ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୧୦(ଓଡ଼ିଶା ଡ଼ଟ୍ କମ୍) ସର୍ବ ଭାରତୀୟ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା (ଏଆଇଇଇଇ) ଫଳ ରବିବାର ପ୍ରକାଶ ପାଇଥିବା ବେଳେ ବାସୁବେ ଚୌଧୁରୀ ଓଡ଼ିଶା ଟପ୍ପର ହୋଇଛନ୍ତି ।
ଭୁବନେଶ୍ୱର ପୋଖରିପୁଟ୍ ଡିଏଭି ସ୍କୁଲର ଛାତ୍ର ବାସୁବେ ସର୍ବଭାରତୀୟ ସ୍ତରରେ ୩୪ ନମ୍ବର ସ୍ଥାନରେ ରହିଛନ୍ତି ।
ଚଳିତ ବର୍ଷ ଅପ୍ରେଲ ୨୯ରେ ସମଗ୍ର ଶେରେ ୧୧ ଲକ୍ଷରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କମଧ୍ୟରୁ ୪ଲକ୍ଷ ୧୦ହଜାର ଛାତ୍ରଛାତ୍ରୀ କଟ୍ ଅଫ୍ ମାର୍କ ପାଇ କାଉନସେଲିଂ ପାଇଁ ଉପଯୁକ୍ତ ହୋଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍