• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଡ଼ି.ଏ.ଭି. ପବ୍ଲିକ୍ ହାଇସ୍କୁଲ

ପ୍ରତିଷ୍ଠା ଦିବସରେ ଭୁବନେଶ୍ୱରକୁ ସମୃଦ୍ଧ ସହରରେ ପରିଣତ କରିବାକୁ ଆହ୍ୱାନ

April 13, 2013 by ଓଡିଶା ଡଟ କମ Leave a Comment

ପ୍ରଫୁଲ ଦାଶ

ଭୁବନେଶ୍ୱର, ଅପ୍ରେଲ ୧୩ (ଓଡ଼ିଶା ଡ଼ଟ୍ କମ୍)- ରାଜଧାନୀ ଭୁବନେଶ୍ୱରକୁ ଏକ ସମୃଦ୍ଧ, ବିକଶିତ ଓ ସବୁଜିମା ସହରରେ ପରିଣତ କରିବା ପାଇଁ ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବରେ ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ସମେତ ବିଶିଷ୍ଠ ବ୍ୟକ୍ତି ମାନେ ଆହ୍ୱାନ ଦେଇଛନ୍ତି ।

୬୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ଏବଂ ରାଜଧାନୀ ମହୋତ୍ସବ ପାଳନ ଅବସରରେ ଶନିବାର ପୂର୍ବାହ୍ନରେ ବିଧାନସୌଧ ସମ୍ମୁଖସ୍ଥ ଶିଳାନ୍ୟାସ ଫଳକ ନିକଟରେ ଆୟୋଜିତ ଏକ ଚିତ୍ତାକର୍ଷକ ବେସାମରିକ ପ୍ୟାରେଡ଼୍ ରେ ମୁଖ୍ୟଅତିଥି ରୂପେ ଯୋଗଦେଇ ବାଚସ୍ପତି ଶ୍ରୀ ଅମାତ ଅଭିବାଦନ ଗ୍ରହଣ କରିଥିଲେ ।

ଏହି ଉତ୍ସବରେ ଉଦ୍ବୋଧନ ଦେଇ ସେ କହିଥିଲେ ଯେ, ଭୁବନେଶ୍ୱରର ଏକ ଗୌରବମୟ ଐତିହ୍ୟ ପରଂପରା ରହିଛି । ଆଜକୁ ୫୦ବର୍ଷ ପୂର୍ବେ ରାଜଧାନୀର ସୌନ୍ଦର୍ଯ୍ୟ ଓ ପରିବେଶ ଯେଭଳି ଉନ୍ନତମାନର ଥିଲା, ତାହା କ୍ରମଶଃ କ୍ଷୟ ହେବାରେ ଲାଗିଛି । ପୂର୍ବର ସେହି ପରିବେଶକୁ ପୁଣି ଫେରାଇ ଆଣିବାକୁହେଲେ ଅଧିକ ବୃକ୍ଷରୋପଣ ସହିତ ରାଜଧାନୀକୁ ଏକ ସବୁଜ ସହରରେ ପରିଣତ କରିବାକୁ ପଡ଼ିବ ।

ଏ ଦିଗରେ ସରକାର ଓ ଜନସାଧାରଣ ସହଯୋଗ କରିବାକୁ ସେ ନିବେଦନ କରିଥିଲେ । ଏହି ଉତ୍ସବରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ରାଜଧାନୀର ଯୋଜନାବଦ୍ଧ ବିକାଶ ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଏହାର କଳେବର ବୃଦ୍ଧି ନିମନ୍ତେ କେତେକ ସୁଚିନ୍ତିତ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ପ୍ରକାଶ କରିଥିଲେ ।

ନଗରଉନ୍ନୟନ ଓ କୃଷି ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ରାଜଧାନୀର ସମସ୍ତ ନାଗରିକଙ୍କୁ ସୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭୁବନେଶ୍ୱର ଏକ ଅଗ୍ରଗଣ୍ୟ ସହରରେ ପରିଣତ ହେବାକୁ ଯାଉଥିବାରୁ ସ୍ଥାନୀୟ ଯୁବକମାନେ ଏହାର ସୁଯୋଗ ନେବାକୁ ସେ ପରାମର୍ଶ ଦେଇଥିଲେ ।

ଶକ୍ତି ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅରୁଣ କୁମାର ସାହୁ ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦେଇ ରାଜଧାନୀର ଅତୀତ ଇତିହାସ ଓ ଗୌରବମୟ ପରଂପରା ସଂପର୍କରେ ସୂଚନା ଦେଇଥିଲେ । ରାଜଧାନୀର ବିକାଶ ଓ ଉନ୍ନତି ନିମନ୍ତେ ବିଭିନ୍ନ ସରକାରୀ ସଂସ୍ଥାର ଭୂମିକା ଅପେକ୍ଷା ନାଗରିକ ମାନଙ୍କ ଦାୟିତ୍ୱ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରି ଶ୍ରୀ ସାହୁ ରାଜ୍ୟସରକାର ଭୁବନେଶ୍ୱର ସହର ପାଇଁ ଏକ ଭିଜନ ଡ଼କୁମେଣ୍ଟ୍ ପ୍ରସ୍ତୁତ କରୁଛନ୍ତି ବୋଲି କହିଥିଲେ ।

ପ୍ରଥମ ମାଷ୍ଟର ପ୍ଲାନ୍ ରେ ୪୦ହଜାର ଲୋକସଂଖ୍ୟାକୁ ନେଇ ଭୁବନେଶ୍ୱର ସହର ଗଠିତ ହୋଇଥିଲା । ୧୯୫୧ରେ ଭୁବନେଶ୍ୱରର ଜନସଂଖ୍ୟା ୧୬,୫୧୨ ଥିଲା ବେଳେ ୨୦୧୧ଜନଗଣନାରେ ମହାନଗର ନିଗମର ଜନସଂଖ୍ୟା ୮,୮୧,୯୮୮ ହେଲାଣି । ୨୦୧୫ବେଳକୁ କଟକ ଓ ଆଖପାଖକୁ ମିଶାଇ ୫୦ଲକ୍ଷ ହେବାର ସମ୍ଭାବନା ଅଛି ବୋଲି ସେ କହିଥିଲେ ।

ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଭୁବନେଶ୍ୱରର ସାଂସଦ ତଥା କବି ଡ଼ଃ. ପ୍ରସନ୍ନ କୁମାର ପାଟଶାଣୀ, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି,ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଉତ୍ତର ବିଧାୟକ ଭାଗିରଥି ବଡ଼ଜେନା, ଭୁବନେଶ୍ୱର ମହାନଗର ନିଗମର ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ସୂଚନା ଓ ଓଡ଼ିଶାର ବିଭିନ୍ନ ଫଟୋ ସ୍ଥାନୀତ ହୋଇଥିଲା ।

ଏଥିରେ ବିଭାଗୀୟ ନିଦେ୍ର୍ଧଶକ ଦେବେନ୍ଦ୍ର ପ୍ରସାଦ ଦାସ, ଭୁବନେଶ୍ୱର ଏଡ଼ିଏମ୍ ମନୋଜ କୁମାର ପଟ୍ଟନାୟକ, ସୂଚନାଅଧିକାରୀ ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।

ଲୋକସଂପର୍କ ବିଭାଗର ନିଦେ୍ର୍ଧଶକ ଦେବେନ୍ଦ୍ର ପ୍ରସାଦ ଦାସ, ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ତଥା ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଉପାଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ, ସୈନିକ ସ୍କୁଲର ପ୍ରିନ୍ସିପାଲ୍ ଗ୍ରୁପ୍ କ୍ୟାପ୍ଟେନ୍ କେ.ସି. ତାନେଜା, ଜିଲ୍ଲା ଶିକ୍ଷାଅଧିକାରୀ ରାଧାମୋହନ ପଣ୍ଡା, ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ମହାପାତ୍ର ଏବଂ କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବନ୍ଦନା ମହାପାତ୍ର ପ୍ରମୁଖ ଯୋଗଦେଇ ସମବେତ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କୁ ରାଜଧାନୀର ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ ।

ପ୍ରାରମ୍ଭରେ ଚିନ୍ତାମଣିଶ୍ୱର ସ୍ଥିତ ଶାରଳା ଡ଼୍ୟାନ୍ସ୍ ଗ୍ରୁପ୍ର କୁନିକୁନି ପିଲାମାନେ ଅତିଥି ମାନଙ୍କୁ ନୃତ୍ୟ ମାଧ୍ୟମରେ ସ୍ୱାଗତ ସଂବର୍ଦ୍ଧନା ଜଣାଇଥିଲେ । ପ୍ରାରମ୍ଭରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସାଧାରଣ ସଂପାଦକ ସନତ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲା ବେଳେ କମିଟିର ଉପସଭାପତି ତଥା ବିରଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଚିତ୍ତାକର୍ଷକ ପ୍ୟାରେଡ଼୍ ରେ ରାଜଧାନୀ ଭୁବନେଶ୍ୱରର ସରକାରୀ, ଇିଂରାଜୀ ମାଧ୍ୟମ ସ୍କୁଲ ଓ କଲେଜର ମୋଟ ୫୪ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ଏ ପ୍ୟାରେଡ଼୍ କୁ ୬ନମ୍ବର ବାଳିକା ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଷମା ମହାନ୍ତି ପରିଚାଳନା କରିଥିବା ବେଳେ ତାଙ୍କୁ ସେହି ସ୍କୁଲର ଶିକ୍ଷୟତ୍ରୀ ଅର୍ଚ୍ଚନା ଜେନା, ସେଣ୍ଟ୍ ଜୋସେଫ୍ ହାଇସ୍କୁଲ୍ର ଶିକ୍ଷୟତ୍ରୀ ହରପ୍ରିୟା ଦାସ ଏବଂ ଚିନ୍ତାମଣିଶ୍ୱର ବାଳିକା ବିଦ୍ୟାଳୟର ଶିକ୍ଷୟତ୍ରୀ ପ୍ରେମଲତା ନାୟକ ସହଯୋଗ କରିଥିଲେ ।

ଏହି ପ୍ୟାରେଡ଼୍ ରେ ଓ.ଏସ୍.ଏ.ପି. ର ସପ୍ତମ ବାଟାଲିୟନ, ସିଆରପିଏଫ୍ ର ପୋଲିସ୍ ବ୍ୟାଣ୍ଡ ଏବଂ ସୈନିକ ସ୍କୁଲ୍ ର ବ୍ରାସ୍ ବ୍ୟାଣ୍ଡ ଅଂଶଗ୍ରହଣ କରିଥିଲେ ।

ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପଦ୍ମବିଭୂଷଣ ବିଶିଷ୍ଠ ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ରଙ୍କୁ ସଂସ୍କୃତି କ୍ଷେତ୍ରରେ, ବିଶିଷ୍ଠ ଚକ୍ଷୁ ବିଶେଷଜ୍ଞ ଡ଼ାଃ ସଂଘମିତ୍ରା ଦାଶଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ, ଆଡ଼ଭୋକେଟ୍ ପ୍ରଶାନ୍ତ ରଂଜନ ପଟ୍ଟନାୟକଙ୍କୁ ଆଇନ କ୍ଷେତ୍ରରେ, ହାଡ଼ିବନ୍ଧୁ ହାଲିଙ୍କୁ ସମାଜସେବା କ୍ଷେତ୍ରରେ, କୃଷି ବିଜ୍ଞାନ ଡ଼ଃ. ଅଶ୍ୱିନୀ କୁମାରଙ୍କୁ ବିଜ୍ଞାନ କ୍ଷେତ୍ରରେ, ବିଶିଷ୍ଠ ଶିଳ୍ପପତି ଝୁନ୍ଝୁନ୍ୱାଲାଙ୍କୁ ଶିଳ୍ପ କ୍ଷେତ୍ରରେ, ଆଥ୍ଲେଟ ଅମୀୟ କୁମାର ମଲ୍ଲିକଙ୍କୁ କ୍ରୀଡ଼ା କ୍ଷେତ୍ରରେ, ବରିଷ୍ଠ ପୋଲିସ୍ ଅଧିକାରୀ ଶ୍ୟାମନାରାୟଣ ତିୱାରୀଙ୍କୁ ପ୍ରଶାସନ କ୍ଷେତ୍ରରେ, ଏବଂ ବିଶିଷ୍ଠ ତାରକା ବାବୁସାନ୍ ଙ୍କୁ ଚଳଚିତ୍ର କ୍ଷେତ୍ରରେ ରାଜଧାନୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଏହା ବ୍ୟତିତ ଜନସେବା ମୂଳକ କାର୍ଯ୍ୟ ପାଇଁ ଶ୍ରେଷ୍ଠ ଟ୍ରାଫିକ୍ କନେଷ୍ଟବଳ ଭାବେ ଜିତୁନା କିଶୋର ନାୟକ, ଡ଼ାକସେବା ପାଇଁ ପୋଷ୍ଟମ୍ୟାନ୍ କାଳିନ୍ଦୀ ଚରଣ ପଟ୍ଟନାୟକ, ଶ୍ରେଷ୍ଠ ସେବିକା ରୂପେ ଶ୍ରୀମତୀ ଶାନ୍ତିଲତା ପତି ଓ ଶ୍ରେଷ୍ଠ ଝାଡ଼ୁଦାର ଭାବେ ବିପିନି ବିହାରୀ ବେହେରାଙ୍କୁ ଉତ୍ସବରେ ସମ୍ମାନିତ କରାଯାଇଥିଲା ।

ଏହି ପ୍ୟାରେଡ଼୍ ପ୍ରତିଯୋଗିତାରେ କଲେଜ ସ୍ତରରେ ମହର୍ଷି କଲେଜ ଅଫ୍ ନେଚୁରାଲ୍ ଲ – ପ୍ରଥମ, ରୟାଲ୍ କଲେଜ ଅଫ୍ ସାଇନ୍ସ୍ ଆଣ୍ଡ ଟେକ୍ନୋଲୋଜି – ଦ୍ୱିତୀୟ ଓ ରମାଦେବୀ ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ହାଇସ୍କୁଲ ସ୍ତରରେ ବାଳକ ବିଭାଗରେ ୟୁନିଟ୍-୧ ସରକାରୀ ବାଳକ ହାଇସ୍କୁଲ – ପ୍ରଥମ, ୟୁନିଟ୍ -୮ ସରକାରୀ ବାଳକ ହାଇସ୍କୁଲ-ଦ୍ୱିତୀୟ ଓ ପୁରୁଣା ଭୁବନେଶ୍ୱର ସ୍ଥିତ ବି.ଏମ୍ ହାଇସ୍କୁଲ – ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ, ବାଳିକା ବିଭାଗରେ ୟୁନିଟ୍-୯ ସରକାରୀ ବାଳିକା ହାଇସ୍କୁଲ-ପ୍ରଥମ, ୟୁନିଟ୍-୮ ସରକାରୀ ବାଳିକା ହାଇସ୍କୁଲ ଏବଂ ୟୁନିଟ୍-୩ ସତ୍ୟସାଈ ବାଳିକା ହାଇସ୍କୁଲ ମିଳିତ ଭାବେ ଦ୍ୱିତୀୟ ଏବଂ ୟୁନିଟ୍-୨ ବାଳିକା ହାଇସ୍କୁଲ ଓ ୟୁନିଟ୍-୬ ସରକାରୀ ବାଳିକା ହାଇସ୍କୁଲ ମିଳିତ ଭାବେ ତୃତୀୟ ସ୍ଥାନ ହାସଲ କରିଥିଲେ ।

ସେହିପରି ପବ୍ଲିକ୍ ସ୍କୁଲ ସ୍ତରରେ ସୈନିକ ସ୍କୁଲ ଓ ତାର ବ୍ରାସ୍ ବ୍ୟାଣ୍ଡ ଉଇଙ୍ଗ୍ ମିଳିତ ଭାବେ ପ୍ରଥମ, ଖଣ୍ଡଗିରିସ୍ଥିତ ସେଣ୍ଟ୍ ଜାଭିୟର ହାଇସ୍କୁଲ ଦ୍ୱିତୀୟ ଓ ୟୁନିଟ୍-୮ ଡ଼ି.ଏ.ଭି. ପବ୍ଲିକ୍ ହାଇସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ପେଙ୍ଗୁଇନ୍ ହୋମସ୍ ପ୍ରାଇଭେଟ୍ ଲିମିଟେଡ଼୍ ପକ୍ଷରୁ ପ୍ୟାରେଡ଼୍ ର କୃତି ପ୍ରତିଯୋଗୀ ମାନଙ୍କୁ ଏହାର ଅଧ୍ୟକ୍ଷ ବିନ୍ଦୁସାଗର ମହାନ୍ତି ପୁରସ୍କାର ପ୍ରଦାନ କରିଥିଲେ । ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ଶକ୍ତି, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅରୁଣ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।

ଏହି ପ୍ରଦର୍ଶନୀରେ ରାଜଧାନୀ ସମେତ ଓଡ଼ିଶାର ବିଭିନ୍ନ ଫଟୋ ସ୍ଥାନୀତ ହୋଇଥିଲା । ଏଥିରେ ବିଭାଗୀୟ ନିଦେ୍ର୍ଧଶକ ଦେବେନ୍ଦ୍ର ପ୍ରସାଦ ଦାସ, ଭୁବନେଶ୍ୱର ଏଡ଼ିଏମ୍ ମନୋଜ କୁମାର ପଟ୍ଟନାୟକ, ସୂଚନାଅଧିକାରୀ ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: ଡ଼ି.ଏ.ଭି. ପବ୍ଲିକ୍ ହାଇସ୍କୁଲ, ପ୍ରତିଷ୍ଠା ଦିବସ, ବାଳିକା ବିଦ୍ୟାଳୟ, ବିଧାନସୌଧ, ରାଜଧାନୀ ଭୁବନେଶ୍ୱର, ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା, ସବୁଜିମା ସହର

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)
  • ଆଶା କରୁଛି ଭବିଷ୍ୟତରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠତାର ଶୀର୍ଷରେ ପହଞ୍ଚିବ: ରାଷ୍ଟ୍ରପତି
  • ରଥଯାତ୍ରା ସମ୍ପର୍କରେ କେତୋଟି ଅନାଲୋଚିତ ତଥ୍ୟ
  • ରାସ୍ତାକଡ଼ରେ ଗଛ ଲଗାଇ ଉଦାହରଣ ସୃଷ୍ଟି କରିଛନ୍ତି ଅବସରପ୍ରାପ୍ତ ସାମରିକ କର୍ମଚାରୀ

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା