Site icon Odisha.com

“ବନ୍ଧା କୋବି ପକୁଡ଼ି”

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ ଭବକ୍ସଦ୍ଭସଳବକ୍ଟ୍ରଅଶଜ୍ଞବସକ୍ଷ.ମକ୍ଟଜ୍ଞ

ଆବଶ୍ୟକ ସାମଗ୍ରୀ:

କଟା ବନ୍ଧାକୋବି-୨, ପିଆଜ-୧ଟା(ବଡ଼), କଟା  ଧନିଆପତ୍ର ଅଳ୍ପକିଛ, କଟା ଲଙ୍କା -୨ ଚାମଚ(ଛୋଟ), କଟା ଅଦା-୨ ଚାମଚ(ଛୋଟ),ମଇଦା-୧/୨ କପ୍,କର୍ଣ୍ଣଫ୍ଲୋର-୨ ଚାମଚ(ବଡ଼), ସ୍ୱାଦ ଅନୁସାରେ ଲୁଣ, ଛାଣିବା ପାଇଁ ରିଫାଇନ୍ ତେଲ ।

ପ୍ରସ୍ତୁତି ପ୍ରଣାଳୀ:

ବନ୍ଧାକୋବିକୁ ପତଳା ପତଳା ଲମ୍ବା ଲମ୍ବା କାଟି ଧୋଇ ରଖନ୍ତୁ । ପିଆଜ, ଅଦା ଓ କଞ୍ଚାଲଙ୍କାକୁ ଲମ୍ବା ଲମ୍ବା କାଟି ରଖନ୍ତୁ । ବଡ଼ ପାତ୍ରରେ କଟା ବନ୍ଧା କୋବି, ପିଆଜ କଟା, ଅଦା କଟା, କଞ୍ଚାଲଙ୍କା ଏକାଠି ନିଅନ୍ତୁ ।

ବର୍ତ୍ତମାନ ଏଥିରେ ମଇଦା ଓ କର୍ଣ୍ଣଫ୍ଲୋର ପକାଇ ସ୍ୱାଦ ଅନୁସାରେ ଲୁଣ ଓ କଟା ଧନିଆପତ୍ର ପକାଇ ଭଲ ଭାବରେ ଗୋଳାନ୍ତୁ ।

ଏଥିରେ ପାଣି ଦିଅନ୍ତୁ ନାହିଁ, କାରଣ ବନ୍ଧା କୋବିରେ ଲୁଣ ପକାଇଲେ ଏଥିରୁ ପାଣି ବାହାରି ଥାଏ । ଏହି ମିଶ୍ରଣକୁ ଭଲ ଭାବରେ ଗୋଳାଇ ରଖନ୍ତୁ ।

କଡ଼େଇରେ ତେଲ ଗରମ କରି ଏହାକୁ ପକୁଡ଼ି କିମ୍ବା ପିଆଜି ଆକାରରେ ଛାଣି ରଖନ୍ତୁ । ଗରମ ଗରମ ସସ୍ ସହିତ ପରିବେଷଣ କରନ୍ତୁ ବନ୍ଧାକୋବି ପକୁଡ଼ି ।

ଓଡ଼ିଶା ଡ଼ଟ୍ କମ୍

Exit mobile version