ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୨୮(ଓଡ଼ିଶା ଡ଼ଟ୍ କମ୍) ମାଧ୍ୟମିକ ଶିକ୍ଷା ପରିଷ ଦ୍ୱାରାପରିଚାଳିତ ମ୍ୟାଟ୍ରିକ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଥିବା ବେଳେ ଚଳିତବର୍ଷ କିସ୍ ଅବାସିକ ସ୍କୁଲର ଛାତ୍ରଛାତ୍ରୀ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି ।
ଚଳିତବର୍ଷ କିସ୍ରେ ୪୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ମ୍ୟାଟ୍ରିକ୍ ପରୀକ୍ଷା େଇଥିବା ବେଳେ ପରୀକ୍ଷା ଫଳ ଶତ ପ୍ରତିଶତ ହେବା କିସ୍ ପାଇଁ ଆଉ ଏକ ସଫଳତା ବୋଲି କୁହାଯାଉଛି । ସେଥି ମଧ୍ୟରୁ ୩୫ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୩୫ଜଣ ଆିମ ଆଦିବାସୀ ସଂପ୍ରାୟର ଛାତ୍ରଛାତ୍ରୀ ମଧ୍ୟ ଲ ନମ୍ବର ସହ ପାସ୍ କରିଛନ୍ତି ।
ବଣ୍ଡା ଆିମ ଆଦିବାସୀ ସଂପ୍ରାୟର ମଧୁସୂନ ବଡ଼ନାୟକ ୭୫ ପ୍ରତିଶତ ସହ ପ୍ରଥମ ଶ୍ରେଣୀରେ ପାସ୍ କରି ସମଗ୍ର ବଣ୍ଡା ସଂପ୍ରାୟ ତଥା ଓଡ଼ିଶା ପାଇଁ ଇତିହାସ ସୃଷ୍ଟି କରିଛନ୍ତି । ଏହା ବ୍ୟତୀତ କୁଶ ଅର୍ଲବ , ମନୋରଞ୍ଜନ ଖିଲୋ ଓ
ସନାତନ ମାଝୀଙ୍କ ଭଳି ଆିମ ଆଦିବାସୀ ସଂପ୍ରାୟର ଛାତ୍ରଛାତ୍ରୀ ମଧ୍ୟ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ।କିସ୍ରେ ଚଳିତବର୍ଷ ସମସ୍ତ ପିଲାଙ୍କ ମଧ୍ୟରେ ସନାତନ ସର୍ବାଧିକ ୮୦ ପ୍ରତିଶତ ନମ୍ବର ରଖି ଅନୁଷ୍ଠାନର ପିଲାଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି । ଆସନ୍ତା ୨୦୧୩ରେ କିସ୍ରୁ ଶମ ବୋର୍ଡ ପାଇଁ ୬୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏହା କୌଣସି ଏକକ ସ୍କୁଲ ପାଇଁ ଏକ ରେକର୍ଡ ବୋଲି କୁହାଯାଉଛି ।
ଓଡ଼ିଶାର ବିଭିନ୍ନ ଅଂଚଳରୁ ଆସିଥିବା ଆଦିବାସୀ ପିଲାମାନେ ବିଗତ ୧୦ବର୍ଷ ଧରି ଶତ ପ୍ରତିଶତ ପାସ୍ କରିବା ଏବଂ ଚଳିତ ବର୍ଷ ଶତ ପ୍ରତିଶତ ସଫଳତା ପାଇବା କିସ୍ ତଥା ସମଗ୍ର ଆଦିବାସୀ ସଂପ୍ରାୟ ପାଇଁ ଆନନ୍ଦର ବିଷୟ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍