Site icon Odisha.com

୨୦୧୨ ସୁଦ୍ଧା ସମସ୍ତ ବ୍ଲକରେ ଶିଳ୍ପ ତାଲିମ ପ୍ରତିଷ୍ଠାନ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର,ମଇ ୧୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଶିଳ୍ପ ବିକାଶ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ୨୦୧୨ ସୁଦ୍ଧା ସମସ୍ତ ବ୍ଲକରେ ଶିଳ୍ପ ତାଲିମ ଅନୁଷ୍ଠା ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଷୟିକ ଦକ୍ଷତା ସଂପନ୍ନ ମାନବ ସମ୍ବଳ ପ୍ରସ୍ତୁତ କରିବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସରକାରୀ ସ୍ତର ବ୍ୟତୀତ ବିଭିନ୍ନ ଶିଳ୍ପସଂସ୍ଥା, ଘରୋଇ ସଂସ୍ଥା ଓ ସରକାରୀ ଘରୋଇ ଭାଗିଦାରିରେ ଏହି ପ୍ରତିଷ୍ଠାନ କରାଯିବ । ସରକାରଙ୍କ ପ୍ରସ୍ତାବ କ୍ରମେ ୨୭ଟି ଶିଳ୍ପ ସଂସ୍ଥା ବିଭିନ୍ନ ବ୍ଲକରେ ଶିଳ୍ପ ତାଲିମ ପ୍ରତିଷ୍ଠାନ ଖୋଲିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି ।

ଆସନ୍ତା ୨୦ ତାରିଖରେ ଦଶଟି ସଂସ୍ଥା ସହ ଏହି ପ୍ରତିଷ୍ଠାନ ଖୋଲାଯିବା ସଂପର୍କରେ ବୁଝାମଣା ପତ୍ର ସ୍ୱାକ୍ଷର ହେବ ବୋଲି କୁହାଯାଇଛି ।

ବଣ୍ଡା ଆଦିମ ଜନଜାତିର ପିଲାମାନଙ୍କୁ ବୈଷୟିକ ତାଲିମ ପାଠ୍ୟକ୍ରମ ପ୍ରତି ଆକୃଷ୍ଟି କରିବା ପାଇଁ ସ୍ୱତନ୍ତ୍ର ବୃତ୍ତି ବ୍ୟବସ୍ଥା ପ୍ରଚଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ଓଡିଶା ଡଟ୍ କମ୍

Exit mobile version