଙ୍କୁ ପୋଲିସ ମହାନିର୍ଦ୍ଦେଶକ ମନମୋହନ ପ୍ରହରାଜ ଚାକିରିରୁ ବହିଷ୍କୃତ କରିଛନ୍ତି । ସମ୍ବିଧାନର ୩୧୧ ଅନୁଯାୟୀ ଏଭଳି ପଦକ୍ଷେପ ନିଆଯାଇଥିବା ପ୍ରହରାଜ କହିଛନ୍ତି ।

ପିପିଲି ଗଣବଳାତ୍କାର ମାମଲାରେ ଚମ୍ପତିରାୟ ପିଡ଼ୀତାଙ୍କ ପକ୍ଷରୁ ରୁଜୁ କରାଯାଇଥିବା ଏତଲା ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ପିପିଲି ଗଣବଳାତ୍କାର

ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନ ଆଗରେ ବିକ୍ଷୋଭ

January 16, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ଜାନୁୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ଘଟଣାର ସିବିଆଇ ତଦନ୍ତ ଦ।ବିରେ ଜବାହରଲାଲ ନେହେରୁ ବିଶ୍ୱବ୍ୟିାଳୟର କଂଗ୍ରେସ ଛାତ୍ର ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆଦିଲ୍ଲୀ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଛାତ୍ର ସଂଗଠନ ସଭାପତିଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଏକତ୍ରିତ ହୋଇ ବିଭିନ୍ନ ସ୍ଲୋଗାନ ଦେଇଥିଲେ ।

ପ୍ରଥମେ ଆବାସିକ କମିଶନର ଛାତ୍ରଛାତ୍ରୀଙ୍କୁ ସାକ୍ଷାତ କରିବାକୁ ଆସିଥିବା ବେଳେ ସେମାନେ ତାଙ୍କୁ ଦ।ବିପତ୍ର ଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହିଁଥିଲେ ।

ପରେ ମୁଖ୍ୟମନ୍ତ୍ରୀ ବାହାରକୁ ଆସି ସେମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ପିପିଲି ଘଟଣାର ସିବିଆଇ ତଦନ୍ତ ପାଇଁ ଛାତ୍ରଛାତ୍ରୀମାନେ ଦ।ବି କରିଥିଲେ । ଏହି ଘଟଣାରେ କୃଷିମନ୍ତ୍ରୀଙ୍କ ନାମ ଉଠିଥିବାରୁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରିବାକୁ ସେମାନେ ଦ।ବି କରିଥିଲେ ।

ତେବେ ଘଟଣାରେ ସଂପୃକ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଜବାହରଲାଲ ନେହେରୁ ବିଶ୍ୱବ୍ୟିାଳୟ, ପିପିଲି ଗଣବଳାତ୍କାର

ଗଣବଳାତ୍କାର ପ୍ରତିବାଦରେ ଭୁବନେଶ୍ୱରରେ ବିଶାଳ ର୍ୟାଲି

January 16, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ପ୍ରତିବାରେ ସୋମବାର ଭୁବନେଶ୍ୱରରେ ଏକ ବିଶାଳ ର୍ୟାଲିର ଆୟୋଜନ କରାଯାଇଛି ।

ଓଡ଼ିଶା ଗଣ ସମାଜ ପକ୍ଷରୁ ଆୟୋଜିତ ଏହି ର୍ୟାଲିରେ ବିରୋଧୀ କଂଗ୍ରେସ, ଭାରତୀୟ ଜନତା ପାର୍ଟି, ସିପିଆଇ, ସିପିଏମ୍ ଆଦି ରାଜନୈତିକ ଦଳ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା, କଳାକାର, ସାମ୍ବାିକ ଏବଂ ସାଧାରଣ ନାଗରିକମାନେ ସାମିଲ ହୋଇଛନ୍ତି ।

ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କୃଷିମନ୍ତ୍ରୀ ପ୍ରଦୀପ ମହାରଥିଙ୍କ କୁଶପୁତ୍ତଳିକା ଦ।ହ କରିବା ସହ ସଂପୃକ୍ତ ଯୁବତୀଙ୍କୁ ନ୍ୟାୟ ଦେବା ରେ ବିଫଳ ହୋଇଥିବା ଦର୍ଶାଇ ବିଭିନ୍ନ ସ୍ଲୋଗାନ ଦେଇଥିଲେ ।

ସେମାନେ ମାଷ୍ଟରକ୍ୟାନ୍ଟିନ୍ ଠାରେ ଏକତ୍ରିତ ହୋଇ ର୍ୟାଲିରେ ବାହାରି ପିଏମ୍ଜି ଛକରେ ପହଂଚିବା ପରେ ଏକ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦ।ବି ପତ୍ର ଦେଇଛନ୍ତି ।

ଘଟଣା ବିଚାରବିଭାଗୀୟ ତଦନ୍ତ ପରିବର୍ତେ ସିବିଆଇ ତଦନ୍ତ, ତତ୍କାଳୀନ ପିପିଲି ଥାନା ଅଧିକାରୀଙ୍କୁ ଗିରଫ ଏବଂ ପୀଡ଼ିତାଙ୍କୁ ଏକ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦ।ବିପତ୍ରରେ ଉଲ୍ଲେଖ କରାଯାଇଛି ।

ସୂଚନାଯୋଗ୍ୟ, ପିପିଲି ଥାନା ଅର୍ଜୁନଗା ଗାଁର ସଂପୃକ୍ତ ଯୁବତୀଙ୍କୁ ଗତ ନଭେମ୍ବର ୨୮ରେ ଗଣବଳାକ୍ରାର ପରେ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପିପିଲି ଗଣବଳାତ୍କାର

ଗଣବଳାତ୍କାର ମାମଲାରେ ଆଉ ଜଣେ ଗିରଫଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

January 16, 2012 by ଓଡିଶା ଡଟ କମ Leave a Comment

 

ଭୁବନେଶ୍ୱର, ଜାନୁୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ମାମଲାରେ କ୍ରାଇମବ୍ରାଂଚ ପୋଲିସ ସୋମବାର ଆଉ ଜଣଙ୍କୁ ଗିରଫ କରିଛି ।

କ୍ରାଇମବ୍ରାଂଚର ସ୍ୱତନ୍ତ୍ର ଦଳ ପିପିଲିରେ ଚଢାଉ କରି ଅନ୍ୟତମ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁକୁ ତା’ର ମାଉସୀ ଘରୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଓରଫ ପଶେଇକୁ ଗତକାଲି କ୍ରାଇମବ୍ରାଂଚ ପୋଲିସ ଜଟଣୀ ଷ୍ଟେସନ ନିକଟରୁ ଗିରଫ କରିଥିଲା । କଟକରେ ଆଜି ତା’ର ଡ଼ାକ୍ତରୀ ପରୀକ୍ଷା କରାଯାଇଛି । ଶନିବାର ଅଭିଯୁକ୍ତ ମାନଙ୍କ ଫଟୋ କ୍ରାଇମବ୍ରାଂଚ ଜାରି କରିଥିଲା ।

ଗିରଫଦାରି ପରେ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟାଦୁଇରେ ପହଂଚିଛି । ଅନ୍ୟ ଦୁଇ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଚାରୋଟି ସ୍ୱତନ୍ତ୍ର ଦଳ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି ।

ପିପିଲି ଥାନା ଅର୍ଜୁନଗା ଗାଁର ସଂପୃକ୍ତ ଯୁବତୀଙ୍କୁ ଗତ ନଭେମ୍ବର ୨୮ରେ ଗଣବଳାକ୍ରାର ପରେ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଘଟଣାର ପରଦିନ ପରିବାର ଲୋକେ ପିପିଲି ଥାନାରେ ତିନି ତିନିଥର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଭିଯୋଗ ରଖିନଥିଲା ।

ତେବେ ଗତ ଶନିବାର ପୀଡ଼ିତାଙ୍କୁ ସାଙ୍ଗରେ ନେଇ ତାଙ୍କ ପରିବାର ଲୋକେ ମହିଳା କମିଶନଙ୍କ
ନିକଟରେ ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ପିପିଲି ଗଣବଳାତ୍କାର

ପିପିଲି ଗଣବଳାତ୍କାର: ଅଭିଯୁକ୍ତଙ୍କ ଫଟୋ ଜାରି

January 14, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ପିପିଲି ଗଣବଳାତ୍କାର ଘଟଣାର ମୁଖ୍ୟଅଭିଯୁକ୍ତଙ୍କ ସମେତ ଚାରିଙ୍କ ଫଟୋ ପ୍ରକାଶ ପାଇଛି ।

କ୍ରାଇମବ୍ରାଂଚ ପକ୍ଷରୁ ଶନିବାର ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ପ୍ରଶାନ୍ତ ପ୍ରଧାନ, ସୁକାନ୍ତ ପ୍ରଧାନ ଓରଫ ଆବୁଆ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓରଫ ଗୁନା ଓ ପ୍ରେମାନନ୍ଦ ନାୟକଙ୍କ ଫଟୋ ଜାରି କରାଯାଇଛି ।

ପ୍ରଶାନ୍ତର ଘର ପିପିଲି ଥାନା ଅନ୍ତର୍ଗତ ପପରଙ୍ଗା ଗ୍ରାମରେ ହୋଇଥିବା ବେଳେ ପୂର୍ଣ୍ଣଚନ୍ଦ୍ର ଏବଂ ପ୍ରେମାନନ୍ଦର ଘର ଅର୍ଜୁନଗଡ଼ା ଗ୍ରାମରେ ।

ସେମାନଙ୍କ ସଂପର୍କରେ ସୂଚନା ବୋ ପାଇଁ ଫୋନ୍ ନମ୍ବର ୦୬୭୧-୨୩୦୪୩୧୪ରେ ଅବଗତ କରାଇବା ପାଇଁ କ୍ରାଇମବ୍ରାଂଚ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

କ୍ରାଇମ୍ ବ୍ରାଞ୍ଚ ଗତ ୯ ତାରିଖରେ ଏହି ଘଟଣାର ତଦନ୍ତ ଦ।ୟୀତ୍ୱ ଦିଆଯାଇଥିଲା । ଜଣେ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ୩ଜଣ ଡ଼ିଏସ୍ପି ଏହି ଘଟଣାର ତଦନ୍ତ କରୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କ୍ରାଇମବ୍ରାଂଚ, ପିପିଲି ଗଣବଳାତ୍କାର

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା