Site icon Odisha.com

ଥାନା ଉପରେ ମାଓବାଦୀଙ୍କ ଆକ୍ରମଣ, ଜିପ୍ ପୋଡ଼ି

କୋରାପୁଟ, ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲାର ଏକ ଥାନା ଉପରେ ମାଓବାଦୀମାନେ ଆକ୍ରମଣ କରିଥିବା ପୋଲିସ ମଙ୍ଗଳବାର କହିଛି ।

ପ୍ରାୟ ୩୦ରୁ ୪୦ ଜଣ ଶସସ୍ତ୍ର ମାଓବାଦୀ ସୋମବାର ରାତିରେ କାକିରିଗୁଡା ଥାନା ଉପରେ ଆକ୍ରମଣ କରି ଆସବାବ ପତ୍ର, ରେକର୍ଡ଼ ଓ ଏକ ଜିପ୍ ପୋଡ଼ି ଦେବା ସହ ଥାନାର କବାଟ ଝରକା ତାଡ଼ି ଦେଇଥିବା ଜିଲ୍ଲା ପୋଲିସ ମୁଖ୍ୟ ଅନୁପ ସାହୁ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ଆକ୍ରମଣ ସମୟରେ ଥାନାରେ କେହି ନଥିଲେ ବୋଲି ସେ କହିଛନ୍ତି । କାକିରିଗୁଡା ଥାନା ଜିଲ୍ଲା ସଦରମହକୁମା ଠାରୁ ପ୍ରାୟ ୪୫ କିମି ଦୁରରେ ଅବସ୍ଥିତ ।

ଓଡିଶା ଡଟ୍ କମ୍

Exit mobile version