ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼, ଡ଼ିସେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଠାରେ “କଳା କଳ୍ପନା’ ଚିତ୍ରକଳା ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଶିଳ୍ପୀ ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ଆୟୋଜିତ ଉତ୍ସବରେ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ସହ ଉତ୍କୃଷ୍ଟ ଚିତ୍ରକର ମାନଙ୍କୁ ସମ୍ମାନୀତ କରାଯାଇଥିଲା ।
ଆୟୋଜିତ ପ୍ରଦର୍ଶନୀ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଛୋଟ ଶ୍ରେଣୀ ଠାରୁ ଉଚ୍ଚ ଶେଣୀ ପର୍ଯ୍ୟନ୍ତ କଳାକାରଙ୍କ ପ୍ରାୟ ଦୁଇ ହଜାରରୁ ଉଦ୍ଧ୍ୱର୍ ଚିତ୍ର ସ୍ଥାନୀତ ହୋଇଥିଲା ।
ପ୍ରାରମ୍ଭରେ ଅନ୍ୟତମ ଚିତ୍ରଶିଳ୍ପୀ ସ୍ୱର୍ଗତ ନାରାୟଣ ପୃଷେଠଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
ବିଶିଷ୍ଟ ଚିତ୍ରଶିଳ୍ପୀ ରବି ରଥଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଦିତ କରାଯାଇଥିବା ବେଳେ ମେଧାବୀ ଚିତ୍ରଶିଳ୍ପୀ ପ୍ରସାଦ ପଟେଲଙ୍କୁ ନଗଦ ରାଶି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଓଡ଼ିଶାର ୮ ଜଣ ଚିତ୍ର ଶିକ୍ଷକଙ୍କୁ ସମ୍ମାନୀତ କରାଯାଇଥିଲା ।
ଓଡ଼ିଶା ଡ଼ଟ୍ କମ୍