ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର ,ନଭେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ଆସନ୍ତା ୨୦୧୨ ମ୍ୟାଟ୍ରିକ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ।
ଫେବୃଆରୀ ତୃତୀୟ ସପ୍ତାହରେ ଏହି ପରୀକ୍ଷା ହେବାକୁ ଥିଲା କିନ୍ତୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାହାକୁ ପରିବର୍ତନ କରାଯାଇଥିବା ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।
ନିର୍ବାଚନ ପାଇଁ ଫେବୃଆରୀ ତୃତୀୟ ସପ୍ତାହରେ ହେବାକୁ ଥିବା ପୂର୍ବଘୋଷିତ କାର୍ଯ୍ୟକ୍ରମ ବଦଳାଯାଇ ମାର୍ଚ୍ଚ ଦ୍ୱିତୀୟ ସପ୍ତାହକୁ ଘୁଞ୍ଚାଯାଇଛି ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ଅଧିକାରୀ କହିଛନ୍ତି ।
ନିର୍ବାଚନ ପରିଚାଳନାରେ ଶିକ୍ଷକମାନେ ନିୟୋଜିତ ହେବେ ଏବଂ ହାଇସ୍କୁଲ ଘର ଗୁଡ଼ିକୁ ଭୋଟଗ୍ରହଣକେନ୍ଦ୍ର ରୂପେ ବ୍ୟବହାର କରାଯିବ ତେଣୁ ଏହି ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯାଇଥିବା ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍