ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଅପ୍ରେଲ ୨୬(ଓଡ଼ିଶା ଡ଼ଟ୍ କମ୍) ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଗୁରୁବାର ଶେଷ ହୋଇଥିବା ବେଳେ ଆସନ୍ତା ମଇ ୧ରୁ ମୂଲ୍ୟାୟନ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।
୭୧ଟି କେନ୍ଦ୍ରରେ ୨୧ ହଜାର ଶିକ୍ଷକକଙ୍କୁ ପରୀକ୍ଷା ଖାତା ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ କରାଯିବ । ସେହିପରି ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ପରିଷଦ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।
ଚଳିତବର୍ଷ ମୋଟ ୨୦୯୫ଟି ପରୀକ୍ଷା କେନ୍ଦ୍ରରେ ମୋଟ ୪ ଲକ୍ଷ ୫୬ ହଜାର ୮୭୫ ଜଣ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମ୍ୟାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଚୋରି ପରେ ଗତ ୧୭ ତାରିଖରୁ ସାନି ପରୀକ୍ଷା ଆରମ୍ଭ ହୋଇଥିଲା ।
ପରୀକ୍ଷାରେ କପି କରି ସମୁାୟ ୬ ହଜାର ୩୭୨ ଜଣ ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍