• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଧର୍ମପଦ ପୁରସ୍କାର ଚୟନ ବିବାଦର ତଦନ୍ତ ନିଷ୍ପତ୍ତି

February 3, 2009 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୩ (ଓଡିଶା ଡଟ୍ କମ୍) ରାଜ୍ୟରେ ଶିଳ୍ପୀମାନଙ୍କୁ ଦିଆଯାଇଥିବା ସର୍ବଶ୍ରେଷ୍ଠ ପୁରସ୍କାର ଓ ସମ୍ମାନ “ଧର୍ମପଦ ପୁରସ୍କାର’ମନୋନୟନ ପ୍ରକ୍ରିୟାକୁ ନେଇ ଚାଲିଥିବା ବିବାଦର ତଦନ୍ତ କରାଯିବ ।

ଏହି ମନୋନୟନ ପ୍ରକ୍ରିୟା ଅଭିଯୋଗ ସମ୍ପର୍କରେ ତଦନ୍ତ କରିବାକୁ ରାଜ୍ୟ ଶକ୍ତି ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ପୂର୍ବତନ ପୋଲିସ୍ ମୁଖ୍ୟ ବିପିନୀବିହାରୀ ମିଶ୍ରଙ୍କୁ ନିର୍ଦେଶ ଦେଇଛନ୍ତି ।

ଧର୍ମପଦ ପୁରସ୍କାର ଲାଗି ଠିକ୍ ଭାବେ ମନୋନୟନ ପ୍ରକ୍ରିୟା ପାଳନ କରାଯାଇଛି କି ନାହିଁ, ରାଜ୍ୟ ସଂସ୍କୃତି ବିଭାଗ ଓ ଲଳିତକଳା ଏକାଡେମୀ ର ଏ ନେଇ ଭୂମିକା, ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ କରିବାକୁ ଚେଷ୍ଟା କରିଛନ୍ତି କି ନାହିଁ ସେ ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ପୁଙ୍ଖାନାପୁଙ୍ଖ ତଦନ୍ତ କରିବେ ।

ଖୁବ୍ ଶୀଘ୍ର ଏହାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ପାତ୍ର ନିଦେ୍ର୍ଧଶ ଦେଇଛନ୍ତି ।

ଧର୍ମପଦ ମନୋନୟନ ପ୍ରକ୍ରିୟାକୁ ଓଡିଶା ଲଳିତକଳା ଏକାଡେମୀର ସଚିବ ଠିକ ଭାବେ ପାଳନ କରି ନାହାଁନ୍ତି ବୋଲି ବିଭିନ୍ନ ଶିଳ୍ପୀଙ୍କ ପକ୍ଷରୁ ଅଭିଯୋଗ ଅଣାଯାଇ ଅଦାଲତର ଆଶ୍ରୟ ନେବାକୁ ଧମକ ଦିଆଯାଇଛି ।

ରାଜ୍ୟର କେତେକ ବିଶିଷ୍ଟ ଶିଳ୍ପୀ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।

ରାଜ୍ୟର ଏହି ସର୍ବୋଚ୍ଚ ସମ୍ମାନକୁ ଖାମଖିଆଲି ଭାବେ କୌଣସି ନିୟମାବଳୀ କୁ ଅନୁସରଣ କରାନଯାଇ ନିଜ ମନୋନୀତ ବ୍ୟକ୍ତିମାନଙ୍କୁ ଧର୍ମପଦ ପୁରସ୍କାର ପାଇଁ ଚୂଡାନ୍ତ କରାଯିବା ଏହି ସମ୍ମାନରେ ଗଭୀର ଆଞ୍ଚ ଆଣିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ପ୍ରତିବର୍ଷ ଲଳିତକଳା ଏକାଡେମୀ ଧର୍ମପଦ ସମ୍ମାନ ପ୍ରଦାନ କରିଥାଏ । ଏଥିପାଇଁ ପଚାଶ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ମନୋରଞ୍ଜନ Tagged With: ଓଡିଶା, ଧର୍ମପଦ, ପୁରସ୍କାର, ଲଳିତକଳା ଏକାଡେମୀ, ସମ୍ମାନ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version