• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ବିଜେଡ଼ି

ଦଶପୁର ଠାରେ ବିଜେଡିର କର୍ମୀ ସମ୍ମିଳନୀ

November 15, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଜୁନାଗଡ,ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍)-ଦଶପୁର ଠାରେ ବିଜେଡିର କର୍ମୀ ସମ୍ମିଳନୀ

ଜୁନାଗଡ ନିର୍ବାଚନ ମଣ୍ଡଳୀର ଦଶପୁର ଠାରେ ଏହି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । କୃଷିମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଧର୍ମଗଡରେ ପhanchiହଞ୍ଚିବା ପରେ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଦଶପରୁ ପର୍ଯନ୍ତ ଯାଇଥିଲେ ।

ଆଜିର କର୍ମୀ ସମ୍ମିଳନୀରେ ସ୍ଥାନୀୟ ବିଧାୟକ ପୁଷ୍ପେନ୍ଦର ସିଂହଦେଓ, ଜିଲ୍ଲା ସଭାପତି ବଳଭଦ୍ର ମାଝି ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଲାଞ୍ଜିଗଡ ଓ ଭବନୀପାଟଣାରେ ବିଜେଡି ତରଫରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ ।

ବିଜୁ ଜନତା ଦଳ ତରଫରୁ ମଧ୍ୟ କାର୍ଯ୍ୟକାରୀ କମିଟିର ଏକ ବୈଠକ ଚଳିତ ମାସ ୧୬ ତାରିଖ ପୂର୍ବାହ୍ନ ୧୦.୩୦ମିନିଟରେ ସ୍ଥାନୀୟ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: କଂଗ୍ରେସ, ବିଜେଡ଼ି, ଭବନୀପାଟଣା, ଲାଞ୍ଜିଗଡ

ମହିଳା କମିଶନଙ୍କ ରିପୋର୍ଟ ବିଜେଡି ପ୍ରାୟୋଜିତ: ପ୍ୟାରିମୋହନ

November 11, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍)-ପୁରୀ ଜିଲ୍ଲା କଣାସ ସିଏଚସିର ଆୟୁଷ ଡାକ୍ତର ମାଧବୀଲତା ପ୍ରଧାନଙ୍କ ମୃତ୍ୟୁ ଘଟଣାରେ ମହିଳା କମିଶନ ଶୁକ୍ରବାର ଯେଉଁ ରିପୋର୍ଟ ସରକାରଙ୍କୁ ପ୍ରଦାନ କଲେ ତାହା ହେଉଛି ବିଜେଡି ପ୍ରାୟୋଜିତ ବୋଲି ବିଜେଡିରୁ ନିଲମ୍ବିତ ସାଂସଦ ପ୍ୟାରିମୋହନ ମହାପାତ୍ର ଅଭିଯୋଗ କରିଛନ୍ତି ।

ଓଡିଶା ଜନମୋର୍ଚ୍ଚା ମୁଖ୍ୟ ମହାପାତ୍ର କହିଛନ୍ତି ମହିଳା କମିଶନ ଉପର ଠାଉରିଆ ଭାବେ ତଦନ୍ତ କରିଛନ୍ତି । ସରକାରଙ୍କୁ ସୁହାଇଲା ଭଳି ରିପୋର୍ଟ ଦେଇଛନ୍ତି । ଏ ଘଟଣାକୁ ନେଇ ସେ କୋର୍ଟର ଆଶ୍ରୟ ନେବେ ।

ଏ ଘଟଣାରେ ପ୍ରତିକ୍ରୀୟା ପ୍ରକାଶକରି ବିଜେଡି ଉପସଭାପତି ଶ୍ରୀ ଦାମୋଦର ରାଉତ କହିଛନ୍ତି ବିଜେଡି ଦ୍ୱାରାକିଛି ପ୍ରାୟୋଜିତ ହୋଇନାହିଁ କି କେହି ତାଙ୍କୁ କିଛି କହି ନାହାଁନ୍ତି । କମିଶନ ନିଜ ଇଛାରେ ଯାଇଛନ୍ତି ଓ ତଦନ୍ତ କରି ରିପୋର୍ଟ ଦେଇଛନ୍ତି । ସେ ରିପୋର୍ଟକୁ ଆମେ ପରୀକ୍ଷା ନିରକ୍ଷା କରି ଦେଖୁଛୁ ବୋଲି ରାଉତ କହିଛନ୍ତି ।

ଏ ଘଟଣାକୁ ନେଇ ଆୟୁଷ ଡାକ୍ତର ସଂଘର କୋଷାଧ୍ୟକ୍ଷ ରାମକୃଷ୍ଣ ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ, ମାଧବୀଙ୍କ ବଦଳୀ ବେଆଇନ ଭାବେ ହୋଇଛି । ନିୟମ ଅନୁସାରେ ଜିଲ୍ଲା ଭିତରେ ଦୁଇ ଜଣ ଡାକ୍ତରଙ୍କ ସହମତି ଭିତିରେ ବଦଳି ହୋଇ ପାରିବେ । କିନ୍ତୁ ମାଧବୀଙ୍କ କ୍ଷେତ୍ରରେ ତାର ବ୍ୟତିକ୍ରମ ହୋଇଛି ।

ପ୍ରକୃତ ଦୋଷି କିଏ ତାକୁ ବାହାର କରାଯାଉ । ମାଧବୀଙ୍କ ଶବକୁ ପରିବାରକୁ ହସ୍ତାନ୍ତର କରାଯାଉ ଏବଂ କ୍ଷତିପୂରଣ ଦିଆଯାଉ ବା ପରିବାରରେ ଜଣକୁ ଚାକିରୀ ଦିଆଯାଉ ବୋଲି ସଂଘ ଦାବି କରିଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ରାଜନୀତି Tagged With: ପ୍ୟାରିମୋହନ ମହାପାତ୍ର, ବିଜେଡ଼ି, ମହିଳା କମିଶନ, ମାଧବୀଲତା ମୃତ୍ୟୁ, ସରକାର

କୋଇଲା ବ୍ଲକ ଆବଣ୍ଟନ ଅନିୟମିତତା: ଭୁବନେଶ୍ୱରରେ ପିଏସି

November 2, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨ (ଓଡ଼ିଶା ଡ଼ଟ୍ କମ୍)–କୋଇଲା ବ୍ଲକ ଆବଣ୍ଟନର ସିଏଜି ରିପୋର୍ଟ ଉପରେ ଅନୁଧ୍ୟାନ କରିବାକୁ ସଂସଦର ପବ୍ଲିକ ଆକାଉଣ୍ଟସ କମିଟି (ପିଏସି) ଶୁକ୍ରବାର ଓଡ଼ିଶା ପହଞ୍ଚିଛନ୍ତି ।

ଏଥିରେ ବିଜେଡିର ସାଂସଦ ଭତୃହରି ମହତାବଙ୍କ ସମେତ ୭ ଜଣ ସଦସ୍ୟ ଅଛନ୍ତି ।

କୋଇଲା ବ୍ଲକ ଆବଣ୍ଟନ କ୍ଷେତ୍ରରେ ହୋଇଥିବା ଅନିୟମିତତା ଉପରେ କାଗ ଦେଇଥିବା ରିପୋର୍ଟ ଉପରେ ପିଏସି ଅନୁଧ୍ୟାନ କରୁଛି । ଏଥିପାଇଁ କୋଇଲା ବ୍ଲକ ଆବଣ୍ଟନ ପାଇଁ ଓଡ଼ିଶା ସରକାରଙ୍କ ସୁପାରିଶର ସ୍ୱଚ୍ଛତା ଯାଞ୍ଚ କରିବ ପିଏସି ।

୨୦୦୪ରୁ ୨୦୦୯ ମଧ୍ୟରେ କୋଇଲା ବ୍ଲକ ଆବଣ୍ଟନର ନିରପେକ୍ଷତା ଉପରେ କାଗ ପୂର୍ବରୁ ପ୍ରଶ୍ନ ଉଠାଇଛି । ରାଜ୍ୟରେ ୧୦୮ଟି କମ୍ପାନୀ କୋଇଲା ଖଣି ପାଇଁ ଆବେଦନ କରିଥିବାବେଳେ ୨୫ଟି କମ୍ପାନୀକୁ କେଉଁ ଆଧାରରେ ଖଣି ଦିଆଗଲା ସେସମ୍ପର୍କରେ ମଧ୍ୟ କାଗ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ସେଥିମଧ୍ୟରୁ ଓଡ଼ିଶାର ୬ଟି କମ୍ପାନୀ ଅନ୍ତର୍ଭୁକ୍ତ । କେଉଁ ଆଧାରରେ ରାଜ୍ୟ ସରକାର ନିର୍ଦ୍ଧିଷ୍ଟ କମ୍ପାନୀ ପାଇଁ କୋଇଲା ବ୍ଲକ ସୁପାରିଶ କରିଛନ୍ତି ତାହାର ଯାଞ୍ଚ କରାଯିବ ।

ସୈନିକ ମାଇନିଂ ସହ ହୋଇଥିବା ଚୁକ୍ତି, ନବ ଭାରତ ପାଇଥିବା କୋଇଲା ବ୍ଲକ ଏସାର କଂପାନୀକୁ ହସ୍ତାନ୍ତର କରିବା ଏବଂ ଅନ୍ୟନ୍ୟ କୋଇଲା ଦୁର୍ନୀତି ନେଇ ରାଜ୍ୟ ସରକାର ଅଡୁଆରେ ଅଛନ୍ତି ।

ଏଣୁ ଏ ସବୁ ଯାଞ୍ଚ ଘଟଣାକୁ ନେଇ କିପରି କମିଶନମାନଙ୍କୁ ସମ୍ମୁଖୀନ କରାଯିବ ସେ ଚିନ୍ତା ଏବେ ସରକାରଙ୍କୁ ଘାରିଛି । ଏହି ପ୍ରତିନିଧି ଦଳ କୋଇଲା ଦୁର୍ନୀତି ଯାଞ୍ଚ ସହ ପରିବେଶ ସମସ୍ୟାର ଅନୁଧ୍ୟାନ କରିବେ ।

ଅସୁସ୍ଥତା କାରଣରୁ ପିଏସି ଅଧ୍ୟକ୍ଷ ମୁରଲୀ ମନୋହର ଯୋଶୀ ଆସିନାହାଁନ୍ତି । ଏହି ପ୍ରତିନିଧି ଦଳ ଶନିବାର ଦିନ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: ଓଡ଼ିଶା ସରକାର, କୋଇଲା ଦୁର୍ନୀତି, କୋଇଲା ବ୍ଲକ ଆବଣ୍ଟନ, ବିଜେଡ଼ି, ଭୁବନେଶ୍ୱର, ସିଏଜି ରିପୋର୍ଟ

ପ୍ୟାରୀଙ୍କ ଅଭିଯୋଗ ଭିତିହୀନ ଓ ମିଥ୍ୟା: ନବୀନ

October 31, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୩୧(ଓଡ଼ିଶା ଡ଼ଟ୍ କମ୍) –ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିଲ୍ଲୀ ଗସ୍ତରୁ ଫେରିବାପରେ ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ୟାରୀମୋହନଙ୍କ ଅଭିଯୋଗ ଭିତିହୀନ ଓ ମିଥ୍ୟା ଓ ଏଥିରେ କୌଣସି ସତ୍ୟାସତ୍ୟ ନାହିଁ ।

ଏଥିସହିତ ସେ କହିଥିଲେ ଯେ, ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ପ୍ୟାରୀମୋହନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ତାଙ୍କର ସମସ୍ତ କାର୍ଯ୍ୟକଳାପକୁ ଅନୁଧ୍ୟାନ କରିବେ ଏବଂ ଠିକଣା ସମୟରେ ନିଷ୍ପତ ନେବେ ।

ପଟ୍ଟନାୟକ ଓ ମହାପାତ୍ର ଏୟାର ଇଣ୍ଡିଆନ ବିମାନରେ ଦୁଇ ଜଣ ସାଙ୍ଗହୋଇ ଆସିଥିଲେ ମଧ୍ୟ ବିମାନ ମଧ୍ୟରେ କୌଣସି କଥାବାର୍ତା ହୋଇନାହିଁନ୍ତି ବୋଲି ପ୍ୟାରୀମୋହନ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ ୨୮ ତାରିଖରେ ବିଜେଡିରୁ ନିଲମ୍ବିତ ସାଂସଦ ତଥା ଓଡିଶା ଜନମୋର୍ଚ୍ଚାର ଅଧ୍ୟକ୍ଷ ପ୍ୟାରୀମୋହନ ମହାପାତ୍ର କ୍ରାନ୍ତି ସମାବେଶରେ ବିଜେଡି କୋଇଲା ବ୍ଲକ ଆବଣ୍ଟନରେ ସଂପୃକ୍ତ ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

ଏଥିସହିତ ସେ କହିଥିଲେ ଯେ, ମୋର୍ଚ୍ଚା କଂଗ୍ରେସର ବି ଟିମ୍ ନୁହେଁ । ବିଜେଡି କୋଇଲା ବ୍ଲକ ସୁପାରିଶରେ ସଂପୃକ୍ତ ଥିବାରୁ କଂଗ୍ରେସ ସହିତ ସଲାସୁତୁରା କରୁଛି । ତେଣୁ ବିଜେଡି କଂଗ୍ରେସର ବି ଟିମ୍ ବୋଲି ଅଭିଯୋଗ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: କଂଗ୍ରେସ, ଗଣମାଧ୍ୟମ, ଜନମୋର୍ଚ୍ଚା, ପ୍ୟାରୀମୋହନ ମହାପାତ୍ର, ବିଜେଡ଼ି, ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡିଶା ଦୁର୍ନୀତିର ପର୍ଦ୍ଧା ଫାସ କରାଯିବ: ମନିଷ ସିଶୋଦିଆ

October 26, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକୋ୍ଟବର ୨୬(ଓଡ଼ିଶା ଡ଼ଟ୍ କମ୍)–ଓଡିଶାରେ ହୋଇଥିବା ସବୁ ଦୁର୍ନୀତିର ପର୍ଦ୍ଧା ଫାସ କରାଯିବ, ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଇଣ୍ଡିଆ ଏଗ୍ନେଷ୍ଟ କରପୋସନର କୋର୍ କମିଟି ସଦସ୍ୟ ମନିଷ ସିଶୋଦିଆ ।

ସେ କହିଛନ୍ତି ଖଣିଜ ସଂପଦରେ ଭରା ଓଡଶା ବିକାଶ ନହେବର କରାଣ ଏଠାରେ ଯେଉଁ ସରକାର ଆସୁଛି ସେ ପୁଞ୍ଜିପତିଙ୍କ ଦଲାଲ ସାଜୁଛି ।

ବିଜେଡି ସରକାର କଂଗ୍ରେସ ସାଂସଦ ନବୀନ ଜିନ୍ଦଲ କଂପାନୀଙ୍କ ପାଇଁ ସୁପାରିଶ କରିବା ପ୍ରସଂଗକୁ ବି ସେ ଉଠାଇଥିଲେ । ସେ କହିଥିଲେ ବିଜେଡି ସରକାରର ଏପରି ମନୋବୃଚିରେ କଂଗ୍ରେସ ଓ ବିଜେପି ହାତ ମିଳାଇଛନ୍ତି ।

ସିଶୋଦିଆ କହିଛନ୍ତି ଓଡିଶାରେ କଂଗ୍ରେସ ଓ ବିଜେପି ବିରୋଧି ଦଳ ପରି ମନେ ହେଉନାହାଁନ୍ତି । ତେବ ବିକଳ୍ପ ରାଜନୈତିକ ଶକ୍ତିଭାବେ ଆଇଏସି ସଂସ୍ଥା ଏଥର ରାଜ୍ୟର ସବୁ ବିଧାନ ସଭା ଓ ଲୋକ ସଭା ଆସନରେ ପ୍ରାର୍ଥିଦେବ ।

ତେବେ ପଞ୍ଚାୟତ ରାଜ ମନ୍ତ୍ରୀ କଳ୍ପତରୁ ଦାସ କହିଛନ୍ତି ନବୀନ ଜିନ୍ଦଲ କଂଗ୍ରେସର ହୁଅନ୍ତ କି ବିଜେପିର ହୁଅନ୍ତୁ ସେଥିରେ ଓଡିଶା ବ୍ୟସ୍ତ ନୁହେଁ । ଓଡଶା ପାଇଁ ସେ ଅର୍ଥ ବିନିଯୋଗ କରିଛନ୍ତି ।

ସେ ୧୩ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ବିନିଯୋଗ କରିଛନ୍ତି । ସେ ଦୃଷ୍ଟିରୁ ଓଡିଶା ସରକାର ତାଙ୍କପାଇଁ ଖଣି ସୁପାରିଶ କରି କୌଣସି ଭୁଲ କରି ନାହାଁନ୍ତି । କୌଣସି ଦଳ ପାଇଁ ନୁହେଁ ଓଡିଶାରେ ଶିଳ୍ପ ପାଇଁ ଆସିଥିବା ସବୁ କଂପାନୀକୁ ସରକାର ଖଣି ଦେଉଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: କଂଗ୍ରେସ, ବିଜେଡ଼ି, ବିଜେପି, ସରକାର, ସାମ୍ବାଦିକ ସମ୍ମିଳନୀ

୧୯ରେ ବ୍ରହ୍ମପୁରରେ ବିଜେଡିର ସମାବେଶ

October 16, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୬(ଓଡ଼ିଶା ଡ଼ଟ୍ କମ୍) – ୧୯ ଅକ୍ଟୋବରରେ ବିଜେଡି ତରଫରୁ ବ୍ରହ୍ମପୁରରେ ଏକ ସମାବେଶ କରାଯିବ ବୋଲି ଦଳ ତରଫରୁ ମଙ୍ଗଳବାର କୁହାଯାଇଛି ।

ଉକ୍ତ ଦିନ ବିଜେଡିରୁ ନିଲମ୍ବିତ ସାଂସଦ ପ୍ୟାରୀମୋହନ ମହାପାତ୍ର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ପୂର୍ବରୁ ଘୋଷଣା କରିଥିବାରୁ ଏହି ରାଲି ତାଙ୍କୁ ପ୍ରତିହତ କରିବା ପାଇଁ କରାଯାଉଥିବା ରାଜନୈତିକ ପର୍ଯ୍ୟବେକ୍ଷକମାନେ ଅନୁମାନ କରିଛନ୍ତି ।

ଓଡଶା ଜନମୋର୍ଚ୍ଚା ଗଠନ କରିଥିବା ମହାପାତ୍ର ଚଳିତମାସ ୨୯ରେ ପ୍ରାୟ ପଚାଶହଜାର ଲୋକଙ୍କର ଏକ ରାଲି ଭୁବନେଶ୍ୱରରେ କରିବାକୁ ଯାଉଥିବା ବେଳେ ଏହା ପୂର୍ବରୁ ହେଉଥିବା ବିଜେଡ଼ିର ରାଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଏକ ଶକ୍ତିପରୀକ୍ଷା ବୋଲି ସେମାନେ କହିଛନ୍ତି ।

ବ୍ରହ୍ମପୁରର ଏହି ସମାବେଶରେ ପ୍ରାୟ ୫୦ ହଜାର କର୍ମୀ,ସମର୍ଥକ ଓ ସାଧାରଣ ଜନତା ଉପସ୍ଥିତ ରହିବେ ବୋଲି ବିଜେଡି ତରଫରୁ ଆକଳନ କରାଯାଇଛି ।

ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୩ ଜଣ କ୍ୟାବିନେଟ ମନ୍ତ୍ରୀ ଓ ସମସ୍ତ ବିଧାୟକ ବିଧାୟିକା ଏହି ମହାସମାବେଶରେ ଯୋଗଦେବେ । ଏହାର ପ୍ରସ୍ତୁତି ପର୍ବ ଯୁଦ୍ଧକାଳୀନ ଭିତିରେ ଚାଲଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: ଜନମୋର୍ଚ୍ଚା, ପ୍ୟାରିମୋହନ ମହାପାତ୍ର, ବିଜେଡ଼ି, ବ୍ରହ୍ମପୁର, ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ସାମ୍ବାଦିକ ସମ୍ମିଳନୀ

ପଦଯାତ୍ରାକୁ ନେଇ ଭଦ୍ରକ ବିଜେଡିରେ ଫାଟ

October 5, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭଦ୍ରକ,ଅକ୍ଟେବର ୫ (ଓଡ଼ିଶା ଡ଼ଟ୍ କମ୍) – ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ଦିନ ଭଦ୍ରକ, ଧାମନଗର ଓ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଜନସମ୍ପର୍କ ପଦଯାତ୍ରା ଆୟୋଜନ ହୋଇଯାଇଛି ।

ତେବେ ବିଲକ୍ଷଣ ହେଲା, ବିଜେଡି ପଦଯାତ୍ରାକୁ ନେଇ ଭଦ୍ରକ ବିଜେଡିରେ ଫାଟ । ଏଠାରେ ଯୁଗଳ ଓ ପ୍ରଫୁଲ୍ଲ ଗୋଷ୍ଠୀ ପକ୍ଷରୁ ସମାନ୍ତରାଳ ପଦଯାତ୍ରାର ଆୟୋଜନ ଭଦ୍ରକ ରାଜନୀତିରେ ଆଲୋଚ୍ୟ ପ୍ରସଙ୍ଗ ହୋଇଛି ।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବିଜେଡି ଆଡୁ ଏହି ପଦଯାତ୍ରାର ଆୟୋଜନ ହେଉଥିଲେ ହେଁ ଅସଲରେ ପାରୀଙ୍କ ଅନୁପସ୍ଥିତିରେ ସଂଗଠନରେ ସାମାନ୍ୟ ହଲଚଲ ନାହିଁ ବୋଲି ସୂଚାଇଦେବାକୁ ଚେଷ୍ଟା କରାଯାଇଛି ।

ତେବେ ପୂର୍ବବର୍ଷ ଭଳି ଏଥରକ ସଭାସମିତିରେ ଆଉ ପ୍ୟାରୀବାବୁଙ୍କ ନାମ କେହି ନେତାଏ ନେଉନାହାନ୍ତି । ନବୀନ ପଟନାୟକ ହିଁ ଦଳର ସର୍ବମାନ୍ୟ ନେତା ଓ ତାଙ୍କରି ନେତୃତ୍ୱରେ ଓଡିଶା ପ୍ରଗତି ପଥରେ ଆଗେଇ ଚାଲିଛି ବୋଲି ବିଜେଡି ନେତାମାନେ ପ୍ରଚାର କରୁଛନ୍ତି ।

ଗୋଟିଏ ପକ୍ଷ ଅପରପକ୍ଷ ବିରୋଧରେ ଖୋଲାଖୋଲି ଭାବେ ଗଣମାଧ୍ୟମକୁ ବିବୃତି ରଖିବା ମଧ୍ୟ ଦଳୀୟ ଶୃଙ୍ଖଳା ପ୍ରତି ଚାଲେଞ୍ଜ ଆଣିଛି ।

ଅତୀତରେ ପ୍ରଫୁଲ୍ଲ ସମର୍ଥକମାନେ ଦଳଭିତରେ ସାଂସଦ ଶ୍ରୀ ସେଠୀଙ୍କୁ ଅନେକ ସମୟରେ ଅଡୁଆ ପରିସ୍ଥିତିରେ ପକାଉଥିଲେ । ମାତ୍ର ମନ୍ତ୍ରୀପଦ ଗଲା ପରେ ପ୍ରଫୁଲ୍ଲବାବୁଙ୍କ ସମର୍ଥକମାନେ ଯୁଗଳବାବୁଙ୍କ ସମର୍ଥକଙ୍କ ବିରୋଧରେ ସାଂସଦ ଶ୍ରୀ ସେଠୀଙ୍କ ନିକଟରେ ଫେରାଦ ହେବା କଥା କହୁଛନ୍ତି ।

ଅର୍ଥାତ ବିଜେଡିରେ ପ୍ୟାରୀ ଫାକ୍ଟର ଆଉ କାମ କରୁନଥିବାରୁ ଜିଲା ରାଜନୀତିରେ ସାଂସଦ ଶ୍ରୀ ସେଠୀ ହିଁ ସବୁଠାରୁ ପ୍ରଭାବଶାଳୀ ଏକଥା ବୁଝାପଡୁଛି ।

ଜିଲାରେ ଜନସମ୍ପର୍କ ଅଭିଯାନର ନେତୃତ୍ୱ ନେଉଛନ୍ତି ଜିଲା ବିଜେଡି ସଭାପତି ତଥା ସାଂସଦ ଅର୍ଜୁନ ସେଠୀ । ଦଳୀୟ ପର୍ଯ୍ୟବେକ୍ଷକ ଭାବେ ହୁସେନ ରବି ଗାନ୍ଧୀ ମଧ୍ୟ ପଦଯାତ୍ରାରେ ସାମିଲ ହେଉଛନ୍ତି ।

କେନ୍ଦ୍ରର ୟୁପିଏ ସରକାର ଓଡିଶାକୁ ଅବହେଳା କରୁଥିବା ନେଇ ପାରମ୍ପରିକ ଆରୋପ ସହିତ କେନ୍ଦ୍ର ସରକାରରେ ସଂଘଟିତ ମହାଦୁର୍ନୀତି ସଂପର୍କରେ ପଦଯାତ୍ରା ପରର ସଭାରେ ବିଜେଡି ନେତାମାନେ ଭାଷଣ ରଖୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: କେନ୍ଦ୍ର ସରକାର, ବିଜେଡ଼ି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ବିଜେଡି କନ୍ଦଳ: ପ୍ୟାରୀ ଗଠନ କଲେ ଓଡିଶା ଜନମୋର୍ଚ୍ଚା

October 1, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍: ସଦାଶିବ ଶତପଥୀ

ଭୁବନେଶ୍ୱର, ଅକ୍ଟୋବର ୧(ଓଡ଼ିଶା ଡ଼ଟ୍ କମ୍) -ବିଜେଡିରୁ ନିଲମ୍ବିତ ହୋଇଥିବା ସାଂସଦ ପ୍ୟାରୀ ମୋହନ ମହାପାତ୍ର ଓଡିଶା ଜନମୋର୍ଚ୍ଚା ନାମରେ ଏକ ସଂଗଠନ ଗଠନ କରିଛନ୍ତି ।

ଏହା ଦ୍ୱାରାତାଙ୍କୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଓଡିଶା ଜନମୋର୍ଚା ଭବିଷ୍ୟତ କାର୍ଯ୍ୟ ପନ୍ଥା ସଂପର୍କରେ ଶ୍ରୀ ମହାପାତ୍ର ଅକ୍ଟୋବର ୧୯ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିବେ ବୋଲି ଓଡିଶା ଜନମୋର୍ଚ୍ଚା ମୁଖପାତ୍ର ଭାବେ ନିଯୁକ୍ତି ପାଇଥିବା ବିଜେଡି ନେତା ଯଜ୍ଞେଶ୍ୱର ବାବୁ ଓଡିଶା ଡଟ୍ କମ୍ କୁ କହିଛନ୍ତି ।

ପ୍ୟାରୀଙ୍କର ଏହି ମଂଚ ଗଠନ ସଂପର୍କରେ କଂଗ୍ରେସ, ବିଜେଡି ଏବଂ ବିଜେପ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯଦି ରାଜ୍ୟର ଭଲପାଇଁ ଏହି ମୋର୍ଚ୍ଚା ଗଠନ କରାଯାଇଛି ତେବେ ତାହା ସ୍ୱାଗତଯୋଗ୍ୟ ବୋଲି ରାଜ୍ୟ କଂଗ୍ରେସ ମୁଖ୍ୟ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଏହି ମୋର୍ଚ୍ଚା ଗଠନ ଦ୍ୱାରାବିଜେଡିର ଅର୍ନ୍ତକଳହ ପଦାକୁ ଆସିଛି ବୋଲି ବିଜେପି ର ରାଜ୍ୟ ସଭାପତି ଜୁଏଲ ଓରାମ କହିଛନ୍ତି । ବରିଷ୍ଠ ବିଜେଡି ନେତା ଡଃ ଦାମୋଦର ରାଉତ କହିଛନ୍ତି ଏହା ତାଂକ ପାର୍ଟିରେ କୌାଣସି ପ୍ରଭାବ ପକାଇବ ନାହିଁ ।

ଏଠାରେ ଉଲ୍ଲେଖଯୋଗ୍ୟଯେ ସାଂସଦ ପ୍ୟାରୀ ମୋହନ ମହାପାତ୍ର ମେ ୨୯ ତାରିଖରେ କରିଥିବା ‘ଗୁପ୍ତ ବୈଠକ’ ଯୋଗୁଁ ବିଜେଡି ରୁ ନିଲମ୍ବିତ ହୋଇଥିଲେ । ଫଳରେ ଦୀର୍ଘ ୧୨ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ସହିତ ତାଂକ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର, ରାଜନୀତି Tagged With: ଓଡିଶା ଜନମୋର୍ଚ୍ଚା, ଜୁଏଲ ଓରାମ, ବିଜେଡ଼ି, ସାମ୍ବାଦିକ ସମ୍ମିଳନୀ, ସାଂସଦ ପ୍ୟାରୀ ମୋହନ ମହାପାତ୍ର

କଂଗ୍ରେସ ଏଫ୍ଆଇର ରଖିଲାନି ପୋଲିସ

September 9, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)- ଆଜି କଂଗ୍ରେସ ଭବନରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଘରୋଇ ବିଭାଗର ଅଧିନରେ ଥିବା ଥାନା ଗୁଡିକ ପକ୍ଷପାତି କରୁଛନ୍ତି ପ୍ରକାଶ କରିଛନ୍ତି ।

୬ ତାରିଖ ସମାବେଶକୁ ନେଇ ଉପୁଜିଛି ବିବାଦ । ବିଜେଡି ଓ କଂଗ୍ରେସ ଉଭୟ ଦଳ ଆରୋପ ଓ ପ୍ରତ୍ୟାରୋପରେ ବ୍ୟସ୍ତ ଅଛନ୍ତି ।

ବିଜେଡି କଂଗ୍ରେସ ବିରୋଧରେ ଦେଇଥିବା ଏଫେଆଇଆରକୁ କ୍ୟାପିଟାଲ ଥାନା ଗ୍ରହଣ କରିଥିବା ବେଳେ କଂଗ୍ରେସ ତରଫରୁ ଆଣିଥିବା ଅଭିଯୋଗକୁ ଏଫ୍ଆଇଆର ଭାବେ କ୍ୟାପିଟାଲ ଥାନା ଆଇଆଇସି ଗ୍ରହଣ କରିବାକୁ ଅନିଛା ପ୍ରକାଶ କରିବା ଅଗଣତାନ୍ତ୍ରିକ ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଥାନା ଏବେ କାହାର ବ୍ୟକ୍ତିଗତ ସମ୍ପତି ହୋଇ ଯାଇଛି ।

ଆମର ଅଭିଯୋଗକୁ ଗ୍ରହଣ କରାଯାଇ ନାହିଁ । ଏହା କେତେଦୂର ଯୁକ୍ତିଯୁକ୍ତ ଓଡିଶାର ଜନସାଧାରଣ ବିଚାର କରନ୍ତୁ ବୋଲି ମିଶ୍ର ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଆଯ୍ୟକୁମାର ଜ୍ଞାନେନ୍ଦ୍ର ଉପସ୍ଥିତ ଥିଲେ । କଂଗ୍ରସ ପକ୍ଷରୁ କୁହାଯାଇଛି ଯେ ମହିଳା କନେଷ୍ଟବଳକୁ ଆମ କର୍ମୀ ମାରିନାହିାଁନ୍ତି ବିଜେଡି ଲୋକମାନେ ହିଁ ମାରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଏଫ୍ଆଇର, କଂଗ୍ରେସ, ଗଣତାନ୍ତ୍ରିକ, ବିଜେଡ଼ି, ମହିଳା କନେଷ୍ଟବଳ, ରାଜ୍ୟ ସରକାର, ସାମ୍ବାଦିକ ସମ୍ମିଳନୀ

ମହିଳା କମିଶନଙ୍କୁ ଭେଟିଲେ ବିଜେଡି ମହିଳା ସଭାନେତ୍ରୀ

September 8, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୮(ଓଡ଼ିଶା ଡ଼ଟ୍ କମ୍)- କଂଗ୍ରେସ ସମାବେଶ ଓ ସେଠାରେ ସଂଗଠିତ ହିଂସାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ବିସ୍ପୋରକ ରୂପ ନେବାକୁ ଯାଉଛି ।

କଂଗ୍ରେସ ସମାବେଶରେ ମହିଳା ପୋଲିସ ପ୍ରମିଳା ପାଢୀ ଉପରେ ହୋଇଥିବା ବର୍ବରଚିତ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ମହିଳା କମିଶନ ବେଶ ସଜାଗ ଥିବା ପରି ମନେ ହେଉଛି ।

ମହିଳା ପୋଲିସ ପ୍ରମିଳାଙ୍କୁ ଉପଯୁକ୍ତ ନ୍ୟାୟଦେବାକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡଃ ଜ୍ୟୋତି ପାଣିଗ୍ରାହୀ ନିଜଆଡୁ ମାମଲା ରୁଜକରି ଛାନଭିନ ଆରମ୍ଭ କରିଛନ୍ତି । ଉଭୟ ପୋଲିସ ଓ କଂଗ୍ରେସ ଳକୁ କମିଶନ ସ୍ପଷ୍ଟିକରଣ ମାଗିଛି ।

ବିଜେଡି ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ମହିଳା କମିଶନଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ବିଜେଡ଼ି, ମହିଳା କମିଶନ

  • « Go to Previous Page
  • Go to page 1
  • Interim pages omitted …
  • Go to page 3
  • Go to page 4
  • Go to page 5
  • Go to page 6
  • Go to page 7
  • Go to page 8
  • Go to Next Page »

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା