୨୪ ଡ଼ିସେମ୍ବର ଶନିବାର ବରଗଡ଼ ଠାରେ ଜାତୀୟ ନାଟ୍ୟ ମହୋତ୍ସବ ଅବସରରେ ନାଟ୍ୟକାର ମିହିରମେହେରଙ୍କୁ ପୂର୍ବତନ ମନ୍ତ୍ରୀ ପ୍ରକାଶ ଦେବତା ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ସମ୍ବର୍ଦ୍ଧିତ କରୁଛନ୍ତି ।
ବରଗଡ଼
ରାମାନୁଜନଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ଗଣିତ ଦିବସ
ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼, ଡ଼ିସେମ୍ବର ୨୩ (ଓଡ଼ିଶା ଡ଼ଟ୍ କମ୍) ପ୍ରସିଦ୍ଧ ଗଣିତଜ୍ଞ ରାମାନୁଜନଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ବରଗଡ଼ ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନ ପରିସରରେ ଗଣିତ ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ବିକାଶ ଆଇଆଇଟି ଅଲମ୍ପିଆଡ଼ ଏକାଡ଼େମୀର ଛାତ୍ରଛାତ୍ରୀମାନେ ସ୍କୁଲରେ ବିଭିନ୍ନ ପ୍ରତିଯୋଗିତା, ପ୍ଲାନେଟୋରିୟମ ପ୍ରଦର୍ଶନ ତଥା ବିଜ୍ଞାନ ପ୍ରଦର୍ଶନୀର ଆୟୋଜନ କରିଥିଲେ ।
ପ୍ଲାନେଟୋରିୟମରେ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି ଓ ସୌର ଜଗତର ପ୍ରଦର୍ଶନ କରିଥିଲେ । ଗଣିତ ଭିତିକ କୁଇଜ୍ ପ୍ରତିଯୋଗିତାରେ ଛାତ୍ରମାନେ ତାଙ୍କର ଗାଣିତିକ ଉକ୍ରର୍ଷତା ପ୍ରତିପାଦନ କରିଥିଲେ ।
‘ଆଣବିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ ନିଷିଦ୍ଧ ହେବା ଉଚିତ୍’ ଶୀର୍ଷକ ଉପରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଦଶମ ଶ୍ରେଣୀର ଛାତ୍ର ଅଂଶୁମାନ ଅଗ୍ରୱାଲ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି କୁଇଜ୍ ପ୍ରତିଯୋଗିତାରେ ପରାଗ ଲାଠ୍ ଓ ନୀତିନ କପୁର ଚମ୍ପିଆନ ହୋଇଥିଲେ ।
ଏହି ଦିବସର ସାନ୍ଧ୍ୟ ଅଧିବେଶନରେ ବିକାଶ କଲେଜ ଅଫ୍ ଇଂଜିନିୟରିଂ ଫର୍ ୱିମେନର ଅଧ୍ୟକ୍ଷ ଏମ୍.ଆର୍.ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଆଧୁନିକ ବିଜ୍ଞାନ କୌଶଳ ତଥା ଆଇଆଇଟିର ଉପାଦେୟତା ବିଷୟରେ ସୂଚନା ଦେଇଥିଲେ ।
ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡି ମୁରଲୀ କ୍ରିଷ୍ଣା, ପରିଚାଳନା ନିର୍ଦ୍ଦେଶକ ଜି ଭାସ୍କର ରାଓ, ଏକାଡେମିକ ଆଡଭାଇଜର ଡି ନାଗେଶ୍ୱର ରାଓ, ସ୍କୁଲ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ ସମସ୍ତ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ଓ ଆଇଆଇଟିର ଛାତ୍ରଛାତ୍ରୀ ତଥା ଶିକ୍ଷକମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ।
ପରେ ଆଇଆଇଟି ଛାତ୍ରଛାତ୍ରୀମାନଙ୍କ ଦ୍ୱାରାସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଥିଲା ।
ଓଡ଼ିଶା ଡ଼ଟ୍ କମ୍
ଧନୁଯାତ୍ରା ପୂର୍ବରୁ କଂସ ମହାରାଜଙ୍କ ମହାପ୍ରଭୁ ଦର୍ଶନ
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ପୁରୀ, ଡ଼ିସେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପୂର୍ବରୁ ମହାରାଜ କଂସ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନକରି ଆଜ୍ଞାମାଳ ନେଇଛନ୍ତି ।
କଂସ ଭୂମିକାରେ ଅଭିନୟ କରୁଥିବା ହୃଷୀକେଶ ଭୋଇ ଅନ୍ୟ କଳାକାରଙ୍କ ସହ ରବିବାର ଶ୍ରୀମନ୍ଦିରରେ ପହଞ୍ଚି ଯାତ୍ରାର ସଫଳତା କାମନା କରିଛନ୍ତି ।
“ଯାତ୍ରା ସମୟରେ ମହାପ୍ରଭୁଙ୍କ ଅନ୍ୟରୂପ ଶ୍ରୀକୃଷ୍ଣଙ୍କୁ ଅସମ୍ମାନ କରିବା ସହ ତାଙ୍କୁ ବଧ କରିବା ପାଇଁ ଯୋଜନା କରିବି, ତେଣୁ ଏହି ମହାପାପ କରିବା ପୂର୍ବରୁ ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ଆସିଛି” ଭୋଇ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ।
ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଥିବା ବରଗଡ ଧନୁଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହିଯାତ୍ରା ୧୧ଦିନ ଧରି ଅନୁଷ୍ଠିତ ହେବ ।
ଚଳିତ ବର୍ଷ ଚତୁର୍ଥ ଥର ପାଇଁ ହୃଷିକେଶ ଧନୁଯାତ୍ରାର ମୁଖ୍ୟ ଚରିତ୍ର କଂସ ଭୂମିକାରେ ଅଭିନୟ କରୁଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
ବରଗଡ଼ ଜିଲ୍ଲାରେ ୫ଟି ସ୍ଥାନରେ ଧନୁଯାତ୍ରା
ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼, ଡ଼ିସେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସମେତ ଅନ୍ୟ ଚାରୋଟି ସ୍ଥାନରେ ଏହି ଯାତ୍ରା ଅନୁଷ୍ଠିତ ହେବ ।
ଚିଚିଣ୍ଡା, ତାଳପାଲି, ଚିଚୋଲି, ନୂଆପାଲି ଓ ଖୁଆପାଲିରେ ଏହି ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଚୁଡ଼ାନ୍ତ ହୋଇଛି । ଗ୍ରାମାଂଚଳର ଏହି ଯାତ୍ରା ପାଇଁ ଗ୍ରାମବାସୀମାନେ ଚାନ୍ଦା ଆଦାୟ କରିଛନ୍ତି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ସଦରମହକୁମା ଯାତ୍ରା ପାଇଁ ଜିଲ୍ଲାପାଳ କର୍ତା ଭାବରେ ପୃଷ୍ଠପୋଷକତା କରୁଥିବା ବେଳେ ଗ୍ରାମାଂଚଳରେ ହେଉଥିବା ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉନଥିବା ନେଇ ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ପ୍ରଶାସନର ପାତରଅନ୍ତର ନୀତି ଯୋଗୁଁ ସଂସ୍କୃତିପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଚଳିତ ମାସ ୩୦ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ ।
ଓଡ଼ିଶା ଡ଼ଟ୍ କମ୍
ଗହଣା ଦୋକାନରେ ଡ଼କାୟତି,ଗୁଳିମାଡ଼
ଓଡ଼ିଶା ଡ଼ଟ୍ କମ୍:ଶାନ୍ତନୁ ବିଶ୍ୱାଳ
ବରଗଡ଼,ଡ଼ିସେମ୍ବର୧୬(ଓଡ଼ିଶା ଡ଼ଟ୍ କମ୍) ପାଇକମାଳ ଥାନାଠାରୁ ମାତ୍ର ୩୦୦ମିଟର ଦୂରରେ ଥିବା ସାଗର ଜୁଏଲାରୀ ରେ ଶୁକ୍ରବାର ସଶସ୍ତ୍ର ଡ଼କାୟତି ହୋଇଥିବା ପୋଲିସ କହିଛି ।
ରାତି ୭ଟା୩୦ରେ ପ୍ରାୟ ସାତଜଣ ପିସ୍ତଲଧାରୀ, ମୁଖାପିନ୍ଧା ଡ଼କାୟତ ଗହଣା ଦୋକାନ ଭିତରେ ପଶି ଦୋକାନ ମାଲିକଙ୍କ କାନରେ ପିସ୍ତଲ ରଖି ସମସ୍ତ ସୁନା ରୁପା ଗହଣା ଲୁଟି ଥିଲେ । ।
ଡ଼କାୟତମାନେ ୩ଟି ମୋଟର ସାଇକେଲରେ ଆସିଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣ ଦୋକାନ ଭିତରକୁ ପଶିଥିବାବେଳେ ଅନ୍ୟଦୁଇଜଣ ଦୋକାନ ବାହାରେ ସଟର ବନ୍ଦ କରି ଜଗି ରହିଥିଲେ ।
ଘଟଣାସ୍ଥଳରେ ତିନିଟି ଫୁଟା ପିସ୍ତଲ ଗୁଳିର ଖାଲି ଖୋଳ ପଡ଼ିଥିବା ଗ୍ରାମବାସୀମାନେ କହିଛନ୍ତି । ପାଇକମାଳ ଥାନା ଅଞ୍ଚଳ ଏବେ ମାଓବାଦୀ ପ୍ରବଣ ଇଲାକା ହୋଇଥିବା ଯୋଗୁଁ ସଶସ୍ତ୍ର ପୋଲିସ ବ୍ୟାପକ ସଂଖ୍ୟାରେ ରହିଛନ୍ତି ।
ପୋଲିସ ପକ୍ଷରୁ ଚବିଶି ଘଣ୍ଟିଆ ସତର୍କତା ସତ୍ୱେ ଡ଼କାୟତି ହେବା ନେଇ ପୋଲିସର କାର୍ଯ୍ୟ ପ୍ରଣାଳୀ ନେଇ ସନ୍ଦେହ ପ୍ରକାଶ ପାଇଛି ।
ଓଡ଼ିଶା ଡ଼ଟ୍ କମ୍
ବରଗଡ଼ଠାରେ ୧୪ ଡ଼ିସେମ୍ବର ବୁଧବାର ଅନୁଷ୍ଠିତ ଜାତୀୟ ନାଟ୍ୟ ମହୋତ୍ସବର ଦୃଶ୍ୟ ।
ବରଗଡ଼ଠାରେ ୧୪ ଡ଼ିସେମ୍ବର ବୁଧବାର ଅନୁଷ୍ଠିତ ଜାତୀୟ ନାଟ୍ୟ ମହୋତ୍ସବର ଦୃଶ୍ୟ ।
୧୪ ଡ଼ିସେମ୍ବର ବୁଧବାର ବରଗଡ଼ଠାରେ ଅନୁଷ୍ଠିତ ଜାତୀୟ ନାଟ୍ୟ ମହୋତ୍ସବର ଦୃଶ୍ୟ ।
୧୪ ଡ଼ିସେମ୍ବର ବୁଧବାର ବରଗଡ଼ଠାରେ ଅନୁଷ୍ଠିତ ଜାତୀୟ ନାଟ୍ୟ ମହୋତ୍ସବର ଦୃଶ୍ୟ ।
ସାଇକେଲ ଦାବିରେ ୧୩ ଡ଼ିସେମ୍ବର ମଙ୍ଗଳବାର ବରଗଡ଼ ଠାରେ ଛାତ୍ରୀଙ୍କ ଧାରଣା |
ଛବି : ଶାନ୍ତନୁ ବିଶ୍ୱାଳ
ସାଇକେଲ ଦାବିରେ ୧୩ ଡ଼ିସେମ୍ବର ମଙ୍ଗଳବାର ବରଗଡ଼ ଠାରେ ଛାତ୍ରୀଙ୍କ ଧାରଣା |
ବରଗଡ଼ ସରାଇକେଳାରେ ଚାଉଲା କମ୍ପାନୀର କ୍ୟାମ୍ପରେ ଡ଼ିସେମ୍ବର ୯ ତାରିଖରେ ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇବା ପରେ ସେଠାରେ ପୋଷ୍ଟର ଲଗାଇଛନ୍ତି ।
ଛବି : ଶାନ୍ତନୁ ବିଶ୍ୱାଳ
ବରଗଡ଼ ସରାଇକେଳାରେ ଚାଉଲା କମ୍ପାନୀର କ୍ୟାମ୍ପରେ ଡ଼ିସେମ୍ବର ୯ ତାରିଖରେ ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇବା ପରେ ସେଠାରେ ପୋଷ୍ଟର ଲଗାଇଛନ୍ତି ।
ବରଗଡ଼ ସରାଇକେଳାରେ ଚାଉଲା କମ୍ପାନୀର କ୍ୟାମ୍ପରେ ଡ଼ିସେମ୍ବର ୯ ତାରିଖରେ ମାଓବାଦୀଙ୍କ ଲଙ୍କାକାଣ୍ଡର ଦୃଶ୍ୟ ।
ଛବି : ଶାନ୍ତନୁ ବିଶ୍ୱାଳ
ବରଗଡ଼ ସରାଇକେଳାରେ ଚାଉଲା କମ୍ପାନୀର କ୍ୟାମ୍ପରେ ଡ଼ିସେମ୍ବର ୯ ତାରିଖରେ ମାଓବାଦୀଙ୍କ ଲଙ୍କାକାଣ୍ଡର ଦୃଶ୍ୟ ।