ପୁରୀ

ବଡ଼ଦାଣ୍ଡରେ ରଥକାଠ ଅନୁକୂଳ, ମହାପ୍ରଭୁଙ୍କ ରଥ ନିର୍ମାଣର ପ୍ରଥମ ପରମ୍ପରା

ପୁରୀ, ଫେବ୍ରୁଆରୀ ୧୦(ଲୋକାଲ ୱାୟାର): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରବିବାର ଶ୍ରୀପଞ୍ଚମୀ ଅବସରରେ ବଡ଼ଦାଣ୍ଡରେ ରଥ ନିର୍ମାଣର ପ୍ରଥମ ପରମ୍ପରା ସ୍ୱରୂପ ରଥକାଠ ଅନୁକୂଳ ପୂଜା ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି । ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ୩ଖଣ୍ଡ ଧଉରା କାଠର ପୂଜାର୍ଚ୍ଚନା ହୋଇଥିଲା ।…

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉ (ଚିଠି ପତ୍ର)

ଶ୍ରୀମନ୍ଦିରର ସିଂହଦ୍ୱାର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବୁଢିଆଣୀ ଓ ବାଦୁଡ଼ି ଓ ଚେମିଣୀ ମାନଙ୍କ ଜାଲ ଓହଳିଥିବା ମୁ ଦେଖିଥିଲି। ଠିକ ସେହି ପରି କେତେକ ସ୍ଥାନରେ ପାରା ମଳତ୍ୟାଗ କରିଥିବା ଦେଖିବାକୁ ପାଇଥିଲି । ସେ ସବୁ ନିୟମିତ ସଫା କରିବାର ଆବଶ୍ୟକତା ରହିଛି ।

ଶ୍ରୀଜଗନ୍ନାଥ, ଜଗମୋହନ ଓ ଓଡ଼ିଶା ରାଜନୀତି

ଗତ ବର୍ଷେ ଭିତରେ ଜଗନ୍ନାଥଙ୍କୁ ନେଇ କେତେ କଥା ଆମେ ଚିନ୍ତା କରି ସାରିଲେଣି । ପ୍ରଥମେ ନବ କଳେବରର ଉତ୍ତେଜନା ଆସିଲା ଓ ଗଲା । ନବକଳେବର ସମୟରେ ଭିତ୍ତିଭୂମିର ନିର୍ମାଣ ପାଇଁ ହଜାର ହଜାର କୋଟି ଟଙ୍କା ପାଣି ଭଳି ବୁହାଇ ଦିଆଗଲା । ତା'ର ହିସାବ ମାଗିବାକୁ କାହାର ସାହସ ନାହିଁ!

ନବ କଳେବର ଘୋଷ ଯାତ୍ରା ପାଇଁ ପୁରୀ ଲୋକାରଣ୍ୟ

ସକାଳୁ ସମସ୍ତ ରୀତି ନୀତି ଆରମ୍ଭ ହୋଇଥିବା ବେଳେ, କୋହଲା ପାଗ ଯୋଗୁଁ ଅପରାହ୍ନ ସୁଦ୍ଧା ଭକ୍ତଙ୍କ ସଂଖ୍ୟା ବଢିବାର ସମ୍ଭାବନା ଥିବା ଦୃଷ୍ଟିରୁ ପ୍ରଶାନ ଓ ପୁଲିସ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ।

ନବକଳେବର ରଥ ଯାତ୍ରା ପୂର୍ବରୁ ବୁଲା ଗାଈ-ଗୋରୁଙ୍କ ସ୍ଥାନାନ୍ତର

ପୁରୀ ସହରରେ ପ୍ରାୟ ଦୁଇହଜାର ଗାଈଗୋରୁ ରହିଥିବା ବେଳେ ପ୍ରତିଦିନ ପଞ୍ଚାଶହରୁ ଊର୍ଦ୍ଧ୍ଵ ବଡଦାଣ୍ଡରେ ବୁଲାବୁଲି କରୁଥିବା ଦେଖା ଯାଇଥାଏ । ଏହା ଫଳରେ ଯାତ୍ରୀ ଓ ପର୍ଯ୍ୟଟକ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପୁଲିସକୁ ଟ୍ରାଫିକ ନିୟନ୍ତ୍ରଣ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ ।

ନବକଳେବର ଉପଲକ୍ଷେ ପୁରୀରେ ୱାଇଫାଇ ସେବାର ଶୁଭାରମ୍ଭ

୩୦ମିନିଟ ପରେ ଉପଭୋକ୍ତା ୱାଇଫାଇ ସେବା ବ୍ୟବହାର କରିବା ପାଇଁ ଚାହିଁଲେ ବିଏସଏନଏଲର ପ୍ଳାନ ଅନୁସାରେ ୩୦, ୫୦, ୯୦ ଓ ୧୫୦ ଟଙ୍କା ଦେଇ ଯଥାକ୍ରମେ ୩୦, ୬୦, ୧୨୦ମିନିଟ କିମ୍ବା ଗୋଟିଏ ଦିନ ପାଇଁ ଏହି ସେବା ପ୍ରାପ୍ତ କରିପାରିବେ । ବିଏସଏନଏଲ ର ଅଧକ୍ଷ ଓ ପ୍ରବନ୍ଧ ନିର୍ଦେଶକ ଅନୁପମ ଶ୍ରୀବାସ୍ତବ…

This website uses cookies.