ଓଡ଼ିଶା ଡ଼ଟ୍ କମ୍ : ସୀମାଞ୍ଚଳ ପଟ୍ଟନାୟକ
ଫୁଲବାଣୀ, ମଇ ୩(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ସହ ଗୁଳିବିନିମୟରେ ଜଣେ ଯବାନ ପ୍ରାଣ ହରାଇଥିବା ଜଣେ ଅଧିକାରୀ ମଙ୍ଗଳବାର କହିଛନ୍ତି ।
ପ୍ରାୟ ୧୪ ଜଣ ଯବାନ ଦ।ରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କେରୁବାଡ଼ି ଜଙ୍ଗଲରୁ ସୋମବାର କୁମ୍ବିଂ ଅପରେଶନ ସାରି ଫେରୁଥିବା ବେଳେ ରାସ୍ତାରେ ମାଓବାଦୀଙ୍କ ସହ ସେମାନଙ୍କର ଗୁଳି ବିନିମୟ ହୋଇଥିଲା ।
ଏଥିରେ ଇଣ୍ଡିଆନ ରିଜର୍ଭ ବାଟାଲିଅନର ଯବାନ ଜଣକ ପ୍ରାଣ ହରାଇଥିବା ବେଳେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳକୁ ବରିଷ୍ଠ ପୋଲିସ ଅଧିକାରୀମାନେ ଯାଇଛନ୍ତି ।
ଓଡିଶା ଡଟ୍ କମ୍