• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ମୁଖ୍ୟ ଖବର

ସିଣ୍ଡୋଲ ପ୍ରକଳ୍ପ ପୂର୍ବରୁ ଜନଶୁଣାଣି: ଶକ୍ତିମନ୍ତ୍ରୀ

August 3, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୩(ଓଡ଼ିଶା ଡ଼ଟ୍ କମ୍) ପଶ୍ଚିମ ଓଡ଼ିଶାରେ ପ୍ରସ୍ତାବିତ ସିଣ୍ଡୋଲ ଜଳବିଦ୍ୟୁତ ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ଜନଶୁଣାଣି କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଜନଶୁଣାଣି ନହେବା ପର୍ଯ୍ୟନ୍ତ ପ୍ରକଳ୍ପ କାମ ଆରମ୍ଭ ହେବ ନାହିଁ, ଶକ୍ତିମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବୁଧବାର ସାମ୍ବାଦିକ ମାନଙ୍କୁ କହିଛନ୍ତି ।

ସିଣ୍ଡୋଲର ତିନୋଟି ୟୁନିଟ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ କରାଯିବ । ପ୍ରକଳ୍ପ ଦ୍ୱାରା ଯେଭଳି ଅଧିକ ଲୋକ ବିସ୍ଥାପିତ ନହେବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ ।

ବିସ୍ଥାପନ ସମସ୍ୟା ଏଡ଼ାଇବାକୁ ସରକାର ବ୍ୟାରେଜର ନିର୍ଦ୍ଧାରିତ ଉଚ୍ଚତା କମାଇବାକୁ ନିଷ୍ପତ୍ତି ନେଇଛନ୍ତି, ତେବେ ଏହା ଉପରେ ଲୋକଙ୍କ ମତାମତ ନିଆଯିବ ବୋଲି ସେ କହିଛନ୍ତି ।

ଜାତୀୟ ଜଳବିଦ୍ୟୁତ ନିଗମ ପଶ୍ଚିମ ଓଡ଼ିଶାର ସୁବର୍ଣ୍ଣପୁରରେ ୧୦୦ ମେଗାୱାଟ, ସମ୍ବଲପୁରରେ ୧୦୦ ମେଗାୱାଟ ଏବଂ ବୌଦ୍ଧରେ ୧୨୦ ମେଗାୱାଟ ବିଶିଷ୍ଟ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ ପାଇଁ ଗତ ମାସ ୨୦ ତାରିଖରେ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ।

ତେବେ ଏହି ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହେବା ପରଠାରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହାକୁ ବିରୋଧ କରାଯାଉଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ପଶ୍ଚିମ ଓଡ଼ିଶା, ମୁଖ୍ୟ ଖବର, ଶକ୍ତିମନ୍ତ୍ରୀ, ସରକାର

ପୋସ୍କୋ ପରିବେଶ ମଞ୍ଜୁରୀ ନେଇ ଗ୍ରୀନ ଟ୍ରିବ୍ୟୁନାଲର ନୋଟିସ୍

August 2, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୨(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ତଥା ନିଜସ୍ୱ ବନ୍ଦର ପ୍ରତିଷ୍ଠା ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦେଇଥିବା ମଞ୍ଜୁରୀକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ମଙ୍ଗଳବାର ନୋଟିସ ଜାରି କରିଛନ୍ତି ।

କେଉଁ ଆଧାରରେ ମନ୍ତ୍ରାଳୟ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ ପ୍ରାନ କରିଛି ବୋଲି ଦର୍ଶାଇ ଚାରି ସପ୍ତାହ ମଧ୍ୟରେ ଜବାବ୍ ।ଖଲ କରିବାକୁ ମନ୍ତ୍ରାଳୟ, ଓଡ଼ିଶା ସରକାର, କମ୍ପାନୀ ଏବଂ ରାଜ୍ୟ ପ୍ରୂଷଣ ନିୟନ୍ତ୍ରଣ ବୋର୍ଡ଼କୁ ନୋଟିସ୍ ଜାରି କରିଛନ୍ତି ।

ସେପ୍ଟେମ୍ବର ଆଠ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି କରିବାକୁ ଟ୍ରିବ୍ୟୁନାଲ ଦିନ ଧାର୍ଯ୍ୟ କରିଛନ୍ତି ।

ପୋସ୍କୋ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ ଦେବା ପାଇଁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ନିଷ୍ପତ୍ତକୁ ଚ୍ୟାଲେଞ୍ଜ କରି ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲରେ ଏକ ପିଟିସନ୍ ଦାଖଲ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ପୋସ୍କୋ ଅଞ୍ଚଳରେ ଚାଲିଥିବା ଗଛକଟା ଏବଂ ନିର୍ମାଣ କାର୍ଯ୍ୟକୁ ସ୍ଥାନୀୟ ଲୋକଙ୍କ ବିରୋଧ

Filed Under: ମୁଖ୍ୟ ଖବର Tagged With: ଗ୍ରୀନ ଟ୍ରିବ୍ୟୁନାଲ, ପୋସ୍କୋ, ମୁଖ୍ୟ ଖବର

ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର

August 2, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୩(ଓଡ଼ିଶା ଡ଼ଟ୍ କମ୍) ବିଦ୍ୟାଳୟ ଗୁଡ଼ିକରେ ଚାଲିଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱ ବ୍ୟିାଳୟ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର କରାଯାଇଛି ।

ତେବେ ଅଙ୍ଗନୱାଡି ଗୁଡିକରେ ଚାଲିଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପୂର୍ବ ଭଳି ମହିଳା ଓ ଶିଶୁ ବିକାଶ ବିଭାଗ ହାତରେ ରହିବ ବୋଲି ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ବୈଠକରେ ତିନୋଟି ପ୍ରସ୍ତାବ ଗୃହୀତ ହୋଇଥିବା ବେଳେ ଦୁଇଟି ପ୍ରସ୍ତାବ ଉପରେ କୌଣସି ନିଷ୍ପତ୍ତି ହୋଇପାରି ନାହିଁ ।

ପୂର୍ବରୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ମହିଳା ଓ ଶିଶୁ ବିକାଶ ବିଭାଗ ହାତରେ ଥିଲା ଏବଂ ଏହି କାର୍ଯ୍ୟକ୍ରମ ଅଙ୍ଗନୱାଡି ଓ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଚାଲିଛି ।

ଏଥିରେ ପରିଚାଳନାଗତ ଅସୁବିଧା ହେବାରୁ ସରକାର ଏହି କାର୍ଯ୍ୟକ୍ରମକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର କରିଛନ୍ତି ବୋଲି ବୈଠକ ପରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ କହିଛନ୍ତି ।

ଜରୁରୀକାଳୀନ ଖାଦ୍ୟ ଯୋଜନା ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ହେବ ଏବଂ ବ୍ୟିାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ନୋଡାଲ ବିଭାଗ ହେବ ।

୨୦୧୦-୧୧ ବର୍ଷର ବାର୍ଷିକ ପ୍ରଶାସନିକ ରିପୋର୍ଟ କ୍ୟାବିନେଟ ବୈଠକରେ ଉପସ୍ଥାପନ କରାଯାଇଥିବା ବେଳେ ଆଗାମୀ ବିଧାନସଭା ଅଧିବେଶନରେ ମଧ୍ୟ ଏହାକୁ ଉପସ୍ଥାପନ କରାଯିବ ।

ଚତୁର୍ଦ୍ଦଶ ବିଧାନସଭାର ସପ୍ତମ ଅଧିବେଶନ ଡାକିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋନ କରିଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଅଙ୍ଗନୱାଡ଼ି, ଗଣଶିକ୍ଷା, ମୁଖ୍ୟ ଖବର

ଅଦାଲତ ଅବମାନନା: କର୍ପୋରେଟର ଯନ୍ତ୍ରୀଙ୍କୁ କାରାଶେ

August 2, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅଗଷ୍ଟ ୨(ଓଡ଼ିଶା ଡ଼ଟ୍ କମ୍) ଅଦାଲତ ଅବମାନନା ମାମଲାରେ ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ଜଣେ କର୍ପୋରେଟର ଏବଂ ତିନି ଜଣ ଯନ୍ତ୍ରୀଙ୍କୁ ଦଣ୍ଡାଦେଶ କରିଛନ୍ତି ।

ଭୁବନେଶ୍ୱର ମହାନଗର ନିଗମ କର୍ପେରେଟର ନୃପେଶ ନାୟକଙ୍କୁ କୋର୍ଟ ଏକ ମାସ ଜେଲ ଦଣ୍ଡାଦେଶ କରିଥିବା ବେଳେ ନିର୍ବାହୀ ଯନ୍ତ୍ରୀ ତାରାକାନ୍ତ ମହାପାତ୍ର, ସହକାରୀ ଯନ୍ତ୍ରୀ ଏସ୍. କେ ନସରୁଲ୍ଲା ଓ କନିଷ୍ଠ ଯନ୍ତ୍ରୀ ସତ୍ୟସାଇବାବା ସୁବୁଦ୍ଧିଙ୍କୁ ୧୫ ଦିନ କାରାଦଣ୍ଡ ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଦୋଷୀଙ୍କ ପକ୍ଷରୁ ସ୍ରୁିମ୍କୋର୍ଟରେ ଅପିଲ ପାଇଁ ଆଗତ ଅନ୍ୟ ଏକ ପିଟିସନ୍ର ଶୁଣାଣି କରି ହାଇକୋର୍ଟ ୬୦ ଦିନ ପର୍ଯ୍ୟନ୍ତ ରାୟକୁ ସ୍ଥଗିତ ରଖିଛନ୍ତି ।

ହାଇକୋର୍ଟର ବିଚାରପତି ବିମଳ ପ୍ରସାଦ ଦାସ ଓ ବିଚାରପତି ସଞ୍ଜୟକୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।

ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିବା ସହ ସେମାନେ ସୁପ୍ରିମକୋର୍ଟରେ ଅପିଲ କରିପାରିବେ ବୋଲି ଖଣ୍ଡପୀଠ ତାଙ୍କ ରାୟରେ କହିବା ସହ ୬୦ ଦିନ ପର୍ଯ୍ୟନ୍ତ ଣ୍ଡାଶେକୁ ସ୍ଥଗିତ ରଖିଛନ୍ତି ।

ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ନାଗେଶ୍ୱର ଟାଙ୍ଗି ଅଞ୍ଚଳରେ ବିଏମ୍ସି କର୍ତ୍ତୃକ୍ଷ ଆଲତ ଆଦେଶକୁ ନମାନି ଏକ ରାସ୍ତାର ନିର୍ମାଣ କାର୍ଯ୍ୟ କରିଥିବା ନେଇ ମାମଲା ରୁଜୁ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଅଦାଲତ, ମୁଖ୍ୟ ଖବର

ପୋସ୍କୋ ମଞ୍ଜୁରୀ ନେଇ ଗ୍ରୀନ ଟ୍ରିବ୍ୟୁନାଲର ନୋଟିସ୍

August 2, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୨(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ତଥା ନିଜସ୍ୱ ବନ୍ଦର ପ୍ରତିଷ୍ଠା ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦେଇଥିବା ମଞ୍ଜୁରୀକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ମଙ୍ଗଳବାର ନୋଟିସ ଜାରି କରିଛନ୍ତି ।

କେଉଁ ଆଧାରରେ ମନ୍ତ୍ରାଳୟ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ ପ୍ରଦାନ କରିଛି ବୋଲି ଦର୍ଶାଇ ଚାରି ସପ୍ତାହ ମଧ୍ୟରେ ଜବାବ୍ ଦାଖଲ କରିବାକୁ ମନ୍ତ୍ରାଳୟ, ଓଡ଼ିଶା ସରକାର, କମ୍ପାନୀ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼କୁ ନୋଟିସ୍ ଜାରି କରିଛନ୍ତି ।

ସେପ୍ଟେମ୍ବର ଆଠ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି କରିବାକୁ ଟ୍ରିବ୍ୟୁନାଲଦିନ ଧାର୍ଯ୍ୟ କରିଛନ୍ତି ।

ପୋସ୍କୋ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ ବୋ ପାଇଁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ନିଷ୍ପତ୍ତକୁ ଚ୍ୟାଲେଞ୍ଜ କରି ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲରେ ଏକ ପିଟିସନ୍ ଦାଖଲ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ବିଶେଷ ଖବର Tagged With: ଜଗତସିଂହପୁର, ପୋସ୍କୋ, ବିଶେଷ ଖବର, ମୁଖ୍ୟ ଖବର

ଓଡ଼ିଶାରେ ସହର ବୃଦ୍ଧି, ଗାଁ ହ୍ରାସ: ଜନଗଣନା ରିପୋର୍ଟ

August 2, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୨(ଓଡ଼ିଶା ଡ଼ଟ୍ କମ୍) ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ସହର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ  ଗାଁ ସଂଖ୍ୟା ହ୍ରାସ ପାଇଛି ବୋଲି ଭୁବନେଶ୍ୱର ସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ପ୍ରକାଶ ପାଇଛି ।

ସେହିପରି ପୁରୁଷ-ମହିଳାଙ୍କ ଅନୁପାତ ବୃଦ୍ଧି ପାଇଛି ଏବଂ ପୁରୁଷ ସାକ୍ଷରତା ହାର ତୁଳନାରେ ମହିଳାଙ୍କ ସାକ୍ଷରତା ହାରରେ ଅଭିବୃଦ୍ଧି ଘଟିଛି ।

ସାମଗ୍ରିକ ଭାବେ ଲିଙ୍ଗ ଅନୁପାତ ବୃଦ୍ଧି ପାଇଥିଲେ ମଧ୍ୟ ଶିଶୁ ଲିଙ୍ଗ ଅନୁପାତ ଚିନ୍ତାଜନକ ଭାବେ ହ୍ରାସ ପାଇଛି । ସୋମବାର ରାଜ୍ୟ ଜନଗଣନା ନିର୍ଦ୍ଦେଶକ ବାଳକୃଷ୍ଣ ସେଠୀ ଓ ରାଜସ୍ୱ ସଚିବଙ୍କ ଉପସ୍ଥିତିରେ ଉନ୍ନୟନ କମିଶନର ଏହି ରିପୋର୍ଟ ଉନ୍ମୋଚନ କରିଛନ୍ତି ।

ଓଡ଼ିଶାରେ ଗତ ଦଶ ବର୍ଷ ମଧ୍ୟରେ ସହର ସଂଖ୍ୟା ବୃଦ୍ଧି ପାଇଛି । ୨୦୦୧ରେ ୧୩୮ଟି ସହର ଥିବା ବେଳେ ୨୦୧୧ରେ ଏହି ସଂଖ୍ୟା ୨୨୩ରେ ପଂହଂଚିଛି। ଫଳରେ ସହର ସଂଖ୍ୟା ୮୫ ବୃଦ୍ଧି ପାଇଛି ।

ବୈଧାନିକ ସହର ସଂଖ୍ୟା ପୂର୍ବଭଳି ୧୦୭ ଥିବା ବେଳେ ଜନଗଣନା ସହର ସଂଖ୍ୟା ୩୧ରୁ ୧୧୬କୁ ବୃଦ୍ଧି ପାଇଛି । ସେହିପରି ୨୦୦୧ରେ ୫୧ ହଜାର ୩୪୯ଟି ଗାଁ ଥିବା ବେଳେ ୨୦୧୧ରେ ଏହା ୫୧ ହଜାର ୩୧୩କୁ କମିଛି । ଫଳରେ ଗାଁ ସଂଖ୍ୟା ୩୬ କମିଛି ।

୨୦୧୧ରେ ମୋଟ୍ ଜନସଂଖ୍ୟା ୪ କୋଟି ୧୯ ଲକ୍ଷ ୪୭ ହଜାର ୩୫୮ ହୋଇଥିବା ବେଳେ ଏହା ୨୦୦୧ ତୁଳନାରେ ୫୧ ଲକ୍ଷ ୪୨ ହଜାର ୬୯୮ ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି ।

ଏମାନଙ୍କ ମଧ୍ୟରୁ ତିନି କୋଟି ୪୯ ଲକ୍ଷ ୫୧ ହଜାର ୨୩୪ ଗଣ ଗ୍ରାମାଞ୍ଚଳରେ ରହୁଥିବା ବେଳେ ୬୯ ଲକ୍ଷ ୯୬ ହଜାର ୧୨୪ ଜଣ ସହରାଞ୍ଚଳରେ ବସବାସ କରୁଛନ୍ତି ।

ମୋଟ୍ ଲୋକଙ୍କ ମଧ୍ୟରୁ ୮୩.୩୨ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ରହୁଥିବା ବେଳେ ୧୬.୬୮ ପ୍ରତିଶତ ସହରରେ ରହୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ମୁଖ୍ୟ ଖବର, ରାଜ୍ୟ

ସ୍ତନ୍ୟପାନ ଉତ୍ତମ ଶିଶୁ ସ୍ୱାସ୍ଥ୍ୟର ଚାବିକାଠି: ବିଶେଷଜ୍ଞ

August 1, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଅଗଷ୍ଟ ୧(ଓଡ଼ିଶା ଡ଼ଟ୍ କମ୍) ମା କ୍ଷୀର ଯେ ଶିଶୁସ୍ୱାସ୍ଥ୍ୟ ପାଇଁ ସର୍ବୋକୃଷ୍ଟ ଏବଂ ସଂପୂର୍ଣ୍ଣ ପୃଷ୍ଟିକର ଖାଦ୍ୟ ଏହା ଦ୍ରୁତ ସହରୀକରଣ,ବ୍ୟବସାୟୀକରଣ ଓ ଏକବିଂଶ ଶତାଦ୍ଦୀର ଜଟିଳ ଜୀବନଶୈଳୀର ପ୍ରଭାବରେ ଅନେକାଂଶରେ କେବଳ କଥାରେ ସୀମିତ ରହିଯାଇଛି ।

ଭାରତରେ ସ୍ତନ୍ୟପାନ ହାର ଚିନ୍ତାଜନକ ଭାବେ ହ୍ରାସ ପାଉଥିବା ବେଳେ ମା ମାନଙ୍କୁ ଏହାର ଉପକାରିତା ସଂପର୍କରେ ସଚେତନ କରାଇବା ଜରୁରୀ ଆବଶ୍ୟକ ହୋଇପଡ଼ିଛି ।

ନେସଲେ ନ୍ୟୁଟ୍ରିସନ ଇନ୍ଷ୍ଟିଚ୍ୟୁୁଟ୍ ଦ୍ୱାରା ପୁରୀ ତୋଷାଳୀ ସ୍ୟାଣ୍ଡ୍ରେ ରବିବାର ଆୟୋଜିତ କର୍ମଶାଳାରେ ଏହିପରି କେତେକ ବିଷୟ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇଥିଲା ।

ଡ଼ାକ୍ତର, ବୈଜ୍ଞାନିକ, ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସମେତ ବହୁ ପ୍ରସିଦ୍ଧ ଗବେଷକ ଯୋଗେଇଥିବା ଏହି “ସ୍ତନ୍ୟ ପାନ- ସ୍ୱର୍ଣ୍ଣ ମାନକ କର୍ମଶାଳା’ ଥିଲା ନେସଲେ ନ୍ୟୁଟ୍ରିସନ ଇନ୍ଷ୍ଟିଚ୍ୟୁୁଟ୍ ଦ୍ୱାରା ସ୍ତନ୍ୟପାନର ଉପାୟେତା ସଂପର୍କରେ କ୍ରମାଗତ ଭାବରେ ଆୟୋଜନ ହୋଇଥିବା ଉଦ୍ୟମ ମଧ୍ୟରେ ଅନ୍ୟତମ ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ୩ ର ତଥ୍ୟ ଅନୁଯାୟୀ କେବଳ ଶତକଡ଼ା ୪୬ ଭାଗ ଛଅ ମାସରୁ କମ୍ ଆୟୁର ଭାରତୀୟ ଶିଶୁ ସ୍ତନ୍ୟ ପାନ କରୁଛନ୍ତି । ଆହୁରି ଚିନ୍ତାର ବିଷୟ ହେଲା କେବଳ ମାତ୍ର ଶତକଡ଼ା ୨୫ ଭାଗ ଶିଶୁ ଜନ୍ମ ହେବାର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନର ସୁଯୋଗ ପାଉଛନ୍ତି ।

ଠିକ୍ ସେହିଭଳି ଦୁଃଖର ବିଷୟ ହେଲା ଦୁଇ ତୃତୀୟାଂଶ ମହିଳା ନବଜାତ ଶିଶୁଙ୍କୁ ପ୍ରଥମ କସକ୍ଷୀର ପାନ କରିବାକୁ ଦେଇନଥା’ନ୍ତି ।

କର୍ମଶାଳାରେ ବକ୍ତାମାନେ ନବଜାତକ ଏବଂ ଶିଶୁ ମାନଙ୍କୁ ଅତି କମ୍ରେ ଛଅ ମାସ ପର୍ଯ୍ୟନ୍ତ ସ୍ତନ୍ୟ ପାନ କରାଇବାର ଜରୁରୀ ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ । ଯେଉଁ ଦେଶ ରେ ପାଞ୍ଚ ବର୍ଷରୁ କମ୍ ବୟସରେ ଶିଶୁ ମୃତ୍ୟୁହାର ପ୍ରାୟ ସତୁରୀ ପ୍ରତିଶତ ସେହିଠାରେ ସ୍ତନ୍ୟ ପାନର ଗୁରୁତ୍ୱକୁ ଅଣଦେଖା କରାଯାଇ ନପାରେ ।

ପ୍ରଥମରୁ ସ୍ତନ୍ୟପାନ ଶିଶୁକୁ ସଂକ୍ରାମକ ରୋଗ ଆକ୍ରମଣରୁ ରକ୍ଷା କରିବା ସହିତ ଶିଶୁ ମୃତ୍ୟୁହାରକୁ କମାଇବାରେ ସାହାଯ୍ୟ କରିଥାଏ ।

“ମା’ ମାନେ ତାଙ୍କ ଶିଶୁଙ୍କୁ ଶୈଶବ ସମୟ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ଅତ୍ୟନ୍ତ ଜରୁରୀ ,”ମା’ କ୍ଷୀର ଏତେ ମୂଲ୍ୟବାନ ଏହାକୁ ଅଣଖୋ କରିହେବ ନାହିଁ’’ ଜନସ୍ୱାସ୍ଥ୍ୟ ବିଭାଗ ଓଡ଼ିଶା ସରକାର ତଥା ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡା଼. କାଶୀନାଥ ନାୟକ କହିଛନ୍ତି ।

ସ୍ତନ୍ୟପାନ ଶିଶୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପାୟେ । ବିଶେଷଜ୍ଞମାନେ ଏକମତ ଯେ ଅନ୍ୟ କୌଣସି ଖାଦ୍ୟ ମା କ୍ଷୀର ତୁଳନାରେ ସେତେ ପୋଷଣାୟୀ ନୁହେଁ । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ସୁପାରିଶ ଅନୂଯାୟୀ ପ୍ରତ୍ୟେକ ଶିଶୁ ଏକାନ୍ତ ଭାବରେ ଛଅ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରିବା ଉଚିତ୍ ଏବଂ ପରବର୍ତ୍ତୀ ଛଅ ମାସ ଠାରୁ ୁଇ ବର୍ଷ ପର୍ଯ୍ୟନ୍ତ(ଅନ୍ୟାନ୍ୟ ଖ୍ୟା ସହିତ)ସ୍ତନ୍ୟପାନ ଜାରି ରଖିବା ଉଚିତ ।

“ସ୍ତନ୍ୟପାନ ଜନ୍ମଜାତ ଶିଶୁକୁ ପ୍ରଥମ ଖ୍ୟା ସୁରକ୍ଷା ପ୍ରାନ କରିଥାଏ । ମା କ୍ଷୀର ହେଉଛି ଶିଶୁର ସବୁଠାରୁ ସୁରକ୍ଷିତ, ପ୍ରୂଷଣ ରହିତ ପ୍ରକ୍ରିୟାରେ ପ୍ରସ୍ତୁତ ଉତ୍ତମ ତାପଯୁକ୍ତ ସର୍ବୋକୃଷ୍ଟ ପୋଷଣ । ଏହା ଶିଶୁର ପ୍ରଥମ ଛଅ ମାସ ଅବଧିର ଜୀବନ ପାଇଁ ଆବଶ୍ୟକ ଖଣିଜ ପୋଷକ ତତ୍ୱରେ ପରିପୂର୍ଣ୍ଣ ।

ମା’ କ୍ଷୀରରେ ଆହୁରି ମଧ୍ୟ ଅଛି ପୁଷ୍ଟିସାର ବା ଆଣ୍ଟିବଡ଼ି ଯାହା ବିଭିନ୍ନ ପ୍ରକାର ଅସୁସ୍ଥତାର ପ୍ରତିଶେଧକ ଭାବେ କାମ କରି ଶିଶୁକୁ ରକ୍ଷା କରିଥାଏ । ମା କ୍ଷୀର ଶିଶୁ ମାନଙ୍କୁ ରୋଗ ସଂକ୍ରମଣରୁ ରକ୍ଷା କରେ’’ ସୋସାଇଟି ଫର୍ ନ୍ୟୁଟ୍ରିସନ, ଏଜୁକେଶନ ଆଣ୍ଡ ହେଲ୍ଥ ଏଡ଼ଭାନ୍ସମେଣ୍ଟର ସଭାପତି ତଥା ଫୁଡ଼୍ ଆଣ୍ଡ ଏଗ୍ରିକଲଚରାଲ ଅର୍ଗାନାଇଜେସନ, ଯୁକ୍ତରାଷ୍ଟ୍ର ଆମେରିକାର ବରିଷ୍ଠ ଅଧିକାରୀ ଡ଼ା. ବିପ୍ଲବ ନନ୍ଦୀ କହିଥିଲେ ।

ମା କ୍ଷୀର ଖାଉଥିବା ବାର ବର୍ଷରୁ କମ୍ ବୟସର ଶିଶୁ କ୍ଷୀର ଖାଉନଥିବା ଶିଶୁ ଠାରୁ ଝାଡ଼ାବାନ୍ତି ରୋଗରେ କମ୍ ଆକ୍ରାନ୍ତ ହୁଅନ୍ତି ।

ଏକ ଜନଗଣନା ଭିତ୍ତିକ ଗବେଷଣାରେ ର୍ଶାଯାଇଛି ଯେ, ସ୍ତନ୍ୟପାନଦ୍ୱାରା ଛଅ ମାସରୁ କମ୍ ବୟସର ଶିଶୁ ମାନଙ୍କୁ ବି ଟାଇପ -ଇନ୍ଫ୍ଲୁଏ ଭଳି ରୋଗରୁ ରକ୍ଷା କରିବାରେ ଶକ୍ତି ମିଳିଥାଏ । ସ୍ତନ୍ୟପାନ କରୁନଥିବା ଶିଶୁଙ୍କ ତୁଳନାରେ ସ୍ତନ୍ୟପାନ କରୁଥିବା ଶିଶୁ ଏବଂ ଟୀକା ନେଇଥିବା ଶିଶୁ ମାନଙ୍କର ଆଣ୍ଟିବଡ଼ି ସ୍ତର ଅତ୍ୟନ୍ତ ଉଚ୍ଚ ।

ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧିନସ୍ଥ ଡ଼ାକ୍ତରୀ ଶିକ୍ଷା ନିର୍ଦ୍ଦେଶକ ଡ଼ା.ସୌମେନ୍ଦ୍ରନାଥ ବାନାର୍ଜୀ କହନ୍ତି, “ସ୍ନାତକ ଏବଂ ସ୍ନାତକୋତ୍ତର ଚିକିତ୍ସା ବ୍ୟିା ପାଠ୍ୟକ୍ରମରେ ଛଅ ମାସ ପର୍ଯ୍ୟନ୍ତ ନବଜାତ ଶିଶୁକୁ ମା କ୍ଷୀର ଏବଂ ଏହାପରେ ଦୁଇ ବର୍ଷ ପର୍ଯ୍ୟନ୍ତ କ୍ଷୀର ସହ ଅତିରିକ୍ତ ଖାଦ୍ୟ ଦିଆଯିବା ସଂପର୍କରେ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ୍

ଠିକ୍ ସେହିପରି ସମାଜରେ ମା ମାନଙ୍କ ସଂସ୍ପର୍ଶରେ ଅଧିକ ଆସୁଥିବାରୁ ନର୍ସିଂ ପାଠ୍ୟକ୍ରମରେ ମଧ୍ୟ ଏହା ଉପରେ ଅଧିକ ସଚେତନତା ସୃଷ୍ଟିର ଆବଶ୍ୟକତା ଥିବା ସେ କହିଛନ୍ତି ।

“ରାଜ୍ୟ ସରକାର ଯେ କେବଳ ସ୍ତନ୍ୟପାନ ସଂପର୍କରେ ସଚେତନତା ସୃଷ୍ଟି କରିବେ ତା ନୁହେଁ । ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ମଧ୍ୟ ଏଦିଗରେ ଅଧିକ ଆନ୍ତରିକ ଉଦ୍ୟମକରିବା ଉଚିତ୍ । ସମସ୍ତଙ୍କ ମିଳିତ ଉଦ୍ୟମ ହେଲେ ହିଁ ଆମେ ମାତୃ ଏବଂ ଶିଶୁ ମୃତ୍ୟୁହାରକୁ ଦେଶରେ ରୋକିବାରେ ସକ୍ଷମ ହେବା’’ ସେ କହିଥିଲେ ।

ଉପଯୁକ୍ତ ଶିଶୁ ଖାଦ୍ୟଭ୍ୟାସ କୁ ଉତ୍ସାହିତ କରିବା ହେଉଛି ମୁଖ୍ୟ ପ୍ରାଥମିକତା । ଶେରେ ଶିଶୁ ମୃତ୍ୟୁହାର ହ୍ରାସ କରିବା ନିମନ୍ତେ ଜନ୍ମପରେ ପ୍ରଥମ ଛଅମାସ ପାଇଁ ଓ ତା’ପରେ ସାମୟିକ ସ୍ତନ୍ୟପାନକୁ ନିୟମିତ କରିବାକୁ ହେବ । ଏଥିପାଇଁ ମା’ର ପୋଷଣର ସ୍ଥିତି ନିୟମିତ କରିବା ହେଉଛି ମୂଳ ପ୍ରାଥମିକତା ।

ମା’ର ସାମଗ୍ରିକ ପୋଷଣକୁନିୟମିତ କରିବାର ଆବଶ୍ୟକତା ଉପରେ କର୍ମଶାଳାର ସଭ୍ୟମାନେ ମତବ୍ୟକ୍ତ କରିଥିଲେ । ଜଣେ ଖାଦ୍ୟ ପରାମର୍ଶଦାତା ଅଥବା ଡ଼ାକ୍ତରଙ୍କ ସାହାଯ୍ୟରେ ଜଣେ ସ୍ତନ୍ୟପାନ କରାଉଥିବା ମା’ ନିଜର ଖାଦ୍ୟ ତାଲିକା ପ୍ରସ୍ତୁତ କରିବା ଉଚିତ୍ । ମା’ ନିଜ ଶିଶୁକୁ ବାରବାର ସ୍ତନ୍ୟପାନ କରାଇବା ସହିତ ଏହାମଧ୍ୟରେ ଏକ ସମନ୍ୱୟ ରକ୍ଷା କରିବା ଉଚିତ୍ ।

ସ୍ତନ୍ୟପାନ କରାଉଥିବା ମା’ ଅତିକମ୍ରେ ୩୦୦ ଅତିରିକ୍ତ କ୍ୟାଲୋରୀ ପ୍ରତ୍ୟେକ ଦିନ ଏବଂ ଏହାସହିତ ପୋଷଣଯୁକ୍ତ ଏବଂ ଅତ୍ୟଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍,ବିହାରରେ ସ୍ୱାସ୍ଥ୍ୟସେବା ବିଭାଗରେ ଅତିରିକ୍ତ ନିର୍ଦ୍ଦେଶକ ଥିବା ଡ଼ା. ଡ଼ି.କେ.ରମଣ ନିଜ ବକ୍ତବ୍ୟରେ କହିଥିଲେ ।

କର୍ମଶାଳାରେ ସଭ୍ୟମାନେ ମତ ଦେଇଥିଲେ ଯେ-ଶିଶୁର ଜନ୍ମପରେ ମା’ର ଦାୟିତ୍ୱ ବଢିଯାଏ । ଶିଶୁର ସର୍ବୋକୃଷ୍ଟ ଯତ୍ନ ନେବା ପାଇଁ ତାକୁ ବହୁ ଉଦ୍ୟମ କରିବାକୁ ପଡ଼ିଥାଏ ।

ତେବେ ସବୁ ମା ବିଭିନ୍ନ କାରଣରୁ ଯଥା ସମୟର ସ୍ୱଳ୍ପତା, ଆର୍ଥିକ ଅକ୍ଷମତା ଯୋଗୁଁ ନିଜ ଶିଶୁର ସମସ୍ତ ଆବଶ୍ୟକତାକୁ ପୂରଣ କରିପାରନ୍ତି ନାହିଁ । କିନ୍ତୁ ଇଶ୍ୱର ପ୍ରତ୍ତ ଏକ ଅମୂଲ୍ୟ ଉପହାର ଜଣେ ମା ଶିଶୁକୁ ନିୟମିତ ଭାବରେ ଦେଇ ପାରିବ । ତାହା ହେଲା ସ୍ତନ୍ୟପାନ ।

“ଦୁର୍ଭାଗ୍ୟଯେ ସ୍ତନ୍ୟପାନର ମହତ୍ୱ ସଂପର୍କରେ ମା ମାନଙ୍କୁ ଠିକ୍ ଭାବରେ ସଚେତନ କରାଯାଇ ନଥିବାରୁ ଶିଶୁମାନେ ଉପଯୁକ୍ତ ପୋଷଣରୁ ବଞ୍ଚିତ ହେଉଛନ୍ତି ଓ ତାଙ୍କର ଶାରୀରିକ ଓ ମାନସିକ ଅଭିବୃଦ୍ଧି ଠିକ୍ ଭାବରେ ହୋଇପାରୁ ନାହିଁ । ଏହାଦ୍ୱାରା ସେମାନଙ୍କର ରୋଗ ପ୍ରତିଶେଧକ ଶକ୍ତି ମଧ୍ୟ ପ୍ରଭାବିତ ହେଉଥିବାରୁ ସେମାନେ ରୋଗ ସଂକ୍ରମଣ ଓ ପୃଷ୍ଟିହୀନତାର ଶିକାର ହେଉଛନ୍ତି ।

ଶିଶୁ ରୋଗ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଏ କ୍ଷେତ୍ରରେ ସାମିଲ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ମାନଙ୍କ ମଧ୍ୟରେ ଏ ସଂକ୍ରାନ୍ତରେ ଏକ ବ୍ୟବହାରିକ ପରିବର୍ତ୍ତନର ଆବଶ୍ୟକତା ରହିଛି ’’ ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡ଼ା.ଶୁଭମୟ ତ୍ତ ଚୌଧୁରୀ କହିଥିଲେ ।

ଦୁର୍ଭାଗ୍ୟବଶତଃ, ବିଗତ ଦୁଇ ଶନ୍ଧୀ ଧରି ଭାରତର ଅର୍ଥନୈତିକ ଅଭିବୃଦ୍ଧି ଶିଶୁ ମାନଙ୍କୁ ସ୍ତନ୍ୟପାନ କରାଉଥିବା ମା’ ମାନଙ୍କୁ ଆବଶ୍ୟକ ସହାୟତା ଓ ସାହାଯ୍ୟ ଯୋଗାଇ ପାରିନାହିଁ । ଅନେକ ଗୁଡ଼ିଏ ଆହ୍ୱାନ ଅଛି ଯାହା ଯଥାଶୀଘ୍ର ପୂରଣ କରିବାର ଆବଶ୍ୟକତା ଅଛି ।

ଉପଯୁକ୍ତ ସହାୟତା ଢାଞ୍ଚାର ଅଭାବ, ସ୍ତନ୍ୟପାନର ଲାଭ ସମ୍ବନ୍ଧୀୟ ଲାଭର ସୂଚନାର ଅଭାବ, ନବଜାତକ ଶିଶୁ ମାନଙ୍କର ଖ୍ୟାାଭ୍ୟାସ ସଂପର୍କିତ ପରାମର୍ଶର ଅଭାବ ଇତ୍ୟାଦି ସମସ୍ୟା ଉପରେ ଶୀଘ୍ର ଧ୍ୟାନ ଦେବା ଜରୁରୀ ।

ଏହା ଉପରେ ଧ୍ୟାନ ଦେଇ ସମସ୍ୟାର ଏକ ୀର୍ଘସ୍ଥାୟୀ ସମାଧାନ ବାହାର କରିବା ପାଇଁ ଉ୍ୟମ କରୁଥିବାରୁ ଏନଏନ୍ଆଇକୁ ବକ୍ତାମାନେ ପ୍ରଶଂସା କରିଥିଲେ ।

ବକ୍ତାମାନେ ସମାଜର ପ୍ରତିଟି କ୍ଷେତ୍ରରେ କାର୍ଯ୍ୟରତ ଜନସାଧାରଣ ସେମାନଙ୍କ ଯୋଗାନ ଦେଲେ ଶୀଘ୍ର ଏହାର ଏକ ଦୀର୍ଘସ୍ଥାୟୀ ସମାଧାନ ହେବ ବୋଲି ର୍ଶାଇଥିଲେ ।

ଏନ୍ଏନ୍ଆଇର କର୍ମକର୍ତ୍ତା ଓ କର୍ମଶାଳାରେ ଯୋଗେଇଥିବା ଅନ୍ୟାନ୍ୟ ପ୍ରତିନିଧି ଶେରେ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ନିଜ ନିଜର ଅଟଳ ପ୍ରତିବର୍ଦ୍ଧତାକୁ ଦୋହରାଇ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ମୁଖ୍ୟ ଖବର, ଶିଶୁସ୍ୱାସ୍ଥ୍ୟ, ସ୍ତନ୍ୟପାନ

ପେପର ମିଲ୍ରୁ କ୍ଲୋରିନ ଗ୍ୟାସ୍ ଲିକ୍, ତଦନ୍ତ ନିର୍ଦ୍ଦେଶ

July 28, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡ଼ା, ଜୁଲାଇ ୨୮(ଓଡ଼ିଶା ଡ଼ଟ୍ କମ୍) ରାୟଗଡା ଠାରେ ଥିବା ଜେକେ ପେପର ମିଲ୍ରୁ ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାର ତଦନ୍ତ ପାଇଁ ପରିବେଶ ବିଭାଗର ପକ୍ଷରୁ ଗୁରୁବାର ନିର୍ଦ୍ଦେଶ ଦିଆଯାଇଛି ।

ଆଜି ସକାଳୁ ଏହି କାଗଜ କଳର ଏ ସିଫ୍ଟ କାମ ଚାଲିଥିବା ବେଳେ କ୍ଲୋରିନ ପ୍ଲାଣ୍ଟରୁ ଏକ ସିଲିଣ୍ଡର ଲିକ୍ ହୋଇଥିଲା । ଗ୍ୟାସ ପ୍ରଭାବରେ ସେଠାରେ ଥିବା କର୍ମଚାରୀମାନେ ଅଣନିଃଶ୍ୱାସୀ ହୋଇ ୧୨ ଜଣ ଶ୍ରମିକ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ରାୟଗଡା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗ୍ୟାସ ଲିକ୍ ସଂପର୍କରେ ଖବର ମିଳିବା ପରେ ବିଭାଗୀୟ ନିର୍ଦ୍ଦେଶକଙ୍କୁ ଏହି ଘଟଣାର ତଦନ୍ତ ପାଇଁ ଦାୟିତ୍ୱ ଦିଆଯାଇଛି ଏବଂ ପ୍ରଦୂଷଣ ବୋର୍ଡ ସହ ଯୋଗାଯୋଗ କରି ନିର୍ଦ୍ଦେଶକ ତଦନ୍ତ କରିବେ ବୋଲି ବିଭାଗୀୟ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

କାରଖାନା କର୍ତ୍ତୃପକ୍ଷ ଗ୍ୟାସ ନିର୍ଗତ ରୋକିବାକୁ କିପରି ସୁରକ୍ଷା ବ୍ୟବସ୍ଥା କରିଛନ୍ତି, ଅଘଟଣର ପ୍ରତିକାର ସୁବିଧା ଅଛି କି ନାହିଁ ତଥା ଗ୍ୟାସ ଟାଙ୍କିର ସ୍ଥିତି ସଂପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶକଙ୍କୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କାଗଜ କଳ, ମୁଖ୍ୟ ଖବର, ରାୟଗଡ଼ା

ଅଗଷ୍ଟ ୧୭ରୁ ବିଧାନସଭା ମୌସୁମୀ ଅଧିବେଶନ

July 28, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜୁଲାଇ ୨୮(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ଅଗଷ୍ଟ ୧୭ରୁ ଆରମ୍ଭ କରିବାକୁ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦିଆଯାଇଛି ।

ଏହି ଅଧିବେଶନ ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ଦଶଟି କାର୍ଯ୍ୟ ଦିବସ ରହିଛି ।ଚଳିତ ବର୍ଷ ବିଧାନସଭା ଅଧିବେଶନ ବସିବାକୁ ଆଉ ୨୯ଦିନ ବାକି ରହିଛି ।

ମୌସୁମୀ ଅଧିବେଶନ ୧୦ଦିନ ଯିବା ପରେ ଆଉ ୧୯ଦିନ ରହିବ । ଶୀତକାଳୀନ ଅଧିବେଶନରେ ତାହା ପୂରଣ ହେବ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଅଗଷ୍ଟ, ମୁଖ୍ୟ ଖବର, ମୌସୁମୀ ଅଧିବେଶନ, ରାଜ୍ୟପାଳ

ମୁକ୍ତାକାଶ ଆଶ୍ରମରୁ ୮ ଆଜୀବନ କଏଦୀ ଖଲାସ

July 28, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଖୋର୍ଦ୍ଧା, ଜୁଲାଇ ୨୮(ଓଡ଼ିଶା ଡ଼ଟ୍ କମ୍) ଖୋର୍ଦ୍ଧା ଜିଲ୍ଲାର ଜାମୁଝରୀ ଗ୍ରାମରେ ଥିବା ମୁକ୍ତାକାଶ ଆଶ୍ରମରୁ ଆଜୀବନ କାରାଣ୍ଡ ଭୋଗୁଥିବା ଆଠ ଜଣ କଏଦୀ ଙ୍କୁ ଗୁରୁବାର ମୁକ୍ତ କରାଯାଇଛି ।

ଏହି କଏଦୀମାନେ ହେଲେ ବାଲିପାଟଣାର କାଳିଆ ମୁଖି ରାମ, ରାୟଗଡାର ଗାଧର ପ୍ରଧାନ, ମୟୁରଭଞ୍ଜର ଯୁମଣି ହେୁରୀ ଓ ବିଷ୍ଣୁ ସିଂ, ମାଲକାନାଗିରୀର ରାମ ପୂଜାରୀ, ବଳାଙ୍ଗିରର ଶତ୍ରୁଘ୍ନ ମେସୁଆ, ବାଲିଅନ୍ତାର ବିରଞ୍ଚି ସାହୁ, ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ପ୍ରଫୁଲ ରାଉତ ।

ଆଉ ଦୁଇ ଜଣ କଏଦୀ ବର୍ତ୍ତମାନ ମୁକ୍ତି ଅପେକ୍ଷାରେ ଅଛନ୍ତି । ଆଶ୍ରମରେ ଆଜୀବନ କାରାଣ୍ଡ ଭୋଗୁଥିବା କଏଦୀ ମାନଙ୍କର ଆଚାର, ବ୍ୟବହାରକୁ ଲକ୍ଷ୍ୟ କରାଯାଇ ସେମାନଙ୍କୁ କାରାଗାର ମଧ୍ୟରେ ମୁକ୍ତ ଭାବେ ଛଡାଯାଇଥାଏ ।

ଏଠାରେ ଯେଉଁମାନଙ୍କର ଖରାପ କାର୍ଯ୍ୟ ପ୍ରତି ବିତୃଷ୍ଣା ଆସେ ସେମାନଙ୍କୁ ସ୍ଥାନୀୟ ପୋଲିସ ସହାୟତାରେ ତାଙ୍କ ପରିବାର ପାଖକୁ ପଠାଇ ଦିଆଯାଏ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଖୋର୍ଦ୍ଧା ଜିଲ୍ଲା, ଜାମୁଝରୀ, ମୁଖ୍ୟ ଖବର

  • « Go to Previous Page
  • Go to page 1
  • Interim pages omitted …
  • Go to page 3
  • Go to page 4
  • Go to page 5
  • Go to page 6
  • Go to page 7
  • Interim pages omitted …
  • Go to page 48
  • Go to Next Page »

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା