ଓଡିଶା ନ୍ୟୁଜ/ Odisha News

Tag Archives: ପୁରୀ

ମାନବାଧିକାର

ଶିଶୁକୁ କୁକୁର ଖାଇଥିବା ଅଭିଯୋଗ ଉପରେ ସାନି ତଦନ୍ତ ନିର୍ଦେଶ

ଏହି ଶିଶୁଟି କାହାର ଓ କୁକୁର ଆକ୍ରମଣରେ ଏହାର ମୃତ୍ୟୁ ଘଟିଛି କି ନାହିଁ ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନଥିଲା । ଏଭଳି ଘଟଣା ମାନବିକ ଅଧିକାରର ଖୋଲା ଉଲଂଘନ ବୋଲି ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ୧୪ ତାରିଖରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ।

ବିସ୍ତୃତ
ଅପରାଧ

ଫେସବୁକରେ ଆପତ୍ତିଜନକ ଫଟୋ ପ୍ରକାଶ କରି ଯୁବକ ଗିରଫ

ଏ ସଂକ୍ରାନ୍ତରେ ପ୍ରଭାବିତ ଯୁବତୀ ଅଭିଯୋଗ ପତ୍ର ଦାଖଲ କରିବା ପରେ ସାଇବର କ୍ରାଇମ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଫେସବୁକ ଓ ଗୁଗୁଲ କର୍ତ୍ତ୍ଵପକ୍ଷଙ୍କ ସହାୟତାରେ ଅଭିଯୁକ୍ତକୁ ଠାବ କରିବା ସହ ତାକୁ ଗିରଫ କରିଛି । ସେ ବ୍ୟବହାର କରିଥିବା ମୋବାଇଲକୁ ମଧ୍ୟ ପୁଲିସ ଜବତ କରିଛି ।

ବିସ୍ତୃତ
ପରିବେଶପର୍ଯଟନ

ପରିବେଶ ସୁରକ୍ଷା ପାଇଁ ପୁରୀରେ ସାଇକେଲ ଚଲା ଅଭିଯାନ

ସ୍ଵେଚ୍ଛାସେବୀ ସଂଗଠନ ବେଆରଫୁଟ, ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରତି ସୋମବାର ଅନୁଷ୍ଠିତ ହେବ ଓ ସହରକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ସାଇକେଲ ଚଳାଇବା ପାଇଁ ପ୍ରୋତ୍ସାହିତ କରାଯିବ ବୋଲି କାର୍ଯ୍ୟକ୍ରମ ର ଆୟୋଜକ ମାନେ କହିଛନ୍ତି ।

ବିସ୍ତୃତ
ଧର୍ମପର୍ଯଟନ

ନବକଳେବର ପୂର୍ବରୁ ପୁରୀରେ ସବୁ ହୋଟେଲରେ ସିସି ଟିଭି

ପର୍ଯ୍ୟଟନ ବିଭାଗ ସଚିବ ଡଃ ଅରବିନ୍ଦ କୁମାର ପାଢୀ ଦେଇଥିବା ନିର୍ଦ୍ଦେଶ ଅନୁସାରେ ହୋଟେଲ ମାଲିକ ନିଜ ଖର୍ଛରେ ପର୍ଯ୍ୟଟକଙ୍କ ବ୍ୟାଗ ଯାଞ୍ଚ ପାଇଁ ସ୍କାନର ମଧ୍ୟ ଲଗାଇବେ ଓ ହୋଟେଲ ବୁକିଂ ପାଇଁ ଅନ୍‍ଲାଇନ ବ୍ୟବସ୍ଥା କାର୍ଯ୍ୟକାରୀ କରିବେ ।

ବିସ୍ତୃତ
ପରିବେଶ

ଝାରସୁଗୁଡାରେ ଦିନ ତାପମାତ୍ରା ୪୧ ଡିଗ୍ରୀ ଉପରେ

ଭୁବନେଶ୍ଵର ଓ କଟକରେ ରେକର୍ଡ କରାଯାଇଥିବା ସର୍ବାଧିକ ତାପମାତ୍ରା ହେଲା ଯଥାକ୍ରମେ ୩୭.୨ ଓ ୩୫.୬ ଡିଗ୍ରୀ । ଉପକୂଳ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ରବିବାର ସାମାନ୍ୟ ବର୍ଷା କିମ୍ବା ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ,ଆକାଶ ମେଘାଛନ୍ନ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ବିସ୍ତୃତ
ଓଡିଶା ଖବର

ନବବର୍ଷ ଉପଲକ୍ଷେ ପୁରୀରେ ୫ ଲକ୍ଷରୁ ଉର୍ଦ୍ଧ୍ଵ ପର୍ଯଟକଙ୍କ ସମାଗମ

ଏହିସବୁ ଦର୍ଶନାର୍ଥୀମାନେ ସିଂହଦ୍ୱାର ସମ୍ମୁଖ ବଡଦାଣ୍ଡରେ ନିର୍ମିତ ହୋଇଥିବା ବ୍ୟାରିକେଡଦେଇ ବଡଦେଉଳକୁ ଯାଇ କଡା ପୁଲିସ ସୁରକ୍ଷା ମଧ୍ୟରେ ଠାକୁରମାନଙ୍କୁ ଦର୍ଶନ କରିଥିଲେ ।

ବିସ୍ତୃତ