ଭୁବନେଶ୍ଵର, ଏପ୍ରିଲ ୨୮ (ଓଡିଶା ଡଟ କମ) ରାଜ୍ୟରେ ଚଳାଚଳ କରୁଥିବା ବସ ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଜିପିଏସ ଓ ସିସି ଟିଭି ଲଗାଇବା ବାଧ୍ୟତାମୂଳକ କରିବାପାଇଁ ସରକାର ଯୋଜନା କରିଛନ୍ତି ।
ସଡକ ଓ ପରିବହନ ବିଭାଗ ଏକ ବିଜ୍ଞପ୍ତି ଜାରିକରି ଏ ସଂକ୍ରାନ୍ତରେ ଓଡିଶା ମୋଟର ଯାନ ନିୟମ ୧୯୯୩ରେ ଆବଶ୍ୟକୀୟ ସଂଶୋଧନ ପାଇଁ ସାଧାରଣ ଲୋକଙ୍କଠାରୁ ପରାମର୍ଶ ଓ ମତାମତ ଲୋଡିଛନ୍ତି । ବିଭାଗକୁ ମତାମତ ପଠାଇବାର ଶେଷ ତାରିଖ ମଇ ୨୩ ରଖା ଯାଇଛି ।
ରାଜ୍ୟ ଘରୋଇ ବସ ମାଲିକ ସଂଘ ସରକାରଙ୍କ ପ୍ରସ୍ତାବକୁ ସ୍ଵାଗତ କରିଛନ୍ତି । ସିସି ଟିଭି ଲଗାଇବା ସପକ୍ଷରେ ମତ ଦେଇଥିବା ବେଳେ ଯଦି ବସ ନିର୍ଧାରିତ ସମୟରେ ଚଳାଚଳ କରୁଛି କି ନାହିଁ ତାହା ଉପରେ ନଜର ରଖିବାକୁ ଜିପିଏସ ଲଗାଇବା ଯୋଜନା କରୁଥାନ୍ତି ତାହା ହେଲେ ଏହାର ଖରାପ ପ୍ରଭାବ ପଡ଼ିବ, ଜିପିଏସ ଲଗାଇବାକୁ ବିରୋଧ କରି ସଂଘ କହିଛି ।
ଓଡିଶା ଡଟ କମ