ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ବିଶ୍ୱ ଏଡ୍ସ ଦିବସ ଅବସରରେ ଏଡ୍ସ ରୋଗ ପ୍ରତି ଜନସଚେତନତା ସୃଷ୍ଟି କରିବାର ଲକ୍ଷ୍ୟରେ ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ମିନି ମାରାଥନ୍ ଆୟୋଜିିତ ହୋଇଯାଇଛି ।
ଇନ୍ଫୋସିଟି ଠାରୁ କଳିଙ୍ଗ ଷ୍ଟାଡ଼ିୟମ ପର୍ଯ୍ୟନ୍ତ ହୋଇଥିବା ଏହି ମାରାଥନ ଦୌଡ଼ରେ ଛାତ୍ରଛାତ୍ରୀ, କର୍ପୋରେଟ୍ ଅଧିକାରୀ, ଆରକ୍ଷୀ ବାହିନୀ, ସିଆର୍ପିଏଫ୍ ଯବାନ, ଅଭିନେତା, ବୁଦ୍ଧିଜୀବି, ଖେଳାଳୀ ଅଂଶଗ୍ରହଣ କରିଥିଲେ ।
ଗତ ତିନି ବର୍ଷ ଧରି ଓଟିଭି ପକ୍ଷରୁ ଏଭଳି ଗଣଦୌଡର ଆୟୋଜନ କରାଯାଉଛି । ସମାଜକୁ ସଂମ୍ପୂର୍ଣ୍ଣ ଏଡ୍ସ୍ ମୁକ୍ତ କରିବା ସମସ୍ତଙ୍କର ସମର୍ଥନ ଦରକାର ବୋଲି ଏହି ଅବସରରେ ଓଟିଭି ନେଟ୍ୱର୍କର ନିର୍ଦ୍ଦେଶିକା ଜାଗୀମଙ୍ଗତ ପଣ୍ଡା କହିଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ପୋଲିସ କମିଶନର ବିଜୟ ଶର୍ମା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।
ଓଡ଼ିଶା ଡ଼ଟ୍ କମ୍