ଓଡିଶା ଡଟ କମ ସମ୍ବାଦଦାତା
ଭୁବନେଶ୍ଵର,ମଇ ୨୫ (ଓଡିଶା ଡଟ କମ) : ରାଜଧାନୀ ଭୁବନେଶ୍ଵର ସମେତେ ପୁରୀ, ଖୋର୍ଦ୍ଦା, ନିମାପଡା ଆଦି ସ୍ଥାନରେ ଆସନ୍ତା କିଛିଦିନ ଯାଏ ବିଦୁତ କାଟ ହେବା ସହ ବିଦୁତ କାଟର ସମୟ ସୀମା ବଢିବ ବୋଲି, ବିଦ୍ୟୁତ ପରିବହନ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ସୂଚନା ଦିଆଯାଇଛି ।
ଶନିବାର ଦିନ ନରେନ୍ଦ୍ରପୁର-ଖୋର୍ଦ୍ଦା ଓ ନରେନ୍ଦ୍ରପୁର-ମେଣ୍ଢାଶାଳର ନାଚୁଣୀ ଠାରେ ଦୁଇଟି ଟାୱାର ଲାଇନ ଭାଙ୍ଗି ଯାଇଥିବାରୁ ଖୋର୍ଦ୍ଦା, ମେଣ୍ଢାଶାଳ ଅଞ୍ଚଳକୁ ବିଦ୍ୟୁତ ସରବରାହ ବନ୍ଦ ଘଟିଛି । ଏହି ଟାୱାର କାମ ଶେଷ ହେବାପାଇଁ ପ୍ରାୟ ପାଞ୍ଚ ଦିନ ଲାଗିବ ବୋଲି ଓପିଟିସିଏଲ ପକ୍ଷରୁ କୁହାଯାଇଛି।
ଭୁବନେଶ୍ଵରରେ ପ୍ରାୟ ୨୫୦ ରୁ ୩୧୫ ମେଗାୱାଟ ବିଦ୍ୟୁତ ଆବଶ୍ୟକ ହେଉଥିବା ବେଳେ ନାଚୁଣୀ ଠାରେ ଟାୱାର ଲାଇନ ଭାଙ୍ଗିଥିବାରୁ ୫୦ ରୁ ୬୦ ମେଗାୱାଟ ବିଦ୍ୟୁତ ଯୋଗାଣ କମିଯିବ । ଏହିସ୍ଥଳରେ ବିଦ୍ୟୁତ କାଟ କରିବାକୁ ପଡିବ ବୋଲି ଗ୍ରୀଡ୍କୋ ତରଫରୁ କୁହାଯାଇଛି।
ଓଡିଶା ଡଟ କମ