ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ନୟାଗଡ଼, ଜୁଲାଇ ୯(ଓଡ଼ିଶା ଡ଼ଟ୍ କମ୍) ନୟାଗଡ଼ ଜିଲ୍ଲା ସ୍ଥିତ ଏକ ଅଙ୍ଗନବାଡ଼ି କେନ୍ଦ୍ରରେ କାନ୍ଥ ଭୁଶୁଡ଼ି ସୋମବାର ଛଅଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ସାତଜଣ ଆହତ ହୋଇଛନ୍ତି ।
ଗତ କିଛିଦିନ ଧରି କ୍ରମାଗତ ବର୍ଷା ଯୋଗୁଁ ରଣପୁର ସ୍ଥିତ ନେଳିଆ ସ୍କୁଲସ୍ଥିତ କେନ୍ଦ୍ରର କାନ୍ଥ ସକାଳୁ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଏହି ସମୟରେ ସେଠାରେ ୧୧ ଜଣ ଶିଶୁଙ୍କ ସମେତ ୧୪ ଜଣ ଥିଲେ ।
ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କ ମଧ୍ୟରୁ ଅନ୍ୟ ତିନି ଜଣଙ୍କ ଡ଼ାକ୍ତରଖାନାରେ ମୃତ୍ୟୁ ହୋଇଛି । ଅନ୍ୟ ଆହତ ସାତ ଜଣଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାର ସମବେଦନା ଜଣାଇବା ସହ ଏକ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବା ବେଳେ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ମାଗଣାରେ କରାଯିବ ବୋଲି କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍