ଭୁବନେଶ୍ଵର, ମଇ ୧୪ (ଓଡିଶା ଡଟ କମ) ଆସନ୍ତା ଜୁନ ଏକ ତାରିଖରୁ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦେୟଯୁକ୍ତ ଚବିଶ ଘଣ୍ଟା ୱାଇ ଫାଇ ଇଣ୍ଟରନେଟ ସେବା ଉପଲବଧ ହେବାର ସମ୍ଭାବନା ଥିବା, ବିମାନ ବନ୍ଦରର ଜଣେ ଅଧିକାରୀ ଗୁରୁବାର କହିଛନ୍ତି ।
କୋଡିଏ ଲକ୍ଷ ଟଙ୍କା ବ୍ୟୟରେ ବିମାନ ବନ୍ଦରରେ ଏ ସଂକ୍ରାନ୍ତୀୟ ଭିତ୍ତିଭୂମି ତିଆରି ହୋଇଥିବା, ସେ କହିଛନ୍ତି ।
ଏହି ସେବା ଆରମ୍ଭ ହେଲେ ଏକ କାଳୀନ ଆଠ ଶହ ଯାତ୍ରୀ ଓ ଅନ୍ୟାନ୍ୟ ବ୍ୟକ୍ତି ଦଶ ଏମବିପିଏସ ସ୍ପୀଡରେ ଭାରତୀ ଏୟାରଟେଲର ଦ୍ଵାରା ଯୋଗାଇ ଦିଆଯାଉଥିବା ଇଣ୍ଟରନେଟ ସେବା ଗ୍ରହଣ କରିବାରେ ସକ୍ଷମ ହେବେ ।
ପ୍ରଥମ ପନ୍ଦର ମିନିଟ ପାଇଁ ଏହି ସେବା ମାଗଣା ଉପଲବ୍ଧ ହେବ ତେବେ ଏହାଠାରୁ ବେଶି ସମୟ ବ୍ୟବହାର କଲେ ଗ୍ରାହକଙ୍କୁ ଦେୟ ଦେବାକୁ ପଡିବ ବୋଲି ସେ କହିଛନ୍ତି ।
ଓଡିଶା ଡଟ କମ