• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ପ୍ରଫେସର

ଯୁଦ୍ଧକ୍ଷେତ୍ର ବିଶ୍ୱବିଦ୍ୟାଳୟ

March 1, 2017 by ଓଡିଶା ଡଟ କମ Leave a Comment

ଗଣତନ୍ତ୍ରର ଅଗ୍ରଦୂତ ଆଜି ବିଶ୍ୱବିଦ୍ୟାଳୟର ଯୁଦ୍ଧକ୍ଷେତ୍ରରେ । ଯେଉଁମାନେ ଭାବିଥାନ୍ତି ଯେ ବିଶ୍ୱବିଦ୍ୟାଳୟମାନଙ୍କରେ ବିଚାରରେ ସ୍ପଷ୍ଟତା ଆସେ , ଅନେକ ବିଚାରକୁ ନେଇ ମତବ୍ୟକ୍ତ କରାଯାଏ, ବିତର୍କ ବି ହୁଏ; ସେମାନେ ଆଜି ବିରୋଧର ସାମ୍ନା କରୁଛନ୍ତି ।

ବିରୋଧ କରୁଛନ୍ତି ସେମାନେ ଯେଉଁମାନଙ୍କ ବିଚାରରେ ରାଷ୍ଟ୍ରର ସରକାରୀ ବିଚାରବୋଧକୁ ଯଦି କୌଣସି ବି ମତ ମୁକାବିଲା କରେ, ତେବେ ତାହା ‘ରାଷ୍ଟ୍ର ବିରୋଧୀ’ ଏବଂ ତା’ର କଣ୍ଠରୋଧ କରାଯିବା ଦରକାର ।

ସଂଘର୍ଷର ସଦ୍ୟତମ ଦୃଶ୍ୟଟି ଦେଖିବାକୁ ମିଳିଥିଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମଜସ୍ କଲେଜ ରେ ଯେଉଁଠି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତଥା ଭାଜପା ସମର୍ଥିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ମୀମାନେ ଗୋଟିଏ ପାଠଚକ୍ରକୁ ବଦମାସୀ କରି ବନ୍ଦ କରାଇଦେଲେ ।

‘ପ୍ରତିବାଦର ସଂସ୍କୃତି’ ବିଷୟ ଉପରେ ଅନୁଷ୍ଠିତ ହେଉଥିବା ଏହି ପାଠଚକ୍ରରେ କହିବା ପାଇଁ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ର ତଥା ଗବେଷକ ଉମାର ଖଲିଦ୍ଙ୍କୁ ଆମନ୍ତ୍ରଣ କରାଯାଇଥିଲା ।

ଠିକ୍ ତା’ ପରଦିନ ତଥାକଥିତ ବିଦ୍ୟାର୍ଥୀ ପରିଷଦର ‘ଗୁଣ୍ଡା’ମାନେ ସେମାନେ ବଦମାସୀ କରି ବନ୍ଦ କରାଇଥିବା କାମଟିକୁ ଯେଉଁ ଅଧ୍ୟାପକ ଓ ଛାତ୍ରମାନେ ବିରୋଧ କରିଥିଲେ ସେମାନଙ୍କୁ ପଥର ଓ କାଚ ବୋତଲ ଫୋପାଡ଼ି ଆକ୍ରମଣ କରିଥିଲେ ।

କେବଳ ଦେଖଣାହାରୀ ସାଜିଥିବା ଦିଲ୍ଲୀ ପୋଲିସଙ୍କ ଉପସ୍ଥିତିରେ ସେମାନେ ସାମ୍ବାଦିକମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ସେମାନେ ଗଣ୍ଡଗୋଳକାରୀଙ୍କ ବିରୋଧରେ ଏଫ୍.ଆଇ.ଆର୍ ଦାୟର ତ କରିନଥିଲେ ବରଂ ଏଫ୍.ଆଇ.ଆର୍. ଲେଖିବା ଦାବୀ ନେଇ ଯେଉଁମାନେ ମରିସ୍ ନଗର ଥାନାକୁ ଯାଇଥିଲେ ସେମାନଙ୍କ ଉପରେ ଲାଠିଚାର୍ଜ କରାଯାଇଥିଲା ।

ଏବେ ଶାସନରେ ଥିବା ଲୋକେ ଗୋଟିଏ ଧାରାକୁ ଚଳାଇ ରଖିବାର ଦୃଶ୍ୟ ସ୍ପଷ୍ଟ ହୋଇଯାଇଛି – ସେମାନଙ୍କର ମତବାଦ ଓ କାର୍ଯ୍ୟସୂଚୀକୁ ସ୍ୱୀକାର କରୁନଥିବା ତଥା ସମାଲୋଚନା କରୁଥିବା ସମସ୍ତ ସ୍ୱରକୁ କେମିତି ନିସ୍ତବ୍ଧ କରାଇ ଦିଆଯାଇପାରିବ ।

ଏହା ମଧ୍ୟ ସଂଘ ପରିବାରର ଏକ ଦୀର୍ଘକାଳୀନ ରଣନୀତି, ବୌଦ୍ଧିକ ପରିସରଟିକୁ ବିପର୍ଯ୍ୟସ୍ତ କରାଇବା, ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ କରାୟତ କରିବା ଓ କୌଣସି ବିତର୍କ, ଆଲୋଚନା ବା ଯୁକ୍ତିର ପ୍ରୟୋଗ ମାଧ୍ୟମରେ ନୁହେଁ ବରଂ ଭୟଭୀତ କରାଇ, ବିଭାଜିତ କରି, ହରକତ କରି ଏବଂ ହିଂସାର ପ୍ରୟୋଗ କରି ।

ଅଧିକାଂଶରେ ରାଷ୍ଟ୍ରୀୟ କଳକୁ ବ୍ୟବହାର କରି ସେମାନେ ଏପରି କରିଥାନ୍ତି । ଏ ବର୍ଷର ପ୍ରାରମ୍ଭରେ ଏଭଳି ଏକ ପରିସ୍ଥିତି ଉପୁଜିଥିଲା । ଯୋଧପୁରଠାରେ ଯେତେବେଳେ ଜୟ ନାରାୟଣ ବ୍ୟାସ ବିଶ୍ୱବିଦ୍ୟାଳୟ କୁଳସଚିବ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ନିବେଦିତା ମେନନ ଙ୍କ ବିରୁଦ୍ଧରେ ଏକ ଏଫ୍.ଆଇ.ଆର୍. ଦାୟର କଲେ ।

ପ୍ରଫେସର ମେନନ ଙ୍କ ଅପରାଧ ସେ କାଶ୍ମୀର ପ୍ରସଙ୍ଗରେ କିଛି ମନ୍ତବ୍ୟ ଦେଇଥିଲେ । ତାଙ୍କରି ବକ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟମାନଙ୍କ ପାଖରୁ ଆସିଥିଲା ଯେଉଁମାନେ କି ତାଙ୍କୁ ଆଶାନୁରୂପକ ‘ଦେଶଦ୍ରୋହୀ’ ସମ୍ବୋଧନ କରିଥିଲେ । ଶେଷରେ କାର୍ଯ୍ୟକ୍ରମର ଆୟୋଜକ ତଥା ସେହି ବିଶ୍ୱବିଦ୍ୟାଳୟର ଇଂରାଜି ବିଭାଗର ଅଧ୍ୟାପକ ରାଜଶ୍ରୀ ରାନାୱତଙ୍କୁ କାର୍ଯ୍ୟ ନିବୃତ୍ତ କରାଯାଇଥିଲା ।

ସେପ୍ଟେମ୍ବର ୨୦୧୬ରେ ଅନୁରୂପ ଏକ ଦାବୀ ଉଠିଥିଲା ହରିୟାନା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦୁଇଜଣ ଅଧ୍ୟାପକ ସ୍ନେହସତା ମାନବ ଓ ମନୋଜ କୁମାରଙ୍କୁ ସେବା ନିବୃତ୍ତକରିବା ଓ କଠୋର ଦଣ୍ଡବିଧାନ କରିବା ପାଇଁ । ସେମାନଙ୍କର ଅପରାଧ ସେମାନେ ପ୍ରଖ୍ୟାତ ଲେଖିକା ମହାଶ୍ୱେତା ଦେବୀଙ୍କର କ୍ଷୁଦ୍ର ଗଳ୍ପ ‘ଦ୍ରୌପଦୀ’ର ନାଟ୍ୟ ରୂପାନ୍ତର କରିଥିଲେ ।

‘ଭାରତୀୟ ସେନାଙ୍କୁ ଦୁର୍ବଳ ଅବସ୍ଥାରେ’ ଦେଖାଯାଉଥିବାରୁ ବିଦ୍ୟାର୍ଥୀ ପରିଷଦର କର୍ମୀମାନେ ନାଟକଟିକୁ ‘ଦେଶବିରୋଧୀ’ ଘୋଷଣା କରିଥିଲେ ଯଦିଓ ମହାଶ୍ୱେତା ଦେବୀ ନିକଟରେ ମୃତ୍ୟୁବରଣ କରିବା ପରେ ଦେଶବ୍ୟାପୀ ତାଙ୍କର ଜୀବନତମାମ କୃତି ପାଇଁ ଆଦରର ସହ ସମ୍ମାନିତ ହୋଇଥିଲେ ।

ଗୋଟିଏ ବର୍ଷରୁ ଊଦ୍ଧ୍ୱର୍କାଳ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଓ ଜେଏନ୍ୟୁ ଭଳି ପରିସରଗୁଡ଼ିକୁ ଯେଉଁଭଳି ରଣକ୍ଷେତ୍ର କରିଦିଆଯାଇଛି ଉପରୋକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକ ସେହି କ୍ରମରେ ସାମିଲ ହୋଇଛନ୍ତି । ଫେବୃୟାରୀ ୯, ୨୦୧୬ରେ ଜେ.ଏନ୍.ୟୁଠାରେ ଯେଉଁ ଘଟଣାଟି ଘଟିଲା ଯେଉଁଠି ଅଫଜଲ ଗୁରୁଙ୍କ ଫାଶୀକୁ ନେଇ ‘ଦେଶପ୍ରେମୀ’ ବନାମ ‘ଦେଶଦ୍ରୋହୀ’ ନାଁ’ରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଯୁଦ୍ଧ ଚାଲିଲା, ତା ପୂର୍ବରୁ ଅଗଷ୍ଟ ୨୦୧୫ରେ ଆଉ ଏକ ଘଟଣା ଘଟିଥିଲା ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋରୀମଲ୍ କଲେଜରେ ‘ମୁଜାଫର ନଗର ବାକି ହେ’ ନାମକ ଏକ ବୃତଚିତ୍ରର ପ୍ରଦର୍ଶନକୁ ନେଇ ଏ.ବି.ଭି.ପି. କର୍ମୀ ମାନେ ଗଣ୍ଡଗୋଳ ସୃଷ୍ଟି କରି ବୃତଚିତ୍ରର ପ୍ରଦର୍ଶନକୁ ବନ୍ଦ କରିଦେଇଥିଲେ । ଆଜିଭଳି ସେହି ଦିନ ବି ସେମାନେ ବୃତତ୍ତଚିତ୍ରଟିକୁ ‘ଧର୍ମ ବିରୋଧୀ’ କହିଥିଲେ ଏବଂ ବୃତ୍ତଚିତ୍ରର ଉଦ୍ଦେଶ୍ୟକୁ ନେଇ ଆପତ୍ତି କରିଥିଲେ ।

ଏ ସମସ୍ତ ଘଟଣା ପୃଥକ ଭାବେ ଏବଂ ଏକାଠି ପ୍ରଦର୍ଶନ କରୁଛନ୍ତି ଯେ କେମିତି ନରେନ୍ଦ୍ର ମୋଦୀ ସରକାର ୨୦୧୪ରେ କ୍ଷମତାକୁ ଆସିବା ଦିନଠାରୁ ସବୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଗୋଟିଏ ଆଦର୍ଶବାଦର ପ୍ରଭାବ ଭିତରକୁ ଆଣିବା ପାଇଁ ସରକାର ନିଜ କ୍ଷମତା ପରିସରର ବାହାରକୁ ଚାଲିଯାଉଛନ୍ତି । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଭିନ୍ନ ଭିନ୍ନ ମାଧ୍ୟମ ବ୍ୟବହାର କରାଯାଉଛି ।

ସେଂଟ୍ରାଲ ବୋର୍ଡ଼ ଅଫ୍ ଫିଲ୍ମସ ସାର୍ଟିଫିକେସନର ଅଧ୍ୟକ୍ଷ, ପୁନା ସ୍ଥିତ ଫିଲ୍ମସ ଏଣ୍ଡ୍ ଟେଲିଭିଜନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଏବଂ ଭାରତୀୟ ଇତିହାସ ଗବେଷଣା ପରିଷଦର ଅଧ୍ୟକ୍ଷ ପଦବୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଲୋକମାନଙ୍କୁ ନିଯୁକ୍ତି ଦେବାଠୁ ଆରମ୍ଭ କରି ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଜେଏନ୍ୟୁର କୁଳପତିମାନଙ୍କୁ ବିଦ୍ୟାର୍ଥୀ ପରିଷଦ ଓ କେନ୍ଦ୍ର ସରକାରଙ୍କ ଆଜ୍ଞାବହ ଭଳି କାମ କରିବାପାଇଁ ପ୍ରସ୍ତୁତ କରିବାଯାଏଁ , ବିଶ୍ୱବିଦ୍ୟାଳୟ ତଥା ଉଚ୍ଚତର ଶିକ୍ଷାନୁଷ୍ଠାନ ମାନଙ୍କରେ ଥିବା ବୌଦ୍ଧିକ କ୍ଷେତ୍ରଗୁଡ଼ିକୁ ସଙ୍କୁଚିତ କରିଦିଆଯାଇଛି ।

ଯଦ୍ୱାରା କି ପ୍ରଶ୍ନ କରିବା ଏବଂ ଭିନ୍ନମତ ଦେବାର ପରିବେଶଟି ଆଜି ବିରୋଧର ସାମ୍ନା କରୁଛି । ଶିକ୍ଷକ ଓ ଛାତ୍ରମାନଙ୍କୁ ରୀତିମତ ଭୟଭୀତ କରାଇ ଗୋଟିଏ ଆଦର୍ଶବାଦକୁ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଉଛି, ନଚେତ ସେମାନଙ୍କୁ କାର୍ଯ୍ୟ ନିବୃତ୍ତ କରାଯାଉଛି । ରାଷ୍ଟ୍ର ଏବଂ ତାହାର ମନ୍ତ୍ରୀଗଣ ତୁହାକୁ ତୁହା ‘ଦେଶଦ୍ରୋହ’ର ଉଚ୍ଚାରଣ କରି ନିଜର ଛାତ୍ରଶାଖାଟିକୁ ସ୍ୱୀକୃତି ଓ ସାହସ ଯୋଗାଉଛନ୍ତି ଯେମିତିକି ସେମାନେ ଶିକ୍ଷାନୁଷ୍ଠାନର ପରିସରଟିକୁ ଧ୍ୱସ୍ତବିଧ୍ୱସ୍ତ କରିପାରିବେ ।

ସେମାନଙ୍କର ବାର୍ତାଟି ସ୍ପଷ୍ଟ; ବର୍ତମାନର ଶାସକମାନଙ୍କ ବିରୁଦ୍ଧରେ ଯିବାଟାକୁ ହିଁ ‘ଦେଶବିରୋଧୀ’ କୁହାଯିବ । ହିଂସା ଓ ଭୟଭୀତ କରାଇବାର ଏହି ସଂସ୍କୃତି ସ୍ୱାଧୀନ ଭାବେ ଚିନ୍ତା କରିବା ଏବଂ ସାମ୍ପ୍ରତିକ ଶାସକମାନଙ୍କ ଦ୍ୱାରା ଚାଲିଥିବା ସଂଖ୍ୟାଗରିଷ୍ଠଙ୍କ ଦର୍ଶନକୁ ବିରୋଧ କରୁଥିବା ଲୋକମାନଙ୍କ ପ୍ରତି ବିପଦ ସୃଷ୍ଟି କରିଛି ।

ଭୟଭୀତ କରାଇବା କେବଳ ଆର୍.ଏସ୍.ଏସ୍. – ଭା.ଜ.ପାର ଏକଚାଟିଆ କାରବାର ହୋଇ ରହିନାହିଁ ଯଦିଓ ନିଃସନ୍ଦେହ ସେମାନେ ଏହି କ୍ଷେତ୍ରରେ ଗୁରୁଦେବ ସଦୃଶ । ଉଦାହରଣ ସ୍ୱରୂପ, ଯେତେବେଳେ ବିଦ୍ୟାର୍ଥୀ ପରିଷଦ ଦିଲ୍ଲୀ, ରାଜସ୍ଥାନ, ହରିୟାନା ଇତ୍ୟାଦି ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି, ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଛାତ୍ରସଂଘ ନିକଟରେ ଛାତ୍ର କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସଭାକୁ ବାତିଲ କରିଦେଇଛନ୍ତି ।

ଜେ.ଏନ୍.ୟୁର ଛାତ୍ରୀ ଶେୟାଲୀ ରସିଦଙ୍କ ବିରୁଦ୍ଧରେ ଏଫ୍.ଆଇ.ଆର୍. ଦାୟର କରିଛନ୍ତି କାହିଁକି ନା ସେ ନିଜ ଫେସ୍ବୁକ୍ ପୃଷ୍ଠାରେ ପ୍ରଫେଟ୍ ମହମ୍ମଦଙ୍କୁ ଅସମ୍ମାନ କରି ଲେଖିଛନ୍ତି । ବିଶ୍ୱବିଦ୍ୟାଳୟ ପରିସରରେ ବିଭାଜନ ବଢ଼ିଚାଲିବା ତଥା ଅବାଧ ଅଭିବ୍ୟକ୍ତିର କ୍ଷେତ୍ରଗୁଡ଼ିକ ସଙ୍କୁଚିତ ହୋଇ ଚାଲିଥିବା ଘଟଣା ସୂଚିତ କରୁଛି କେମିତି ସଂକୀର୍ଣ୍ଣ ମନୋଭାବ ବଢ଼ିଚାଲିଥିବା ଯୋଗୁଁ ଆମ ବିଶ୍ୱବିଦ୍ୟାଳୟଗୁଡ଼ିକ ଯେଉଁଥିପାଇଁ ପ୍ରତିଷ୍ଠିତ ହୋଇଥିଲେ; ତା’ର ବିରୁଦ୍ଧାଚରଣ ହୋଇଚାଲିଛି ।

ବିଶ୍ୱବିଦ୍ୟାଳୟଗୁଡ଼କ ହେଉଛନ୍ତି ଏଭଳି ସ୍ଥାନ ଯେଉଁଠି ଜଣେ ବିବିଧ ଚିନ୍ତାଧାରାଗୁଡ଼ିକୁ ନେଇ ଚର୍ଚ୍ଚା କରିପାରିବ, ନୂଆ ବିଚାର ପ୍ରସ୍ତୁତ କରିପାରିବ ଏବଂ ଯାହା ସବୁ ଜଣାଶୁଣା ଓ ଗ୍ରହଣ କରାଯାଇ ଆସିଛି, ସେ ସବୁକୁ ପ୍ରଶ୍ନ କରିପାରିବ ।

ଯେତେବେଳେ ରାଷ୍ଟ୍ରର ସଂସ୍ଥାଗୁଡ଼ିକ ଅବା ବିଭ୍ରାନ୍ତ ଜନତା ସେହିସବୁ ସ୍ଥାନକୁ ଧ୍ୱଂସ କରିବା ପାଇଁ ଧାଇଁ ଆସନ୍ତି, ଆମେ ନିଶ୍ଚିତ ଭାବେ ସେମାନଙ୍କ ସାଥିରେ ଛିଡ଼ା ହେବାକୁ ପଡ଼ିବ ଯେଉଁମାନେ ଗଣତାନ୍ତ୍ରିକ ଭିନ୍ନମତର ବିଲୟକୁ ବିରୋଧ କରିଆସୁଛନ୍ତି, ଯାହାକି ଗଣତନ୍ତ୍ରର ମୂଳଭିତ୍ତି ।

 

FEBRUARY 25 ,2017 VOL L11 NO 8 EPW -10 ( University as battleground)

(ପ୍ରକାଶିତ ମତ ଲେଖକଙ୍କ ନିଜସ୍ଵ)

Filed Under: ସମଦୃଷ୍ଟି Tagged With: ପ୍ରଫେସର, ବିଶ୍ୱବିଦ୍ୟାଳୟ

ଛାତ୍ରଙ୍କୁ ଯୌନ ଉତ୍ପୀଡନ ଦେବା ଅଭିଯୋଗରେ ଓୟୁଏଟି ପ୍ରଫେସର ନିଲମ୍ବିତ

May 1, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧ (ଓଡିଶା ଡଟ କମ) କେତେକ ଛାତ୍ରଙ୍କୁ ଯୌନ ଉତ୍ପୀଡନ ଦେଇଥିବା ଅଭିଯୋଗରେ ଭୁବନେଶ୍ୱର ସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟର (ଓୟୁଏଟି) ଜଣେ ସହ ପ୍ରାଧ୍ୟାପକଙ୍କୁ କତ୍ତୃପକ୍ଷ ଶୁକ୍ରବାର ନିଲମ୍ବିତ କରିଛନ୍ତି।

ସେଠାରେ ପଢୁଥିବା ସାତ ଜଣ ଛାତ୍ର ତାଙ୍କ ଉପରେ ଯୌନ ଉତ୍ପୀଡନ ହୋଇଥିବା ଗତ ମାସ ଆଠ ତାରିଖରେ ଅଭିଯୋଗ କଲା ପରେ ବିଶ୍ୱବିଦ୍ୟାଳୟ ଏହାର ତଦନ୍ତ ପାଇଁ ଏକ କମିଟି ନିଯୁକ୍ତି କରିଥିଲା । କମିଟିର ରିପୋର୍ଟ ଆଧାରରେ ରସାୟନ ବିଦ୍ୟା ବିଭାଗର ସହ ପ୍ରାଧ୍ୟାପକ ପ୍ରଦୀପ ଜେନାଙ୍କୁ ନିଲମ୍ବିତ କରା ଯାଇଥିବା, ବିଶ୍ଵବିଦ୍ୟାଳୟର ଜଣେ ମୁଖପାତ୍ର କହିଛନ୍ତି ।

ଯଦିଓ ସହ ପ୍ରାଧ୍ୟାପକଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡନ ଦେବା ନେଇ କୌଣସି ପ୍ରମାଣ ମିଳିନାହିଁ, ତେବେ ସେ ପରୀକ୍ଷା ସମୟରେ କପି କରିବାକୁ ସୁଯୋଗ ଦେବା ଓ କିଛି ଛାତ୍ରଙ୍କୁ ବାଡେଇବା ସପକ୍ଷରେ ଆପାତତଃ ପ୍ରମାଣ ମିଳିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଯୌନ ଉତ୍ପୀଡନର ତଦନ୍ତ ପାଇଁ ପୁଲିସକୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି ।

ଓଡିଶା ଡଟ କମ

Filed Under: ଅପରାଧ, ଶିକ୍ଷା Tagged With: ଓୟୁଏଟି, ଛାତ୍ର, ପ୍ରଫେସର, ଯୌନ ଉତ୍ପୀଡନ

ଅପହରଣ ଘଟଣାରେ ମଧ୍ୟସ୍ଥତା କରିବେ ଦୁଇ ପ୍ରଫେସର

February 18, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ଅପହୃତ ମାଲକାନଗିରି ଜିଲ୍ଲାପାଳ ଓ କନିଷ୍ଠ ଯନ୍ତ୍ରୀଙ୍କ ମୁକ୍ତି ପାଇଁ ମାଓବାଦୀଙ୍କ ସହିତ ମଧ୍ୟସ୍ଥତା କରିବାକୁ ଦୁଇ ଜଣ ପ୍ରଫେସରଙ୍କ ସହ ଶୁକ୍ରବାର ସରକାର ଆଲୋଚନା କରିଛନ୍ତି ।

ସେମାନଙ୍କ ମୁକ୍ତି ପାଇଁ ସମ୍ବଲପୁର ବିଶ୍ୱବ୍ୟିାଳୟର ଅବସରପ୍ରାପ୍ତ ଅର୍ଥନୀତି ପ୍ରଫେସର ଆର୍.ସୋମେଶ୍ୱର ରାଓ ଓ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବ୍ୟିାଳୟର ପ୍ରଫେସର ହରଗୋପାଳଙ୍କ ସହ ସରକାର କଥାବାର୍ତ୍ତା କରିଥିବା ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କହିଛନ୍ତି ।

ହରଗୋପାଳଙ୍କ ସହ ଆଲୋଚନା କରି ମଧ୍ୟସ୍ଥତା କରିବାକୁ କୁହାଯାଇଛି, ସେ ସାମ୍ବାଦିକ ମାନଙ୍କୁ କହିଛନ୍ତି ।

ସିପିଆଇ ମାଓବାଦୀ ସଂଗଠନର ଆନ୍ଧ୍ର-ଓଡ଼ିଶା ଜୋନାଲ କମିଟି ଏମାନଙ୍କ ନାମ ସୁପାରିସ କରିଥିବା କେତେକଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସରକାର ସେମାନଙ୍କ ସହ ଆଲୋଚନା କରିଛନ୍ତି ।

ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ବଡ଼ପଡ଼ା ଠାରେ ବୁଧବାର ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ଜନସଂପର୍କ ଶିବିରରେ ଯୋଗ ଦେଇ ଫେରୁଥିବା ବେଳେ ଜିଲ୍ଲାପାଳ ଆର୍.ଭିନିଲ ଓ କନିଷ୍ଠ ଯନ୍ତ୍ରୀ ପବିତ୍ର ମୋହନ ମାଝୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ ।

ଓଡିଶା ଡଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଅପହରଣ, ପ୍ରଫେସର, ମାଓବାଦୀ, ମୁଖ୍ୟ ଖବର

୧୫ରେ ପ୍ରଫେସର ପ୍ରହଲ୍ଲାଦ ପ୍ରଧାନଙ୍କ ଜନ୍ମ ଶତବାର୍ଷିକ

December 6, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଡ଼ିସେମ୍ବର ୫(ଓଡ଼ିଶା ଡ଼ଟ୍ କମ୍) ପ୍ରାଚ୍ୟ ଭାଷାବିତ୍ ତଥା ବିଜ୍ଞାନ ପ୍ରଫେସର ପ୍ରହଲ୍ଲାଦ ପ୍ରଧାନଙ୍କ ଜନ୍ମ ଶତବାର୍ଷୀକ ଆସନ୍ତା ଡ଼ିସେମ୍ବର ୧୫ ତାରିଖରେ ପାଳନ କରିବାକୁ ରାଜ୍ୟସ୍ତରୀୟ ଗଙ୍ଗାଧର ସ୍ମୃତି ପକ୍ଷରୁ ନିଷ୍ପତ୍ତି ହୋଇଛି ।

ବରଗଡ଼ ଜର୍ଜ ହାଇସ୍କୁଲ ସ୍ଥିତ ବିଜ୍ଞାନ ପ୍ରେକ୍ଷାଳୟରେ ସଂଧ୍ୟା ୫.୩୦ରେ ଏହା ପାଳନ କରାଯିବ । ଏହି ଅବସରରେ ସଂସ୍କୃତ ଭାଷାର ପ୍ରାବନ୍ଧିକ, କବି ଏବଂ ବେଦ ବିଜ୍ଞାନ ଗଙ୍ଗାଧର ଗୁରୁ, ସଂସ୍କୃତ ଭାଷା କବି ବାଚସ୍ପତି କର ଶର୍ମା, କାବ୍ୟ ସ୍ରଷ୍ଟା ଡ଼ାକ୍ତର ପୂର୍ଣ୍ଣଚନ୍ଦ୍ର ଶାସ୍ତ୍ରୀ, ପ୍ରାବନ୍ଧିକ ଦେବେନ୍ଦ୍ର ନାଥ ପ୍ରଧାନ ଏବଂ ଜୀବନୀ ଲେଖକ ତଥା ବିଶିଷ୍ଟ ଅନୁବାକ ଶଙ୍କରଲାଲ ପୁରୋହିତଙ୍କୁ ପ୍ରଫେସର ପ୍ରହଲ୍ଲାଦ ପ୍ରଧାନ ଶତ ବାର୍ଷୀକି ;ସମ୍ମାନ ପ୍ରଦାନ କରାଯିବ ।

ଅନୁଷ୍ଠିତ ସମାରୋହରେ ପ୍ରଫେସର ଅ୍ୱଦେତ ଚରଣ ଧଳ, ଜଗନ୍ନାଥ ସଂସ୍କୃତ ବିଶ୍ୱବ୍ୟିାଳୟର ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ଉତ୍କଳ ବିଶ୍ୱବ୍ୟିାଳୟର ନିତ୍ୟାନନ୍ଦ ମିଶ୍ର ପ୍ରମୁଖ୍ୟ ଏହି ଅବସରରେ ଉ୍ବୋଧନ ପ୍ରାନ କରିବେ ବୋଲି ସ୍ମୃତି ସମିତି ସଭାପତି ନାରାୟଣ ପୃଷେଠ୍ କହିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବରପୁତ୍ରଙ୍କୁ ଉପେକ୍ଷା କରାଯିବା ପରେ ସାଧାରଣରେ ସମାରୋହ ଉ୍ୟମ ହୋଇଥିବା ସେ କହିଛନ୍ତି ।

ପ୍ରଫେସର ପ୍ରଧାନ ସଂସ୍କୃତ, ଇଂରାଜୀ, ହିନ୍ଦୀ, ପାଲି, ବିବ୍ଦତୀ, ବଙ୍ଗାଲି, ଭୋଜପୁରୀ, ଜର୍ମାନ, ଫ୍ରେଞ୍ଚ, ଚାଇନା ଭାଷାରେ ବିଭିନ୍ନ ପୁସ୍ତକ ରଚନା କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ପ୍ରଫେସର, ମୁଖ୍ୟ ଖବର

ଓଡିଆ ସଂସ୍କୃତି ପ୍ରେମରେ ପଡିଛନ୍ତି ହଲାଣ୍ଡର ପ୍ରଫେସର

June 7, 2005 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ : ସ୍ୱସ୍ତି ରଂଜନ ସାହୁ

ଭୁବନେଶ୍ୱର, ଜୁନ୍ ୭ (ଓଡିଶା ଡଟ୍ କମ୍) ଓଡ଼ିଶାରେ ଓଡ଼ିଆ ଭାଷାର ଆଦର ଧିରେ ଧିରେ କମିଯାଉଥିବା ବେଳେ ସୁଦୂର ହଲାଣ୍ଡର ଜଣେ ପ୍ରଫେସର ଡ଼ଃ. ଆର୍ଲୋଗ୍ରୀଫିଥ୍ସ ଓଡ଼ିଆ ସଂସ୍କୃତି ଉପରେ ଗବେଷଣା କରିବା ପାଇଁ ବିଗତ ଛଅ ବର୍ଷ ହେଲା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଧାଇଁ ବୁଲୁଛନ୍ତି ।

ତାଙ୍କୁ ସାକ୍ଷାତ କରିଥିଲେ ଓଡ଼ିଶା ଡ଼ଟ୍ କମ୍ ର ସମ୍ବାଦଦାତା ସ୍ୱସ୍ତି ରଂଜନ ସାହୁ ।foreigner

ଆପଣ ଜଣେ ବିଦେଶୀ ହୋଇ ଓଡିଆ ସାହିତ୍ୟ, ସଂସ୍କୃତି ଉପରେ ଗବେଷଣା କରିବା ଲାଗି କାହିଁକି ସ୍ଥିର କଲେ?

ଓଡିଶା ସାହିତ୍ୟ ଓ ସଂସ୍କୃତିର କ୍ଷେତ୍ର ବ୍ୟାପକ । ତେବେ କୌଣସି ଅଜଣା କାରଣରୁ ବିଶ୍ୱର ଅନ୍ୟାନ୍ୟ ସ୍ଥାନର ଲୋକମାନେ ଭାରତର ଏହି ଅନ୍ୟତମ ସମୃଦ୍ଧ ଭାଷା ବିଷୟରେ ବିଶେଷଭାବେ ଜାଣନ୍ତି ନାହିଁ ।

ଅର୍ଥବ ବେଦ ଉପରେ ଗବେଷଣା କରୁଥିବାବେଳେ ଏହି ବେଦର ପୋଥି କେବଳ ଓଡିଶାରେ ମିଳିବ ବୋଲି ଅବଗତ ହେଲି ଏବଂ ଏହି ସମୟରେ ଏହି ଭାଷାର ଉକ୍ରର୍ଷତା ସମ୍ପର୍କରେ ପ୍ରମାଣ ପାଇ ଏହାର ମୋହରେ ପଡିଗଲି ।

ତେଣୁ ଅଗତ୍ୟା ଲିପିରୁ ଓଡିଆ ଅକ୍ଷର ଶିଖିଲି ଏବଂ ପରେ ପରେ ଏହାର ବ୍ୟାକରଣ ଓ ଜଣେ ଓଡିଆ ବ୍ୟକ୍ତି ଅଭିନ୍ନ ଚନ୍ଦ୍ର ସାହୁଙ୍କ ଠାରୁ ଏ ସମ୍ପର୍କରେ ଅଧିକ ତଥ୍ୟ ଆହରଣ କଲି ।

ବର୍ତ୍ତମାନ ଆପଣଙ୍କ ବିଷୟରେ କିଛି କୁହନ୍ତୁ?

ପେଶାରେ ମୁଁ ଜଣେ ପ୍ରଫେସର । ନାଁ ଡ଼ଃ. ଆର୍ଲୋ ଗ୍ରିଫିଥ୍ସ । ନିଉୟର୍କ ନଗରୀରେ ୧୯୭୬ ମସିହାରେ ଜନ୍ମ ନେଇଥିଲି । ଜନ୍ମ ହେବାର ମାତ୍ର ୬ମାସ ପରେ ଆମ ପରିବାର ସମ୍ପୂର୍ଣ୍ଣଭାବେ ହଲାଣ୍ଡକୁ ଉଠି ଆସିଲୁ ।

ଆପଣଙ୍କ ପରିବାର ବିଷୟରେ କିଛି କହିବେ କି?

ମୋ’ ବାପା ହଲାଣ୍ଡର ବିଶ୍ୱବିଦ୍ୟାଳୟରେ ଆଇନ ବିଷୟରେ ଅଧ୍ୟକ୍ଷତା କରନ୍ତି ଏବଂ ମା’ ଅଦାଲତରେ ବିଚାରପତି ଅଛନ୍ତି । ଦୁଇ ଭାଇ ଓକିଲାତି କରନ୍ତି । ଲାଇଡ଼େନ ବିଶ୍ୱବିଦ୍ୟାଳୟରେ ମୁଁ ସଂସ୍କୃତ ବିଭାଗରେ ପ୍ରଫେସର ଅଛି ।

ବେଦ ଉପରେ ଗବେଷଣା କରିବା ଲାଗି କାହିଁକି ସ୍ଥିର କଲେ?

ପ୍ରକୃତରେ ଅଥର୍ବ ବେଦ ଉପରେ ମୁଁ ଗବେଷଣା କରୁଛି । କାରଣ ସବୁ ବେଦ ଛପା ହୋଇଥିଲା ବେଳେ ଅଥର୍ବ ବେଦ ଛପା ହୋଇନି ।

ଆପଣ ଗବେଷଣା ପାଇଁ ଓଡ଼ିଶାକୁ କଣ ପାଇଁ ବାଛିଲେ?

ଅଥର୍ବ ବେଦ ସାଧାରଣତଃ ଦୁଇ ପ୍ରକାରର । ପଶ୍ଚିମ ଭାରତରେ ଶୌନାକା ଏବଂ ପୂର୍ବ ଭାରତରେ ପଇପଲ୍ଲାଦ ଏବଂ ଏହି ସବୁ ତଥ୍ୟ କେବଳ ଓଡ଼ିଶାରେ ହିଁ ମିଳିପାରିବ ।

ଆପଣ ଏଥିପୂର୍ବରୁ ଓଡ଼ିଶାକୁ କେବେ ଏବଂ କେତେଥର ଆସିଛନ୍ତି?

ପ୍ରଥମେ ୧୯୯୮ ମସିହାରେ ଓଡିଶାର ବାରିପଦା ନିକଟ ଗୋହିଆପାଳ ଗାଁକୁ ଆସିଥିଲି । ସେହି ଗାଁର ଶଶାଙ୍କ ଶେଖର ଉପାଧ୍ୟାୟ ମୋତେ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ । ଗବେଷଣା କାର୍ଯ୍ୟ ନିମନ୍ତେ ବର୍ତମାନକୁ ମିଶାଇ ମୁଁ ଅନ୍ୟୁନ ୭ରୁ ୮ଥର ଦେଶର ଏହି ପୂର୍ବ ରାଜ୍ୟକୁ ଆସିଅଛି ।

ଆପଣ କେଉଁ ସବୁ ପୁସ୍ତକର ସାହାଯ୍ୟ ନେଉଛନ୍ତି?

ବର୍ତ୍ତମାନ ସୁଦ୍ଧା ମୁଁ କର୍ମ ପଞ୍ଜିକା, ପହିପଲ୍ଲାଦ ସଂହିତା, ମହାଭାରତ, ଓଡ଼ିଆ ସାହିତ୍ୟର ଇତିହାସ ଆଦିର ସାହାଯ୍ୟ ନେଇଛି ।

ଓଡ଼ିଶାର କେଉଁ କେଉଁ ସ୍ଥାନ ବୁଲିଛନ୍ତି?

ମୁଖ୍ୟତଃ ଉପକୂଳବର୍ତ୍ତୀ ଅଞ୍ଚଳରେ ମୁଁ ମୋର ଗବେଷଣା କରେ । ତେବେ ଓଡ଼ିଶାର ପୁରୀ, କଟକ, ନୟାଗଡ଼, ବାଲେଶ୍ୱର, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ବାରିପଦା ଆଦି ଅଞ୍ଚଳରେ ଆବଶ୍ୟକ ତଥ୍ୟ ସଂଗ୍ରହ ଲାଗି ବ୍ୟାପକଭାବେ ବୁଲିଛି ।

ଓଡିଶା ଡଟ୍ କମ୍

Filed Under: ସାକ୍ଷାତକାର Tagged With: ଓଡିଆ ସଂସ୍କୃତି, ପ୍ରଫେସର, ସାକ୍ଷାତକାର, ହଲାଣ୍ଡ

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା