ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ଔଷଧ ଓ ମଦ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ କମିଶନ ଅଧ୍ୟକ୍ଷ ବିଚାରପତି ଏ.ଏସ୍.ନାଇଡ଼ୁ ଶନିବାର କଟକ ବଡ଼ ଡ଼ାକ୍ତରଖାନାରେ ତଦନ୍ତ ଆରମ୍ଭ କରିଛନ୍ତି ।
ଡ଼ାକ୍ତରଖାନାରେ ଆକ୍ରାନ୍ତମାନେ କେଉଁ ଅବସ୍ଥାରେ ଚିକିତ୍ସିତ ହେଉଥିଲେ ଏବଂ ସେମାନଙ୍କର କିପରି ମୃତ୍ୟୁ ଘଟିଲା ସେ ସଂପର୍କରେ ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ପଚାରି ବୁଝିଥିଲେ ।
ଡ଼ାକ୍ତରଖାନା ଅଧିକ୍ଷକଙ୍କ ସହ କମିଶନ ଏ ବିଷୟରେ ଆଲୋଚନା କରିବା ସହ କଟକ ଜିଲ୍ଲାପାଳ ଡ଼ିସିିପିଙ୍କୁ ଘଟଣା ସଂପର୍କରେ ପଚାରିଥିଲେ । ଏହାବ୍ୟତୀତ ଚିକିତ୍ସା ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ମଧ୍ୟ ସେ ଯାଞ୍ଚ କରିଥିଲେ ।
କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଔଷଧ ଓ ମଦ ସେବନ କରି ଗତ ୭ ତାରିଖରେ କେତେକ ଲୋକ ଅସୁସ୍ଥ
ହୋଇପଡ଼ିଥିଲେ । ପ୍ରାୟ ୮୦ରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡ଼ିକାଲରେ ଭର୍ତି କରାଯାଇଥିଲା ।
ଏହି ଘଟଣାରେ କଟକ ମେଡ଼ିକାଲ ଓ ଅନ୍ୟ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ମୋଟ୍ ୩୬ଜଣଙ୍କ ମୃତ୍ୟୁ ହୋଇଛି ।
ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶଶ ଦେବା ପରେ ଏ.ଏସ୍ ନାଇଡ଼ୁ କମିଶନ୍ ଙ୍କୁ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା ।
ଓଡ଼ିଶା ଡ଼ଟ୍ କମ୍