ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମାର୍ଚ୍ଚ ୧୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟସଭାର ତୃତୀୟ ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ସମାଜସେବୀ ଏ.ଭି.ସ୍ୱାମୀ ଉଚିତ୍ ବ୍ୟକ୍ତି ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ।
ନୂଆପଡ଼ା ଜିଲ୍ଲାର ସ୍ୱାମୀ ଭୂଦାନ ଆନ୍ଦୋଳନରେ ଓଡ଼ିଶା, ମଧ୍ୟପ୍ରଶେ ଓ ମହାରାଷ୍ଟ୍ରରେ ଦୀର୍ଘଦିନ ଧରି କାର୍ଯ୍ୟ କରିଛନ୍ତି । ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସେ ଘନିଷ୍ଠ ସହଯୋଗୀ ଥିଲେ ।
ବର୍ତମାନ ସେ ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଅଛନ୍ତି । ତାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଦେବାକୁ ଦଳର କେନ୍ଦ୍ରୀୟ ନେତା ସ୍ପଷ୍ଟ କରିଥିବା ଏନ୍ସିପି ବିଧାୟକ ଅମର ଶତପଥୀ କହିଛନ୍ତି ।
ତେବେ ନିର୍ବାଚନରେ ତୃତୀୟ ପ୍ରାର୍ଥୀଙ୍କୁ ସମର୍ଥନ ନେଇ କେନ୍ଦ୍ରୀୟ ନେତା ସ୍ପଷ୍ଟ କରି ନାହାନ୍ତି ବୋଲି ବିଜେପି ରାଜ୍ୟ ସଭାପତି ଜୁଏଲ ଓରାମ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଆବଶ୍ୟକ ସମର୍ଥନ ନଥିବାରୁ ଦଳ ତୃତୀୟ ପ୍ରାର୍ଥୀ ଦେବ ନାହିଁ ବୋଲି ନବୀନ ପୂର୍ବରୁ ଗଣମାଧ୍ୟମକୁ କହିଥିଲେ ।
ଓଡ଼ିଶା ଡ଼ଟ୍ କମ୍