• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ବିପିଏଲ୍

ବିଧାନସଭାରେ ବିପିଏଲ୍ ତାଲିକାକୁ ନେଇ ଉଦ୍ବେଗ

December 14, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୪(ଓଡିଶା ଡଟ୍ କମ୍)-ନିୟମ ଅନୁସାରେ ପ୍ରତି ୫ ବର୍ଷରେ ପ୍ରସ୍ତୁତ ହୁଏ ବିପିଏଲ୍ ତାଲିକା କିନ୍ତୁ ଆମ ରାଜ୍ୟରେ ୧୫ ବର୍ଷ ହେଲାଣି ପ୍ରସ୍ତୁତି ହୋଇ ପାରିନାହିଁ ଏହି ତାଲିକା । ଯାହାକୁ ନେଇ ଆଜି ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି ।

ସରକାର ଏଥିପାଇଁ ଜାଣିଶୁଣି କରୁଛନ୍ତି ,ନୂଆ ବିପିଏଲ ତାଲିକା କରୁନାହଁଆନ୍ତି ବୋଲି ଅଭିଯୋଗକରି ବିରୋଧୀ କଂଗ୍ରେସ ବିଧାନସଭାରେ ଶୁକ୍ରବାର ଦିନ ମୁଲତବୀ ପ୍ରସ୍ତାବ ଆଗତ କରିଥିଲା । ଆଲୋଚନାବେଳେ ମନ୍ତ୍ରୀଙ୍କ ପ୍ରଶ୍ନରେ ଅସନ୍ତୁଷ୍ଟ ହୋଇ ବିରୋଧୀ ଦଳ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ ।

ଏହି ତାଲିକା ଦେଖାଇ କେନ୍ଦ୍ରଠାରୁ ସାହାଯ୍ୟ ଆଣୁଛନ୍ତି ଓଡିଶା ସରକାର । ଗରିବ ବଇରୀ ଏ ସରକାର । କେବେ କରିବେ ବିପିଏଲ ତାଲିକା ଏହି ବିଷୟ ନେଇ କଂଗ୍ରେସ ତରଫରୁ ମୁଲତବୀ ପ୍ରସ୍ତାବରେ ବିଧାନ ସଭାରେ ସରଗରମ ଆଲୋଚନା ହୋଇଥିଲା ।

କଂଗ୍ରେସ ବିଧାୟକ ଅନୁପ ସାଏ କହିଛନ୍ତି ବିଜେଡି ସରକାର ଯେଉଁ ଦିନଠୁଁ ଶାସନ ଗାଦୀକୁ ଆସିଛି ସେହି ଦିନଠାରୁ ଗରିବ ମାନଙ୍କୁ ବିପିଏଲ କାର୍ଡ ଦେବାରେ ବ୍ୟର୍ଥ ହୋଇଛି । ଯାହାଦଦ୍ୱାରାଭାରତ ସରକାର ଦେଉଥିବା ଅର୍ଥ ଗରିବ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ ।

ପଞ୍ଚାୟତରାଜ ମନ୍ତ୍ରୀ କଳ୍ପତରୁ ଦାସ ସରକାରଙ୍କ ତରଫରୁ ସଫେଇ ଦେଇ କହିଛନ୍ତି ବିରୋଧୀଙ୍କ ଅଭିଯୋଗର କୌଣସି ସତ୍ୟତା ନାହିଁ । ୨୦୦୭ ଓ ୨୦୧୨ରେ ଦେଶର କୌଣସି ସ୍ଥାନରେ ବିପିଏଲ ତାଲିକା ହୋଇନାହିଁ ।

୨୦୦୨ ମସିହାରେ ରାଜ୍ୟରେ ଗରୀବଙ୍କୁ ଚିହ୍ନଟ ଲାଗି ସାମାଜୀକ ଓ ଅର୍ଥନୈତିକ ସୂଚକାଙ୍କ ଭିତିରେ ସର୍ଭେକରିଥିଲେ ସରକାର । ହେଲେ ଏହା ଉପରେ ଉଚ୍ଚତମ ନ୍ୟାୟାଳୟ କେତେଗୁଡିଏ ନୀତିଗତ ପ୍ରଶ୍ନ ଉଠାଇବା ସହ ରହିତାଦେଶ ଜାରି କରିଛନ୍ତି ।

୨୦୦୬ରେ ଏହି ରହିତାଦେଶ ଉଠିଥିଲା କିନ୍ତୁ ସେବେଠାରୁ ବିପିଏଲ ତାଲିକା କେଉଁ ପଦ୍ଧତିରେ ହେବାକଥା ତାକୁ ନେଇ କେନ୍ଦ୍ର ରାଜ୍ୟ ବିବାଦରେ ଆଉ ବିପିଏଲ ସର୍ଭେ ହୋଇପାରିଲା ନାହିଁ ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର, ରାଜନୀତି Tagged With: ଉଚ୍ଚତମ ନ୍ୟାୟାଳୟ, ବିଧାନସଭା, ବିପିଏଲ୍

ବିପିଏଲ୍ ପରିବାର ଦଶମ ଶ୍ରେଣୀ ଛାତ୍ରଙ୍କୁ ମାଗଣା ସାଇକେଲ

July 31, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧(ଓଡ଼ିଶା ଡ଼ଟ୍ କମ୍) ଦଶମ ଶ୍ରେଣୀରେ ପଢ଼ୁଥିବା ରାଜ୍ୟର ସମସ୍ତ ବିିପିଏଲ୍ ପରିବାରର ଛାତ୍ରମାନଙ୍କୁ ମାଗଣାରେ ସାଇକେଲ ଯୋଗାଇବୋ ପାଇଁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି ।

ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀମାନଙ୍କୁ ସାଇକେଲ ଯୋଗାଣର ସଫଳତାରୁ ଉତ୍ସାହ ପାଇ ଏହି ଯୋଜନାକୁ ଦଶମ ପଢ଼ୁଥିବା ସମସ୍ତ ବିିପିଏଲ୍ ପରିବାରର ଛାତ୍ର ମାନଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଯୋଜନା ଦ୍ୱାରା ରାଜ୍ୟର ବିପିଏଲ୍ ପରିବାରର ୧ଲକ୍ଷ ୬୦ ହଜାର ଛାତ୍ର ଉପକୃତ ହେବେ ବୋଲି କୁହାଯାଇଛି । ସାଇକେଲ ଯୋଜନାରେ ଦଶମରେ ପଢ଼ୁଥିବା ରାଜ୍ୟର ସମସ୍ତ ଛାତ୍ରୀ ଓ ଅନୁସୂଚିତ ଅଞ୍ଚଳରେ ରହୁଥିବା ଅନୁସୂଚିତ ଜାତି ଓ ଉପଜାତିର ଛାତ୍ରମାନଙ୍କୁ ପୂର୍ବରୁ ସରକାର ମାଗଣାରେ ସାଇକେଲ ଯୋଗାଇ ଦେଇଛନ୍ତି ।

ବର୍ତମାନ ଏହି ଯୋଜନାରେ ରାଜ୍ୟର ବିିପିଏଲ୍ ପରିବାରର ଦଶମ ଛାତ୍ରଙ୍କୁ ସାମିଲ କରାଯିବା ଦ୍ୱାରାରାଜ୍ୟର ସାଢ଼େ ଚାରି ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ବିପିଏଲ୍, ମାଗଣା ସାଇକେଲ

ଅଗଷ୍ଟରୁ ବିପିଏଲ୍ ପରିବାରକୁ ୩୦ କିଗ୍ରା ଚାଉଳ

July 26, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୨୬(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ଅଗଷ୍ଟ ମାସରୁ ରାଜ୍ୟର ବିପିଏଲ୍ ପରିବାରକୁ ୩୦ କିଗ୍ରା ଦୁଇ ଟଙ୍କିଆ ଚାଉଳ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏଥିପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଭାବେ ୨ ଲକ୍ଷ ୨୭ ହଜାର ୬୧୫ ଟନ୍ ଚାଉଳ ପଠାଇଛନନ୍ତି । ବର୍ତମାନ ବିପିଏଲ ପରିବାର ଗୁଡ଼ିକ ମାସିକ ୨୫ କିଗ୍ରା ଦୁଇ ଟଙ୍କିଆ ଚାଉଳ ପାଉଛନ୍ତି ।

କେନ୍ଦ୍ରରୁ ସ୍ୱତନ୍ତ୍ର କୋଟା ମିଳିବା ପରେ ଅଗଷ୍ଟ ମାସରୁ ପରିବାର ପିଛା ଆଉ ୫ କିଗ୍ରା ଲେଖାଏଁ ଅଧିକ ଚାଉଳଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହି ଚାଉଳ କେବଳ ବିପିଏଲ୍ ପରିବାରକୁ ଦେବାକୁ କେନ୍ଦ୍ର ସରକାରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏପିଏଲ୍ ପରିବାର ପାଇଁ ଅଧିକ ପରିମାଣର ଗହମ ଯୋଗାଇ ବୋକୁ ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ । କେନ୍ଦ୍ର ସରକାର ଅଧିକ ପରିମାଣ ଗହମ ଯୋଗାଇ ଦେବାକୁ ରାଜି ହୋଇଛନ୍ତି ।

ବର୍ତମାନ ଏପିଏଲ୍ ପରିବାର ମାସକୁ ୧୦ କିଗ୍ରା ଲେଖାଏଁ ଗହମ ପାଉଛନ୍ତି । ଆଗାମୀଦିନରେ ବିପିଏଲ ପରିବାରକୁ ମାସିକ ୧୫ କେଜି ଓ ଏପିଏଲ୍ ପରିବାରକୁ ମାସିକ ୨୦ କେଜି ଲେଖାଏଁ ଚାଉଳ ମିଳିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିପାଇଁ ଗହମ ଯୋଗାଇ ଦିଆଯିବ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଚାଉଳ, ବିପିଏଲ୍

ବିପିଏଲ୍ ସର୍ଭେ ପୁଣି ଆରମ୍ଭ କରିବାକୁ ନିର୍ଦ୍ଦେଶ

February 29, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବନ୍ଦ ଥିବା ବିପିଏଲ୍ ସର୍ଭେ କାର୍ଯ୍ୟ ପୁଣି ଆରମ୍ଭ କରିବାକୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

୩୦ଟି ଜିଲ୍ଲା ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ସାତଟି ଜିଲ୍ଲାରେ ଏହି ସର୍ଭେ ଆରମ୍ଭ କରାଯାଇଥିଲା । ନିର୍ବାଚନ ପାଇଁ ବଲାଙ୍ଗୀର, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ ସାମୟିକ ଭାବେ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା ।

ଏହାବ୍ୟତୀତ ଅନ୍ୟ ୨୨ଟି ଜିଲ୍ଲାରେ ଆସନ୍ତା ୨୦ ତାରିଖରୁ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଆଠଗଡ଼ ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହୋଇଥିବାରୁ କଟକ ଜିଲ୍ଲାରେ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଛି ।

ନିର୍ବାଚନ ପରେ ଏହି ଜିଲ୍ଲାରେ ସର୍ଭେ କରାଯିବ ଏବଂ ଜୁନ୍ ସୁଦ୍ଧା ସର୍ଭେ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ, ବିପିଏଲ୍

ସାତଟି ଜିଲ୍ଲାରେ ନୂତନ ବିପିଏଲ୍ ସର୍ଭେ

November 14, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ସାତଟି ଜିଲ୍ଲାରେ ସୋମବାର ଠାରୁ ନୂତନ ବିପିଏଲ୍ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି ।

ଲୋକଙ୍କ ସାମାଜିକ ଓ ଆର୍ଥିକ ମାନଦଣ୍ଡକୁ ନେଇ ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି ଏବଂ କନ୍ଧମାଳ ଜିଲ୍ଲାରେ ଏହି ସର୍ଭେ କରାଯାଉଛି ।

୬ ହଜାର ୯୦୦ ଜନଗଣନାକାରୀଙ୍କୁ ସର୍ଭେ କାର୍ଯ୍ୟରେ ସାମିଲ କରାଯାଇଛି । ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ସର୍ଭେ କାର୍ଯ୍ୟ ଆରମ୍ଭ ପାଇଁ ଯୋଜନା କରାଯାଇଥିଲା କିନ୍ତୁ ଉପନିର୍ବାଚନ ପାଇଁ ଏହାକୁ ବାତିଲ କରିିଦିଆଯାଇଛି ।

ପଂଚାୟତିରାଜ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଜନଗଣନା ନିର୍ଦ୍ଦେଶାଳୟ ମିଳିତ ଭାବରେ ଏହି କାର୍ଯ୍ୟର ତଦାରଖ କରୁଛନ୍ତି । ସର୍ଭେ ପାଇଁ ଚାରୋଟି ପର୍ଯ୍ୟାୟରେ କର୍ମଚାରୀ ଏବଂ ଅଧିକାରୀ ମାନଙ୍କୁ ତାଲିମ ଦିଆଯାଇଛି ।

ପୂର୍ବରୁ ଆସନ୍ତା ଫେବୃୟାରୀରେ ପଞ୍ଚାୟତ ନିର୍ବାଚନ ଥିବାରୁ ସରକାର ସେପ୍ଟେମ୍ବର ୧୫ ସୁଦ୍ଧା ବିପିଏଲ୍ ସର୍ଭେ ଆରମ୍ଭ କରି ୪୫ଦିନ ମଧ୍ୟରେ ଶେଷ କରିବାକୁ ଯୋଜନା ରଖିଥିଲେ । ତେବେ ନିଦ୍ଧାରିତ ସମୟ ମଧ୍ୟରେ ସର୍ଭେ କାର୍ଯ୍ୟ ପାଇଁ ଆବଶ୍ୟକ ଡ଼ାଟାଏନ୍ଟ୍ରି ମେଶିନ ପଂହଁଚି ପାରିନଥିଲା ।

ଆବଶ୍ୟକ ସଂଖ୍ୟକ ଡ଼ାଟାଏନ୍ଟ୍ରି ଅପରେଟରନ ଥିବାର ସର୍ଭେ କାର୍ଯ୍ୟ ବିଳମ୍ବିତ ହୋଇପାରେ ବୋଲି ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ବିପିଏଲ୍, ସାତ

ବିପିଏଲ୍ ପରିବାରକୁ ୩୦ ହଜାର ଟଙ୍କାର ସ୍ୱାସ୍ଥ୍ୟ ବୀମା

January 25, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ବିପିଏଲ୍ ପରିବାର ଗୁଡ଼ିକୁ ବର୍ଷକୁ ୩୦ ହଜାର ଟଙ୍କାର ସ୍ୱାସ୍ଥ୍ୟ ବୀମାର୍ଭୁକ୍ତ କରିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ବିପିଏଲ୍ ପରିବାରକୁ ଚିକିତ୍ସା କ୍ଷେତ୍ରରେ ସହାୟତା ଦେବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ପ୍ରଣୟନ କରିଛନ୍ତି । ଏମ୍ ଏନ୍ଆର୍ଇଜିଏ ଯୋଜନା ହିତାଧିକାରୀ ଓ ନିର୍ମାଣ ଶ୍ରମିକଙ୍କୁ ମଧ୍ୟ ଏହି ସୁବିଧା ମିଳିବ ।

ଏହି ଯୋଜନାରେ ଅର୍ନ୍ତଭୁକ୍ତ ହେବା ପାଇଁ ପ୍ରତି ବିପିଏଲ୍ ପରିବାରକୁ ପଞ୍ଜିକୃତ କରିବାକୁ ୩୦ ଟଙ୍କା ଦେଇ ବାୟୋ ମେଟ୍ରିକ କାର୍ଡ଼ ସଂଗ୍ରହ କରିବାକୁ ପଡ଼ିବ ।

ପ୍ରିମିୟମ ବାବଦରେ ସରକାର ପ୍ରତ୍ୟେକ ପରିବାର ପିଛା ୪୮୦ ଟଙ୍କା ପ୍ରଦାନ କରିବେ ଓ ହୀତାଧିକାରୀ ନିଜେ କିମ୍ବା ପରିବାରର ୫ ଜଣ ସଦସ୍ୟ ବର୍ଷକୁ ୩୦ ହଜାର ଟଙ୍କାର ବୀମା ସୁବିଧା ପାଇପାରିବେ ।

ବୀମାଭୁକ୍ତ ବିପିଏଲ୍ ପରିବାର ରାଜ୍ୟର ୪୩୫ଟି ସରକାରୀ ଓ ୧୨ଟି ବେସରକାରୀ ଡ଼ାକ୍ତାଖାନାରେ ଚିକିତ୍ସିତ ହୋଇପାରିବେ । ସ୍ୱାସ୍ଥ୍ୟବୀମା କାର୍ଡ଼ ବଣ୍ଟନରେ ସ୍ୱଚ୍ଛତା ଆଣିବା ପାଇଁ ପଞ୍ଚାୟତ ସ୍ତରରେ ସଂପ୍ରସାରଣ ଅଧିକାରୀଙ୍କୁ ଏହି କାର୍ଯ୍ୟରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

 

Filed Under: ମୁଖ୍ୟ ଖବର Tagged With: ବିପିଏଲ୍, ମୁଖ୍ୟ ଖବର, ସ୍ୱାସ୍ଥ୍ୟ, ହିତାଧିକାରୀ

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)
  • ଆଶା କରୁଛି ଭବିଷ୍ୟତରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠତାର ଶୀର୍ଷରେ ପହଞ୍ଚିବ: ରାଷ୍ଟ୍ରପତି
  • ରଥଯାତ୍ରା ସମ୍ପର୍କରେ କେତୋଟି ଅନାଲୋଚିତ ତଥ୍ୟ
  • ରାସ୍ତାକଡ଼ରେ ଗଛ ଲଗାଇ ଉଦାହରଣ ସୃଷ୍ଟି କରିଛନ୍ତି ଅବସରପ୍ରାପ୍ତ ସାମରିକ କର୍ମଚାରୀ

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା