ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ବରିଷ୍ଠ ଆଇଏଏସ୍ ଅଫିସର ଅରିବିନ୍ଦ ବେହେରାଙ୍କୁ ସରକାର ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେବା ସହ ରାଜସ୍ୱ ପର୍ଷଦ ସଦସ୍ୟ ଏବଂ କେବିକେ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରିଛନ୍ତି ।
ପୂର୍ବରୁ ସେ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ । ରାଜସ୍ୱ ପର୍ଷଦ ସଦସ୍ୟ ସତ୍ୟ ପ୍ରକାଶ ନନ୍ଦ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ଏହି ପଦବୀ ଖାଲିପଡ଼ିଥିଲା ।
ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଚିବ ଆର୍.କେ.ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର
ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ଓଡ଼ିଶା ଡ଼ଟ୍ କମ୍