• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ବାଲିଯାତ୍ରା

ପାରାଦୀପ: ବାଲିଯାତ୍ରା ପରେ ପ୍ରଦୂଷଣ ନେଇ ଉଦବେଗ

November 23, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ନଭେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ବନ୍ଦର ସହର ପାରାଦୀପରେ ୧୨ଦିନ ଧରି ଚାଲିଥିବା ବାଲିଯାତ୍ରା ସୋମବାର ଶେଷ ହୋଇଥିବା ବେଳେ ଅଳିଆ ଆବର୍ଜନା ଯୋଗୁଁ ପରିବେଶ ପ୍ରଦୂଷଣ ହେଉଥିବାରୁ ସାଧାରଣରେ ଉ୍ବେଗ ପ୍ରକାଶ ପାଇଛି ।

ଛଅ କିମି ଲମ୍ବ ସମୁଦ୍ର କୂଳ ଅଂଚଳରେ ସ୍ଥାନୀୟ ଲୋକମାନେ ପିକ୍ନିକ୍ ତଥା ଭ୍ରମଣ କରିବାକୁ ଆସିଥାନ୍ତି କିନ୍ତୁ ବାଲିଯାତ୍ରା ପରେ ବର୍ତମାନ ଏହି ସ୍ଥାନ ଅଳିଆ ଆବର୍ଜନାରେ ଭର୍ତି ହୋଇଛି ।

ସ୍ଥାନୀୟ ଲୋକ ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଏହି ଅଂଚଳରେ ବାଲିଯାତ୍ରା ପାଇଁ ପ୍ରଶାସନ ଅନୁମତି ଦେବା ଉଚିତ୍ ନୁହେଁ” ବନ୍ଦରର ଜଣେ କର୍ମଚାରୀ ରଂଜନ ଦ।ସ କହିଛନ୍ତି ।

ସମୁଦ୍ର କୂଳରେ ଦିନକୁଦିନ ବସ୍ତି ସଂଖ୍ୟା ବୃଦ୍ଧି ପାଉଛି । ପ୍ରାୟ ଶ ବର୍ଷ ତଳେ ଏହି ଅଂଚଳ ଏଭଳି ଦେଖାଯାଉନଥିଲା ଏବଂ ସେତେବେଳେ ଏତେ ସଂଖ୍ୟାରେ ବସ୍ତି ହୋଇନଥିଲା ବୋଲି ପାରାଦୀପର ସଂଜୀବ ମହାନ୍ତି କହିଛନ୍ତି ।

ପ୍ରତିିନ ନୂଆନୂଆ ଲୋକ ଏଠାକୁ ଆସି ବସ୍ତିରେ ବସବାସ କରୁଥିବା ବେଳେ ପ୍ରଶାସନ ସେମାନଙ୍କୁ ସେଠାରୁ ଉଚ୍ଛେଦ କରିବା ପାଇଁ କୌଣସି ପକ୍ଷେପ ଗ୍ରହଣ କରୁନଥିବା ସେ କହିଛନ୍ତି ।

ବର୍ତମାନ ପରିସ୍ଥିତିରେ ସଂପୃକ୍ତ ଅଂଚଳ ପରଷ୍କାର ପରିଚ୍ଛନ୍ନ ରଖିବା ପାଇଁ ବିଜ୍ଞାପିତ ଅଂଚଳ ପରିଷଦ ତଥା ବନ୍ଦର କର୍ତୃପକ୍ଷଙ୍କ ପାଇଁ କଷ୍ଟସାଧ୍ୟ ବ୍ୟାପାର ହୋଇପଡ଼ିଛି ।

ବାଲିଯାତ୍ରା ସମୟରେ ଦୋକାନୀମାନେ ଦୈନନ୍ଦିନର ଅଳିଆ ଆବର୍ଜନା ସମୁଦ୍ରକୂଳରେ ପକାଇଥିବାରୁ ଏହା ପଚି ନଷ୍ଟ ହୋଇଯାଇ ପରିବେଶ ପ୍ରଦୂଷିତ କରୁଛି ।

ତେବେ ବାଲିଯାତ୍ରା ଶେଷ ହେବା ପରେ ପ୍ରଶାସନ ଏହାର ସଫେଇ କାର୍ଯ୍ୟ ଆରମ୍ଭ କରିଛି ଏବଂ ଗୋଟିଏ ସପ୍ତାହ ମଧ୍ୟରେ ଏହା ଶେଷ ହେବ ବୋଲି ପାରାଦୀପ ଏନ୍ଏସି ଅଧ୍ୟକ୍ଷା ମଂଜୁଲତା ଜେନା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପାରାଦୀପ ବନ୍ଦର, ପ୍ରଦୂଷଣ, ବାଲିଯାତ୍ରା

ବାଲିଯାତ୍ରାରେ ପଡ଼ିଆରେ ଦର୍ଶକ

November 13, 2011 by ଓଡିଶା ଡଟ କମ

 

ବାଲିଯାତ୍ରାରେ ପଡ଼ିଆରେ ଦର୍ଶକ

Filed Under: ମୁଖ୍ୟ ଖବର Tagged With: ଦର୍ଶକ, ବାଲିଯାତ୍ରା

ରବିବାର ଚତୁର୍ଥଦିନ ସଂଧ୍ୟାରେ ବାଲିଯାତ୍ରା ପଡ଼ିଆର ଦୃଶ୍ୟ

November 13, 2011 by ଓଡିଶା ଡଟ କମ

ରବିବାର ଚତୁର୍ଥଦିନ ସଂଧ୍ୟାରେ ବାଲିଯାତ୍ରା ପଡ଼ିଆର ଦୃଶ୍ୟ

Filed Under: ମୁଖ୍ୟ ଖବର Tagged With: ବାଲିଯାତ୍ରା, ସଂଧ୍ୟା

କଟକ ବାଲିଯାତ୍ରାରେ ବିଦେଶୀ ପର୍ଯ୍ୟଟକ

November 13, 2011 by ଓଡିଶା ଡଟ କମ

 

କଟକ ବାଲିଯାତ୍ରାରେ ବିଦେଶୀ ପର୍ଯ୍ୟଟକ

Filed Under: ମୁଖ୍ୟ ଖବର Tagged With: କଟକ, ବାଲିଯାତ୍ରା

ବାଲିଯାତ୍ରା ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ।

November 10, 2011 by ଓଡିଶା ଡଟ କମ

ବାଲିଯାତ୍ରା ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ।

Filed Under: ମୁଖ୍ୟ ଖବର Tagged With: ବାଲିଯାତ୍ରା, ସାଂସ୍କୃତିକ

ବାଲିଯାତ୍ରା ଉଦଘାଟିତ

November 10, 2011 by ଓଡିଶା ଡଟ କମ

 

ରାଜସ୍ୱ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ବାଲିଯାତ୍ରାକୁ ଉଦଘାଟନ କରୁଛନ୍ତି ।

Filed Under: ମୁଖ୍ୟ ଖବର Tagged With: ବାଲିଯାତ୍ରା, ରାଜସ୍ୱ ମନ୍ତ୍ରୀ

ବାଲିଯାତ୍ରାରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ନାହିଁ

November 9, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) ଗତ ସେପ୍ଟେମ୍ବର ମାସରେ ରାଜ୍ୟରେ ହୋଇଥିବା ଦୁଇ ଥର ବନ୍ୟାରେ ଲୋକଙ୍କ ବ୍ୟାପକ କ୍ଷତି ହୋଇଥିବାରୁ ରାଜ୍ୟବାସୀଙ୍କ ଦୁଃଖରେ ସମବେଦନା ପ୍ରକାଶ କରି ବାଲିଯାତ୍ରା ତଥା ବୋଇତ ବନ୍ଦାଣ ଉତ୍ସବରେ ଯୋଗ ନଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତି ନେଇଛନ୍ତି ।

ପୂର୍ବରୁ ମଧ୍ୟ ସେ ଦୁର୍ଗାପୂଜା ଏବଂ ଅନ୍ୟ କୌଣସି ଉତ୍ସବରେ ଯୋଗ ଦେଇନଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ବାଲିଯାତ୍ରା, ବୋଇତ ବନ୍ଦାଣ ଉତ୍ସବ, ମୁଖ୍ୟମନ୍ତ୍ରୀ

ବାଲିଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି, ୪ କୋଟି ଟଙ୍କାର ବୀମା

November 7, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ଐତିହାସିକ ବାଲିଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଚଳିତ ବର୍ଷ ଏଥିପାଇଁ ଚାରି କୋଟି ଟଙ୍କାର ବୀମା କରାଯାଇଛି ।

ଆସନ୍ତା ୧୦ ରୁ ୧୬ ତାରିଖ ପର୍ଯ୍ୟନ୍ତ କଟକ ବାଲିଯାତ୍ରା ପଡ଼ିଆରେ ହେବାକୁ ଥିବା ଏହି ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ôଚଥିବା ଜଣେ ଅଧିକାରୀ କହିଛନ୍ତି ।

ପରିମଳ , ପାନୀୟ ଜଳ, ସ୍ୱାସ୍ଥ୍ୟ ତଥା ଆଇନ ଶୃଙ୍ଖଳା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମୋଟ୍ ୩୮ ଏକର ଜମିରେ ଆୟୋଜିତ ଏହି ଯାତ୍ରାରେ ଚଳିତ ବର୍ଷ ୧୩୨୮ଷ୍ଟଲ ହେବ ।

ଜିଲ୍ଲା ପ୍ରଶାସନ ଓ ଓର୍ମାସର ମିଳିତ ସହଯୋଗରେ ଗାନ୍ଧୀ ଶିଳ୍ପବଜାରରେ ଏକ ବଡ଼ ଷ୍ଟଲ ଖୋଯାଇଛି । ଏହା ଯାତ୍ରାରେ ଲୋକଙ୍କ ମୁଖ୍ୟ ଆକର୍ଷଣ ହେବ ବୋଲି ସେ କହିଛନ୍ତି ।

ଓଡ଼ିଶା ସମେତ ୨୫ଟି ରାଜ୍ୟର ହସ୍ତଶିଳ୍ପ, ଟେରାକୋଟା, ଶାଢି, କାଠଶିଳ୍ପ, ବୟନଶିଳ୍ପ ସହିତ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ହେବ । ଏହାସହିତ ଆଦିବାସୀ ଅଳଙ୍କାର ତଥା ସାମଗ୍ରୀ ମଧ୍ୟ ଏହି ଷ୍ଟଲ ଗୁଡ଼ିକରେ ଖେିବାକୁ ମିଳିବ ।

ଏହି ସାତଦିନ ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୬୮ଟି ଳ ଅଂଶଗ୍ରହଣ କରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଯାତ୍ରାରୁ ସମୁଦାୟ ୬୦ ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ ହେବ ବୋଲି ଜିଲ୍ଲା ପ୍ରଶାସନ ଆଶା ପ୍ରକାଶ କରିଛି । ଯାତ୍ରାରେ ପଲିଥିନକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଷ୍ଟଲ ଗୁଡ଼ିକ ଠାରୁ ଲେଖା ନିଆଯାଇଛି ।

ବାଲିଯାତ୍ରା ସଂପର୍କରେ ଜାଣିବା ପାଇଁ ପ୍ରଶାସନ ପକ୍ଷରୁ ୱେସାଇଟ୍ ଖୋଲାଯିବ ଏବଂ ମନୋରଂଜନ କାର୍ଯ୍ୟକ୍ରମ ସହିତ ଷ୍ଟଲ ଗୁଡ଼ିକର ସଂପୂର୍ଣ୍ଣ ତଥ୍ୟ ଏଥିରେ ପ୍ରକାଶ ପାଇବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କଟକ, ବାଲିଯାତ୍ରା

ଐତିହାସିକ ବାଲିଯାତ୍ରା ଆରମ୍ଭ

November 22, 2010 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦ ଦାତା

କଟକ, ନଭେମ୍ବର ୨୧ (ଓଡିଶା ଡଟ୍ କମ୍) କଟକର ମହାନଦୀ ବାଲିପଠାରେ ରବିବାର ଆରମ୍ଭ ହୋଇଛି ଐତିହାସିକ ବାଲିଯାତ୍ରା ।୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରସିଦ୍ଧ ବାଲିଯାତ୍ରାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଉଦ୍ଘାଟନ କରିଛନ୍ତି ।

ଏଥିରେ ଚଳିତ ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୧୫ ଶହରୁ ଉର୍ଦ୍ଧ୍ଵ ଷ୍ଟଲ ଖୋଲିଛି । ଏଥି ମଧ୍ୟରୁ ଓରମାସ୍ ର ସାଢ଼େ ତିନି ଶହରୁ ଉର୍ଦ୍ଧ୍ଵଷ୍ଟଲ ରହିଛି ଯେଉଁଥିରେ ସବୁ ପ୍ରକାର ହସ୍ତକର୍ମ ସାମଗ୍ରୀ ଉପଲବ୍ଧ ହେବ । ଏହା ବ୍ୟତୀତ ଆଖପାଖ ଅଞ୍ଚଳରେ ପସରା ମେଲିଛନ୍ତି ଶତାଧିକ ଛୋଟବଡ ଦୋକାନ ।

ଲୋକମାନଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି ।ଏହି ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ଜିଲ୍ଲା ପ୍ରଶାସନ ଓ କମିଶନରେଟ ପୋଲିସ ଠାରୁ ଆରମ୍ଭ କରି ଅଗ୍ନିଶମ ସେବା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ବାଲିଯାତ୍ରା ପଡ଼ିଆର ସୁରକ୍ଷା ବ୍ୟବସ୍ଥା ପାଇଁ ୪୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅପରାଧୀଙ୍କ ଗତିବିଧି ଜାଣିବା ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ଫୋର୍ସ ମୁତୟନ କରାଯିବା ସହିତ ଦୁଇଟି ୱାଚ ଟାୱାରର ବ୍ୟବସ୍ଥା କରାଯାଇଛି, କ୍ଲୋଜ ସର୍କିଟ କ୍ୟାମେରା ଖଞ୍ଜାଯାଇଛି ।

ଏହାବ୍ୟତୀତ ସାଦା ପୋଷାକରେ ମହିଳା ଓ ପୁରୁଷ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି ।

ଓଡିଶା ଡଟ୍ କମ୍

Filed Under: ମୁଖ୍ୟ ଖବର Tagged With: କଟକ, ବାଲିଯାତ୍ରା, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା