• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ସ୍ୱାସ୍ଥ୍ୟ

ନବଜାତ ଶିଶୁ ଯତ୍ନ ସପ୍ତାହ ପାଳିତ

November 21, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟସ୍ତରୀୟ ନବଜାତ ଶିଶୁ ଯତ୍ନ ସପ୍ତାହ ନଭେମ୍ବର ୧୫ରୁ ୨୧ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ।

“ପ୍ରାମାଣିକ ତଥ୍ୟ ଭିତ୍ତିରେ ଭାରତରେ ନିରନ୍ତର ନବଜାତ ଶିଶୁ ସ୍ୱାସ୍ଥ୍ୟ ସେବା’ ଏ ବର୍ଷର ନବଜାତ ଶିଶୁ ସୁରକ୍ଷା ସପ୍ତାହ ପାଳନର ବାର୍ତା ଥିଲା ।

ଏହି ସପ୍ତାହ ପାଳନ ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ତରଫରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ ଓ ସାଧାରଣ ସଭା,ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ତରଫରୁ ଆୟୋଜିତ ହୋଇଥିଲା ।

ପ୍ରତିବର୍ଷ ଏହି ନବଜାତ ଶିଶୁ ଯତ୍ନ ସପ୍ତାହ ପାଳନ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁକୁ ନେଇ କରାଯାଇଥାଏ । ନବଜାତ ଶିଶୁ ମୃତ୍ୟୁହାର ରୋକିବା, ନବଜାତ ଶିଶୁକୁ ଉଭୟ ଘରୋଇ ଓ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଆବଶ୍ୟକୀୟ ଉନ୍ନତ ମାନର ସେବା ଯୋଗାଇ ଦେବାର ଲକ୍ଷ୍ୟ ନେଇ ଏହି ସପ୍ତାହ ପାଳନ କରାଯାଇଥାଏ ।

ପଥପ୍ରାନ୍ତ ନାଟକ ପ୍ରର୍ଶନୀ ସଂସ୍ଥା “”ନୁପୂର”ଦ୍ୱାରାଏହି ଅବସରରେ ଭୁବନେଶ୍ୱରର ୧୧ଟି ସହରାଞ୍ଚଳ ବସ୍ତି ଯଥା-ଶିଖରଚଣ୍ଡି, ସାଲିଆସାହି,ପଣ୍ଡାପାର୍କ,ଡ଼ୁମଡ଼ୁମା,ମହିଁଷିଖାଲ ଓ ଗଧିଆଖାଲ
ଇତ୍ୟାଦି ଅଞ୍ଚଳରେ ନବଜାତ ଶିଶୁର ଜନ୍ମ ପର ସମୟରେ ଯତ୍ନ ସଂପର୍କରେ ସବିଶେଷ ଧାରଣା ଦିଆଯାଇଥିଲା ଓ ଏଥିସହିତ ବିଭିନ୍ନ ପ୍ରକାର ରଚନା, ଶିକ୍ଷା ଓ ପ୍ରଚାରଧର୍ମୀ କାର୍ଯ୍ୟକ୍ରମର
ଆୟୋଜନ କରାଯାଇଥିଲା |

ସପ୍ତାହର ଶେଷଦିନ ସୋମବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ରାଜ୍ୟ ଶିଶୁ ସ୍ୱାସ୍ଥ୍ୟ ସାଧନ କେନ୍ଦ୍ର ତରଫରୁ ଏକ ରାଜ୍ୟସ୍ତରୀୟ କର୍ମଶାଳାର ଆୟୋଜନ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍
ନବଜାତ ଶିଶୁ ଯତ୍ନ ସପ୍ତାହ ପାଳିତ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ନବଜାତ ଶିଶୁ, ସ୍ୱାସ୍ଥ୍ୟ

ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ

November 1, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ମଙ୍ଗଳବାର “ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ’ଆରମ୍ଭ କରାଯାଇଛି ।

ବରଗଡ଼ ଜିଲ୍ଲାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରୁଛନ୍ତି ଜିଲ୍ଲାପାଳ
ମାତୃ ଓ ଶିଶୁ ସ୍ୱାସ୍ଥ୍ୟରେ ବିକାଶ ତଥା ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ବୋ ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶୃତି ବଦ୍ଧତାକୁ ସାକାର କରିବା ନିମନ୍ତେ ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଅଭିପ୍ରେତ ବୋଲି ଏହାର ଶୁଭାରମ୍ଭ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ଏହି ଯୋଜନାରେ ଗର୍ଭବତୀ ମହିଳାଙ୍କୁ ନିର୍ଦ୍ଧିଷ୍ଟ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ବିନା ମୂଲ୍ୟରେ ବା ସମ୍ପୂର୍ଣ୍ଣ ମାଗଣାରେ ସାଧାରଣ ପ୍ରସବ ଏବଂ ଅପରେସନ ଜନିତ ପ୍ରସବ ପାଇଁ ସମସ୍ତ ପ୍ରକାର ପରୀକ୍ଷା , ଔଷଧ ଏବଂ ଆବଶ୍ୟକ ସ୍ଥଳେ ରକ୍ତ ଆଦି ଯୋଗାଇ ଦିଆଯିବ ।

ପ୍ରସବ ନିମନ୍ତେ ଡାକ୍ତରଖାନାକୁ ନେବା ଆଣିବା କରାଯିବ । ଜନ୍ମ ପରେ ଆବଶ୍ୟକ ସ୍ଥଳେ ନବଜାତ
ଶିଶୁଙ୍କୁ ୩୦ଦିନ ପର୍ଯ୍ୟନ୍ତ ମଧ୍ୟ ଚିକିତ୍ସା ସେବା ଯୋଗାଇ ଦିଆଯିବ । ଏହି ସମୟରେ ଡାକ୍ତରଖାନାରେ ରହିଣୀ କାଳରେ ଶିଶୁଙ୍କୁ ଖାଦ୍ୟ ମଧ୍ୟ ପ୍ରଦାନ କରାଯିବ ।

ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ତରଫରୁ ୨୦୦୫ ମସିହାରୁ ଶିଶୁ ପ୍ରଜନନ କାର୍ଯ୍ୟକ୍ରମ (ଆର୍.ସି.ଏଚ୍) କାର୍ଯ୍ୟକାରୀ ହେଉଛି ।

ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଓଡିଶା ଶେର ସମସ୍ତ ରାଜ୍ୟ ମାନଙ୍କଠାରୁ ଆଗୁଆ ରହିଛି । ତଥାପି ଗର୍ଭବତୀ ମହିଳାଙ୍କର ବିଭିନ୍ନ ଅସୁବିଧାକୁ ୂର କରିବା ଲକ୍ଷ୍ୟ ନେଇ ବର୍ତ୍ତମାନ ଏହି ନୂତନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି ।

ଜନନୀ ସୁରକ୍ଷା ଯୋଜନାରେ ବାର୍ଷିକ ପ୍ରାୟ ୫ ଲକ୍ଷ ଗର୍ଭବତୀ ମହିଳା ଉପକୃତ ହେଉଛନ୍ତି । ବର୍ତ୍ତମାନ ପ୍ରସୂତୀ ମାନଙ୍କୁ ସାଧାରଣ ପ୍ରସବ ପାଇଁ ୩ଦିନ ଏବଂ ଅପରେସନ ଜନିତ ପ୍ରସବ ପାଇଁ ୭ଦିନ ପର୍ଯ୍ୟନ୍ତ
ଡାକ୍ତରଖାନାରେ ରଖାଯାଇ ମାଗଣାରେ ସମସ୍ତ ପ୍ରକାର ପରୀକ୍ଷା, ଔଷଧ , ଡାକ୍ତରଖାନରୁ ତାଙ୍କ ଘରକୁ ନେଇ ଛାଡିବାର ବ୍ୟବସ୍ଥା ରହିଛି ।

ପ୍ରାଥମିକ ପର୍ଯ୍ୟାୟରେ ତିନିଗୋଟି ସରକାରୀ ମେଡିକାଲ କଲେଜ ଓ ହସପିଟାଲ ବ୍ୟତିତ ରାଜ୍ୟର ସମସ୍ତ ଜିଲ୍ଲା ସହର ମହକୁମା ଡାକ୍ତରଖାନା , ଉପଖଣ୍ଡ ଡାକ୍ତରଖାନା , ଚିହ୍ନିତ ନିର୍ଦ୍ଧିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଏହି ପ୍ରକାର ସୁବିଧା ଉପଲବ୍ଧ ହେବ ।

ଏହି ନୂତନ କାର୍ଯ୍ୟକ୍ରମ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ସହିତ ଆନୁଷ୍ଠାନିକ ପ୍ରସବହାର ବୃଦ୍ଧି ତଥା ଉପଯୁକ୍ତ ଚିକିତ୍ସା ସେବାରେ ସହାୟକ ହୋଇ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ସୁୁର ପ୍ରସାରି ହୋଇ ପାରିବ ବୋଲି ଆଶା କରାଯାଉଛି ।

ବରଗଡ଼ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ୩୦ଦିନ ପର୍ଯ୍ୟନ୍ତ ପ୍ରସବଜନିତ ସେବା ଏବଂ ନବଜାତ ଶିଶୁର ଚିକିତ୍ସା ସଂପୂର୍ଣ୍ଣ ମାଗଣାରେ ମିଳିବ ବୋଲି ଏହାର ଉଦଘାଟନ କରି ଜିଲ୍ଲାପାଳ ଭାବଗ୍ରାହୀ ମିଶ୍ର କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଜନନୀ ଶିଶୁ, ସ୍ୱାସ୍ଥ୍ୟ

ବିଶ୍ୱ ଦୃଷ୍ଟି ଦିବସ: ଅନ୍ଧତ୍ୱ ଦୂରୀକରଣ ଉପରେ ଗୁରୁତ୍ୱ

October 28, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର ,ଅକ୍ଟୋବର ୨୮(ଓଡ଼ିଶା ଡ଼ଟ୍ କମ୍) ସମାଜରୁ ଅନ୍ଧତ୍ୱ ଦୂରୀକରଣ ଉପରେ ଦ୍ୱାଶତମ ବିଶ୍ୱ ଦୃଷ୍ଟି ଦିବସ ପାଳନ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ଗୁରୁତ୍ୱ ଆରୋପ କରିଛନ୍ତି ।

ଆଜି ଦ୍ୱାଶତମ ବିଶ୍ୱ ଦୃଷ୍ଟି ଦିବସ ପାଳନ ଅବସରରେ ଜୟବେ ଭବନରେ ଆୟୋଜିତ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଦୃ ଷ୍ଟି ବା ଆଖି ହେଉଛି ଇଶ୍ୱରଙ୍କର ଏକ ଶ୍ରେଷ୍ଠ ଅବଦାନ ।

ଏହାର ଉପଯୁକ୍ତ ଯତ୍ନ ନେଇ ଦୃଷ୍ଟି ଶକ୍ତି ବଜାୟ ରଖିବା ସମସ୍ତଙ୍କର ଦାୟିତ୍ୱ ଏବଂ କର୍ତ୍ତବ୍ୟ । ସାମାନ୍ୟ ଅସାବଧାନତା ପାଇଁ ହୁଏତ ଆମକୁ ଚିରଦିନ ପାଇଁ ଦୃ ଷ୍ଟି ଶକ୍ତି ହରାଇବାକୁ ପଡିପାରେ ।

ଏଣୁ ଆଖି ପାଇଁ ଆମକୁ ସବୁବେଳେ ସଚେତନ ଓ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । ଆମ ରାଜ୍ୟରେ ଅନ୍ଧତ୍ୱ ଦୂରୀକରଣ ପାଇଁ ୧୯୭୬ ମସିହାରୁ ଜାତୀୟ ଅନ୍ଧତ୍ୱ ନିୟନ୍ତ୍ରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି ।

ବର୍ତ୍ତମାନ ସମାଜର ପ୍ରାୟ ୧ ପ୍ରତିଶତରୁ ଅଧିକ ଲୋକଙ୍କ ବିଭିନ୍ନ ଆଖି ରୋଗରେ ଆକ୍ରାନ୍ତ ଥିବା ବେଳେ ତାକୁ ୦.୩ ପ୍ରତିଶତକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖା ଯାଇ ବହୁ ବିଧ ପଦକ୍ଷେପ ଗ୍ରହଣ କରା ଯାଉଛି ବୋଲି ଆଚାର୍ଯ୍ୟ ପ୍ରକାଶ କରି ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କର ସହେଯାଗ କାମନା କରି ବ୍ୟାପକ ସଚେତନତା ଉପରେ ଗୁରୁତ୍ୱ ଆରୋପ କରି ଥିଲେ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅନୁ ଗର୍ଗ ତାଙ୍କ ଭାଷଣରେ ରାଜ୍ୟରେ ଅନ୍ଧତ୍ୱ ଦୂରୀକରଣ ପାଇଁ ତିନିଗୋଟି ସରକାରୀ ମେଡିକାଲ କଲେଜ ଓ ହସପିଟାଲ ସମେତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଉପଖଣ୍ଡ ଚିକିତ୍ସାଳୟ ମାନଙ୍କରେ ସ୍ୱତ୍ୱନ୍ତ୍ର ବ୍ୟବସ୍ଥା ରହିଛି ବୋଲି କହିଥିଲେ ।

ଏଥି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କରେ ୨୦ , ଉପଖଣ୍ଡ ଚିକିତ୍ସାଳୟ ମାନଙ୍କରେ ୧୦ , ଏସ୍.ସି.ବିରେ ୯୧,ଭି.ଏସ୍.ଏସ୍ରେ ୯୦ ଏବଂ ଏମ୍.କେ.ସି.ଜିରେ ୧୦୦ ଶଯ୍ୟା ସହିତ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ।

୭ଟି ଚକ୍ଷୁ ।ନ କେନ୍ଦ୍ର ମଧ୍ୟରୁ ୪ଟି ସରକାରୀ ଏବଂ ୩ଟି ବେସରକାରୀ କେନ୍ଦ୍ର ରହିଛି । ସେହିପରି ୩ ଟି ସରକାରୀ ଏବଂ ୩ଟି ବେସରକାରୀ ମୋଟ ୬ ଟି ଚକ୍ଷୁ ବ୍ୟାଙ୍କ ରହିଛି ।

ଗତ ୨୦୧୦-୧୧ ବର୍ଷରେ ୪,୫୦,୦୦୦ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ଥାଇ ୫୬,୪୨୨୫ ଜଣଙ୍କର ପରୀକ୍ଷା କରାଯାଇଛି । ୨୨ ହଜାରରୁ ଅଧିକ ପିଲାଙ୍କର ଦୃଷ୍ଟି ଶକ୍ତି ଖରାପ ଥିବା ଜଣା ପଡିଛି ଏବଂ ୧୧୬୨୪ ଜଣ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯାଇଛି ।

ବିଭିନ୍ନ ବର୍ଗର ୧୫୦୦୦ ଜଣଙ୍କର ମୋତିଆ ବିନ୍ଦୁ ଅପରେସନ ଲକ୍ଷ୍ୟ ଧାର୍ଯ୍ୟ ଥାଇ ୧୨୦୮୫୨ ଜଣଙ୍କର ମୋତିଆ ବିନ୍ଦୁ ଅପରେସନ କରାଯାଇ ୮୧ ପ୍ରତିଶତ ସଫଳତା ହାସଲ କରାଯାଇ ପାରିଛିା ତେବେ ଚକ୍ଷୁ ଦ।ନ କାର୍ଯ୍ୟକ୍ରମ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।

ଗତ ବର୍ଷ ୪୩୭ ଚକ୍ଷୁ ସଂଗ୍ରହ କରାଯାଇଥିବା ବେଳେ ୨୫୬ ଜଣଙ୍କ ଠାରେ ଚକ୍ଷୁ ରୋପଣ କରା ଯାଇ ପାରିଥିବା ସଚିବ ଶ୍ରୀମତୀ ଗାର୍ଗୀ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ରାଜ୍ୟରେ ପ୍ରାୟ ଦୁଇ ଲକ୍ଷ ଲୋକଙ୍କର ମୋତିଆ ବିନ୍ଦୁ ଅପରେସନ , ୪,୫୦,୦୦୦ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା , ବିଦ୍ୟାଳୟ ଶିକ୍ଷକମାନଙ୍କୁ ତାଲିମ୍ , ମାଗଣାରେ ୧୦ ହଜାର ଚଷମା ବଣ୍ଟନ , ୧୦୦୦ ଚକ୍ଷୁ ଦ।ନଆକାରରେ ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ରହିଛି ।

ଏଥି ପାଇଁ ପ୍ରାୟ ୮ କୋଟି ୪୦ଲକ୍ଷ ଟଙ୍କା ବ୍ୟୟ ଦେବାର ହୋଇଥିବା ପ୍ରକାଶ ।

ଜୟଦେବ ଭବନ ଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱେଚ୍ଛାସେବୀ ସଂଗଠନ “ଭୂମିକା”ର ମିଳିତ ସହେଯାଗରେ ଆୟୋଜିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାଃ ୟୁ.କେ.ସାହୁ , ଭୂମିକାର ଅଧ୍ୟକ୍ଷ ଭିଷ୍ମ ରଥ ପ୍ରମୁଖ ଉ୍ବୋଧନ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍
ବିଶ୍ୱ ଦୃଷ୍ଟି ଦିବସ: ଅନ୍ଧତ୍ୱ ଦୂରୀକରଣ ଉପରେ ଗୁରୁତ୍ୱ

Filed Under: ସ୍ୱାସ୍ଥ୍ୟ Tagged With: ଦୃଷ୍ଟି ଦିବସ, ସ୍ୱାସ୍ଥ୍ୟ

ଖୁବ୍ଶଶୀଘ୍ର ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ

October 19, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୯(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣି ଆନୁଷ୍ଠାନିକ ପ୍ରସବ ହାର ବୃଦ୍ଧି ନିମନ୍ତେ ଖୁବ୍ ଶୀଘ୍ର ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା କରାଯାଉଛି ।

ବୁଧବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ଠାରେ ଅନୁଷ୍ଠିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମାନଙ୍କ  ଦୁଇଦିନିଆ ରାଜ୍ୟ ସ୍ତରୀୟ ସମୀକ୍ଷା ବୈଠକକୁ ଉ୍ଘାଟନ କରି ସ୍ୱାସ୍ଥ୍ୟ ସଚିବ ଅନୁ ଗର୍ଗ ଏହା କହିଛନ୍ତି ।

ରାଜ୍ୟର ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକର ଭିତ୍ତି ଭୂମିର ବିକାଶ ସହିତ ସାଧାରଣ ଲୋକଙ୍କୁ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ରାଜ୍ୟସରକାରଙ୍କ ପକ୍ଷରୁ ବିଭିନ୍ନ ପକ୍ଷେପ ଗ୍ରହଣ କରା ଯାଉଛି ।

ସେହି ସବୁ କାର୍ଯ୍ୟକ୍ରମ ଗୁଡିକର ସଫଳତା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ନିଷ୍ଠା ଓ ଆନ୍ତରିକତାର ସହିତ ଦାୟିତ୍ୱ ନିର୍ବାହ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ଆନୁଷ୍ଠାନିକ ପ୍ରସବ କରାଯାଉଥିବା ଏବଂ ୨୪ ଘଣ୍ଟିଆ ଚିକିତ୍ସା ବ୍ୟବସ୍ଥା ସୁବିଧା ଥିବା ସମସ୍ତ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଏହାକୁ କାର୍ଯ୍ୟକାରୀ କରାଯିବ । ଏହି କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାଙ୍କୁ ପ୍ରସବ ନିମନ୍ତେ ମାଗଣାରେ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ନିଆଯିବ ।

ସହିତ ମାଗଣାରେ ସମସ୍ତ ପ୍ରକାର ଚିକିତ୍ସା ସେବା ଓ ଔଷଧ ଏବଂ ଆବଶ୍ୟକ ସ୍ଥଳେ ମାଗଣାରେ ରକ୍ତ ଆଦି ପ୍ରଦାନ କରାଯିବ ।

ସ୍ୱାସ୍ଥ୍ୟ ଅନୁଷ୍ଠାନରେ ରହଣି କାଳରେ ମା ଓ ଶିଶୁଙ୍କୁ ମାଗଣାରେ ଖ୍ୟା ମଧ୍ୟ ଯୋଗାଇ ଦିଆଯିବ ଏବଂ ଏହି କାର୍ଯ୍ୟକ୍ରମ ସଂପର୍କରେ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଏବଂ ସାଧାରଣ ଲୋକଙ୍କ ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ସ୍ୱାସ୍ଥ୍ୟ Tagged With: ଜନନୀ, ସ୍ୱାସ୍ଥ୍ୟ

ବିପିଏଲ୍ ପରିବାରକୁ ୩୦ ହଜାର ଟଙ୍କାର ସ୍ୱାସ୍ଥ୍ୟ ବୀମା

January 25, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ବିପିଏଲ୍ ପରିବାର ଗୁଡ଼ିକୁ ବର୍ଷକୁ ୩୦ ହଜାର ଟଙ୍କାର ସ୍ୱାସ୍ଥ୍ୟ ବୀମାର୍ଭୁକ୍ତ କରିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ବିପିଏଲ୍ ପରିବାରକୁ ଚିକିତ୍ସା କ୍ଷେତ୍ରରେ ସହାୟତା ଦେବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ପ୍ରଣୟନ କରିଛନ୍ତି । ଏମ୍ ଏନ୍ଆର୍ଇଜିଏ ଯୋଜନା ହିତାଧିକାରୀ ଓ ନିର୍ମାଣ ଶ୍ରମିକଙ୍କୁ ମଧ୍ୟ ଏହି ସୁବିଧା ମିଳିବ ।

ଏହି ଯୋଜନାରେ ଅର୍ନ୍ତଭୁକ୍ତ ହେବା ପାଇଁ ପ୍ରତି ବିପିଏଲ୍ ପରିବାରକୁ ପଞ୍ଜିକୃତ କରିବାକୁ ୩୦ ଟଙ୍କା ଦେଇ ବାୟୋ ମେଟ୍ରିକ କାର୍ଡ଼ ସଂଗ୍ରହ କରିବାକୁ ପଡ଼ିବ ।

ପ୍ରିମିୟମ ବାବଦରେ ସରକାର ପ୍ରତ୍ୟେକ ପରିବାର ପିଛା ୪୮୦ ଟଙ୍କା ପ୍ରଦାନ କରିବେ ଓ ହୀତାଧିକାରୀ ନିଜେ କିମ୍ବା ପରିବାରର ୫ ଜଣ ସଦସ୍ୟ ବର୍ଷକୁ ୩୦ ହଜାର ଟଙ୍କାର ବୀମା ସୁବିଧା ପାଇପାରିବେ ।

ବୀମାଭୁକ୍ତ ବିପିଏଲ୍ ପରିବାର ରାଜ୍ୟର ୪୩୫ଟି ସରକାରୀ ଓ ୧୨ଟି ବେସରକାରୀ ଡ଼ାକ୍ତାଖାନାରେ ଚିକିତ୍ସିତ ହୋଇପାରିବେ । ସ୍ୱାସ୍ଥ୍ୟବୀମା କାର୍ଡ଼ ବଣ୍ଟନରେ ସ୍ୱଚ୍ଛତା ଆଣିବା ପାଇଁ ପଞ୍ଚାୟତ ସ୍ତରରେ ସଂପ୍ରସାରଣ ଅଧିକାରୀଙ୍କୁ ଏହି କାର୍ଯ୍ୟରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

 

Filed Under: ମୁଖ୍ୟ ଖବର Tagged With: ବିପିଏଲ୍, ମୁଖ୍ୟ ଖବର, ସ୍ୱାସ୍ଥ୍ୟ, ହିତାଧିକାରୀ

ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର

November 26, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) ଘରୋଇ ଓ ସରକାରୀ ଭାଗିଦାରୀରେ କେନ୍ଦୁଝର ଜିଲ୍ଲାରେ ଏକ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଶୁକ୍ରବାର ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।

ଏନେଇ ରାଜ୍ୟ ସରକାର ଏବଂ ସହଯୋଗ ହେଲଥ କେୟାର ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଦୁଇ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ଉକ୍ତ ସଂସ୍ଥା ଲକ୍ଷ୍ୟ ରଖିଛି ବୋଲି ଏହାର ଅଧ୍ୟକ୍ଷ ସୁଗ୍ରିବ ସିଂ କହିଛନ୍ତି ।

କଲେଜ ପାଇଁ ସରକାର ୨୦ ଏକର ଜମି ସହ ଦଶ କୋଟି ଟଙ୍କା ଯୋଗାଇ ଦେବେ । ୧୦୦ ଆସନ ବିଶିଷ୍ଟ ମେଡ଼ିକାଲ କଲେଜ, ୧୦୦ ଆସନ ବିଶିଷ୍ଟ ଡ଼େଣ୍ଟାଲ କଲେଜ ସହ ୨୦ ଆସନ ବିଶିଷ୍ଟ ନର୍ସିଂ ସ୍କୁଲ ଓ ୧୦୦ ଆସନ ବିଶିଷ୍ଟ ପାରା ମେଡ଼ିକାଲ ଇନଷ୍ଟିଚ୍ୟୁଟ କରାଯିବ, ସେ କହିଛନ୍ତି ।

୨୧୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ମେଡ଼ିକାଲ କଲେଜରେ ଫାଉଣ୍ଡେସନ ଦୁଇ ଶହ କୋଟି ଟଙ୍କା ଖର୍ଚ୍ଚ କରିବ । ଏଥିପାଇଁ ପାଣ୍ଠି ବିଭିନ୍ନ ଫୋରମରୁ ଯୋଗାଡ଼ କରାଯିବ ବୋଲି ସେ କହିଛନ୍ତି ।

ଘରୋଇ ସରକାରୀ ଭାଗିଦାରୀରେ ରାଜ୍ୟରେ ଅଧିକରୁ ଅଧିକ ମେଡ଼ିକାଲ କଲେଜ କରାଯିବ ବୋଲି ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ରାଉରକେଲା ଓ କଳାହାଣ୍ଡି ଠାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ହୋଇସାରିଥିବା ବେଳେ ମହାନଦୀ କୋଲଫିଲ୍ଡ(ଏମ୍ସିଏଲ୍) ତାଳଚେର ଠାରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବ ବୋଲି ସେ କହିଛନ୍ତି ।

ଓଡିଶା ଡଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଡ଼ାକ୍ତରଖାନା, ମୁଖ୍ୟ ଖବର, ମେଡିକାଲ କଲେଜ, ସ୍ୱାସ୍ଥ୍ୟ

ଦୁର୍ଘଟଣା ସ୍ଥଳରେ ଆଶୁ ଚିକିତ୍ସା ପାଇଁ ମଟର ସାଇକେଲ ବାହିନୀ

November 17, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ରାସ୍ତା ଦୁର୍ଘଟଣାର ସମ୍ମୁଖିନ ହେଉଥିବା ଲୋକଙ୍କୁ ତୁରନ୍ତ ଆଶୁ ଚିକିତ୍ସା ତଥା ସହାୟତା ଯୋଗାଇ ଦେବାପାଇଁ ସ୍ଥାନୀୟ ଆୟୁଷ ଡ଼ାକ୍ତରଖାନା ପକ୍ଷରୁ ଏକ ଆଠ ଜଣିଆ ମଟରସାଇକେଲ ବାହିନୀ ଗଠନ କରାଯାଇଛି ।

ଦୁର୍ଘଟଣା ଖବର ପାଇବା ମାତ୍ରେ ସେମାନେ ତୁରନ୍ତ ସେଠାରେ ପହଞ୍ଚି ପ୍ରାଥମିକ ଚିକିତ୍ସା ଆରମ୍ଭ କରିପାରିବେ । ଏହାଦ୍ୱାରା ଦୁର୍ଘଟଣାଗ୍ରସ୍ତ ହେଉଥିବା ଲୋକଙ୍କ ମଧ୍ୟରୁ ବହୁ ଲୋକଙ୍କ ପ୍ରାଣ ବଞ୍ଚାଇ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଡ଼ାକ୍ତରଖାନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ ଆଚାର୍ଯ୍ୟ କହିଛନ୍ତି ।

ଏହି ବାହିନୀର ସଦସ୍ୟମାନେ ପୂର୍ବତନ ସାମରିକ କର୍ମଚାରୀ ଏବଂ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଆଶୁ ଚିକିତ୍ସା ଯୋଗାଇବାରେ ଉଚ୍ଚ ପ୍ରଶିକ୍ଷିତ । ରାଜଧାନୀର ୨୦ କିମି ମଧ୍ୟରେ ସେମାନଙ୍କ କର୍ମକ୍ଷେତ୍ର ହେବ ।

କଟକ ଭୁବନେଶ୍ୱର ରାସ୍ତାର ପାହାଳ ଠାରୁ ଭୁବନେଶ୍ୱର-ଖୋର୍ଦ୍ଧା ରାସ୍ତାର ତମାଣ୍ଡୋ ପର୍ଯ୍ୟନ୍ତ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଏହି ରାସ୍ତାରେ ୨୦୦୯ରେ ଦୁର୍ଘଟଣାରେ ୨୨୦୦ ଲୋକ ପ୍ରାଣ ହରାଇଥିବା ବେଳେ ୨୦୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ୧୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି, ସେ କହିଛନ୍ତି ।

ଓଡିଶା ଡଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଆୟୁଷ ଡ଼ାକ୍ତରଖାନା, ଭୁବନେଶ୍ୱର, ମୁଖ୍ୟ ଖବର, ସ୍ୱାସ୍ଥ୍ୟ

ମାସକ ମଧ୍ୟରେ କାର୍ଯ୍ୟକାରୀ ହେବ ହଇଜା ନିରାକରଣ ଯୋଜନା

November 17, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଦେଖାଦେଇଥିବା ହଇଜା ଭଳି ମହାମାରୀ ରୋଗର ନିରାକରଣ ପାଇଁ ଆସନ୍ତା ଏକ ମାସ ମଧ୍ୟରେ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ହଇଜା ରୋଗ ବ୍ୟାପୀବାର କାରଣକୁ ନେଇ ଗୁରୁବାର ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସଚିବ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ, ପୂର୍ତ୍ତ ବିଭାଗ ସଚିବ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ରୋଗର କାରଣ ମୁଖ୍ୟତଃ ଗମନା ଗମନର ଅସୁବିଧା ଏବଂ ପାନୀୟ ଜଳ ହୋଇଥିବାରୁ ଏହାର ନିରାକରଣ ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ହଇଜା ପ୍ରବଣ ଜିଲ୍ଲା ଗୁଡ଼ିକର ଗମନାଗମନ ଏବଂ ପାନୀୟ ଜଳ ବ୍ୟବସ୍ଥାର ଆକ୍ସନ ପ୍ଲାନ ତୁରନ୍ତ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।

ଯେଉଁ ଗ୍ରାମ ବା ଜନବସତି ପାଇଁ ସଂଯୋଗୀକରଣ ରାସ୍ତା ନାହିଁ ସେହି ଗ୍ରାମ ଗୁଡ଼ିକ ପାଇଁ କିପରି ରାସ୍ତା ନିର୍ମାଣ ହୋଇପାରିବ ତାହାର ନକ୍ସା ପ୍ରସ୍ତୁତ ଏବଂ ବ୍ୟୟ ବରାର ଆକଳନ କରିବାକୁ କୁହାଯାଇଛି ।

ସଂପୃକ୍ତ ଜିଲ୍ଲା ଦାୟୀତ୍ୱରେ ଥିବା ନିର୍ବାହୀ ଯନ୍ତ୍ରୀଙ୍କୁ ଏହି ଦାୟୀତ୍ୱ ଦେବା ପାଇଁ ସେ କହିଥିଲେ । ଏହାବ୍ୟତୀତ ସ୍ୱାସ୍ଥ୍ୟସେବା ଅପହଞ୍ଚ ଗ୍ରାମ ଗୁଡ଼ିକରେ ଆଶା କର୍ମୀ ନିଯୁକ୍ତିକୁ ଚିକିତ୍ସିତ କରାଯିବ ଓ ଏକ୍ଷେତ୍ରରେ ନିଯୁକ୍ତି ସର୍ତ୍ତାବଳୀ ଦବା ନିୟମକୁ କୋହଳ କରାଯିବ । ଅନ୍ୟୁନ ଦୁଇ ଶହ ଲୋକ ଥିବା ଜନବସତିରେ ଆଶା କର୍ମୀ ନିଯୁକ୍ତି ପାଇବେ ।

ଓଡିଶା ଡଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଭୁବନେଶ୍ୱର, ମହାମାରୀ, ମୁଖ୍ୟ ଖବର, ସ୍ୱାସ୍ଥ୍ୟ

ଇଚ୍ଛାମୃତ୍ୟୁ ପାଇଁ ମହିଳାଙ୍କ ରାଷ୍ଟ୍ରପତିଙ୍କୁ ପତ୍ର

September 24, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ନରେଶ ପଟ୍ଟନାୟକ

କେନ୍ଦୁଝର, ସେପ୍ଟେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ଦାରିଦ୍ର୍ୟର ତାଡ଼ନା ସହିନପାରି କେନ୍ଦୁଝର ଜିଲ୍ଲାର ଜଣେ ମହିଳା ଇଚ୍ଛା ମୃତ୍ୟୁ ପାଇଁ ଭାରତର ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ନିକଟକୁ ପତ୍ର ଲେଖିଛନ୍ତି ।

ତିନୋଟି ମାନସିକ ରୋଗଗ୍ରସ୍ତ ପିଲାଙ୍କୁ ଦୁଇ ଓଳି ଖାଇବାକୁ ଦେଇ ଚଳିବା ଭାରି କଷ୍ଟ ହୋଇପଡ଼ିଛି ଦୁଇ ବର୍ଷ ତଳେ ସ୍ୱାମୀଙ୍କୁ ହରାଇଥିବା ଅର୍ଶଳା ଗ୍ରାମର ତନଭୀର କୌଶରଙ୍କ ପକ୍ଷରେ ।

ମୋ ପାଖରେ ଟଙ୍କାଟିଏ ବି ନାହିଁ ଓ ମୁଁ ଛୁଆ ମାନଙ୍କ କଷ୍ଟ ଦେଖିପାରିବି ନାହିଁ ତେଣୁ ମରି ଯିବାକୁ ଚାହୁଁଛି, ଆତ୍ମହତ୍ୟା କରିବା ପାଇଁ ମୋତେ ଅନୁମତି ଦିଅନ୍ତୁ ବୋଲି ସେ ରାଷ୍ଟ୍ରପତିଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ।

ଗତ ବୁଧବାର ସେ ଏହି ପତ୍ର ଡ଼ାକ ମାଧ୍ୟମରେ ପଠାଇଥିବା କହିଛନ୍ତି ।ସଂପୃକ୍ତ ମହିଳା ଜଣକ ଦିନ ମଜୁରୀଆ ଭାବେ କାମ କରନ୍ତି । ତାଙ୍କର ଦୁଇ ଝିଅ ଓ ପୁଅ ଅଛନ୍ତି ।

ଏମାନଙ୍କ ମଧ୍ୟରୁ ଜଣେ ପୋଲିଓ ରୋଗରେ ଆକ୍ରାନ୍ତ । ଯେତେବେଳେ ସେ କାମ କରିବାକୁ ବାହାରକୁ ଯାଆନ୍ତି ପିଲା ମାନଙ୍କୁ ଉଡ଼ି ସାହାଯ୍ୟରେ ଖଟରେ ବାନ୍ଧି ଦିଅନ୍ତ ବୋଲି ସେ କହିଛନ୍ତି । ତନଭୀରଙ୍କ ନିଜ ଘର ନଥିବା ବେଳେ ସଂପର୍କୀୟଙ୍କ ଏକ ଅର୍ଦ୍ଧ ନିର୍ମିତ ଘରେ ପିଲା ମାନଙ୍କ ସହ ସେ ରହୁଛନ୍ତି ।

କାମ କରି ଯାହା ରୋଜଗାର କରନ୍ତି ସେସବୁ ପିଲା ମାନଙ୍କ ଚିକିତ୍ସାରେ ଖର୍ଚ୍ଚ କରିଦିଅନ୍ତି, ସେ କହିଛନ୍ତି । ସେ ଦାରିଦ୍ର୍ୟ ସୀମାରେଖା ତଳେ ଥିବାରୁ ସରକାରୀ ଭାବେ ତାଙ୍କୁ ବିପିଏଲ୍ କାର୍ଡ଼ ମିଳିଛି । ଏହି କାର୍ଡ଼ ଜରିଆରେ ତାଙ୍କୁ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ମିଳିବା କଥା କିନ୍ତୁ ଏଥିରୁ ସେ ବଞ୍ଚିତ ହୋଇଛନ୍ତି ।

ଏହାଦ୍ୱାରା ଏପର୍ଯ୍ୟନ୍ତ କୌଣସି ସୁବିଧା ପାଇନଥିବା ସେ ଅଭିଯୋଗ କରିଛନ୍ତି ।ସ୍ଥାନୀୟ ବିଡ଼ିଓ ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଘଟଣା ସଂପର୍କରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଭାଗବତ ପ୍ରସାଦ ମାଝୀ କହିଛନ୍ତି ।

ଓଡିଶା ଡଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଇଚ୍ଛାମୃତ୍ୟୁ, ଦାରିଦ୍ର୍ୟ, ମୁଖ୍ୟ ଖବର, ରାଷ୍ଟ୍ରପତି, ସମାଜ, ସ୍ୱାସ୍ଥ୍ୟ

ସ୍ୱାଇନ ଫ୍ଲୁ ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି

September 3, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦ ଦାତା

ଭୁବନେଶ୍ୱର, ସେପ୍ଟେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ସ୍ୱାଇନ ଫ୍ଲୁରେ ପୁଣି ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ମୃତକଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଥିବା ଶୁକ୍ରବାର ଜଣେ ଅଧିକାରୀ କହିଛନ୍ତି ।

ରାଜଧାନୀ ଭୁବନେଶ୍ୱର ସ୍ଥିତ ଦୁଇଟି ଘରୋଇ ଡ଼ାକ୍ତରଖାନାରେ ଆଜି ଏହି ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଓ ଜଣେ ବୃଦ୍ଧ ଅଛନ୍ତି ।

ଶିଶୁ ଦୁଇ ଜଣ ଗତ ୩୦ ତାରିଖରେ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ବୃଦ୍ଧ ଜଣକ ଗତ ୧୨ ତାରିଖରୁ କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବର୍ତ୍ତମାନ ରାଜ୍ୟରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ରେ ପହଞ୍ଚିଛି ।

ଓଡିଶା ଡଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଭୁବନେଶ୍ୱର, ମୁଖ୍ୟ ଖବର, ସ୍ୱାଇନ ଫ୍ଲୁ, ସ୍ୱାସ୍ଥ୍ୟ

  • « Go to Previous Page
  • Go to page 1
  • Go to page 2
  • Go to page 3

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା