ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ,ଜୁଲାଇ ୨୦(ଓଡ଼ିଶା ଡ଼ଟ୍ କମ୍) ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ ଠିକା ନର୍ସମାନେ ଚାକିରୀ ପାଇବା ବେଳେ କରିଥିବା ଚୁକ୍ତିକୁ ଖିଲାପ କରି ଆନ୍ଦୋଳନକୁ ଓହ୍ଲାଇଥିବାରୁ ଏହି ଆନ୍ଦୋଳନକୁ ବେଆଇନ୍ ଘୋଷଣା କରିବା ପାଇଁ ଶୁକ୍ରବାର ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି ।
କୌଣସି ଆନ୍ଦୋଳନକୁ ଯିବେ ନାହିଁ ବୋଲି ଏହି ଠିକା ନର୍ସମାନେ ନିଯୁକ୍ତି ସମୟରେ ସରକାରଙ୍କ ସହ ଚୁକ୍ତି କରିଥିଲେ । ଏହି ଚୁକ୍ତିକୁ ଖିଲାପ କରି ସେମାନେ ବିଭିନ୍ନ ।ବିରେ ଚଳିତ ମାସ ୧୫ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବାରୁ ରୋଗୀସେବା ବାଧାପାପ୍ତ ହୋଇଛି ବୋଲି ସଂଗଠନ ପକ୍ଷରୁ ଦର୍ଶାଯାଇଛି ।
ଏଣୁ ଏହି ଆନେ୍ଦାଳନକୁ ତୁରନ୍ତ ବେଆଇନ୍ ଘୋଷଣା କରି ସେମାନଙ୍କୁ କାର୍ଯ୍ୟରେ ଯୋଗ ବୋକୁ ନିର୍ଦ୍ଦେଶ ଦେବା ପାଇଁ ପ୍ରାର୍ଥନା କରାଯାଇଛି ।
ତେବେ ଏହି ନର୍ସମାନେ ଆନ୍ଦୋଳନ ପୂର୍ବରୁ ସରକାରଙ୍କ ନିକଟରେ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ ମଧ୍ୟ ସରକାର ଏଥିପାଇଁ ପଦକ୍ଷେପ ନନେବା କ୍ଷୋଭର ବିଷୟ ବୋଲି ଉଲ୍ଲେଖ କରାଯାଇଛି ।
ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ, କଟକ, ବୁର୍ଲା ଓ ବ୍ରହ୍ମପୁରସ୍ଥିତ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଅଧିକ୍ଷକ, ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍