ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ଶକ୍ତ ଲୋକପାଳ ଆଇନ ପ୍ରଣୟନ ଦ।ବିରେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଆସନ୍ତା ୨୭ରେ ଅନଶନ ଆରମ୍ଭ କରୁଥିବାରୁ ତାଙ୍କୁ ସମର୍ଥନ କରି ରାଜ୍ୟରେ ଇଣ୍ଡିଆ ଏଗେନ୍ଷ୍ଟ୍ କରପସନ୍ ପକ୍ଷରୁ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
କେନ୍ଦ୍ର ସରକାର ଶକ୍ତିଶାଳୀ ଲୋକପାଳ ଆଇନ୍ ପ୍ରଣୟନ କରିବାରେ ସମୟ ଗଡାଇ ଚାଲିଛନ୍ତି ଯାହା ଦେଶବସୀଙ୍କୁ ବ୍ୟଥିତ କରିଛି ବୋଲି ଟିମ୍ ଆନ୍ନା କୋର କମିଟି ସଦସ୍ୟ ମନିସ୍ ସିସୋିଆ ସୋମବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଚଳିତ ସଂସଦ ଅଧିବେଶନରେ ଯଦି ସଶକ୍ତ ଲୋକପାଳ ବିଲ୍ ଗୃହୀତ ନହୁଏ ତେବେ ଜାନୁୟାରୀ୧ ତାରିଖରୁ ଆନ୍ନାଙ୍କ ପକ୍ଷରୁ ଜେଲ୍ ଆନ୍ଦୋଳନ କରାଯିବ ।
ସଂସଦରେ ଆଗତ ହେବାକୁ ଥିବା ଲୋକପାଳ ବିଲ୍ ଯଦି ଦୁର୍ବଳ, ଅଦରକାରୀ ହୁଏ ତେବେ ଏହାକୁ ଆନ୍ନାଟିମ୍ ପ୍ରତ୍ୟାଖ୍ୟାନ କରିବ ଏବଂ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍