• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଭିଜିଲାନ୍ସ

ଲାଞ୍ଚ ନେବା ଅଭିଯୋଗରେ ପୋଲିସ ଅଧିକାରୀ ଗିରଫ

May 25, 2015 by News Bureau Leave a Comment

ଓଡିଶା ଡଟ କମ ସମ୍ବାଦଦାତା

ସୁନ୍ଦରଗଡ,ମଇ ୨୫ (ଓଡିଶା ଡଟ କମ) : ଜିଲ୍ଲା ପୋଲିସ ପ୍ରତିଷ୍ଠା ଦିବସରେ ଜଣେ ଆଦର୍ଶ ମହିଳା ପୋଲିସ ଅଫିସର ଭାବେ ସମ୍ମାନିତ ହୋଇଥିବା ରିଆମାଳ ଥାନା ଆଇଆଇସି ସନ୍ତୋଷିନୀ ମହନ୍ତ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି ।

୨୦୧୪ ସେପ୍ଟମ୍ବର ୨୬ ରେ ତେନ୍ତୁଳିତଇଳା ରେ ଘଟିଥିବା ଡକାୟତି ଓ ଅନ୍ୟାନ ଘଟଣାରେ ପୁଅ ଲେନିନ ଜଡିତ ଥିବା କଥା କହି ବାପା ଅଶୋକ ପ୍ରଧାନଙ୍କୁ ,ବାରମ୍ବାର ହାବିଲଦାର ନବଘନ ସାହୁ ଥାନାକୁ ଡକାଉଥିଲେ। ଟଙ୍କା ଦେଲେ ସେ ଲେନିନ ନାଁ ରେ ଥିବା ସମସ୍ତ ମାମଲା କୁ ରଫଦଫା କରିଦେବେ ବୋଲି କହିଥିଲେ।

ତେଣୁ ଅଶୋକ ହାବିଲଦାରକୁ ପ୍ରଥମେ ପାଞ୍ଚ ହଜାର ତା’ପରେ ତିନି ହଜାର ଦେବା ସତ୍ବେ ଆଉ ଦଶ ହଜାର ଦେଲେ ପୁରା ମମାଲାର ରଫଦଫା କରାଯିବ ବୋଲି ଆଇଆଇସି ସନ୍ତୋଷିନୀ, ହାବିଲଦାର ନବଘନଙ୍କ ଜରିଆରେ କହିଥିଲେ।

ଶେଷରେ ବାଧ୍ୟ ହୋଇ ସେ ସମ୍ବଲପୁର ଭିଜିଲାନ୍ସ ଏସପି ଜୟନାରାୟଣ ପଙ୍କଜଙ୍କ ସହ ଦେଖା କରି ପୁରା ଘଟଣା ବିଷୟରେ ଜଣାଇଥିଲେ।

ତା’ପରେ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅଶୋକ ଟଙ୍କା ନେଇ ଥାନା କୁ ଯାଇଥିଲେ। ସେଠାରେ ସେ ଆଇଆଇସି ସନ୍ତୋଷିନୀଙ୍କୁ ଦଶ ହଜାର ଟଙ୍କା ଦେଇଥିଲେ ସେଥିରୁ ଆଠ ହଜାର ରଖି ବାକି ଦୁଇ ହଜାର ଟଙ୍କା ହାବିଲଦାର କୁ ଦେବା ପାଇଁ ଆଇଆଇସି ତାଙ୍କୁ ନିର୍ଦ୍ଦେଶ ଦେବା ସମୟରେ ଭିଜିଲାନ୍ସର ଏକ ସ୍କ୍ବାର୍ ଦ୍ଵାରା ତାଙ୍କୁ ଗିରଫ କରଯାଇଛି।

ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆଇଆଇସି, ତେନ୍ତୁଳିତଇଳା, ଭିଜିଲାନ୍ସ, ଲାଞ୍ଚ

ଜଙ୍ଗଲ ବିଭାଗ ପୂର୍ବତନ ଯୁଗ୍ମ ନିର୍ଦେଶକଙ୍କୁ କାରାଦଣ୍ଡ

January 15, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜାନୁଆରୀ ୧୫(ଓଡିଶା ଡଟ୍ କମ୍)-ଆୟବହିର୍ଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗ ପାଇ ଭିଜିଲାନ୍ସ ସେଲ ପକ୍ଷରୁ ସାମାଜିକ ବନୀକରଣ ପ୍ରକଳ୍ପର ବିଭାଗର ତତ୍କାଳୀନ ଯୁଗ୍ମ ନିର୍ଦେଶକ ସ୍ୱରାଜ ଦତଙ୍କ ସରକାରୀ ବାସଭବନ ସମେତ ଏକାଧିକ ସ୍ଥାନରେ ଚଢ଼ଉ କରାଯାଇଥିଲା ।

ଏ ଘଟଣାରେ ଶ୍ରୀ ଦତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସୋମବାର ଦିନ ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ଶ୍ରୀ ଦତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଅଢେଇବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଏଥିସହ ୧୦ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୨ମାସ ଅଧିକ ଦଣ୍ଡ ଭୋଗିବାକୁ କୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ।

ଏତଦ ବ୍ୟତୀତ ଭିଜିଲାନ୍ସ ଦ୍ୱାରାଜବତ ହୋଇଥିବା ୩,୬୦,୯୧୨ଟଙ୍କାର ସମ୍ପତି ମଧ୍ୟରୁ ଗୁରୁଡିଝାଟିଆରେ ୯୮,୦୧୩ଟଙ୍କା ମୂଲ୍ୟର ୪ଏକର ସମ୍ପତି ରହିଛି । ଉକ୍ତ ସମ୍ପତି ସହ ଭିଜିଲାନ୍ସ ଦ୍ୱାରାଜବତ ହୋଇଥିବା ୨,୬୨,୮୯୯ଟଙ୍କାର ଆୟବହିର୍ଭୂତ ସମ୍ପତିର ସୁଧମୂଳ ୭,୮୮,୬୯୭ଟଙ୍କା କୋର୍ଟରେ ଦାଖଲ କରିବାକୁ ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ଆଜି ନିର୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ,ଏ ସଂକ୍ରାନ୍ତରେ ସେଲ ପକ୍ଷରୁ ଭିଜିଲାନ୍ସ କୋର୍ଟରେ ତାଙ୍କ ବିରୋଧରେ ଅଭିଯୋଗ ଫର୍ଦ ଦାଖଲ କରାଯାଇଥିଲା । ଉକ୍ତ ମାମଲାର ବିଚାର କରି ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୨୦୧୧ମସିହା ନଭେମ୍ବର ୧ତାରିଖରେ ଅଢେଇବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ହଜାର ଟଙ୍କା ଜୋରିମାନା ଦଣ୍ଡରେ ଶ୍ରୀ ଦତଙ୍କୁ ଦଣ୍ଡିତ କରିଥିଲେ ।

ଚଢ଼ଉ ସମୟରେ ଶ୍ରୀ ଦତଙ୍କର ଗୁରୁଡିଝାଟିଆରେ ୪ଏକର ସମ୍ପତି ସହ ଏକ ଏକମହଲା କୋଠାଘର ରହିଥିଲା । ଶ୍ରୀ ଦତ ଓ ତାଙ୍କ ପରିବାରଲୋକଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ଜମା ସହ ୮,୫୦,୯୮୫ଟଙ୍କାର ଆୟବହିର୍ଭୂତ ସମ୍ପତି ଠୁଳ କରିଥିବା ତଦନ୍ତ ସମୟରେ ଜଣାପଡିଥିଲା ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର Tagged With: ଆୟବହିର୍ଭୂତ, ଭିଜିଲାନ୍ସ, ସମ୍ପତି, ସ୍ୱତନ୍ତ୍ର କୋର୍ଟ

ଭିଜିଲାନ୍ସ ଜାଲରେ ଏକ୍ସାଇଜି ଡେପୁଟି କମିଶନର

November 19, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସଂବାଦଦାତା

ଭୁବନେଶ୍ୱର,ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍)- ମାତ୍ର କିଛି ବର୍ଷର ଚାକିରି ଭିତରେ ଆୟ କରିଛନ୍ତି କୋଟି କୋଟି ଟଙ୍କା । ଆୟବର୍ହିଭୁତ ଟଙ୍କା ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଏକ୍ସାଇଜି ବିଭାଗର ଜଣେ ଡେପୁଟି କମିଶନର । ସେ ହେଲେ ଦୁଇ କୋଟି ଟଙ୍କାର ମାଲିକ ଦିଲ୍ଲୀପ ନାଗ ।

ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଆଜି ତାଙ୍କ ଘରୁ ନଗଦ ୨୮ ଲକ୍ଷ ଓ ଲକରରୁ ୧୯ ଲକ୍ଷ ଟଙ୍କା ଜବତ କରିଛନ୍ତି । ଏହା ବାଦ ମିଳିଛି ବହୁ କୋଟି ଟଙ୍କାର ଅଚଳାଚଳ ସଂପତି ।

୨୧ ବିଡା ହଜାର ଟଙ୍କିଆ,୧୪ ବିଡା ପାଞ୍ଚଶହ ଟଙ୍କିଆ ଏବଂ ଦୁଇ ବିଡା ଶହେ ଟଙ୍କିଆ । ତା’ସହ ଦେଢ କେଜି ସୁନା । ଯାହାର ମୂଲ୍ୟ ହେବ ୪୫ ଲକ୍ଷ ଟଙ୍କା । ଏଥିସହିତ ୪ଟି ବ୍ୟାଙ୍କ ଆକାଉଣ୍ଟରେ ଛଅ ଲକ୍ଷ ଟଙ୍କାର ଡିପୋଜିଟ୍ ।

ଭୁବନେଶ୍ୱରର ଜାଗମରା ସ୍ଥିତ ସିଟି ବିହାରରେ ରହିଛି ତିନିତାଲା କୋଠା ଘର,ଡୁମୁଡୁମାରେ ଡିପ୍ଲେକ୍ସ ଓ ଲକ୍ଜିର କାର ଏବଂ ଦୁଇଟି ଲକର । ଏସବୁ ମିଳିଛି କଟକ ସ୍ଥିତ ଏକ୍ସାଇଜ କମିଶନର ଦିଲିପ କୁମାର ନାଗଙ୍କ ଘରୁ । ଆୟ ବର୍ହିଭୁତ ସଂପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଭିଜିଲାନ୍ସ ସେଲ ଚଢଉ କରି ଏସବୁ ଜବତ କରିଛି ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର Tagged With: ଡେପୁଟି କମିଶନ, ଭିଜିଲାନ୍ସ

ପଶ୍ଚିମ ଓଡିଶାରେ ବ୍ୟାପକ ସାର କଳାବଜାରୀ:୪ ଗିରଫ

August 23, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୩ (ଓଡ଼ିଶା ଡ଼ଟ୍ କମ୍)-ପଶ୍ଚିମ ଓଡିଶାରେ ସାର ବ୍ୟାପକ କଳାବଜାରୀ ନଜରକୁ ଆସିବାପରେ ଭିଜିଲାନ୍ସ ୪ ଜଣ ବିଶିଷ୍ଟ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଜାମିନ ନାମଂଜୁର ହେବାରୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆ ଯାଇଛି ।

ରାଜ୍ୟରେ ସାର ଅଭାବ ଲାଗି ରହିଥିବା ବେଳେ ସାର କଳାବଜାରୀକୁ ନେଇ ମୁହାଁମୁହିଁ ସ୍ଥତିରେ କେନ୍ଦ୍ର ଓ ରାଜ୍ୟ । ସେଥିପାଇଁ ଓଡିଶା ଦୁର୍ନୀତି ନିବାରଣ ସଂସ୍ଥା ପକ୍ଷରୁ ଆରମ୍ଭ ଖୋଳତାଡକୁ ଜୋରଦାର କରାଯାଇଛି ।

ଭିଜିଲାନ୍ସର ୨୫ଟି ଟିମ୍ ଅଦ୍ୟାବିଧି ୪୦ରୁ ଉର୍ଦ୍ଧ ସ୍ଥାନରେ ଚଢାଉକରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ପଶ୍ଚିମ ଓଡ଼ିଶା, ଭିଜିଲାନ୍ସ, ସାର କଳାବଜାରୀ

ରୁଙ୍ଗଟା କର୍ପୋରେଟ ଅଫିସରେ ଆୟକର ଚଢ଼ାଉ

February 6, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ରୁଙ୍ଗଟା ମାଇନ୍ସର ବିଭିନ୍ନ ବେଆଇନ କାରବାର ନେଇ ଭିଜିଲାନ୍ସ ତଦନ୍ତ ଚାଲିଥିବା ବେଳେ ସୋମବାର ଏହାର କର୍ପୋରେଟ ଅଫିସ ଉପରେ ଆୟକର ବିଭାଗପକ୍ଷରୁ ଚଢ଼ଉ କରାଯାଇଛି ।

ଜାମ୍ସେପୁର ଆୟକର ବିଭାଗ ପକ୍ଷରୁ ଚଢ଼ାଉ ବେଳେ ସେଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ସିଡ଼ି ଜବତ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ରୁଙ୍ଗଟାର ଅଫିସ ଉପରେ ଏକା ସଙ୍ଗରେ ଚଢ଼ାଉ କରାଯାଇଛି ।

କମ୍ପାନୀ ସିଲିଯୋଡା ଓ କାଲିମୋଡା ଲୁହାପଥର ଓ ମାଙ୍ଗାନିଜ୍ ଖଣିରୁ ବେଆଇନ ଭାବେ ଖନନ କରି ମାଙ୍ଗାନିଜ ବିକ୍ରି କରିଥିବା ପୂର୍ବରୁ ଭିଜିଲାନ୍ସ ପାଖରେ ପ୍ରମାଣ ରହିଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଖଣି, ଭିଜିଲାନ୍ସ

ଭିଜିଲାନ୍ସ ହାତରୁ ପୋଲିସ ଅଧିକାରୀ ଫେରାର୍

January 6, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ନିମାପଡ଼ା ଥାନା ଅଧିକାରୀ ଫେରାର୍ ହୋଇଯାଇଥିବା ପୋଲିସ କହିଛି ।

ଜଣେ ବ୍ୟକ୍ତିଙ୍କ ଠାରୁ ପାଂଚ ହଜାର ଟଙ୍କା ଲାଂଚ ନେବାବେଳେ ଶୁକ୍ରବାର ଥାନା ଅଧିକାରୀ ବିମଳ ନାୟକଙ୍କୁ ଭୁବନେଶ୍ୱର ଭିଜିଲାନ୍ସର ଏକ ଦଳ ଗିରଫ କରିଥିଲା ।

ତେବେ ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳର ଲୋକମାନେ ଥାନାରେ ପହଂଚି ଭିଜିଲାନ୍ସ ଅଧିକାରୀଙ୍କୁ ଠେଲାପେଲା କରିବା ସହ ନାୟକଙ୍କୁ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି ।

ପରେ ଅଧିକାରୀମାନେ ନାୟକଙ୍କ ଘର ଉପରେ ଚଢାଉ କରି ଟଙ୍କା ଓ ସୁନା ଗହଣା ଜବତ କରିଥିଲେ । ଲୋକମାନେ ସେଠାରେ ମଧ୍ୟ ପହଂଚି ଜବତ ଟଙ୍କା ଓ ସୁନା ଲୁଟି ନେଇଥିବା ଜଣାପଡ଼ିଛି ।

ବର୍ତମାନ ସୁଦ୍ଧା ସଂପୃକ୍ତ ଥାନା ଅଧିକାରୀ ଫେରାର୍ ଥିବାବେଳେ ପୁରୀ ଆରକ୍ଷୀ ଅଧିକ୍ଷକ ଥାନାରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ନିମାପଡ଼ା ଥାନା, ଭିଜିଲାନ୍ସ, ଲାଂଚ

ଅବସରପ୍ରାପ୍ତ ଆଇପିଏସ୍ ଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ

December 17, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଡ଼ିସେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ଆୟବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଶନିବାର ସ୍ଥାନୀୟ ଏକ ଅଦାଲତ ଜଣେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି ।

ହୋମଗାର୍ଡ଼ ଏବଂ ଅଗ୍ନିଶମ ବିଭାଗରେ କାର୍ଯ୍ୟକରୁଥିବା ବୈଦ୍ୟନାଥ ଜେନାଙ୍କୁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ବିଚାରପତି ଏବିଏସ୍ ନାଇଡ଼ୁ ଜେନାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ସହ ଦୁଇ ଲକ୍ଷ ଟଙ୍କା ଜରିମାନା ଆଦେଶ କରିଛନ୍ତି ।

ଜରିମାନା ଅନାଦେୟ ଆଉ ଦୁଇ ମାସ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ଦର୍ଶାଇଛନ୍ତି ।

୧୯୯୦ରେ ଜେନାଙ୍କ ବିରୁଦ୍ଧରେ ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗ ହୋଇଥିଲା ଏବଂ ପରେ ସେହିବର୍ଷ ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ ଉପରେ ଚଢାଉ କରାଯାଇଥିଲା ।

ଚଢାଉ ସମୟରେ ଅଧିକାରୀମାନେ ତାଙ୍କ ଠାରୁ ୩ଲକ୍ଷ ୭୮ ହଜାର ଟଙ୍କାର ସଂପତି ଜବତ କରିଥିଲେ । ସେଥିରୁ ୨ଲକ୍ଷ ୬୨ ହଜାର ଟଙ୍କାର ଆୟବର୍ହିଭୂତ ସଂପତି ଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା ।

ଓଡ଼ିଶା ପୋଲିସ ସେବାର ଅଧିକାରୀ ଜେନା ୧୯୯୫ରେ ଭାରତୀୟ ପୋଲିସ ସେବାକୁ ପଦୋନ୍ନତି
ପାଇ ୨୦୦୦ରେ ଅବସର ଗ୍ରହଣ କରିଥିଲେ । ତେବେ ଅଦାଲତ ଆଜି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଅପରାଧ, ଆଇପିଏସ୍, ଭିଜିଲାନ୍ସ

ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିବା ବିଜେଡ଼ି ନେତା ଦଳରୁ ବହିସ୍କୃତ

November 18, 2011 by ଓଡିଶା ଡଟ କମ

ଭୁବନେଶ୍ୱର, ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ଭିଜିଲାନ୍ସ ଚଢାଉ ଭୟ ଦେଖାଇ ଲାଞ୍ଚ ନେବା ବେଳେ ଧରାପଡ଼ିଥିବା ଜଣେ ବିଜେଡ଼ି ନେତାଙ୍କୁ ଶୁକ୍ରବାର ଦଳରୁ ବହିସ୍କାର କରାଯାଇଛି ।

ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ବିଜେଡ଼ି ସଭାପତି ତଥା କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଅନ୍ୟତମ ନିର୍ଦ୍ଦେଶକ ଅଶ୍ୱିନୀ ଦାସଙ୍କୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହିସ୍କାର କରିଛନ୍ତି ।

କଟକ ସ୍ଥିତ ସେସୁ କାର୍ଯ୍ୟାଳୟର ଯନ୍ତ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ଭିଜିଲାନ୍ସ ଚଢାଉ ଭୟ ଦେଖାଇ ତାଙ୍କ ଠାରୁ ଲାଞ୍ଚ ନେବା ସମୟରେ ଗୁରୁବାର ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ ।

ସୂଚନାଯୋଗ୍ୟ ଯେ, ଅଶ୍ୱିନୀ ଗତ ୧୪ ତାରିଖରେ ପ୍ରଶାନ୍ତଙ୍କୁ ଫୋନ୍ କରି ତାଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯିବ ଏବଂ ଏସଂକ୍ରାନ୍ତିୟ ଫାଇଲ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି ବୋଲି କହିଥିଲେ । ଯଦି ଟଙ୍କା ଦିଅନ୍ତି ତେବେ ତାହା ବନ୍ଦ ହୋଇଯିବ ବୋଲି ସେ କହିଥିବା ସଂପୃକ୍ତ ଯନ୍ତ୍ରୀ ଅଭିଯୋଗ କରିଛନ୍ତି ।

ଭିଜିଲାନ୍ସ ଚଢାଉ ଧମକରେ ଡ଼ରିଯାଇ ପ୍ରଶାନ୍ତ ସେହିଦିନ ୫୦ ହଜାର ଟଙ୍କା ତାଙ୍କୁ ଦେଇଥିଲେ । କିନ୍ତୁ ଅତିକମ୍ ରେ ତିନି ଲକ୍ଷ ଟଙ୍କା ନେଲେ କୌଣସି କାମ ହେବ ନାହିଁ ବୋଲି ଅଶ୍ୱିନୀ କହିଥିଲେ । ପରେ ସନ୍ଦେହ ହେବାରୁ ପ୍ରଶାନ୍ତ କଟକ ଭିଜିଲାନ୍ସ କାର୍ଯ୍ୟାଳୟକୁ ଏସଂପର୍କରେ ଜଣାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଅପରାଧ, ବିଜେଡ଼ି, ଭିଜିଲାନ୍ସ

ଏସ୍ସିଇଆର୍ଟି ପୂର୍ବତନ ନିର୍ଦ୍ଦେଶକ ଭିଜିଲାନ୍ସ ଦ୍ୱାରାଗିରଫ

November 3, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଭିଜିଲାନ୍ସ ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ(ଏସ୍ସିଇଆର୍ଟି)ର ପୂର୍ବତନ ନିର୍ଦ୍ଦେଶକ ସେବକ ତ୍ରିପାଠୀଙ୍କୁ ଗିରଫ କରିଥିବା ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି ।

ତାଙ୍କୁ ଶୁକ୍ରବାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବା ପରେ ଜାମିନ୍ ନାମଞ୍ଜୁର ହୋଇଯିବାରୁ ୧୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗ ହାଜତକୁ ପଠାଇଦିଆଯାଇଛି ।

ତ୍ରିପାଠୀ ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଏନେଇ ମାର୍ଚ୍ଚ ମାସରେ ଏକ କମିଟି ଘଟଣାର ତଦନ୍ତ କରି ସେବକଙ୍କ ଅର୍ଥ ଆତ୍ମସାତ ବିଷୟରେ ଭିଜିଲାନ୍ସକୁ ରିପୋର୍ଟ ଦେଇଥିଲା ।

ରିପୋର୍ଟକୁ ଆଧାର କରି ଅଗଷ୍ଟ ୧୫ ତାରିଖ ମଧ୍ୟରେ ଭିଜିଲାନ୍ସ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ତେବେ ସେବକଙ୍କ ଜବାବ୍ ରେ ଭିଜିଲାନ୍ସ ଅସନ୍ତୋଷ ପ୍ରକାଶ କରି ତାଙ୍କ ଘର ଉପରେ ଚଢଉ କରିଥିଲା ଏବଂ ସେ ୧୧ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଜାଣିବାକୁ ପାଇଥିଲା ।

ଅର୍ଥ ଆତ୍ମସାତ ଅଭିଯୋଗ ହେବାପରେ ସେବକଙ୍କୁ ଉଚ୍ଚଶିକ୍ଷା ବିଭାଗକୁ ବଦଳି କରାଯାଇଥିଲା । ୨୦୦୬ରୁ ସେ ଏସ୍ସିଇଆର୍ଟିର ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଅପରାଧ, ଏସ୍ସିଇଆର୍ଟି, ଭିଜିଲାନ୍ସ

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)
  • ଆଶା କରୁଛି ଭବିଷ୍ୟତରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠତାର ଶୀର୍ଷରେ ପହଞ୍ଚିବ: ରାଷ୍ଟ୍ରପତି
  • ରଥଯାତ୍ରା ସମ୍ପର୍କରେ କେତୋଟି ଅନାଲୋଚିତ ତଥ୍ୟ
  • ରାସ୍ତାକଡ଼ରେ ଗଛ ଲଗାଇ ଉଦାହରଣ ସୃଷ୍ଟି କରିଛନ୍ତି ଅବସରପ୍ରାପ୍ତ ସାମରିକ କର୍ମଚାରୀ

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା