ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ରାୟଗଡ଼ା, ଜୁଲାଇ ୨୮(ଓଡ଼ିଶା ଡ଼ଟ୍ କମ୍) ରାୟଗଡା ଠାରେ ଥିବା ଜେକେ ପେପର ମିଲ୍ରୁ ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାର ତଦନ୍ତ ପାଇଁ ପରିବେଶ ବିଭାଗର ପକ୍ଷରୁ ଗୁରୁବାର ନିର୍ଦ୍ଦେଶ ଦିଆଯାଇଛି ।
ଆଜି ସକାଳୁ ଏହି କାଗଜ କଳର ଏ ସିଫ୍ଟ କାମ ଚାଲିଥିବା ବେଳେ କ୍ଲୋରିନ ପ୍ଲାଣ୍ଟରୁ ଏକ ସିଲିଣ୍ଡର ଲିକ୍ ହୋଇଥିଲା । ଗ୍ୟାସ ପ୍ରଭାବରେ ସେଠାରେ ଥିବା କର୍ମଚାରୀମାନେ ଅଣନିଃଶ୍ୱାସୀ ହୋଇ ୧୨ ଜଣ ଶ୍ରମିକ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ରାୟଗଡା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଗ୍ୟାସ ଲିକ୍ ସଂପର୍କରେ ଖବର ମିଳିବା ପରେ ବିଭାଗୀୟ ନିର୍ଦ୍ଦେଶକଙ୍କୁ ଏହି ଘଟଣାର ତଦନ୍ତ ପାଇଁ ଦାୟିତ୍ୱ ଦିଆଯାଇଛି ଏବଂ ପ୍ରଦୂଷଣ ବୋର୍ଡ ସହ ଯୋଗାଯୋଗ କରି ନିର୍ଦ୍ଦେଶକ ତଦନ୍ତ କରିବେ ବୋଲି ବିଭାଗୀୟ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।
କାରଖାନା କର୍ତ୍ତୃପକ୍ଷ ଗ୍ୟାସ ନିର୍ଗତ ରୋକିବାକୁ କିପରି ସୁରକ୍ଷା ବ୍ୟବସ୍ଥା କରିଛନ୍ତି, ଅଘଟଣର ପ୍ରତିକାର ସୁବିଧା ଅଛି କି ନାହିଁ ତଥା ଗ୍ୟାସ ଟାଙ୍କିର ସ୍ଥିତି ସଂପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶକଙ୍କୁ କୁହାଯାଇଛି ।
ଓଡ଼ିଶା ଡ଼ଟ୍ କମ୍