ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ସିଆଟେଲ, ଜୁଲାଇ ୬(ଓଡ଼ିଶା ଡ଼ଟ୍ କମ୍) ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ପ୍ରବାସୀ ଓଡ଼ିଆ ସଂଗଠନ ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ୪୩ ତମ ଅଧିବେଶନ ସିଆଟେଲ ଠାରେ ଅନୁଷ୍ଠିତ ହୋଇଛି ।
ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ସମସ୍ତ ଓଡ଼ିଆଙ୍କୁ ଏକତ୍ରିତ କରିବା ବା ଏକ ମନ ଏକ ପ୍ରାଣ, ଏକ ପ୍ରାନ୍ତ ଏକ ଚିହ୍ନ ଚଳିତ ଅଧିବେଶନ ବିଷୟ ବସ୍ତୁ ରହିଛି ।
ଏହି ଅବସରରେ ପିଲା, ବୟସ୍କ ତଥା ଯୁବକ ଯୁବତୀମାନଙ୍କୁ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି । ଓଡ଼ିଶା ସୋସାଇଟି ଅଫ୍ ଆମେରିକା ଏକ ଅଣ ରାଜନୈତିକ ତଥା ଅଣ ଲାଭଜନକ ଅନୁଷ୍ଠାନ ।
ଏହି ଅନୁଷ୍ଠାନ ନର୍ଥ ଆମେରିକାରେ ଓଡ଼ିଆ କଳା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଛି । ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କୁ ଏକତ୍ରିତ କରିବା ପାଇଁ ଏହା ପ୍ରୟାସ କରୁଛି ।
ତିନିଦିନ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସେଠାରେ ରହୁଥିବା ତଥା ଅନ୍ୟ ସ୍ଥାନରେ ରହୁଥିବା ବହୁ ଓଡ଼ିଆ ଯୋଗ ଦେଇଛନ୍ତି । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍