• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ରାଜନୈତିକ

ମହାନଦୀର ମହାଯୁଦ୍ଧ : ସତ୍ୟ ଓ ତଥ୍ୟ

August 4, 2016 by ଓଡିଶା ଡଟ କମ 4 Comments

Hirakud-Mahanadi-1024x678
କେଦାର ମିଶ୍ର

ମହାନଦୀକୁ ନେଇ ଅ।ମେ ଯେତିକି ଚିତ୍କାର ଶୁଣୁଛୁ, ମହାନଦୀକୁ ନେଇ ଅ।ମର ଅଜ୍ଞତା ମଧ୍ୟ ସେତିକି ବାରି ହୋଇ ପଡୁଛି । ଯେଉଁମାନେ ମହାନଦୀ ବିଷୟରେ ଗଳା ଫଟାଇ ରାସ୍ତାରେ ଚିତ୍କାର କରୁଛନ୍ତି, ସେମାନଙ୍କ ପାଖରେ ବାସ୍ତବ ମହାନଦୀର ଚିତ୍ର ଅ।ଜି ପର୍ଯ୍ୟନ୍ତ ପହଂଚି ପାରିନାହିଁ ।

ଛତିଶଗଡ଼ ଏବଂ ଓଡ଼ିଶାର ବିବାଦକୁ ନେଇ ଯେଉଁ ରାଜନୈତିକ ଘୂର୍ଣ୍ଣିଝଡ଼ ଏବେ ଚାଲିଛି, ତା ପଛରେ ମହାନଦୀର ବାସ୍ତବତା ଅପେକ୍ଷା ରାଜନୀତିର ଚକ୍ରାନ୍ତ ଜଳଜଳ ହୋଇ ଦିଶିଯାଉଛି । ତେବେ ମହାନଦୀର ସତ୍ୟ କଣ ?

ଛତିଶଗଡ଼ ସରକାର ଯଦି ମହାନଦୀର ଜଳକୁ ଅଟକ ରଖନ୍ତି, ତା ହେଲେ ମହାନଦୀ ମରିଯିବ କି ? କେବଳ ହୀରାକୁଦ ନଦୀବନ୍ଧର ଜଳକୁ ଅ।ଶ୍ରା କରି ମହାନଦୀ ଚିରସ୍ରୋତା ହୋଇ ପ୍ରବହମାନ ହେଉଛି କି ?

ପ୍ରଶ୍ନ ଅନେକ ଅଛି । ଉତ୍ତର ରାଜନୀତିର କୋଳାହଳ ଭିତରେ ହଜିଯାଉଛି । ତେଣୁ ମହାନଦୀକୁ ନେଇ ଏକ ଅନୁସନ୍ଧାନୀ ଦୃଷ୍ଟିର ଅ।ବଶ୍ୟକତା ଅ।ଜି ସବୁଠୁ ବେଶୀ । ନଦୀ ସବୁବେଳେ ଶାନ୍ତି, ସୌହାର୍ଦ୍ଦ୍ୟ ଓ ସମତାର ବାର୍ତ୍ତା ଦେଇଥାଏ ।

ଗତ ଷାଠିଏ ବର୍ଷ ଧରି ମହାନଦୀ ଛତିଶଗଡ଼ ଓ ଓଡ଼ିଶାର ଜୀବନରେଖା ଭାବରେ ପ୍ରବାହିତ ହୋଇ ଚାଲିଛି । ଏହାକୁ ନେଇ କେବେ କୌଣସି ବିବାଦ ଅ।ମେ ଶୁଣିନଥିଲୁ । ପ୍ରଥମଥର ପାଇଁ ଏ ବିବାଦ ଯେତେବେଳେ ରାଜନୈତିକ ଉଗ୍ର ରୂପ ଧାରଣ କରୁଛି, ସେତେବେଳେ ମହାନଦୀର ସତ୍ୟକୁ ଖୋଜି ବାହାର କରିବା ନିତାନ୍ତ ଜରୁରୀ ।

ଏ ସମ୍ପର୍କରେ ଏକ ତଥ୍ୟ ସମ୍ବଳିତ ରିପୋର୍ଟ୍-

୧. ମହାନଦୀ ସମ୍ପର୍କରେ ପ୍ରଥମ ବଡ଼ ତଥ୍ୟଟି ହେଲା, ଏହାର ଜନ୍ମ ଛତିଶଗଡ଼ରେ କିନ୍ତୁ ଏହାର ଯୌବନ ଓ ମହାସଙ୍ଗମ ଓଡ଼ିଶାରେ । ୮୫୧ କିଲୋମିଟର ଦୀର୍ଘ ମହାନଦୀର ମାତ୍ର ୨୮୬ କିଲୋମିଟର ଛତିଶଗଡ଼ ଭିତରେ ପ୍ରବାହିତ ହେଉଥିବାବେଳେ ବାକି ୫୬୫ କିଲୋମିଟର ଏହା ଓଡ଼ିଶା ଭିତର ଦେଇ ବହୁଛି ।

ତେବେ ଓଡ଼ିଶାରେ ଅ।ହୁରି ଅନେକ ବଡ଼ ନଦୀର ଉପତ୍ୟକା ଓ ଅବବାହିକା ରହିଥିବାବେଳେ ଛତିଶଗଡ଼ ପାଇଁ ମହାନଦୀ ହେଉଛି ଏକମାତ୍ର ପ୍ରାଣରେଖା । ଯଦିଓ ଗଙ୍ଗା, ଗୋଦାବରୀ ଓ ଇନ୍ଦ୍ରାବତୀର ବେସିନ ଛତିଶଗଡ଼ରେ ରହିଛି, ତଥାପି ମହାନଦୀ ବ୍ୟତୀତ ଛତିଶଗଡ଼ର ଅନ୍ୟ କୌଣସି ଚାରା ନାହିଁ ।

ଛତିଶଗଡ଼ର ମୋଟ ଜଳସମ୍ବଳର ୫୮.୪୮ % ଜଳସମ୍ପଦର ମହାନଦୀ ଓ ତାର ଶାଖା ନଦୀଗୁଡ଼ିକରେ ରହିଛି ।

୨. ଧନ୍ଵତ୍ତରୀ ଜିଲ୍ଲାରୁ ବାହାରିଲା ପରେ ମହାନଦୀ କ୍ରମଶଃ ଶିୱନାଥ୍, ଅର୍ପା, ହଁସଦେଓ , ସନ୍ଦର୍, ଜୋଙ୍କ୍, କେଲୋ ଓ ଇବ୍ ନଦୀର ସଂଯୋଗରେ ନିଜ ପ୍ରବାହକୁ ବିଶାଳ କରିଛି । ହୀରାକୁଦ ପୂର୍ବରୁ ଏହି ସବୁ ନଦୀ ମହାନଦୀର ଜଳସ୍ତରକୁ ଚିରସ୍ରୋତା କରିଛନ୍ତି ।

୧୯୪୮ରେ ଯେତେବେଳେ ହୀରାକୁଦ ବୃହତ୍ ନଦୀ ଜଳବନ୍ଧର ପରିକଳ୍ପନା କରାଗଲା, ସେତେବେଳେ ଏହି ସବୁ ନଦୀର ଜଳପ୍ରବାହକୁ ହୀରାକୁଦଠାରେ ବାନ୍ଧି ରଖିବାର ଉଦ୍ୟମ କରାଗଲା । ୧୯୫୭ରେ ହୀରାକୁଦ ନଦୀବନ୍ଧ କାର୍ଯ୍ୟକ୍ଷମ ହେଲା ।

ଏଠି କହି ରଖିବା ଉଚିତ୍ ଯେ ହୀରାକୁଦ ନଦୀବନ୍ଧର କ୍ୟାଚମେଣ୍ଟ୍ ବା ଜଳଧାରଣ କ୍ଷେତ୍ରର ୮୭% ଛତିଶଗଡ଼ ରାଜ୍ୟରେ ରହିଛି । ତେଣୁ ହୀରାକୁଦ ନିର୍ମାଣରେ ଛତିଶଗଡ଼ର ଭୂମି ଓ ଜଳ ବିନିଯୋଗ ହୋଇଥିବାସ୍ଥଳେ ଏହାର ଲାଭ ଓଡ଼ିଶାକୁ ମିଳିଛି । ସର୍ବାଧିକ ଜଳ ଓ ଜଳ ବିଦ୍ୟୁତ୍ ଅ।ମେ ଓଡ଼ିଶାବାସୀ ଭୋଗ କରି ଅ।ସିଛୁ ।

ବିଭିନ୍ନ ସମୟରେ ପୂର୍ବତନ ମଧ୍ୟପ୍ରଦେଶ ସରକାର ଓ ଏବେର ଛତିଶଗଡ଼ ସରକାର ହୀରାକୁଦରୁ କିଛି ଲାଭ ନେବା ପାଇଁ ଉଦ୍ୟମ କରିଛନ୍ତି । ଯାହାକି ଅ।ମେ କରେଇ ଦେଇ ନାହୁଁ ।

୩.. ୨୦୦୦ ମସିହାରେ ଯେତେବେଳେ ଛତିଶଗଡ଼ ରାଜ୍ୟ ଗଠିତ ହେଲା, ତାପରେ ଛତିଶଗଡ଼ ସରକାର ମହାନଦୀର ଜଳକୁ ଜଳସେଚନ ତଥା ଶିଳ୍ପ କ୍ଷେତ୍ରରେ ବ୍ୟବହାର କରିବା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କଲେ ।

୨୦୦୦ ମସିହାଠୁ ଅ।ଜି ପର୍ଯ୍ୟନ୍ତ ଓଡ଼ିଶା ଏବଂ ଛତିଶଗଡ଼ରେ ରାଜନୈତିକ ସ୍ଥିରତା ରହିଛି । ୨୦୦୦ ମସିହାରୁ ଓଡ଼ିଶାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହିଥିବାବେଳେ ୨୦୦୩ ମସିହାରୁ ରମଣ ସିଂହ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି । ରମଣ ସିଂହଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରେ ଶତାଧିକ ପ୍ରକଳ୍ପ ଅ।ରମ୍ଭ କରାଯାଇଛି ।

ମୁଖ୍ୟମନ୍ତ୍ରୀ ତାଙ୍କ ନିଜ ୱେବସାଇଟ ରେ ମହାନଦୀକୁ ନେଇ ତାଙ୍କ ସ୍ୱପ୍ନ ବିଷୟରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ଗତ କିଛି ବର୍ଷ ଭିତରେ ଚାରୋଟି ବୃହତ୍ ବନ୍ଧ, ଚାରୋଟି ମଧ୍ୟମ ଧରଣର ବନ୍ଧ ଓ ୨୯୮ଟି କ୍ଷୁଦ୍ର ବନ୍ଧ ଛତିଶଗଡ଼ ସରକାର ନିର୍ମାଣ କରିଛନ୍ତି ।

୪. ଭାରତ ସରକାରଙ୍କ ଜଳ ସଂସାଧନ ବିଭାଗର ସୂଚନା ଅନୁସାରେ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରେ ୨୫୩ଟି ବନ୍ଧ ରହିଥିବାବେଳେ ସେଥିରୁ ଛତିଶଗଡ଼ରେ ୧୬୪ଟି ଓ ଓଡ଼ିଶାରେ ୧୮୯ଟି ବନ୍ଧ ନିର୍ମାଣ କରାଯାଇଛି ।

ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରେ ମୋଟ ୨୮ଟି ବ୍ୟାରେଜ ରହିଥିବାବେଳେ ୧୪ଟି ଓଡ଼ିଶାରେ ଓ ୧୪ଟି ଛତିଶଗଡ଼ରେ ରହିଛି । ସେହିପରି ଚାରୋଟି ଜଳବିଦ୍ୟୁତ ପ୍ରକଳ୍ପରୁ ତିନୋଟି ଛତିଶଗଡ଼ରେ ଥିବାବେଳେ ଗୋଟିଏମାତ୍ର ଓଡ଼ିଶାରେ ରହିଛି ।

ଏହି ତଥ୍ୟରୁ ଅ।ମକୁ ଗୋଟିଏ ସତ୍ୟରେ ଉପନୀତ ହେବାକୁ ପଡୁଛି ଯେ, ଛତିଶଗଡ଼ ସରକାର ମହାନଦୀକୁ ପୂରାପୂରି ଦୋହନ କରିବା ପାଇଁ ପ୍ରସ୍ତୁତି କରି ସାରିଛନ୍ତି ।

୫. ମହାନଦୀର ମୂଳ ପ୍ରବାହ ୨୮୬ କିଲୋମିଟର ସହିତ ଏହାର ଶାଖା ନଦୀ ମାନଙ୍କର ପ୍ରବାହକୁ ମିଶେଇ ଦେଇ ଅ।ମେ ଯଦି ଏକ ହାରାହାରି ହିସାବ କରିବା, ତାହେଲେ ଛତିଶଗଡ଼ରେ ସରକାର ପ୍ରତି ଗୋଟିଏ କିଲୋମିଟରରେ ଗୋଟିଏ ପ୍ରକଳ୍ପ ତିଅ।ରି କରୁଛନ୍ତି ।

ଏକ ଉଚ୍ଚାଭିଳାଷୀ ଯୋଜନା ନେଇ ବର୍ତ୍ତମାନ ଛତିଶଗଡ଼ରେ ଜଳସେଚିତ ଜମିର ପରିମାଣ ୧.୩୮ ନିୟୁତ ହେକ୍ଟରରୁ ୪.୩ ନିୟୁତ ହେକ୍ଟରକୁ ବଢାଇବାକୁ ସେମାନେ ଉଦ୍ୟମ କରୁଛନ୍ତି ।

ତେବେ ଏପ୍ରକାର ଉଦ୍ୟମ ମହାନଦୀର ପ୍ରାକୃତିକ ପ୍ରବାହକୁ କେବଳ ନଷ୍ଟ କରିବ ନାହିଁ, ସମୟକ୍ରମେ ଏହା ମହାନଦୀକୁ ଏକ ମୃତନଦୀ ଭାବରେ ରୂପାନ୍ତରିତ କରିବ । ଛତିଶଗଡ଼

ସରକାର ବର୍ତ୍ତମାନ ମହାନଦୀର ଜଳ ବ୍ୟବହାରକୁ ୭୫% ଜଳସେଚନ ପାଇଁ, ୧୮% ଶିଳ୍ପ ପାଇଁ ଓ ୬% ପାନୀୟ ଜଳ ପାଇଁ ବ୍ୟବହାର କରୁଛନ୍ତି ବୋଲି କହୁଛନ୍ତି । ତେବେ ମହାନଦୀରେ ଯେଉଁସବୁ ପ୍ରକଳ୍ପ ହେଉଛି ସେଥିରୁ ୫୦%ରୁ ଅଧିକ ଜଳ ଅ।ଗାମୀ ଦିନରେ ଶିଳ୍ପ ସଂସ୍ଥାମାନଙ୍କୁ ଦିଅ।ଯିବ ବୋଲି ଜଣାପଡୁଛି ।

୬. ଉପରୋକ୍ତ ତଥ୍ୟ ଅ।ଧାରରେ ଅ।ମେ ଓଡ଼ିଶାର ସ୍ୱାର୍ଥ କଥା ଅ।ମେ ଚିନ୍ତା କରିବା । ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହର ସ୍ଥିତି ଏହା ଦ୍ୱାରା ନିଶ୍ଚିତ ଭାବରେ ପ୍ରଭାବିତ ହେବ । ହୁଏତ ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାରକୁ ଉପରମୁଣ୍ଡରୁ ବିଲକୁଲ୍ ପାଣି ନ ଅ।ସିପାରେ ।

ଏହା ହୀରାକୁଦ ବନ୍ଧ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ । ଏହା କେବଳ ଅନୁମାନର ବିଷୟ । ଓଡ଼ିଶା ସରକାର ଅ।ଜିପର୍ଯ୍ୟନ୍ତ ଏହାକୁନେଇ କୌଣସି ପ୍ରକାରର ଠୋସ୍ ତଥ୍ୟ ରଖିନାହାନ୍ତି । ଯେଉଁ ସବୁ ପ୍ରକଳ୍ପ ଉପରମୁଣ୍ଡରେ କାର୍ଯ୍ୟକାରୀ ହେଉଛି, ତାହା ଯୋଗୁଁ କେତେ ପରିମାଣରେ ଜଳ ପ୍ରବାହ ବ୍ୟାହତ ହେବ, ତାର ସଠିକ୍ ତଥ୍ୟ ସରକାରଙ୍କ ପାଖରେ ନାହିଁ।

୭. ଓଡ଼ିଶା ସରକାର ଛତିଶଗଡ଼ର ପ୍ରକଳ୍ପଗୁଡ଼ିକ ସଂକ୍ରାନ୍ତରେ ଏପର୍ଯ୍ୟନ୍ତ ଅଜ୍ଞ ଥିଲେ ବୋଲି ଯାହା କହୁଛନ୍ତି, ତାହା ସବୁଠୁ ହାସ୍ୟାସ୍ପଦ । ଛତିଶଗଡ଼ ସରକାରଙ୍କ ନିଜସ୍ୱ ୱେବସାଇଟ୍, କେନ୍ଦ୍ର ଜଳ କମିଶନଙ୍କ ୱେବ୍ସାଇଟ୍ ତଥା ଅନ୍ୟାନ୍ୟ ସୂତ୍ରରୁ ଏହି ସବୁ ତଥ୍ୟ ଖୁବ୍ ସହଜରେ ମିଳୁପାରୁଛି ।

ତେବେ ଓଡ଼ିଶା ସରକାରର ବାବୁମାନେ ଏବିଷୟରେ କେମିତି କିଛି ଜାଣିପାରିଲେ ନାହିଁ, ତାହା ଏ ପୃଥିବୀର ଅଷ୍ଟମ ଅ।ଶ୍ଚର୍ଯ୍ୟ । କେଲୋ ପ୍ରକଳ୍ପ ସମ୍ପର୍କରେ ଓଡ଼ିଶା ସରକାରଙ୍କୁ ତଥ୍ୟ ଦିଅ।ଯାଇନଥିଲା ବୋଲି ସଂସଦ ଗୃହରେ ବିଜେଡ଼ିର ନେତା ଭର୍ତ୍ତୃହରି ମହତାବ କହିଲେ ।

ସରକାରୀ ସ୍ତରରେ ଚିଠିପତ୍ର କିଏ କାହାକୁ ଦେଇଥିଲା, ସେ ବିଷୟରେ ଅ।ମେ ଜାଣିନାହୁଁ । କିନ୍ତୁ ଏ ସମ୍ପର୍କିତ ସମସ୍ତ ତଥ୍ୟ ସର୍ବସାଧାରଣଙ୍କ ପାଇଁ ବିଭିନ୍ନ ଉପଲବ୍ଧ ହେଉଛି । ଓଡ଼ିଶା ସରକାର ମହାନଦୀର ଉପରମୁଣ୍ଡରେ କଣ ଘଟୁଛି, ସେ ବିଷୟରେ ଅ।ଖି ବୁଜି ବସିଥିଲେ କି ?

ଛତିଶଗଡ଼ ସରକାର ନିଜ ଜଳସମ୍ପଦକୁ କେବେବି ବ୍ୟବହାର ନ କରି ଏହାକୁ ଓଡ଼ିଶାର ଅପଚୟ ପାଇଁ ଛାଡ଼ିଦେବେ ବୋଲି ଓଡ଼ିଶା ସରକାର କାହିଁକି ଭାବୁଛନ୍ତି ?

୮. ଅପଚୟ ଶବ୍ଦର ବ୍ୟବହାର ଏଥିପାଇଁ ଅ।ମେ କରୁଛୁ ଯେ, ହୀରାକୁଦ ପରେ ମୁଣ୍ଡଳୀ ଓ ନରାଜ ପର୍ଯ୍ୟନ୍ତ ମହାନଦୀର ଟୋପାଏ ପାଣିକୁ ମଧ୍ୟ ଅ।ମେ ବ୍ୟବହାର କରୁନାହୁଁ । ହୀରାକୁଦ ପରେ ମହାନଦୀକୁ ଅ।ହୁରି ଅନେକ ବଡ଼ ନଦୀ ପ୍ରବେଶ କରୁଛନ୍ତି ।

ହୀରାକୁଦ ତଳକୁ ଜୀରା, ଭେଡେନ୍, ଅଙ୍ଗ, ସୁକତେଲ୍, ତେଲ୍, ବାଘ, ସାଲୁଙ୍କୀ, ପିଲା ସାଲୁଙ୍କୀ, ମେହେରୁଣୀ ଇତ୍ୟାଦି ଅନେକ ନଦୀ ମହାନଦୀକୁ ପରିପୁଷ୍ଟ କରୁଛନ୍ତି । ମହାନଦୀ ସହିତ ତେଲ ନଦୀ ଓ ହାତୀ ନଦୀର ସଂଯୋଗକ୍ରମେ ଇନ୍ଦ୍ରାବତୀ ସହ ସଂଯୋଗ ସ୍ଥାପିତ ହେଉଛି ।

ମୁଣ୍ଡଳୀ ଓ ହୀରାକୁଦ ମଝିରେ ମହାନଦୀର ମୁଖ୍ୟସ୍ରୋତର ଜଳ ବିନିଯୋଗ ତ ହେଉନାହିଁ, ତା ସହିତ ଏହାର ଶାଖାନଦୀଗୁଡ଼ିକର ଜଳକୁ ମଧ୍ୟ ଅ।ମେ ସଠିକ୍ ବିନିଯୋଗ କରିପାରୁନାହୁଁ ।

ମହାନଦୀର ଶାଖା ଓ ପ୍ରଶାଖା ନଦୀଗୁଡ଼ିକ ଯଥା ବାଘ, ବିରୂପା, ଡାହୁକା, ଭାର୍ଗବୀ, ହାତୀ, ଅଙ୍ଗ, ରାଜୁଅ।, ସାଲୁଙ୍କୀ, ସୁକତେଲ୍ ଇତ୍ୟାଦି ନଦୀରେ କେତେକ ମଧ୍ୟମ ଧରଣର ପ୍ରକଳ୍ପ ଓଡ଼ିଶା ସରକାର କରିଛନ୍ତି । ତେବେ ଏହା ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ଅ।ଦୌ ଯଥେଷ୍ଟ ନୁହେଁ ।

୯. ଓଡ଼ିଶାରେ ମହାନଦୀର ଜଳକୁ ସଠିକ୍ ଉପାୟରେ ବ୍ୟବହାର କରିବାର ସାମର୍ଥ୍ୟ ଅ।ମ ସରକାରଙ୍କ ପାଖରେ ନାହିଁ । ତେଣୁ ଏହାକୁ ନେଇ ବିକାଶର ବିମର୍ଶ ପରିବର୍ତ୍ତେ ରାଜନୈତିକ ଅ।ତସବାଜୀ ଅଧିକ ଚାଲିଛି । ଛତିଶଗଡ଼ ସରକାର ମହାନଦୀ ସମ୍ପର୍କରେ କୌଣସି ତଥ୍ୟ ଲୁଚାଇବାର ପ୍ରମାଣ ମିଳୁନାହିଁ ।

ଛତିଶଗଡ଼ର ଜଳସମ୍ପଦକୁ ବ୍ୟବହାର କରିବା ପାଇଁ ଅ।ନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କନସଲଟାନ୍ସୀ “ପ୍ରାଇସ୍ ୱାଟର ହାଉସ୍ କୁପର୍” ସଂସ୍ଥା ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଥିଲେ । ଛତିଶଗଡ଼ର କେଉଁଠି ଓ କି ପ୍ରକାର ଯୋଜନା ମାଧ୍ୟମରେ ମହାନଦୀ ବେସିନର ଜଳକୁ ବ୍ୟବହାର କରାଯିବ, ସେ ସମ୍ପର୍କରେ ଏହି ସଂସ୍ଥା ନିଜର ରିପୋର୍ଟ ଦେଇଛନ୍ତି ।

ସେହି ରିପୋର୍ଟ ଅ।ଧାରରେ ଛତିଶଗଡ଼ ସରକାର ଚତୁରତାର ସହ ବଡ଼ ବନ୍ଧ ନ କରି ମଧ୍ୟମ ଓ ଛୋଟ ପ୍ରକଳ୍ପଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରୁଛନ୍ତି । ଏଠି କହି ରଖିବା ଉଚିତ୍ ହେବ ଯେ, ମଧ୍ୟମ ଓ ଛୋଟ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରୀୟ ଜଳ କମିଶନ ବା କେନ୍ଦ୍ର ସରକାରଙ୍କ ସହମତିର କୌଣସି ଅ।ବଶ୍ୟକତା ନାହିଁ ।

୧୦. ଏ କ୍ଷେତ୍ରରେ ଓଡ଼ିଶା ଯେତିକି ସତର୍କ ରହିବା କଥା, ତାହା କରିନାହିଁ । ଅ।ଜି ଯେତେବେଳେ ନେଡ଼ିଗୁଡ଼ କହୁଣୀକୁ ବହି ସାରିଛି, ସେତେବେଳେ ଅ।ମେ ପାଟି ଖୋଲିବା ଅ।ରମ୍ଭ କରିଛୁ ।

ସମ୍ପ୍ରତି କେଲୋ ପ୍ରକଳ୍ପ ସମେତ ପେରୀମାନ ଡିହି, କେନ୍ଦୁଲା ଓ ତେନ୍ଦୁଲା ପ୍ରକଳ୍ପ କାମ ଛତିଶଗଡ଼ ସରକାର ଅ।ଗେଇ ନେଉଛନ୍ତି । ତେବେ ଯେଉଁସବୁ ପ୍ରକଳ୍ପ ଗତ ୧୫ବର୍ଷରେ ଅ।ରମ୍ଭ ହୋଇଥିଲା, ସେଥିରୁ ନବେଭାଗ କାର୍ଯ୍ୟକାରୀ ହୋଇ ସାରିଲାଣି । ଅ।ଜି ଚିତ୍କାର କଲାବେଳକୁ ଅ।ମ ପାଖରେ ଅ।ଉ କିଛି ନାହିଁ ।

୧୧. ତେବେ ଛତିଶଗଡ଼ ଓ ଓଡ଼ିଶା ଭିତରେ ମହାନଦୀର ଜଳ ବଣ୍ଟନ ସମସ୍ୟାକୁ ନେଇ ୧୯୮୩ ଓ ୧୯୯୫ରେ ଦୁଇଟି ଚୁକ୍ତିନାମା କରାଯାଇଥିଲା । ସେହି ଅନୁସାରେ ଦ୍ୱିପାକ୍ଷିକ ଅ।ଲୋଚନା ହୋଇ ଏକ ନିୟନ୍ତ୍ରଣ ସମିତି ଗଠିତ ହେବା କଥା, ତାହା ଅ।ଜି ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ ।

ଗତ ପନ୍ଦର ବର୍ଷ ଧରି ଉଭୟ ରାଜ୍ୟରେ ଦୁଇଜଣ ମୁଖ୍ୟମନ୍ତ୍ରୀ ନିରବଚ୍ଛିନ୍ନ ଭାବରେ ଦାୟିତ୍ୱ ତୁଲାଇଛନ୍ତି । ସେମାନେ ଏ ପ୍ରସଙ୍ଗରେ ଥରେ ମଧ୍ୟ ଦ୍ୱିପାକ୍ଷିକ ଅ।ଲୋଚନା କରିନାହାନ୍ତି । ମହାନଦୀକୁ ନେଇ ଅନ୍ତତଃ ପ୍ରତି ତିନିମାସରେ ଥରେ ଛତିଶଗଡ଼ ସରକାର ଓ ଓଡ଼ିଶା ସରକାରଙ୍କର ଅ।ଲୋଚନା ହେବା ଉଚିତ୍ ।

ଏସବୁ ପ୍ରଶାସନିକ ଉଦ୍ୟମ ନ କରି ନିଜେ ନିଜର ଅଫିସ୍ ଅ।ଗରେ ଆନ୍ଦୋଳନ କଲେ, କିଛି ଲାଭ ହେବାର ନାହିଁ । ଓଡ଼ିଶା ସରକାର ମହାନଦୀର ଜଳ ସମ୍ପଦକୁ କେତେ ସାମର୍ଥ୍ୟର ସହ ଉପଯୋଗ କରିପାରିବେ, ତାର ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରନ୍ତୁ ।

ଓଡିଶା ଡଟ କମ

Filed Under: ପରିବେଶ, ରାଜନୀତି Tagged With: ଓଡିଶା, ଘୂର୍ଣ୍ଣିଝଡ଼, ଛତିଶଗଡ଼, ଜଳ, ତଥ୍ୟ, ବିବାଦ, ମହାନଦୀ, ମହାଯୁଦ୍ଧ, ରାଜନୈତିକ, ସତ୍ୟ, ହୀରାକୁଦ

ଓଡିଶା, ଇସ୍ଲାମ୍ ଓ ସମନ୍ବୟର ସଂସ୍କୃତି; ଦଶଟି ମୌଳିକ ତଥ୍ୟ

June 29, 2016 by ଓଡିଶା ଡଟ କମ Leave a Comment

image

କେଦାର ମିଶ୍ର
“କହେ ସାଲବେଗ ହୀନ ଜାତିରେ ମୁଁ ଯବନ, ଶ୍ରୀ ରଂଗା ଚରଣ ବିନୁ ନ ଜାଣଇ ଆନ”- ଓଡିଶାର ଘରେ ଘରେ ପରିଚିତ ଯବନ କବି ସାଲବେଗଂକ ଏହି ଭାବପ୍ରବଣ ସ୍ବୀକାରୋକ୍ତି ଓଡିଶାର ସାଂସ୍କୃତିକ ଜୀବନରେ ନୂଆ ଏକ ଜୀବନବୋଧ ଓ ଚେତନା ଉଦ୍ରେକ କରିଥିଲା ।

ଧର୍ମ ସହିତ ମାନବୀୟ ମୂଲ୍ୟ ର ସହବନ୍ଧନ ସବୁବେଳେ ନୂତନ ସାଂସ୍କୃତିକ ଚେତନା ଜାଗ୍ରତ କରିଥାଏ।ରାଜନୈତିକ ପୃଷ୍ଠଭୂମି ରେ ହୁଏତ ଯବନମାନେ ଆକ୍ରମଣକାରୀ ବା ହିନ୍ଦୁ ବିରୋଧୀ, ହେଲେ ସାଂସ୍କୃତିକ ଜୀବନରେ ସେମାନଂକ ଅବଦାନକୁ ଓଡିଶାର ଲୋକେ ଅନାୟାସରେ ଆପଣାର କରିଛନ୍ତି।

ଇସ୍ଲାମ ର ପ୍ରଭାବରେ ଓଡିଶାର ଚଳଣୀ ଓ ଜୀବନଧାରରେ ଅନେକ ନୂଆ ଉପାଦାନ ଯୋଡି ହୋଇଯାଇଛି । ସେସବୁକୁ ଆଜି ଆଉ ଆମ ଜୀବନରୁ ଅଲଗା କରିହେବନାହିଁ ।

ଯେମିତି ସାଲବେଗଂକୁ ବାଦ ଦେଇ ଓଡିଆ ସାହିତ୍ୟର ଭକ୍ତି ଧାରାକୁ ଆକଳନ କରିହେବ ନାହିଁ, ସେମିତି କଟକର କଦମ୍ ରସୁଲ୍ କିମ୍ବା ଏରସମା କି କାଇପଦର ରେ ରହିଥିବା ସୁଫୀ ଫକୀର ମାନଂକ ଦରଘା ରୁ ହିନ୍ଦୁ ଭକ୍ତ ମାନଂକୁ ଅଲଗା କରିହେବ ନାହିଁ ।

୪୦୦ ବର୍ଷ ଧରି ଓଡିଶା ସହ ଇସ୍ଲାମ୍ ର ଗଭୀର ସମ୍ପର୍କ ରହିଥିଲେ ମଧ୍ୟ, ଓଡିଶାରେ ମୁସ୍ଲିମଂକ ସଂଖ୍ୟା ମାତ୍ର ୨.୧୭%।

ତେବେ ଆମର ଧର୍ମ,ସଂସ୍କୃତି,ଖାଦ୍ୟ,ପୋଷାକ,ପ୍ରଦର୍ଶନକାରୀ କଳା ଓ ସଂଗୀତ ରେ ଇସ୍ଲାମ ର ପ୍ରଭାବ ରହିଛି । ଓଡିଶାରେ ହିନ୍ଦୁ ଓ ଇସ୍ଲାମ୍ ସଂସ୍କୃତିର ସମନ୍ବୟ ସମ୍ପର୍କରେ ଦଶଟି ମୌଳିକ ତଥ୍ୟ-
୧. ୧୫୬୮ ରେ ଆଫଗାନ୍ ଶାସକ ସୁଲେମାନ୍ କରାନୀ ସୂର୍ୟ ବଂଶର ରାଜା ମୁକୁନ୍ଦ ଦେବଂକୁ ପରାସ୍ତ କଲାପରେ ଓଡିଶାର ଉପକୂଳ ଅଂଚଳ ଆଫଗାନ ଶାସନାଧୀନ ରହିଲା।

ପ୍ରଶାସନିକ ଭାବରେ ଆଫଗାନ୍ ଶାସିତ ଅଂଚଳକୁ ମୋଗଲବନ୍ଦୀ ବୋଲି କୁହାଗଲା ।ଆଫଗାନଂକ ପରେ ୧୫୯୧ ରେ ମୋଗଲ୍ ମାନେ ଓଡିଶା ଅଧିକାର କଲେ ।

ମୋଗଲବନ୍ଦୀ ଅଂଚଳ ଇସ୍ଲାମ ଶାସନାଧୀନ ରହିଥିବାବେଳେ ଓଡିଶାର ଦକ୍ଷିଣ ଓ ପଶ୍ଚିମ ଭାଗରେ ଇସ୍ଲାମ ପ୍ରଶାସନର କୌଣସି ପ୍ରଭାବ ନଥିଲା ।

image
୨. ଇସ୍ଲାମ ସହିତ ଆମର ଖାଦ୍ୟ ଓ ପୋଷାକ କ୍ଷେତ୍ରରେ ଅନେକ ନୂଆ ପ୍ରୟୋଗ ଦେଖିବାକୁ ମିଳିଲା ।ଅଚକନ, ସଲବାର୍, ଶାଲ୍, ରୁମାଲ୍, ପାଇଜାମା ଇତ୍ୟାଦି ଆମ ଚଳଣୀ ଭିତରକୁ ଆସିଲା ।

ଧୋତି ଓ ଗାମୁଛାରେ ଗଂଜୀ ଓ ଜାମା ଯୋଡା ହେଲା । ପଗଡି ବଦଳରେ ଟୋପି ଆସିଲା।ଏପରିକି ଶ୍ରୀଜଗନ୍ନାଥ ସଂସ୍କୃତିରେ ତାମଯାନ ଭଳି ଶବ୍ଦର ବ୍ୟବହାର ଦେଖିବାକୁ ମିଳିଲା ।
୩. ଖାଦ୍ୟ ପାନୀୟ କ୍ଷେତ୍ରରେ ମଧ୍ୟ ଇସ୍ଲାମର ପ୍ରଛନ୍ନ ପ୍ରଭାବ ରହିଲା । ନୂଆ ଫଳ ଭାବରେ ବାଦାମ, ପିସ୍ତା, ଡାଳିମ୍ବ, ଅଂଗୁର, ସେଓ, ନାସପାତି ଇତ୍ୟାଦି ଆମ ଜୀବନକୁ ଆସିଲା ।

ରୋଷେଇ ଘରେ ପକବାନ୍ ଭଳି ଶବ୍ଦର ବ୍ୟବହାର ହେଲା। ପଲାଉ, ବିରିୟାନି,ରୋଟି, ଜିଲାବୀ, ହାଲୁଆ ଇତ୍ୟାଦି ରେ ଓଡିଆଂକ ରୁଚି ଆସିଲା ।

ଅନେକ ମସଲା ଜାତୀୟ ପଦାର୍ଥ ଯଥା- ଜାଫରାନ, ଜର୍ଦା ଇତ୍ୟାଦି ମଧ୍ୟ ଇସ୍ଲାମର ପ୍ରଭାବରୁ ଆମ ଜୀବନରେ ପ୍ରବେଶ କଲା ।

image
୪. ମନ୍ଦିର ସ୍ଥାପତ୍ୟର ଉତ୍କର୍ଷ ଭୂମି ଓଡିଶାରେ ୧୬୦୦ ରୁ ୧୮୦୦ ଭିତରେ ଅନେକ ମସଜିଦ୍, ଦରଘା ଓ ମଜାର ଇତ୍ୟାଦି ଗଢି ଉଠିଲା । ୧୬ଶ ଶତାବ୍ଦୀରେ କଟକର ଜାମା ମସଜିଦ୍,ଫତେ ଖାନ୍ ରେହେମାନ୍ ମସଜିଦ୍ ଓ କଦମ୍ ରସୁଲ୍ ଗଢି ଉଠିଲା ।

କଦମ୍ ରସୁଲ୍ ରେ ମହାପୁରୁଷ ମହମ୍ମଦଂକ ପବିତ୍ର ପାଦ ଚିହ୍ନ ଉଭୟ ହିନ୍ଦୁ ଓ ମୁସଲମାନଂକ ଦ୍ବାରା ପୂଜା ପାଇଥାନ୍ତି ।
୫. ସୁଫୀ ସଂସ୍କୃତି ଓଡିଶାରେ ନିଜର ପ୍ରଭାବ ବିସ୍ତାର କରିବା ସହିତ ଏହା ଉଭୟ ହିନ୍ଦୁ ଓ ମୁସଲମାନଂକୁ ଭକ୍ତି ମାର୍ଗରେ ଅନୁପ୍ରେରିତ କରିଥିଲା।

ସୁଫୀ ସନ୍ଥ ଓ ପୀର ମାନନ୍କର ଅନେକ ଦରଘା ଓ ମଜାରରେ ହିନ୍ଦୁ ମାନେ ମନସ୍କାମନା ପୂରଣ ଲାଗି ମଥା ଟେକିଥାଆନ୍ତି।
୬. ଓଡିଶାର କେତୋଟି ପ୍ରସିଦ୍ଧ ପୀର ପୀଠ ହେଉଛି ବାଲେଶ୍ବରର ଭୁଜାଖିଆ ପୀର,କଟକର କଦମ୍- ଇ- ରସୁଲ୍, ସମ୍ବଲପୁରର ନୁର୍ ବିବି ମଜାର, ସୋନପୁର୍ ଜିଲା ତରଭାରେ ରହିଥିବା ଅବଦୁଲ୍ ଶକୁର୍ ଦରଘା, ଅସ୍ତରଂଗର ଜହାନିଆ ପୀର, କାଇପଦର ର ବୋଖାରୀ ବାବା ଇତ୍ୟାଦି ବେଶ୍ ପ୍ରସିଦ୍ଧ ।
୭. ମହରମ୍ କୁ ହିନ୍ଦୁ ଓ ଇସ୍ଲାମ୍ ର ମିଳନ ପର୍ବ ଭାବରେ ଓଡିଶାର ବିଭିନ୍ନ ପ୍ରାନ୍ତରେ ପାଳନ କରାଯାଇଥାଏ। ବହୁ ହିନ୍ଦୁ ମହରମରେ ତାଜିଆ ଶୋଭାଯାତ୍ରାରେ ସାମିଲ୍ ହୁଅନ୍ତି । ଅନେକ ହିନ୍ଦୁ ନିଜେ ତାଜିଆ ବାହାର ମଧ୍ୟ କରନ୍ତି ।

image
୮. ଇସ୍ଲାମ୍ ଓ ହିନ୍ଦୁ ଆଧ୍ୟାତ୍ମିକ ଚେତନାର ସବୁଠୁ ବଡ ମିଳନ ମଂଚ ହେଉଛି ସତ୍ୟନାରାୟଣ ପାଲା ବା ସତ୍ୟପୀର ପାଲା। ସତ୍ୟପୀର ହେଉଛନ୍ତି ହିନ୍ଦୁଂକ ଲାଗି ସତ୍ୟନାରାୟଣ ଓ ମୁସଲମାନଂକ ଲାଗି ପୀର ।

ଓଡିଶାରେ ସତ୍ୟପୀର ପାଲା ବିନା କୌଣସି ଶୁଭ କାର୍ୟ ସମ୍ପନ୍ନ ହୁଏନାହିଁ । ପାଲାରେ ହିନ୍ଦୁ ଓ ଇସ୍ଲାମର ମାନବୀୟ ଆଅଧ୍ୟାତ୍ମିକତା ଏକୀଭୁତ ହୋଇଯାଏ ।
୯. ଭଦ୍ରଖରେ ଆଉ ଜଣେ ବୈଷ୍ଣବ ବଂଶୀ ବଲ୍ଲଭ ଗୋସ୍ବାମୀ “ମୋଗଲ୍ ତାମଶା” ର ସୂତ୍ରଧର । ହିନ୍ଦୁ ଓ ମୁସଲମାନ୍ ସାମ୍ପ୍ରଦାୟିକ ସହଯୋଗର ଏହା ଏକ ସୁନ୍ଦର ତାମଶା ।
୧୦. ଓଡିଶାର ବହୁ ଗାଁ ରେ ହିନ୍ଦୁ ମୁଖିଆ ବା ଗୌନ୍ତିଆ ମାନେ ରଥଯାତ୍ରାରେ ଛେରା ପହଁରା କରିବାର ନଜିର୍ ରହିଛି ।

ସମ୍ବଲପୁର୍ ଜିଲାର ରେମୁଣା ଗାଁ ର ଗୌନ୍ତିଆ ମହମ୍ମଦ୍ ଜମିଉଲ୍ଲା ଓ ତାଂକର ପୁର୍ବ ପୁରୁଷ ଅନେକ ପିଢି ଧରି ଛେରା ପହଁରା କରି ଆସୁଛନ୍ତି ।

Filed Under: ଜଣା ଅଜଣା, ଧର୍ମ Tagged With: ଚେତନା, ଧର୍ମ ରେ ହୁଏତ ଯବନମାନେ ଆକ୍ରମଣକାରୀ ବା ହିନ୍ଦୁ ବିରୋଧୀ, ପର୍ଯ୍ୟଟକ, ପୃଷ୍ଠଭୂମି, ରାଜନୈତିକ, ସମ୍ବଲପୁର, ସାଂସ୍କୃତିକ, ହେଲେ ସାଂସ୍କୃତିକ ଜୀବନରେ ସେମାନଂକ ଅବଦାନକୁ

ନାଗ ଚୁଚୁନ୍ଦ୍ରା ଯୋଗରେ ଫସିଛନ୍ତି ନବୀନବାବୁ

April 27, 2011 by ଓଡିଶା ଡଟ କମ

ମହାମେଘବାହାନ ଐର ଖାରବେଳ ସ୍ୱାଇଁ , ପୂର୍ବତନ ସାଂସଦ

ଅତୀତରେ ମନ୍ତ୍ରୀ ମାନଙ୍କୁ ଏକପ୍ରକାର ନାତମାରୀ ନବୀନ ବାବୁ ଜନସାଧାରଣଙ୍କ ଠାରୁ ବିପୁଳ ପ୍ରଶଂସା ପାଇଆସିଛନ୍ତି ।

କାରଣ ମୁଖ୍ୟତଃ ଦୁର୍ନୀତି ଓ ଭ୍ରଷ୍ଟାଚାର ତଥା ପ୍ରଚ୍ଛନ୍ନ ବିରୋଧି କାର୍ଯ୍ୟ ହେତୁ ସେ ନଳିନୀ ମହାନ୍ତି, କମଳା ଦାସ, ପ୍ରଶାନ୍ତ ନନ୍ଦ, ଶରତ କର, ରାମକୃଷ୍ଣ ପଟ୍ଟନାୟକ, ରବିନାରାୟଣ ନନ୍ଦ, ଦେବୀ ମିଶ୍ର, ବିଜୟଶ୍ରୀ ରାଉତରାୟ, ବିଷ୍ଣୁ ଦାସ ଆଦି ଙ୍କୁ ଦୁର୍ନୀତି ଅଭିଯୋଗରେ ମନ୍ତ୍ରୀମଣ୍ଡଳରୁ ଦାବି କରିଥିବା ବେଳେ ଭ୍ରଷ୍ଟାଚାର ଅଭିଯୋଗରେ ମହେଶ୍ୱର ମହାନ୍ତି ଓ ଦଳୀୟ ବିଶୃଙ୍ଖଳା ଅଭିଯୋଗରେ ରାମକୃଷ୍ଣ ପଟ୍ଟନାୟକ ତଥା ଦାମୋର ରାଉତଙ୍କୁ ଦାବି କରିଛନ୍ତି ।

କିନ୍ତୁ ଓଡ଼ିଶାର ଜନସାଧାରଣ ପୂର୍ବବର୍ଣ୍ଣିତ ଅଭିଯୋଗ ମାନଙ୍କ କାରଣରୁ ମନ୍ତ୍ରୀ ମାନଙ୍କୁ ବିଧାୟକୁ ନବୀନଙ୍କ ସାଧୁତା ଓ ପାରର୍ଶିତା ପ୍ରତି ପ୍ରତିବଦ୍ଧତା ତଥା ସାହାସିକତା ବୋଲି ପରିଗଣନା କରି ସେଥିପାଇଁ ତାଙ୍କୁ ସାଧୁବା ଦେଇଛନ୍ତି । ଏହାଦ୍ୱାରାନବୀନଙ୍କ ଭାବମୂର୍ତି କ୍ରମଶଃ ଉଜ୍ୱଳରୁ ଉଜ୍ୱଳତର ହୋଇଛି ।

କିନ୍ତୁ ଏଥର କଥା ହେଲା ଅଲଗା । ଏଥରର ଦାମୋର ରାଉତଙ୍କ ବିଦାୟ ଦୁର୍ନୀତି ଅବା ଭ୍ରଷ୍ଟାଚାର କାରଣରୁ ହୋଇନାହିଁ । ସର୍ବସାଧାରଣର ଧାରଣା ଯେ ନବୀନ ବାବୁଙ୍କ ମୁଖ୍ୟ ପରାମର୍ଶାତା ପ୍ୟାରୀମୋହନ ମହାପାତ୍ରଙ୍କୁ ସନ୍ତୁଷ୍ଟ କରିବା ପାଇଁ ନବୀନ ବାବୁ, ଦାମୋର ରାଉତଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ କରିଛନ୍ତି ।

ଦାମୋର ରାଉତଙ୍କର, ପ୍ୟାରୀମୋହନଙ୍କ ସହ ବ୍ୟକ୍ତିତ୍ୱର ଲଢେଇ ଅତି ପୁରୁଣା । ଦାମୋରଙ୍କ
ଆଧିପତ୍ୟକୁ କ୍ଷୁର୍ଣ୍ଣ କରିବା ପାଇଁ ପ୍ୟାରୀ ବାବୁ ପାରାଦୀପ ଯାଇ ସେଠାରେ ତାଙ୍କ(ଦାମୋଦର) ଅନୁପସ୍ଥିତିରେ ସାଧାରଣ ସଭାମାନ ମଧ୍ୟ ସମ୍ବୋଧିତ କରିଛନ୍ତି ।

ପ୍ୟାରୀ ବାବୁ ତାଙ୍କ ନେତା ନୁହନ୍ତି ବୋଲି ଓ ଏକ ଆଂଚଳିକ ଦଳରେ କେବଳ ଗୋଟିଏ କ୍ଷମତା କେନ୍ଦ୍ର ତିଷ୍ଟି ରହିବା ରକାର ବୋଲି ଦାମୋର ବାରମ୍ବାର ପ୍ରକାଶ୍ୟରେ କହିଆସିଛନ୍ତି । ଏହା ସ୍ୱାଭାବିକ ଭାବରେ ପ୍ୟାରୀ ବାବୁଙ୍କୁ ଅପମାନିତ କରିଛି ।

ଏଧରଣର ମନ୍ତ୍ରୀ ପରିଷରେ ଅଳବଳ କ୍ରମରେ ଦାମୋର ରାଉତଙ୍କ ବିତାଡ଼ନକୁ ସାଧାରଣ ଜନତା
ପୂର୍ବଥର ମାନଙ୍କ ପରି ନବୀନଙ୍କର ସାହିକତା ତଥା ସାଚାର ପାଇଁ ପ୍ରତିବଦ୍ଧତା ବୋଲି ଗ୍ରହଣ କରିବାକୁ ଅନିଚ୍ଛୁକ ।

ଯେଉଁ ମନ୍ତ୍ରୀ ମାନଙ୍କ ବିରୁଦ୍ଧରେ ଗୁରୁତର ଦୁର୍ନୀତି ଅଭିଯୋଗମାନ ରହିଛି, ସେମାନଙ୍କୁ ବିଦାନକରି ଦାମୋର ରାଉତଙ୍କୁ ଦାବି କରିବା ଦ୍ୱାରାଏକ ଦକ୍ଷ ମନ୍ତ୍ରୀଙ୍କୁ କେବଳ ପ୍ୟାରୀମୋହନଙ୍କ ପ୍ରରୋଚନାରେ କାଢି ଦିଆଗଲା ବୋଲି ଜନସାଧାରଣଙ୍କ ଧାରଣା । ଏହାଦ୍ୱାରାବରଂ ଦାମୋର ରାଉତଙ୍କ ପ୍ରତି ସାଧାରଣ ଜନତାର ସହାନୁଭୂତି ବୃଦ୍ଧି ପାଇଛି ।

ଏହାପରେ ଦାମୋର ରାଉତ ପ୍ୟାରୀମୋହନଙ୍କୁ ପ୍ରତ୍ୟକ୍ଷ ଆକ୍ରମଣ କରି ଯେଉଁ ବିବୃତି ଦେଇଛନ୍ତି ତାହା ଯେ ଅତି ଗୁରୁତର ଘଟଣା ଏକଥା ମଧ୍ୟ ସତ୍ୟ । କିନ୍ତୁ ଯି ଦାମୋରଙ୍କ ଏହି ପ୍ୟାରୀମୋହନ ବିରୋଧି ମନ୍ତବ୍ୟକୁ ନେଇ ନବୀନ ବାବୁ ତାଙ୍କୁ ଦଳରୁ ବହିଷ୍କାର କରନ୍ତି ତେବେ ଜନତାର ଧାରଣ ସୃଦୁଢ ହେବ ଯେ ନବୀନ ବାବୁ କେବଳ ପ୍ୟାରୀଙ୍କ ନିର୍ଦ୍ଦେଶରେ ନିଷ୍ପତି ନେଇଥାନ୍ତି ଓ ତାଙ୍କ ନିଜସ୍ୱ ବ୍ୟକ୍ତିତ୍ୱ ବୋଇଲେ କିଛି ନାହିଁ ।

ଅନ୍ୟପକ୍ଷରେ ଦଳର ଅସଲ ସଂଗଠନ “ଅନେକ ମନ୍ତ୍ରୀ’ ତଥା ବିଚାରକ ମାନଙ୍କୁ ନିଜ ନିୟନ୍ତ୍ରଣରେ ରଖିଥିବା
ପ୍ୟାରୀମୋହନଙ୍କ ମନୋଭାବନା ଓ ତାଙ୍କର ଅପମାନକୁ ଆଡ଼େଇ ଯାଇ ଦାମୋର ରାଉତଙ୍କୁ ଦଳ ମଧ୍ୟରେ ରହିବାକୁ ଦେଇ ନବୀନ ପଟ୍ଟନାୟକଙ୍କ ସପକ୍ଷରେ କେତେ ବେଶି ସମ୍ଭବ ହେବ, ତାହା ସନ୍ଦେହର ବିଷୟ ।

ସାଧାରଣତଃ ଏଧରଣର ବିବାଦ ରାଜନୈତିକ କ୍ଷେତ୍ରରେ ମେଂଟି ନଥାଏ । ବିଶେଷ କରି ପ୍ୟାରୀମୋହନ ହେଉଛନ୍ତି ଦଳର ମୁଖ୍ୟ ସଂଗଠନ । ଦଳର ନାଡ଼ି ନକ୍ଷତ୍ର ଓ ଓଡ଼ିଶାର ପ୍ରତିଟି ନିର୍ବାଚନମଣ୍ଡଳୀ ତାଙ୍କର ନଖର୍ପଣରେ ଅଛି ।

ନବୀନ ବାବୁଙ୍କ ନାମରେ ଭୋଟ ଥିଲାବେଳେ ସଂଗଠନର ନିୟନ୍ତ୍ରକ ହେଲେ ପ୍ୟାରୀବାବୁ , ଦୀର୍ଘ ବାର ବର୍ଷ ପରେ ମଧ୍ୟ ନବୀନବାବୁ ଳର କର୍ମୀ ମାନଙ୍କ କଥାତ ଦୂରରେ ଥାଉ ନିଜର ମନ୍ତ୍ରୀ ମାନଙ୍କୁ ମଧ୍ୟ ଠିକ୍ ଭାବେ ଚିହ୍ନି ନାହାନ୍ତି ।

ସଂଗଠନକୁ ବୁଝିବା ଅବା ନିୟନ୍ତ୍ରଣ କରିବାକୁ ନବୀନବାବୁ କେବେ ଚେଷ୍ଟା ମଧ୍ୟ କରିନାହାନ୍ତି । ଏଣୁ ପ୍ୟାରୀବାବୁଙ୍କୁ ଅବଜ୍ଞା କରି ଳକୁ ସମ୍ଭାଳିବା ତାଙ୍କ ପଷରେ ସମ୍ଭବ ନୁହେଁ ।

ଆଉ ଅନ୍ୟ ପକ୍ଷରେ “ଦଳର ମୁଖ୍ୟ’ ବୋଲି ପରିଗଣିତ ହେଉଥିବା ।ମୋର ରାଉତ ଯେ କେବେହେଲେ
ନୀରବ ରହିବେ ତାହା ମଧ୍ୟ ସମ୍ଭବ ନୁହେଁ । ଏଣୁ ବାସ୍ତବରେ “ବିଜେଡ଼ି ମହାଭାରତ’ର ଉ୍ଯୋଗ ପର୍ବ ଆରମ୍ଭ ହୋଇଯାଇଛି । ଯାହାକୁ ନବୀନବାବୁ ରୋକି ପାରିବେ ନାହିଁ ।

(ବ୍ରିଦ : ଏହି ସ୍ତମ୍ଭରେ ସ୍ଥାନିତ ବିଚାର ଲେଖକଙ୍କ ନିଜସ୍ୱ ମତ)
ଲେଖା ସଂପର୍କରେ ପାଠକ ପାଠିକା ସେମାନଙ୍କର ମତାମତ ପଠାନ୍ତୁ ।

Filed Under: ମୁଖ୍ୟ ଖବର Tagged With: ନବୀନ ବାବୁ, ପୂର୍ବତନ ସାଂସଦ, ପ୍ୟାରୀବାବୁ, ରାଜନୈତିକ

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା