• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

“ଚକଲେଟ୍ ଲେୟାର କେକ୍”

December 30, 2007 by News Bureau Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ମଇଦା – ୬ ଚାମଚ(ବଡ), ବଟର- ୪ ଚାମଚ(ବଡ), ( ବଜାରରେ ମିଳୁଥିବା ) କାସଟର୍ ସୁଗାର- ୫ ଚାମଚ(ବଡ), ଅଣ୍ଡା- ୩ଟା, ( ବଜାରରେ ମିଳୁଥିବା ) କୋକୋ ପାଉଡର-୧/୨ ଚାମଚ(ବଡ), ବେକିଙ୍ଗ ପାଉଡର- ୩ ଚାମଚ(ଛୋଟ), ଭ୍ୟାନିଲା ଏସଏନସ୍- ୨ ଚାମଚ (ଛୋଟ), କ୍ଷୀର- ୧ ଚାମଚ (ବଡ) ।

ପ୍ରସ୍ତୁତି ପ୍ରଣାଳୀ:

ବଟରକୁ ଗରମ କରି ସେଥିରେ ଚିନି ମିଶାଇ ଭଲ ଭାବରେ ଗୋଳାନ୍ତୁ । ଅଣ୍ଡାକୁ ଭାଙ୍ଗି ଅଲଗା, ଭଲ ଭାବରେ ଫେଣ୍ଟି ଚିନି ଓ ବଟର ସହିତ ମିଶାନ୍ତୁ ।

କୋକୋ ପାଉଡର, ମଇଦା ଓ ବେକିଙ୍ଗ ପାଉଡରକୁ ଏକାଠି ମିଶାଇ ରଖନ୍ତୁ । ପୂର୍ବରୁ ଫେଣ୍ଟି ରଖିଥିବା ଅଣ୍ଡା ମିଶ୍ରଣରେ ମଇଦାକୁ ଗୋଟେ ଗୋଟେ ଚାମଚ ପକାଇ ଭଲ ଭାବରେ ଗୋଳାନ୍ତୁ ।

ମିଶ୍ରଣ ନରମ ଓ ହାଲକା ହେବା ପର୍ଯ୍ୟନ୍ତ ଗୋଳାନ୍ତୁ । ଶେଷରେ ୧ ଚାମଚ କ୍ଷୀର ମିଶାଇ ଗୋଳାନ୍ତୁ । ବର୍ତ୍ତମାନ ଭ୍ୟାନିଲା ଏସ୍ଏନସ୍ ପକାଇ ଗୋଳାଇ ରଖନ୍ତୁ ।ChacolateLayerCake

ଗୋଟିଏ ଗୋଲାକାର ପାତ୍ରରେ ବଜାରରେ ମିଳୁଥିବା ବଟର ପେପର ଦେଇ ସେଥିରେ ବଟର ଲଗାଇ କେକ୍ ମିଶ୍ରଣକୁ ଧିରେ ଧିରେ ଢାଳନ୍ତୁ ।

ଓଭାନ ଗରମ କରି ୩୫୦ ଡିଗ୍ରି ସେଣ୍ଟିଗ୍ରେଡ୍ ରେ ୨୫ ମିନିଟ୍ ବେକ୍ କରନ୍ତୁ । କେକ୍ ହୋଇଗଲେ ଓଭାନରୁ କାଢି ଥଣ୍ଡା କରନ୍ତୁ ।

ଗୋଟିଏ ପ୍ଲେଟ୍ ରେ ପାତ୍ରଟିକୁ ଓଲାଟାଇ ଦିଅନ୍ତୁ । କେକ୍ ଉପରୁ ବଟର ପେପରକୁ କାଢି କେକ୍ ର ମଝିଭାଗରୁ କାଟି ଗୋଟିଏ ପରସ୍ତ କାଢି ଅନ୍ୟ ଏକ ପ୍ଲେଟ୍ ରେ ରଖନ୍ତୁ ।

କ୍ରିମ୍ ଓ ବଟରକୁ ଏକାଠି ଫେଣ୍ଟି କେକ୍ ଉପରେ ଲଗାଇ ଦେଇ କାଟି ରଖିଥିବା ଅନ୍ୟ ଭାଗଟିକୁ ତାଉପରେ ରଖି ଆଇସିଙ୍ଗ ସୁଗାରରେ ସଜାଇ ପରିବେଷଣ କରନ୍ତୁ ଚକଲେଟ୍ ଲେୟାର କେକ୍ ।

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ଆମ ରୋସେଇ ଘରୁ Tagged With: "ଚକଲେଟ୍ ଲେୟାର କେକ୍"

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version