ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା
ଭୁବନେଶ୍ୱର, ମଇ ୯(ଓଡ଼ିଶା ଡ଼ଟ୍ କମ୍) ବିଜୁ ଜନତା ଦଳ(ବିଜେଡ଼ି)ର ବରିଷ୍ଠ ନେତା ତଥା କୃଷିମନ୍ତ୍ରୀ ଦ।ମୋର ରାଉତ ସୋମବାର ଇସ୍ତଫା ଦେଇଥିବା ବେଳେ ମଙ୍ଗଳବାର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ।
ରାଉତ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିବା ସେ ସାମ୍ବାଦିକ ମାନଙ୍କୁ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିବାରୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଲେ ବୋଲି କୃଷି, ସମବାୟ,ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଥିବା ରାଉତ କହିଛନ୍ତି ।
ଛଅ ଥର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିବା ରାଉତ ୧୯୭୯ରେ ପ୍ରଥମେ ମନ୍ତ୍ରୀ ହୋଇଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ସେ ପାରାଦ୍ୱୀପରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ ।
ସେ ସରକାରଙ୍କ ପଞ୍ଚାୟତିରାଜ, ମହିଳା ଓ ଶିଶୁ ବିକାଶ, ସଂସ୍କୃତି, ସୂଚନା ଓ ଲୋକସଂପର୍କ, କୃଷି, ମତ୍ସ୍ୟ ଓ ପଶୁ ସଂପଦ, ସମବାୟ ଆଦି ବିଭାଗ ଦ।ୟିତ୍ୱରେ ଅତୀତରେ କାର୍ଯ୍ୟ କରିଛନ୍ତି ।
ରାଉତଙ୍କ ସହ କ୍ରୀଡ଼ାମନ୍ତ୍ରୀ ପ୍ରବୀଣ ଭଞ୍ଜଦେଓ , ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଜୟରଂଜନ ସିଂ ବରିହା, ପରିବହନ ମନ୍ତ୍ରୀ ସଂଜୀବ ସାହୁ ଏବଂ ନଗର ଉନ୍ନୟନ ମନ୍ତ୍ରୀ ବ୍ରିନାରାୟଣ ପାତ୍ର ମଧ୍ୟ ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ପିପିଲି ବିଧାୟକ ପ୍ରଦୀପ ମହାରଥି ମନ୍ତ୍ରୀ ହେବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି ।
ଓଡ଼ିଶା ଡ଼ଟ୍ କମ୍