Site icon Odisha.com

ଲାଡ଼୍ଲି ମିଡ଼ିଆ ପୁରସ୍କାର ପାଇଁ ଦରଖାସ୍ତ ଆହ୍ୱାନ

ଭୁବନେଶ୍ୱର, ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ବିଜ୍ଞାପନ, ପ୍ରିଣ୍ଟ ମିଡ଼ିଆ, ଇଲେକ୍ଟ୍ରୋନିକ୍ସ ମିଡ଼ିଆ, ସମ୍ବାଦ ସଂଗ୍ରହ, ଫିଚର କ୍ଷେତ୍ରରେ ଉଲ୍ଲେଖନୀୟତା ପାଇଁ ଦିଆଯାଉଥିବା ଲାଡ଼୍ଲି ମିଡ଼ିଆ ପୁରସ୍କାର ୨୦୧୦-୧୧ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି ।

ପପୁଲେସନ ଫାଷ୍ଟ ଏବଂ ୟୁନାଇଟେଡ଼ ନେସନ୍ସ ପପୁଲେସନ ଫଣ୍ଡ (ୟୁଏନ୍ଏଫ୍ପିଏ)ର ମିଳିତ ଉଦ୍ୟମରେ ୨୦୦୭ରୁ ଏହି ପୁରସ୍କାର ଭାରତର ଚାରୋଟି ଅଞ୍ଚଳରେ ଦିଆଯାଉଛି । ପୂର୍ବାଞ୍ଚଳ ରାଜ୍ୟ ମଧ୍ୟରେ ଅରୁଣାଚଳପ୍ରଦେଶ, ଆସାମ, ବିହାର, ଝାଡ଼ଖଣ୍ଡ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ସିକିମ୍, ତ୍ରିପୁରା ଏବଂ ପଶ୍ଚିମବଙ୍ଗ ରହିଛି ।

ପୂର୍ବାଞ୍ଚଳ ପାଇଁ ସଂଯୋଜକ ସଂସ୍ଥା ଓମେନ୍ସ ଆକ୍ସନ ରୋଟାରୀ ଏହି ପୁରସ୍କାର ନିମନ୍ତେ ସଂଯୋଜନା କରିଥାନ୍ତି । ପୁରସ୍କାର ପାଇଁ ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରୁ ଦରଖାସ୍ତ ଆହ୍ୱାନ କରାଯାଉଛି ।

ଗଣ ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଏହାର ବିଚାରକମଣ୍ଡଳୀ ରଖାଯାଇଛି । ଜାନୁୟାରୀ ପହିଲା ୨୦୧୧ ଦରଖାସ୍ତ ଗ୍ରହଣର ଶେଷ ତାରିଖ ।

ଲାଡ଼୍ଲି ହେଉଛି ମୁମ୍ବାଇର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପପୁଲେସନ ଫାଷ୍ଟର ଶିଶୁକନ୍ୟା କ୍ୟାମ୍ପେନ । ଏହା ସ୍ୱାସ୍ଥ୍ୟ, ଜନସଂଖ୍ୟା ଏବଂ ମହିଳା ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ କାମ କରିଥାଏ ।

କନ୍ୟା ହ୍ରାସ ପାଉଥିବାରୁ ଏହି ସଂଖ୍ୟା କିପରି ବୃଦ୍ଧି ପାଇବ ସଂଗଠନ ପକ୍ଷରୁ ସେଦିଗରେ ସଚେତନତା ସୃଷ୍ଟି କରାଯାଉଛି । ୨୦୧୧ ଫେବୃୟାର ମଧ୍ୟ ଭାଗରେ ଭୁବନେଶ୍ୱରରେ ଏହି ପୁରସ୍କାର ପ୍ରଦାନ କରାଯିବ ।

ପୂର୍ବାଞ୍ଚଳ ପୁରସ୍କାର ପାଇଁ ଦରଖାସ୍ତ ପଠାଇବା ଠିକଣା

ମଣିପଦ୍ମା ଜେନା
୧୯, ସତ୍ୟନଗର
ଭୁବନେଶ୍ୱର-୭୫୧୦୦୭
ଓଡ଼ିଶା
ମୋବାଇଲ: ୯୧ ୯୪୩୭୩୦୧୩୨୫

ଓଡିଶା ଡଟ୍ କମ୍

Exit mobile version