ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କେନ୍ଦୁଝର, ଜାନୁୟାରୀ ୧(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାରେ ପୋଲିସ ରବିବାର ଏକ
ଆନ୍ତଃରାଜ୍ୟ ଡ଼କାୟତ ଦଳର ଆଠ ଜଣଙ୍କୁ ଗିରଫ କରିଛି ।
ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ଡ଼କାୟତ ମାନଙ୍କୁ ଗିରଫ କରି ସେମାନଙ୍କ ଠାରୁ ନଗଦ ୩୦ ହଜାର ଟଙ୍କା,୨ଟି ଦେଶୀ ବନ୍ଧୁକ, ୮ଟି ମୋବାଇଲ, ୩ଟି ଗାଡ଼ି, ଖଣ୍ଡା, ଭୁଜାଲି ଇତ୍ୟାଦି ଜବତ କରିଥିବା ଜଣେ ଅଧିକାରୀ କହିଛନ୍ତି ।
ଗତ ସେପ୍ଟେମ୍ବରରେ ବଡବିଲ ଜେଲରୁ ଫେରାର ଥିବା ସୁଲେମାନ ମୁଣ୍ଡାକୁ ମଧ୍ୟ ଗିରଫ କରାଯାଇଛି ।
ସେ ଏହି ଦଳର ମୁଖ୍ୟ ଓ ଯୋଡା ବଡବିଲ ଅଂଚଳରେ ବହୁ ଡକାୟତି ଘଟଣାରେ ସଂପୃକ୍ତ ବୋଲି
ପୋଲିସ କହିଛି ।
ଓଡ଼ିଶା ଡ଼ଟ୍ କମ୍