• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ହତ୍ୟାକାଣ୍ଡ

ପର୍ଶୁରାମ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ଶେଷ ବ୍ୟକ୍ତିର ଆତ୍ମସମର୍ପଣ

June 12, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ବଲାଙ୍ଗିର,୧୨ ଜୁନ(ଓଡିଶା ଡଟ୍ କମ୍): ବଲାଙ୍ଗିର ଜିଲ୍ଲାରେ ଘଟିଥିବା ୪୧ ବର୍ଷ ତଳର ଚର୍ଚିତ ପର୍ଶୁରାମଙ୍କ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ତୃତୀୟ ଏବଂ ଶେଷ ବ୍ୟକ୍ତି ପୂର୍ବତନ ବିଧାୟକ ପ୍ରାସନ୍ନ ପାଲ ଶୁକ୍ରବାର ଏକ ସ୍ଥାନୀୟ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି ।

ପୂର୍ବରୁ ଏହି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ଓ ଜୀବିତ ଥିବା ତିନି ଜଣଙ୍କ ମଧ୍ୟରୁ ଧୋବେଇ ପୋଢଙ୍କୁ ପୋଲିସ ଗିରଫ କରିଥିବାବେଳେ ଗତ ବୁଧବାର ଆର୍ତ୍ତତ୍ରାଣ ସିଂଦେଓ ବଲାଙ୍ଗିର ଦୌରାଜଜଙ୍କ ଅଦାଲତରେ ଆତ୍ମସମର୍ପଣ କରିଥିଲେ ।

ସୂଚନା ଯୋଗ୍ୟ ଯେ ପରଶୁରାମ ଶତପଥି ନାମକ ଭାରତୀୟ ଲୋକ ଦଳ ପାର୍ଟିର ସହରର ଜଣେ ଜଣାଶୁଣା ଯୁବ ନେତା ତଥା ସାମ୍ବାଦିକଙ୍କ ଉପରେ ୨୯ ନଭେମ୍ବର ୧୯୭୪ ମସିହାରେ କେତେକ ଲୋକ ଜିପ ଚଢାଇ ମାରିଥିବାର ଅଭିଯୋଗ ହୋଇଥିଲା । ହତ୍ୟା କରିବା ପୂର୍ବରୁ ସେମାନେ ତାଙ୍କୁ ବାରମ୍ବାର ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ଏହି ମାମଲାରେ ପୂର୍ବରୁ ସ୍ଥାନୀୟ କୋର୍ଟ ଓ ପରେ ହାଇକୋର୍ଟ ପୁଲିସ ଚାର୍ଜସିଟ ଦାଖଲ କରିଥିବା ଲୋକ ମାନଙ୍କୁ ଖଲାସ କରିଦେଇଥିଲେ । ତେବେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ହାଇକୋର୍ଟ ଏହାର ପୁନଃ ଶୁଣାଣି କରି ନଅ ଜଣଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ ।

ତେବେ ସଜା ପାଇଥିବା ବ୍ୟକ୍ତି ଙ୍କ ମଧ୍ୟରୁ ଛଅ ଜଣଙ୍କର ଏହା ମଧ୍ୟରେ ମୃତ୍ୟୁ ହୋଇସାରିଥିବା ବେଳେ, ଜୀବିତ ଥିବା ତିନି ଜଣ ହେଲେ ଧୋବେଇ ପୋଢ, ପୂର୍ବତନ ବିଧାୟକ ପ୍ରସନ୍ନ ପାଲ ଓ ଆର୍ତତ୍ରାଣ ସିଂହଦେଓ ।

ପୋଢଙ୍କୁ ତାଙ୍କ ଗାଁ ପୁଇଁତଳା ବ୍ଲକର କୁରେଇବାହାଲ ଗ୍ରାମରୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ଆର୍ତତ୍ରାଣ ସିଂହଦେଓ ସ୍ଥାନୀୟ ଦୌରାଜଜଙ୍କ ଅଦାଲତରେ ନିକଟରେ ଆତ୍ମସମର୍ପଣ କରିଥିଲେ ।

ଓଡିଶା ଡଟ କମ

Filed Under: ଅପରାଧ, ରାଜନୀତି Tagged With: ପର୍ଶୁରାମ, ହତ୍ୟାକାଣ୍ଡ

ପର୍ଶୁରାମ ଶତପଥୀ ହତ୍ୟା ମାମଲାରେ ଜଣକର ଆତ୍ମସମର୍ପଣ

June 11, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ବଲାଙ୍ଗିର , ଜୁନ ୧୧ (ଓଡିଶା ଡଟ୍ କମ୍) ୪୧ ବର୍ଷ ପୂର୍ବେ ବଲାଙ୍ଗିର ଜିଲ୍ଲାରେ ଘଟିଥିବା ବହୁ ଚର୍ଚିତ ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ତିନିଜଣଙ୍କ ମଧ୍ୟରୁ ଜଣେ ଗିରଫ ଓ ଅନ୍ୟ ଜଣେ ଫେରାର ଥିବା ବେଳେ, ତୃତୀୟ ବ୍ୟକ୍ତି ବୁଧବାର ଏକ ସ୍ଥାନୀୟ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ।

ବଲାଙ୍ଗିର ଦୌରାଜଜଙ୍କ ଅଦାଲତରେ ଆତ୍ମ ସମର୍ପଣ କରିଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ଆର୍ତ୍ତତ୍ରାଣ ସିଂଦେଓ । ଆତ୍ମସମର୍ପଣ ପରେ ତାଙ୍କୁ ପୋଲିସ ତାଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଥିବା ଜିଲ୍ଲା ର ଜଣେ ବରିଷ୍ଠ ପୁଲିସ ଅଧିକାରୀ ଗୁରୁବାର କହିଛନ୍ତି ।

ସୂଚନା ଯୋଗ୍ୟ ଯେ ପରଶୁରାମ ଶତପଥି ନାମକ ଭାରତୀୟ ଲୋକ ଦଳ ପାର୍ଟିର ସହରର ଜଣେ ଜଣାଶୁଣା ଯୁବ ନେତା ତଥା ସାମ୍ବାଦିକଙ୍କ ଉପରେ ୨୯ ନଭେମ୍ବର ୧୯୭୪ ମସିହାରେ କେତେକ ଲୋକ ଜିପ ଚଢାଇ ମାରିଥିବାର ଅଭିଯୋଗ ହୋଇଥିଲା । ହତ୍ୟା କରିବା ପୂର୍ବରୁ ସେମାନେ ତାଙ୍କୁ ବାରମ୍ବାର ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ଏହି ମାମଲାରେ ପୂର୍ବରୁ ସ୍ଥାନୀୟ କୋର୍ଟ ଓ ପରେ ହାଇକୋର୍ଟ ପୁଲିସ ଚାର୍ଜସିଟ ଦାଖଲ କରିଥିବା ଲୋକ ମାନଙ୍କୁ ଖଲାସ କରିଦେଇଥିଲେ । ତେବେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ହାଇକୋର୍ଟ ଏହାର ପୁନଃ ଶୁଣାଣି କରି ନଅ ଜଣଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ ।

ତେବେ ସଜା ପାଇଥିବା ନଅ ଜଣଙ୍କର ଏହା ମଧ୍ୟରେ ମୃତ୍ୟୁ ହୋଇସାରିଥିବା ବେଳେ, ଜୀବିତ ଥିବା ତିନି ଜଣ ହେଲେ ଧୋବେଇ ପୋଢ, ପୂର୍ବତନ ବିଧାୟକ ପ୍ରସନ୍ନ ପାଲ ଓ ଆର୍ତତ୍ରାଣ ସିଂହଦେଓ । ପୋଢଙ୍କୁ ତାଙ୍କ ଗାଁ ପୁଇଁତଳା ବ୍ଲକର କୁରେଇବାହାଲ ଗ୍ରାମରୁ ଶୁକ୍ରବାର ଗିରଫ କରାଯାଇଥିବା ବେଳେ ପ୍ରସନ୍ନ ପାଲଙ୍କୁ ପୁଲିସ ଗିରଫ କରିପାରିନାହିଁ ।

ଓଡିଶା ଡଟ କମ

Filed Under: ଅପରାଧ, ରାଜନୀତି Tagged With: ୪୧ ବର୍ଷ, ପରଶୁରାମ, ହତ୍ୟାକାଣ୍ଡ

୪୧ ବର୍ଷତଳର ହତ୍ୟାକାଣ୍ଡରେ ନଅ ଜଣଙ୍କୁ ଆଜୀବନ ସଜା

May 5, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

କଟକ, ମଇ ୫ (ଓଡିଶା ଡଟ କମ) ୪୧ ବର୍ଷ ପୂର୍ବେ ବଲାଙ୍ଗିର ଜିଲ୍ଲାରେ ଘଟିଥିବା ଏକ ବହୁ ଚର୍ଚିତ ଲୋମହର୍ଷଣକାରୀ ହତ୍ୟାକାଣ୍ଡରେ ଅଦାଲତ ନଅ ଜଣଙ୍କୁ ଆଜୀବନ ଜେଲ ଦଣ୍ଡଦେଶ ଦେଇଛନ୍ତି ।

ତେବେ ସଜା ପାଇଥିବା ନଅ ଜଣଙ୍କର ଏହା ମଧ୍ୟରେ ମୃତ୍ୟୁ ହୋଇସାରିଥିବା ବେଳେ, ଅନ୍ୟ ତିନି ଜଣ ଜୀବିତ ଅଛନ୍ତି ।

ପରଶୁରାମ ଶତପଥି ନାମକ ସହରର ଭାରତୀୟ ଲୋକ ଦଳ ପାର୍ଟିର ଜଣେ ଜଣାଶୁଣା ଯୁବ ନେତା ତଥା ସାମ୍ବାଦିକଙ୍କ ଉପରେ ଉକ୍ତ ବ୍ୟକ୍ତିମାନେ ୨୯ ନଭେମ୍ବର ୧୯୭୪ ମସିହାରେ ଜିପ ଚଢାଇ ମାରିଥିବାର ଅଭିଯୋଗ ହୋଇଥିଲା । ହତ୍ୟା କରିବା ପୂର୍ବରୁ ସେମାନେ ତାଙ୍କୁ ବାରମ୍ବାର ଧମକ ଦେଇଥିବା ମଧ୍ୟ  ଅଭିଯୋଗ ହୋଇଥିଲା ।

ଏହି ମାମଲାରେ ପୂର୍ବରୁ ସ୍ଥାନୀୟ କୋର୍ଟ ଓ ପରେ ହାଇକୋର୍ଟ ପୁଲିସ ଚାର୍ଜସିଟ ଦାଖଲ କରିଥିବା ଲୋକ ମାନଙ୍କୁ ଖଲାସ କରିଦେଇଥିଲେ । ତେବେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ହାଇକୋର୍ଟ ଏହାର ପୁନଃ ଶୁଣାଣି କରି ଏହି ସଜା ଶୁଣାଇ ଛନ୍ତି ।

ଓଡିଶା ଡଟ କମ

Filed Under: ଅପରାଧ Tagged With: ପରଶୁରାମ ଶତପଥି, ସଜା, ହତ୍ୟାକାଣ୍ଡ

ସରକାର କନ୍ଧମାଳ ହତ୍ୟାକାଣ୍ଡ ରହସ୍ୟ ଖୋଲିବାକୁ ଚାହୁଁନାହିଁ : ବିଜେପି

September 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍)- ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣା ଓ ଏହା ପରବର୍ତ୍ତି ହିଂସା କାଣ୍ଡ ତଦନ୍ତ ପାଇଁ ଜଷ୍ଟିସ ଏ.ଏସ ନାଇଡ଼ୁଙ୍କୁ କମିଶନ ଅଧ୍ୟକ୍ଷ ପରେ ସରକାର ଅବସ୍ଥାପିତ କରିଛନ୍ତି ।

ଏଘଟଣା ନେଇ ଭାରତୀୟ ଜନତା ପାଟି ନିଜର ପ୍ରତିକ୍ରୀୟା ପ୍ରକାଶ କରିଛି । ବିଜେପିର ବରିଷ୍ଠନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ଯେ ସରକାର କନ୍ଧମାଳ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଖୋଲିବାକୁ ଚାହୁଁନାହାଁନ୍ତି ।

ଆଗରୁ ନିଯୁକ୍ତି ପାଇଥିବା କମିଶନଙ୍କ ଅବଧି ଆସନ୍ତା ୧୭ ତାରିଖରେ ସରିଯିବ ତେଣୁ ସରକାର ତରବରିଆ ଭାବେ ଶ୍ରୀ ନାଇଡୁଙ୍କୁ ତଦନ୍ତ ଭାର ଦେଇଛନ୍ତି । ସେ ଆଉଦୁଇଟି ଘଟଣାର ତଦନ୍ତ କରୁଛନ୍ତି ।

ଗ୍ରିନ ଟ୍ରିବ୍ୟୁନାଲର ଦାୟିତ୍ୱରେ ଅଛନ୍ତି । ଜଷ୍ଟିସ ନାଇଡୁ ସମ୍ପ୍ରତି ରାଉରକେଲା ମାଜିଷ୍ଟ୍ରେଟ ମାଡ଼ ଘଟଣାର ତଦନ୍ତ କରୁଛନ୍ତି । ଏଥିପାଇଁ ତାଙ୍କ ଉପରେ ଅଧିକ ଚାପ ପଡିବ । ତେଣୁ ତଦନ୍ତ ପ୍ରକ୍ରୀୟା ସମୟ ସାପେକ୍ଷ ହେବ ।

ଜଷ୍ଟିସ ମହାପାତ୍ରଙ୍କର ଗତ ମେ ୧୨ତାରିଖରେ ପରଲୋକ ହୋଇଯିବାରୁ ତଦନ୍ତ ପ୍ରକ୍ରିୟା ମଝିରେ ଅଟକି ରହିଛି । ସରକାର ଚାହିଁଥିଲେ ଜଷ୍ଟିସ ମହାପାତ୍ରଙ୍କ ମୃତ୍ୟୁର ଏକମାସପରେ ଜଷ୍ଟିସ ନାଇଡୁଙ୍କୁ ନିଯୁକ୍ତି ଦେଇପାରିଥାନ୍ତେ କିନ୍ତୁ ଏଥିରେ ସରକାର ଜାଣିଶୁଣି ଅବହେଳା କରିଛନ୍ତି ବୋଲି ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ଜଷ୍ଟିସ ମହାପାତ୍ରଙ୍କର କମିଶନଙ୍କୁ ୫୫୭ଟି ସତ୍ୟପାଠ ମିଳିଥିବାବେଳେ ୬୫ଜଣ ସରକାରୀ ସାକ୍ଷୀଙ୍କ ସହ ୯୯ଜଣ ବେସରକାରୀ ସାକ୍ଷୀ ସେମାନଙ୍କର ସାକ୍ଷ ପ୍ରଦାନ କରିସାରିଛନ୍ତି । ଆଉ ୪୦ଜଣଙ୍କ ସାକ୍ଷ ପ୍ରଦାନ ବାକି ରହିଛି ।

ସୂଚାନା ଯୋଗ୍ୟ କି ୨୦୦୮ ମସିହାରେ କନ୍ଧମାଳର ଜଲେଶପଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସହିତ ବାବା ଅମୃତାନନ୍ଦ, ମାତା ଭକ୍ତିମୟୀ, କିଶୋର ବାବା ଓ ପୁରଞ୍ଜନ ଗାଣ୍ଠିଙ୍କୁ ହତ୍ୟା କରାଯାଇଥିଲା ।

ଏହା ପରେ ପରେ ସେଠାରେ ଦଙ୍ଗା ସୃଷ୍ଟି ହୋଇଥିଲା । ରାଜ୍ୟ ସରକାର ଉଭୟ ଘଟଣାର ତଦନ୍ତ ପାଇଁ ସେହିବର୍ଷ ସେପ୍ଟେମ୍ବର ୩ ତାରିଖରେ ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ନେଇ ଜଣିକିଆ ତଦନ୍ତ କମିଶନ ଗଠନ କରିଥିଲେ ।

ଜଷ୍ଟିସ ମହାପାତ୍ର ଅକ୍ଟୋବର ୩୦ରେ ତଦନ୍ତ ଆରମ୍ଭ କରିଥିଲେ । କମିଶନ ୨୧୩ଟି ସିଟିଂ କରିଥିଲେ ଓ ୨୦୦୯ ଜୁନ ୩୦ତାରିଖରେ ସରକାରଙ୍କୁ ତାଙ୍କର ମଧ୍ୟବର୍ତ୍ତି କାଳୀନ ରିପୋର୍ଟ ପ୍ରଦାନ କରିଥିଲେ । ଇତିମଧ୍ୟରେ ଏହି କମିଶନଙ୍କ କାର୍ଯ୍ୟକାଳ ୮ଥର ବୃଦ୍ଧି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ, ହତ୍ୟାକାଣ୍ଡ

ଆସିକା: ହତ୍ୟାକୁ କେନ୍ଦ୍ରକରି ଉତେଜନା

August 21, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଆସିକା, ଅଗଷ୍ଟ ୨୧ (ଓଡ଼ିଶା ଡ଼ଟ୍ କମ୍) ଗଂଜାମ ପୋଲିସ ଜିଲ୍ଲା ଗାଙ୍ଗପୁର ଥାନା ଅର୍ନ୍ତଗତ କେସପୁର ଶାସନ ଗ୍ରାମରେ ସୋମବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟିଥିବା ହତ୍ୟା ପରେ ଉତେଜନା ପ୍ରକାଶ ପାଇଛି ।

ସୋମବାର ଅପରାହ୍ନରେ ଏକ ଲୁନା ଗାଡିରେ ନିଜ ଗ୍ରାମରୁ ଧରାକୋଟ ବ୍ଲକର ଝରପାରି ପଞ୍ଚାୟତ ଅନ୍ତର୍ଗତ କେଶପୁରଶାସନ ଗ୍ରାମର ରାମହରି ପଣ୍ଡା (୫୦) ଓ ଗୌରହରି ନାୟକ ବାଲିସିରାକୁ କୌଣସି କାର୍ଯ୍ୟରେ ଆସି ପୁଣି ନିଜ ଗ୍ରାମକୁ ଫେରୁଥିଲେ ।

ନଣ୍ଡାଜୁଆଳି ଗ୍ରାମ ନିକଟରେ ଥିବା ଏକ କେନାଲ ପାଖରେ ପାଞ୍ଚରୁ ଉର୍ଦ୍ଦ୍ୱ ବ୍ୟକ୍ତି ଉଭୟଙ୍କୁ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ । ନିଜ ଜୀବନ ବଞ୍ଚାଇବା ପାଇଁ ଗାଡି ଛାଡି ଦୌଡିଥିଲେ ରାମହରି ଓ ଗୌରହରି ।

ଦୁର୍ବୃତ ମାନେ ଗୋଡାଇ ଗୋଡାଇ ଅତି ବୀଭତ୍ସ ଭାବେ ଉଭୟଙ୍କୁ ହତ୍ୟା କରିଥିଲେ । ଏ ସମ୍ପର୍କରେ ଖବର ପାଇ ଗୌରହରି ନାୟକଙ୍କ ବାପା ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଆସିକା ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ସୁଚନା ଯୋଗ୍ୟ ଯେ, ନିହତ ରାମହରି ଓ ଗୋର କଂଗ୍ରେସର ସମର୍ଥକ । ୩ ମାସତଳେ ଗାଁରେ ଏକ ଅଙ୍ଗନବାଡି କେନ୍ଦ୍ର ଗୃହ ନିମାଣକୁ ଗୌରଙ୍କର ପିତା ବିଦ୍ୟାଧର ନାୟକ ବିରୋଧ କରିବାରୁ ବିଜୟ ପାଢୀ, ପୁଅ କୈଳାସ ତାଙ୍କୁ ଆକ୍ରମଣ କରିଥିଲେ ।

ଏ ଘଟଣାକୁ ନେଇ ବିଦ୍ୟାଧର ଗାଙ୍ଗପୁର ଥାନାରେ ଏତଲା ଦେଇଥିଲେ । ଏହାପରେ ମଧ୍ୟ ବିଦ୍ୟାଧରକୁ ବାରମ୍ବାର ଧମକ ଦିଆ ଯାଉଥିଲା । ବିଦ୍ୟାଧର ଆସିକା ଅଦାଲତରେ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ବୋକୁ ନିବେଦନ ମଧ୍ୟ କରିଥିଲେ । ଏହି ଅଭାବନୀୟ ଘଟଣା ସମଗ୍ର ଜିଲାରେ ଆଲୋଡନ ଖେଳାଇ ଦେଇଛି ।ଏହି ଘଟଣା ପରେ କେଶପୁର ଶାସନ ଗ୍ରାମରେ ଉତେଜନା ପ୍ରକାଶ ପାଇଛି । ସେଠାରେ ପୋଲିସ ଡେରା ପକାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଆସିକା, ଗଂଜାମ ପୋଲିସ, ହତ୍ୟାକାଣ୍ଡ

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା