ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁୟାରୀ ୨୧(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀଙ୍କ ମୁକାବିଲା ପାଇଁ ରାଜ୍ୟକୁ ଆଉ ଦୁଇ ବାଟାଲିୟନ୍ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତି ଗ୍ରହଣ କରିଛନ୍ତି ।
ଏହା ମଧ୍ୟରୁ ଗୋଟିଏ ବିଏସ୍ଏଫ୍ ବାଟାଲିୟନ୍ ଓ ଅନ୍ୟଟି ନିର୍ମାଣ ଦାୟିତ୍ୱରେ ଥିବା ଇଣ୍ଡିଆ ରିଜର୍ଭ ବାଟାଲିୟନ୍ । ନିର୍ମାଣ ବାଟାଲିୟନ୍ ମାଧ୍ୟମରେ ମାଓପ୍ରବଣ ଅଂଚଳରେ ରାସ୍ତା, ଗୃହ, ପୋଲ ସମେତ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଫଳରେ ମାଓପ୍ରବଣ ଅଂଚଳରେ ବିକାଶ ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହୋଇପାରିବ । ସେହିପରି ମାଓ ମୁକାବିଲା ପାଇଁଦୁଇମାସ ମଧ୍ୟରେ ଏକ ହେଲିକପ୍ଟର ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଥିବା ସେ କହିଛନ୍ତି ।
ଶୁକ୍ରବାର କେନ୍ଦ୍ର ଆଭ୍ୟନ୍ତରୀଣ ନିରାପତ୍ତା ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦେଶର ମାଓ ପ୍ରଭାବିତ ଝାଡ଼ଖଣ୍ଡ, ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ,
ଛତିଶଗଡ଼, ମହାରାଷ୍ଟ୍ର ରାଜ୍ୟର ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା କରାଯାଇ ଏହି ନିଷ୍ପତି ନିଆଯାଇଛି ।
ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଓ ବରଗଡ଼ ଜିଲ୍ଲାକୁ ସିକ୍ୟୁରିଟି ରିଲେଟେଡ୍ ଏକ୍ସପେଣ୍ଡିଚର (ଏସ୍ଆର୍ଏ) ଯୋଜନାରେ ସାମିଲ୍ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଛି ।
ପଂଚାୟତ ନିର୍ବାଚନ ପାଇଁ ରାଜ୍ୟକୁ ଅଧିକ ଫୋର୍ସ ଯୋଗାଇ ବୋକୁ ରାଜ୍ୟ ଗୃହ ସଚିବ ଉପେନ୍ଦ୍ରନାଥ ବେହେରା ବୈଠକରେ ଯୋଗେଇ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍