• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

“ମାଛ ମଞ୍ଜି କୋବତା କରି”

July 29, 2007 by News Bureau Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ମାଛ ମଞ୍ଜି-୨୫୦ ଗ୍ରାମ, ପିଆଜ-୨ଟା(ବଡ), ଟମାଟୋ-୧ଟା (ବଡ), ଅଦା ବଟା-୧ ଚାମଚ(ଛୋଟ), ରସୁଣ ବଟା-୧ଚାମଚ(ଛୋଟ), ଲଙ୍କାଗୁଣ୍ଡ-୧ ଚାମଚ(ଛୋଟ), ଧନିଆଗୁଣ୍ଡ-୧ଚାମଚ(ଛୋଟ), ହଳଦୀ ଗୁଣ୍ଡ-୧ଚାମଚ(ଛୋଟ), ରିଫାଇନ୍ ତେଲ-୧କପ, କଟା ଧନିଆପତ୍ର, ଅଳ୍ପ କିଛି ବେସନ-୪ ଚାମଚ(ବଡ), ଗରମ ମସଲା ଗୁଣ୍ଡ-୧ ଚମଚ(ଛୋଟ), ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ :

ମାଛ ମଞ୍ଜିକୁ ଭଲ ଭାବରେ ଧୋଇ ଲୁଣ, ହଳଦୀ ଗୁଣ୍ଡ, କଟା ଧନିଆପତ୍ର, କଟାପିଆଜ, କଟା କଞ୍ଚାଲଙ୍କା, କଟା ଅଦା, କଟା ରସୁଣ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ବେସନ ୪ ଚାମଚ ଗୋଳାଇ ଭଲ ଭାବରେ ଚକଟି ତେଲରେ କୋବତା ଆକରରେ ଛାଣି ରଖନ୍ତୁ ।

ଅନ୍ୟ ଏକ କଡାଇରେ ତେଲ ଗରମ କରି ତେଜପତ୍ର, କଟା ପିଆଜ, କଟା ଟମାଟୋ ପକାଇ ପିଆଜ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ ।

ବର୍ତ୍ତମାନ ଏଥିରେ ରସୁଣ ବଟା, ଅଦାବଟା, ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାଇ ଅଧା କପ ପାଣି ଦେଇ ମସଲାକୁ ଭଲ ଭାବରେ ଭାଜନ୍ତୁ ।

ମସଲା ଭାଜି ହୋଇ ତେଲ ଉପରକୁ ଉଠି ଆସିଲେ ୨ କପ୍ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ମସଲା ଭଲ ଭାବରେ ଫୁଟିଗଲେ ଧିମି ଆଞ୍ଚରେ ରଖି ପୂର୍ବରୁ ଛାଣି ରଖିଥିବା କୋବତା ଗୁଡିକୁ ପକାଇ ଢାଙ୍କୁଣି ଘୋଡାଇ ୫ରୁ ୧୦ ମିନିଟ୍ ରଖନ୍ତୁ ।

ମାଛ ମଞ୍ଜି କୋବତା ଗୁଡିକ ଭଲ ଭାବରେ ସିଝି ଗଲେ ଢାଙ୍କୁଣି କାଢି ଉପରେ କଟା ଧନିଆପତ୍ର ଓ ଗରମ ମସଲା ଗୁଣ୍ଡ ପକାଇ ଚୁଲିରେ ଓହ୍ଲାଇ ଗରମ ଗରମ ରୁଟି କିମ୍ବା ଭାତ ସହିତ ପରିବେଷଣ କରନ୍ତୁ ମାଛ ମଞ୍ଜି କୋବତା କରି ।
ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ଆମ ରୋସେଇ ଘରୁ Tagged With: "ମାଛ ମଞ୍ଜି କୋବତା କରି"

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version