ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ପୁରୀ, ଜାନୁୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ପୁରୀ ଜିଲ୍ଲା ଚିଲିକା ଠାରେ ଚଳିତ ବର୍ଷ ଡ଼ଲଫିନ୍ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି ଏଠାରେ ରହୁଥିବା ଇରାୱାଡ଼ି ଡ଼ଲଫିନ୍ଙ୍କ ସଂଖ୍ୟା ଜାଣିବା ପାଇଁ ମଙ୍ଗଳବାର ଠାରୁ ଗଣନା ଆରମ୍ଭ ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।
ଚିଲିକା ଉନ୍ନୟନ କର୍ତୃପକ୍ଷ, ଚିଲିକା ବନ୍ୟପ୍ରାଣୀ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ ସ୍ପାର୍କ ଏବଂ
ୱାଇଲ୍ଡଲାଇଫ ଓଡ଼ିଶାର ୧୮ଟି ଳ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି ।
ଏହି ଳର ୯୦ ଜଣ ସଦସ୍ୟ ଚିଲିକାର କେନ୍ଦ୍ରାଂଚଳ, ଉତ୍ତରାଂଚଳ ଏବଂ ଦକ୍ଷିଣାଂଚଳ ଅଂଚଳରେ
ହାଇଡ଼୍ରୋଫୋନ୍ ମାଧ୍ୟମରେ ଡ଼ଲଫିନ୍ ମାନଙ୍କର ଗତିବିଧି ଠାବ କରିଛନ୍ତି । ଏଲ୍ଟିଏସ୍ ଲାଇନ ଟ୍ରାକିଂ ସର୍ଭେ ପଦ୍ଧତିରେ ଗଣନା କରାଯାଉଛି ।
କେତେ ଡ଼ିଗ୍ରୀ ଅକ୍ଷାଂଶ ଓଦ୍ରାଘିମାରେ କେତେ ଡ଼ଲଫିନ୍ ଅଛନ୍ତି ସେ ନେଇ ଗଣନା ଯନ୍ତ୍ର ଜିପିଆର୍ଏସ୍ ମାଧ୍ୟମରେ ରେକର୍ଡ଼ କରାଯାଉଥିବା ସେ କହିଛନ୍ତି । ସମସ୍ତ ତଥ୍ୟକୁ ମିଶାଇ ଚିଲିକାରେ କେତେ ଡ଼ଲଫିନ୍ ଅଛନ୍ତି ତାହା ଜଣାପଡ଼ିବ, ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍