ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା
ସମ୍ବଲପୁର, ଜାନୁୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ଦାବିରେ ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ସ୍ୱୟଂ ଶାସିତ କଲେଜର ଛାତ୍ରଛାତ୍ରୀମାନେ ସୋମବାର ରାସ୍ତା ଅବରୋଧ କରିଛନ୍ତି ।
କଲେଜର ଶତାଧିକ ଛାତ୍ରଛାତ୍ରୀ ଚର୍ଚ୍ଚ ଛକ ଠାରେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ କରିଛନ୍ତି ଫଳରେ ସେହି ରାସ୍ତା ଦେଇ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
ଗତ ମାସ ୨୪ରେ କଲେଜର ପରୀକ୍ଷା ନୀରିକ୍ଷକଙ୍କ କକ୍ଷରେ ଅଗ୍ନିକାଣ୍ଡ ଘଟି ପ୍ରାୟ ପାଞ୍ଚ ହଜାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ପୋଡ଼ି ନଷ୍ଟ ହୋଇଯାଇଥିଲା ।
ଛାତ୍ରଛାତ୍ରୀମାନେ ପୁଣିଥରେ ଏହି ପରୀକ୍ଷା ଦେବେ ନଚେତ୍ ହାରାହାରି ମାର୍କ ଦିଆଯିବ ବୋଲି ଗତକାଲି ଏ ସଂପର୍କରେ କଲେଜରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା ।
ତେବେ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିର ପ୍ରତିବାଦ କରି ଛାତ୍ରଛାତ୍ରୀମାନେ ୬୦ ପ୍ରତିଶତ ମାର୍କ ଦେବାକୁ ଦାବି କରିଛନ୍ତି ।
ଓଡିଶା ଡଟ୍ କମ୍