ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଜାନୁୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଏକ ଅପମିଶ୍ରଣ କାରଖାନାକ ଠାବ କରିବା ସହ ଏଥିରେ ସଂପୃକ୍ତ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫରଖିଥିବା ପୋଲିସ ମଙ୍ଗଳବାର କହିଛି ।
ଗତ ତିନି ବର୍ଷ ଧରି ଏକ ଭଡ଼ା ଘରେ ଏହି କାରଖାନା ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ସେଠାରେ ଚଢାଉ କରିଥିଲା । ପ୍ରାୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ସାମଗ୍ରୀ ଜବତ କରିଥିବା ଜଣେ ଅଧିକାରୀ କହିଛନ୍ତି ।
ସେଠାରେ ଥିବାଦୁଇଟି ତରାଜୁ, ସିଲ୍ ଓ ସିଲାଇ କରିବା ମେସିନ ସମେତ ଅପମିଶ୍ରଣ ସାମଗ୍ରୀ ଓ ଲେବୁଲ ଗୁଡ଼ିକୁ ପୋଲିସ ଜବତ କରିଛି ।
ପାଉଡ଼ର ଗୁଣ୍ଡକୁ ଅମୁଲ ଓ ଅମୁଲ୍ୟ ଖୋଳରେ ପ୍ୟାକିଂ, ନାଇସିଲ ପାଉଡ଼ର, ସର୍ଫ ଏକ୍ସେଲ, ରିନ ପାଉଡ଼ର, ଗୋପାଳ ଜର୍ଦ୍ଧା, ମଶାଧୂପ,ଆଚାର, ଦୁର୍ଗାଘିଅ, ହ୍ୱିଲ ସାବୁନଗୁଣ୍ଡ, ମିଟ୍ ମସଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସେଠାରୁ ଜବତ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍