ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) ଚଳିତ ରବି ଋତୁରେ କୃଷି କାର୍ଯ୍ୟକ୍ରମ ପାଇଁ ୧୭୦୦ କୋଟି ଟଙ୍କାର ଋଣ ଯୋଗାଇ ଦେବା ପାଇଁ ସରକାର ସ୍ଥିର କରିଛନ୍ତି ।
ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବି କାର୍ଯ୍ୟକ୍ରମ ଓ ମରୁଡ଼ି ପରିସ୍ଥିତିର ସମୀକ୍ଷା କରିବା ପରେ ଏହା ସ୍ଥିର କରାଯାଇଛି । ଉଠା ଜଳସେଚନ ପଏନ୍ଟ ଗୁଡ଼ିକର ପୁନରୁଦ୍ଧାର ଓ କୃଷି ଋଣ ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି ।
ଗତ ବର୍ଷ ୧୩ ହଜାରରୁ ଉଦ୍ଧ୍ୱର୍ ଚାଷୀ ସମବାୟ ଋଣ ନେଇଥିବା ବେଳେ ଚଳିତ ବର୍ଷ ୧୫ ହଜାର ୯୦୦
ଚାଷୀଙ୍କୁ ଋଣ ଯୋଗାଇ ବୋକୁ ଲକ୍ଷ୍ୟ ରଖାଯାଇଛି ।
ବନ୍ୟା ଓ ମରୁଡ଼ି ପରିସ୍ଥିତିକୁ ଆଖି ଆଗରେ ରଖି ସରକାର ସମବାୟ ଋଣ ପରିଶୋଧ ସମୟ ସୀମା ବୃଦ୍ଧି କରିଥିବା ବେଳେ ଏ ସଂପର୍କରେ ଚାଷୀଙ୍କୁ ସଚେତନ କରିବା ପାଇଁ ବ୍ୟାପକ ପ୍ରଚାର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।
କ୍ଷତିଗ୍ରସ୍ତ ଜିଲ୍ଲା ଗୁଡ଼ିକରେ ରବି କାର୍ଯ୍ୟକ୍ରମ ଯେପରି ବ୍ୟାପକ କରାଯାଇପାରିବ ସେ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ବୋକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍