• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପାରାଦ୍ଵୀପ ବନ୍ଦରକୁ “ପୋର୍ଟ ଅଫ୍ ଦି ଇୟର’’ ପୁରସ୍କାର

November 14, 2010 by ଓଡିଶା ଡଟ କମ Leave a Comment

ପାରାଦ୍ଵୀପ, ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ଦେଶର ବୃହତ ବନ୍ଦର ଗୁଡ଼ିକ ମଧ୍ୟରେ ୨୦୦୯-୧୦ ଆର୍ଥିକ ବର୍ଷରେ ନିଜର ଦକ୍ଷତା, ମାଲ ପରିବହନ, ରପ୍ତାନୀ, ଆମଦାନୀ ଓ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଇବାରେ ଅଗ୍ରଣୀ ହୋଇଥିବାରୁ ପାରାଦ୍ଵୀପ ବନ୍ଦରକୁ “ପୋର୍ଟ ଅଫ ଦି ଇୟର” ପୁରସ୍କାର ପ୍ରଦାନ କରାଯାଇଛି ।

ଜାହାଜ ଚଳାଚଳ ମନ୍ତ୍ରାଳୟର ପୂର୍ବତନ ସଚିବ ଏପିଭି ଏନ୍ ଶର୍ମା, ଭାରତୀୟ ବନ୍ଦର ସଂଘର ପରିଚାଳନା ନିର୍ଦ୍ଦେଶକ ଏ.ଜନାର୍ଦ୍ଧନ ରାଓ, କଲିକତା ବନ୍ଦର ଟ୍ରଷ୍ଟ ଅଧ୍ୟକ୍ଷ ଏମ୍.ଏଲ୍.ମୀନାଙ୍କୁ ନେଇ ଗଠିତ ବିଚାରକମଣ୍ଡଳୀ ଅନ୍ୟ ବନ୍ଦର ଗୁଡ଼ିକର ବିଭିନ୍ନ କାର୍ଯ୍ୟ ଉପରେ ସମୀକ୍ଷା କରି ପାରାଦ୍ଵୀପ ବନ୍ଦରକୁ ଏହି ପୁରସ୍କାର ପାଇଁ ମନୋନୀତ କରିଥିଲେ ।

ଏହି ଅବସରରେ ଗତ ୧୨ ତାରିଖରେ ମୁମ୍ବାଇ ଗେଟୱେ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ବନ୍ଦର ଅଧ୍ୟକ୍ଷ ବିପ୍ଳବ କୁମାରଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।

ଗତ ୨୦୦୯-୧୦ ଆର୍ଥିକ ବର୍ଷରେ ପାରାଦ୍ଵୀପ ବନ୍ଦର ପୂର୍ବ ବର୍ଷ ଅପେକ୍ଷା ୨୨.୮୪ ପ୍ରତିଶତ ଅଧିକ ମାଲ ପରିବହନ କରିଛି । ଏହି ମାଲ ପରିବହନ ଦେଶର ବୃହତ ବନ୍ଦର ମାନଙ୍କ ଠାରୁ ୫.୭୪ ପ୍ରତିଶତ ଅଧିକ ବୋଲି ବନ୍ଦର ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ଓଡିଶା ଡଟ୍ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପାରାଦ୍ଵୀପ, ମୁଖ୍ୟ ଖବର

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version