Site icon Odisha.com

ସାମ୍ବାଦିକ ସୁରେନ୍ଦ୍ର ପାତ୍ରଙ୍କୁ ଓଡ଼ିଶା ଡ଼ଟ୍ କମ୍ ର ଫେଲୋସିପ ପ୍ରଦାନ

ଓଡ଼ିଶା ଡ଼ଟ କମ ସମ୍ବାଦ ଦାତା

ଭୁବନେଶ୍ୱର,ଫେବୃଆରୀ୨୨(ଓଡ଼ିଶା ଡ଼ଟ କମ)ଓଡ଼ିଶାର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ରଙ୍କୁ ଓଡ଼ିଶାରେ ଅଲିଭ ରିଡ଼ଲେ କଇଁଛ ସୁରକ୍ଷିତ କି ବିଷୟ ବସ୍ତୁ ଉପରେ ଗବେଷଣା କରି ଏକ ଲେଖା ଲେଖିବା ପାଇଁ ଓଡ଼ିଶା ଡ଼ଟ୍ କମ୍ ପକ୍ଷରୁ ପୂର୍ବ ଘୋଷଣା ମୁତାବକ ମଙ୍ଗଳବାର ଦିନ ଫେଲୋସିପ ପ୍ରଦାନ କରାଯାଇଛି ।

ଫେଲୋସିପ ବାବଦ ତିନି ହଜାର ଟଙ୍କାର ଏକ ଚେକ୍ ଓଡ଼ିଶା ବନ୍ୟ ଜନ୍ତୁ ସମାଜ ସଂପାଦକ ବିଶ୍ଵଜିତ ମହାନ୍ତି ଓଡ଼ିଶା ଡ଼ଟ କମ କାର୍ଯ୍ୟଳୟ ପରିସରରେ ପାତ୍ରଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ଓଡ଼ିଶା ଡ଼ଟ କମର ପରିବାର ସମେତ ବହୁ ବରିଷ୍ଠ ସମ୍ବାଦିକ,ବୁଦ୍ଧିଜିବୀ ଓ ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ ।

ପାତ୍ର ଓଡ଼ିଶାରେ ଅଲିଭ ରିଡ଼ଲେ କଇଁଛ ସୁରକ୍ଷିତ କି ବିଷୟ ବସ୍ତୁ ଉପରେ ଗବେଷଣା କରି ଏକ ଲେଖା ଲେଖିବେ ଓ ଏହା ଓଡ଼ିଶା ଡ଼ଟ କମରେ ପ୍ରକାଶିତ ହେବ ।

ଗତ ମାସରେ ଘୋଷଣା କରାଯାଇଥିବା ଏହି ଫେଲୋସିପ ପାଇଁ ପଚିଶ ଜଣ ସାମ୍ବାଦିକଙ୍କ ମଧ୍ୟରୁ ପାତ୍ର ମନୋନୀତ ହୋଇଥିଲେ ।

ପାତ୍ର୨୫ ବର୍ଷରୁ ଉର୍ଦ୍ଧ ସମୟ ସାମ୍ବାଦିକତା କରି ଖ୍ୟାତି ଅର୍ଜନ କରିଛନ୍ତି । ସେ ସାପ୍ତାହିକ ସଣ୍ଡେ,ତେହେଲକା,ଜନସତ୍ତା ଓ ଦୈନିକ ଓଡ଼ିଆ ସମ୍ବାଦ ପତ୍ର ସମାଜ ସମେତ ଦେଶ ତଥା ରାଜ୍ୟର ବିଭିନ୍ନ ପତ୍ର ପତ୍ରିକାରେ ଅନୁସଂଧାନ ମୂଳକ ରିପୋର୍ଟମାନ ଲେଖି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ଓଡ଼ିଶା ଡ଼ଟ କମ

Exit mobile version